ଯୁଦ୍ଧ ଏବେ ସରିବନି, ୟୁକ୍ରେନ୍‌କୁ ଅସ୍ତ୍ରଶସ୍ତ୍ର ପାଇଁ ଆମେରିକା ଦେଲା ୨୦ କୋଟି ଡଲାର…

ଓ୍ବାଶିଂଟନ/କ୍ୱିଭ୍‌,୧୩।୩ : ଆମେରିକା ୟୁକ୍ରେନକୁ ୨୦ କୋଟି ଡଲାର ସାମରିକ ସହାୟତା ଦେବାକୁ ଯାଉଛି। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଶନିବାର ଏନେଇ ଏକ ସ୍ମାରକପତ୍ର ସ୍ବାକ୍ଷର କରିଛନ୍ତି। ଏହା ଅନ୍ତର୍ଗତ, ୟୁକ୍ରେନ ପାଇଁ ସାମରିକ ତାଲିମ ସମେତ ପ୍ରତିରକ୍ଷା ସାମଗ୍ରୀ କ୍ରୟ ଲାଗି ଏହାକୁ ଅନୁମୋଦନ କରାଯାଇଛି। ଏହି ଘୋଷଣା ସହିତ, ଗତ ଏକ ବର୍ଷ ମଧ୍ୟରେ ୟୁକ୍ରେନକୁ ଦିଆଯାଇଥିବା ସମୁଦାୟ ସୁରକ୍ଷା ସହାୟତା ୧.୨ ବିଲିୟନ ଡ଼ଲାରକୁ ବୃଦ୍ଧି ପାଇଛି।

ୟୁକ୍ରେନ ଉପରେ ରୁଷର ଆକ୍ରମଣ ୧୮ ଦିନରେ ପହଞ୍ଚିଛି। ଚଳିତ ମାସ ଆରମ୍ଭରେ, ୟୁକ୍ରେନ ପାଇଁ ଆମେରିକା ୩୫୦ ନିୟୁତ ଡଲାର ପ୍ୟାକେଜ ଅନୁମୋଦନ କରିଥିଲା। ଆମେରିକା ପ୍ରତିରକ୍ଷା ବିଭାଗ ଅନୁଯାୟୀ, ୧୯୬୧ର ବୈଦେଶିକ ସହାୟତା ଅଧିନିୟମ (ଏଫ୍‌ଏଏ) ଜଣେ ରାଷ୍ଟ୍ରପତିଙ୍କୁ ବିଦେଶୀ ରାଷ୍ଟ୍ରକୁ ବଜେଟ ଆବଣ୍ଟନ କରିବାକୁ ଅନୁମତି ଦେଇଥାଏ।

ଏଥି ସହିତ ଆମେରିକାର ବୈଦେଶିକ ମନ୍ତ୍ରଣାଳ କହିଛି ଯେ ୟୁକ୍ରେନରେ ଶାନ୍ତି ପ୍ରକ୍ରିୟାକୁ ପ୍ରୋତ୍ସାହିତ କରିବା ପାଇଁ ରୁଷିଆ ସହ କୂଟନୈତିକ ଆଲୋଚନା କରିବାକୁ ବାଇଡେନ୍‌ ପ୍ରଶାସନ ପ୍ରସ୍ତୁତ ଅଛନ୍ତି। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି ଯେ ଯଦି କୂଟନୈତିକ ପଦକ୍ଷେପ ଗ୍ରହଣ କରାଯାଇପାରିବ, ତାହା ୟୁକ୍ରେନ ସରକାରଙ୍କ ଲାଗି ସହାୟକ ହେବ, ତେବେ ଆମେ ଏହାକୁ ଗ୍ରହଣ କରିବାକୁ ପ୍ରସ୍ତୁତ। ତଥାପି ମୂଳ ବାସ୍ତବତାକୁ ଦେଖି ରୁଷିଆର ଉଦ୍ଦେଶ୍ୟ ବିଷୟରେ ଆମେ ଆମର ଆଭିମୁଖ୍ୟ ସ୍ପଷ୍ଟ କରିଛୁ।


Enter your email to get our daily news in your inbox.

All Right Reserved By Dharitri.Com

କେଉଁ ବୋତଲରେ ପାଣି ପିଇବା ଉଚିତ୍‌: ଜାଣନ୍ତୁ କ’ଣ ରହିଛି…

ଜଳ ହିଁ ଜୀବନ । ପାଣି ପିଇବା ପାଇଁ କିଏ ପ୍ଲାଷ୍ଟିକ୍‌ ବଟଲ ବ୍ୟବହାର କରନ୍ତି ତ ଆଉ କିଏ ତମ୍ବା ନ ହେଲେ ଷ୍ଟିଲ୍‌। ଘରୁ…

୮ ଏପ୍ରିଲରୁ ଏୟାର ଇଣ୍ଡିଆର ଯାତ୍ରା ହେବ ମହଙ୍ଗା! ଜାଣନ୍ତୁ କେତେ ବଢ଼ିବ

ନୂଆଦିଲ୍ଲୀ,୭।୪: ଟାଟା ଗ୍ରୁପ୍ ନେତୃତ୍ୱରେ ପରିଚାଳିତ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଯାତ୍ରୀମାନଙ୍କୁ ଏକ ଝଟକା ଦେଇଛି । ବଢି଼ପାରେ ଭଡ଼ା । କମ୍ପାନୀ ୮ ଏପ୍ରିଲରୁ…

ନବୀନ ପଟ୍ଟନାୟକଙ୍କୁ ନେଇ ଏମିତି କହିଦେଲେ ମନମୋହନ: ଆମ ଦ୍ୱାର ସବୁବେଳେ ଖୋଲା…

ଭୁବନେଶ୍ୱର,୭।୪: ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପଞ୍ଚାୟତରାଜ ନିର୍ବାଚନ ପୂର୍ବରୁ ବିଭିନ୍ନ ଜିଲା ଗସ୍ତ କରିବେ ବୋଲି ଜଣାପଡ଼ିଛି। ନବୀନଙ୍କ ଜିଲା…

ହୃଦୟ ବିଦାରକ… ପ୍ରେମିକ ସହିତ ଧରାପଡ଼ିଲେ ସ୍ତ୍ରୀ, ପୋଲିସ ଉପସ୍ଥିତିରେ ଗଳା କାଟି ହତ୍ୟା କଲେ ସ୍ବାମୀ

ହାଇଦ୍ରାବାଦ,୭।୪: ତେଲେଙ୍ଗାନାର ସାଙ୍ଗାରେଡ୍ଡି ଜିଲାର ଜାହିରାବାଦରୁ ଏକ ହୃଦୟ ବିଦାରକ ଖବର ସାମ୍ନାକୁ ଆସିଛି । ଜଣେ ସ୍ୱାମୀ ପୋଲିସ ଉପସ୍ଥିତିରେ ଚଳନ୍ତା ଗାଡ଼ି ଭିତରେ ତାଙ୍କ…

୩୬ ଲକ୍ଷ ଟଙ୍କା ଦରମା ପ୍ୟାକେଜ୍‌ ଛାଡ଼ି ହୋଇଥିଲେ ବାବା: ଏବେ ବିବାହ କରି ଚର୍ଚ୍ଚାରେ ଅଭୟ ସିଂ, ଆଗକୁ କରିବେ…

ଧର୍ମଶାଳା,୭।୪: ଆଇଆଇଟି ବାବା ଓରଫ ଅଭୟ ସିଂ, ୨୦୨୫ର ପ୍ରୟାଗରାଜ ମହାକୁମ୍ଭ ସମୟରେ ତାଙ୍କର ଅନନ୍ୟ ଆଧ୍ୟାତ୍ମିକ ଯାତ୍ରା ପାଇଁ ରାତାରାତି ପ୍ରସିଦ୍ଧି ହାସଲ କରିଥିଲେ। ଏବେ…

ଯୁଦ୍ଧ ଭିତରେ ଆମେରିକାରେ ରାଷ୍ଟ୍ରପତି ପଦ ଛାଡିବେ ଟ୍ରମ୍ପ? ନିଜେ କହିଦେଲେ…

ଓ଼୍ବାଶିଂଟନ,୭।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଠାରୁ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଆସିଛି। ସେ ଦାବି କରିଛନ୍ତି ଯେ ସେ…

ଇରାନ ଯୁଦ୍ଧ ମଧ୍ୟରେ ବଡ଼ ଘୋଷଣା କଲେ ପାକ୍‌ ପ୍ରଧାନମନ୍ତ୍ରୀ, ଲୋକେ ଛାନିଆ!

ଇସଲାମାବାଦ,୭।୪: ଇରାନ ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇବା ପରଠାରୁ, ଦକ୍ଷିଣ ଏସୀୟ ଏବଂ ୟୁରୋପୀୟ ଦେଶଗୁଡ଼ିକ ପେଟ୍ରୋଲ, ଡିଜେଲ ଏବଂ ଏଲପିଜିର…

UAE ଟଙ୍କା ମାଗିବାରୁ ବିଳିବିଳେଇଲା ପାକିସ୍ତାନ, ଭାରତର ନାଁ ନେଇ କହିଲା…

ଇସଲାମବାଦ,୭।୪: ପାକିସ୍ତାନର ଆର୍ଥିକ ପରିସ୍ଥିତି ପୂର୍ୱରୁ ଜୀବନ ସମର୍ଥନ ଉପରେ ଅଛି, ତଥାପି ଏହାର ଅହଂକାର ହ୍ରାସ ପାଇବାର କୌଣସି ଲକ୍ଷଣ ଦେଖାଯାଉନାହିଁ। ଇସଲାମାବାଦ ଏବେ ସଂଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri