ଗାଁର ସମସ୍ୟା ହେବ ଦୂର, ଏମିତି ପ୍ରତିଶ୍ରୁତି ଦେଇ ବିଧାୟକ ସିଦ୍ଧାନ୍ତ ମହାପାତ୍ର କହିଲେ…

ଦିଗପହଣ୍ଡି,୧୫ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ବୋରିପଦର ଗ୍ରାମରେ କଳିଙ୍ଗ ଯୁବ ନାଟ୍ୟ ସଂସଦ ପକ୍ଷରୁ ନାଟ୍ୟକାର ସୁଶାନ୍ତ ପଟ୍ଟନାୟକଙ୍କ ନିର୍ଦ୍ଦେଶନାରେ ‘କଟି କଟି ଡବଲ କଟି’ ନାଟକ ମଞ୍ଚସ୍ଥ ହୋଇଯାଇଛି। ଦିଗପହଣ୍ଡି ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ନାଟକକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ନାଟ୍ୟ ସଂସଦର ଆବାହକ ତଥା କଇଠଖଣ୍ଡି ପଞ୍ଚାୟତ ସରପଞ୍ଚ ମନୋରଞ୍ଜନ ଗୌଡ଼ ଏବଂ ପରିଚାଳକ ଉମାକାନ୍ତ ସାହୁଙ୍କ ମିଳିତ ସଂଯୋଜନାରେ ଆୟୋଜିତ ଉଦ୍‌ଘାଟନୀ ସମାରୋହରେ ଦିଗପହଣ୍ଡି ବ୍ଲକ ସରପଞ୍ଚ ସଂଘ ସଭାପତି ଫନିନ୍ଦ୍ର ଚନ୍ଦ୍ର ଗୋସ୍ବାମୀ , ସରପଞ୍ଚ ରଞ୍ଜନ ସାହୁ, ଲିଙ୍ଗରାଜ ଦୋରା, ସରପଞ୍ଚ ପ୍ରତିନିଧି ଶିବରାମ ପ୍ରଧାନ, ଚିତ୍ରସେନ ଗୌଡ଼, ଏମ୍‌.ସନ୍ତୋଷ , ସନ୍ତୋଷ ଦୋରା, ଜିଲା ପରିଷଦ ସଦସ୍ୟାଙ୍କ ପ୍ରତିନିଧି ଏମ୍‌. ନିରଞ୍ଜନ ରେଡ୍ଡୀ, ସାମାଜିକ କର୍ମୀ ରଞ୍ଜନ କୁମାର ପାଣିଗ୍ରାହୀ, ଜିଲା ଭାଜପା ଯୁବମୋର୍ଚ୍ଚା ଜିଲା ଉପସଭାପତି ବାପି ପ୍ରଧାନ ପ୍ରମୁଖ ମଞ୍ଚାସୀନ ଥିଲେ। ଗ୍ରାମରେ ରହିଥିବା ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ବିଧାୟକ ଉଦ୍‌ବୋଧନ ଦେବା ସହ ବୋରିପଦର ଗ୍ରାମ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ୩୫ ଲକ୍ଷ ଟଙ୍କା ଏବଂ ଉଚ୍ଚ ବିଦ୍ୟାଳୟକୁ ୧୦ ଲକ୍ଷ ଟଙ୍କା ରାଜ୍ୟ ସରକାର ଆର୍ଥିକ ଅନୁଦାନ ଯୋଗାଇ ଦେଇଥିବା ବେଳେ ଆନୁସଙ୍ଗିକ ନିର୍ମାଣ କାର୍ଯ୍ୟ ଚାଲିଥିବା କହିଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଚଢ଼ାଦରରେ ବିକ୍ରି କରୁଥିଲେ ସାର, ବରଗଡ଼ର ଏହି ୨ ଦୋକାନୀଙ୍କ ଲାଇସେନ୍ସ ରବ୍ଦ କଲା…

ବରଗଡ଼,୧୧।୩(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାର କଳାବଜାର ଚାଷୀଙ୍କ ଚିନ୍ତା ବଢ଼ାଇ ଦେଇଛି। ସରକାରୀ ଧାର୍ଯ୍ୟ ମୂଲ୍ୟଠାରୁ ଅଧିକ ଦରରେ କିଛି ଦୋକାନୀ ସାର ବିକ୍ରି କରୁଥିବା…

ମାଟ୍ରିକ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍‌ ମାମଲା, ଶିକ୍ଷକଙ୍କୁ ଅଟକ ରଖି ପଚରାଉଚରା

ପଦ୍ମପୁର,୧୧ା୩(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁରରେ ଦଶମ ଶ୍ରେଣୀର ସାମାଜିକ ବିଜ୍ଞାନ ପ୍ରଶ୍ନ ପତ୍ର ଲିକ୍‌ ମାମଲାରେ ବିଭିନ୍ନ ସ୍କୁଲର ୮ଜଣ ଶିକ୍ଷକଙ୍କୁ ପୋଲିସ ଅଟକ ରଖିଥିଲା।…

ରୁଦ୍ର ମହାଯଜ୍ଞ ନିମନ୍ତେ ସ୍ଥାପନ ହେଲା ଶୁଭସ୍ତମ୍ଭ, ଆସନ୍ତା ୨୨ରୁ…

ଦିଗପହଣ୍ଡି,୧୧ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତର ମଦନମୋହନପୁର ଗ୍ରାମସ୍ଥିତ ଶ୍ରୀ ମହାକାଳେଶ୍ୱର ଶୈବପୀଠରେ ଆସନ୍ତା ୨୨ ତାରିଖଠାରୁ ଆରମ୍ଭ ହେବାକୁ ଥିବା…

ରାଜଗାଙ୍ଗପୁରରେ ଚାଞ୍ଚଲ୍ୟ: ୭ ବର୍ଷୀୟା ନାବାଳିକାଙ୍କୁ ହତ୍ୟା

ରାଜଗାଙ୍ଗପୁର,୧୧।୩: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ୭ ବର୍ଷୀୟା ନାବାଳିକାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗରେ ରାଜଗାଙ୍ଗପୁର ପୋଲିସ ଜଣେ…

ଡ୍ୟୁଟି ପାଇଁ ଯାଉଥିଲେ, ସାମ୍ନାରୁ ଆସି ପିଟିଲା ବାଇକ୍‌; ଚାଲିଗଲା ଗ୍ରାମରକ୍ଷୀଙ୍କ ଜୀବନ, ଜଣେ ଯବାନ…

କୋକସରା,୧୧।୩(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକରେ ବୁଧବାର ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ୨୬ ନମ୍ବର ଜାତୀୟ ରାଜପଥ ସ୍ଥିତ ଦାସ କଲୋନୀ…

IPL ୨୦୨୬ ପାଇଁ କାର୍ଯ୍ୟସୂଚୀ ଘୋଷଣା: ମାତ୍ର ୧୫ ଦିନରେ ଖେଳାଯିବ ୨୦ ମ୍ୟାଚ୍‌, ମାର୍ଚ୍ଚ ୨୮ରୁ…

ନୂଆଦିଲ୍ଲୀ,୧୧।୩: କ୍ରିକେଟ ପ୍ରେମୀଙ୍କ ପାଇଁ ବଡ଼ ଖବର। ବହୁ ପ୍ରତୀକ୍ଷିତ ଇଣ୍ଡିଆନ ପ୍ରିମିୟର ଲିଗ (IPL) ୨୦୨୬ର କାର୍ଯ୍ୟସୂଚୀ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି। ତେବେ ଭାରତୀୟ…

ଯୁଦ୍ଧ ପ୍ରଭାବ: ଏସିଆନ୍‌ ଭାରୋତ୍ତୋଳନ ଚାମ୍ପିୟନଶିପ୍‌ ସ୍ଥଗିତ

ନୂଆଦିଲ୍ଲୀ,୧୧ା୩: ମଧ୍ୟପ୍ରାଚ୍ୟ ଏବଂ ଉପସାଗରୀୟ ଅଞ୍ଚଳରେ ଚାଲିଥିବା ସଂଘର୍ଷ ଯୋଗୁ ଯୋଗୁ ଏପ୍ରିଲରେ ଅହମଦାବାଦ୍‌ରେ ହେବାକୁ ଥିବା ଏସିଆନ୍‌ ଭାରୋତ୍ତୋଳନ ଚାମ୍ପିୟନଶିପ୍‌କୁ ସ୍ଥଗିତ ରଖାଯିବା ସହ ମେ’…

ଅନାସ୍ଥା ଭୋଟ୍‌ରେ ହାରିଗଲେ ପୌର ଉପାଧ୍ୟକ୍ଷା, ଜିତିଲେ…

ରାୟଗଡ଼ା,୧୧ା୩(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ପୌରପରିଷଦ ଉପାଧ୍ୟକ୍ଷା ଶୁଭ୍ରା ପଣ୍ଡାଙ୍କ ବିରୋଧରେ କାଉନସିଲର ଆଣିଥିବା ଅନାସ୍ଥା ପ୍ରସ୍ତାବ ଭୋଟିଂ ଫଳାଫଳ ବୁଧବାର ପ୍ରକାଶ ପାଇଛି। ହାଇକୋର୍ଟରେ ରାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri