ଧର୍ମଶାଳା,୯।୧୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ବଡ଼କାଏମା ପଞ୍ଚାୟତରେ ଥିବା ଐତିହାସିକ କାଏମା ପାହାଡ ପାର୍ଶ୍ୱରୁ ମୋରମ ତାଡ଼ି ନେଇ ଅନ୍ୟ ଏକ ସ୍ଥାନରେ ରଖାଯାଉଥିବା ବେଳେ ଏହାକୁ ସ୍ଥାନୀୟ ଲୋକେ ବିରୋଧ କରି ରୋକିଛନ୍ତି। ମିଳିଥିବା ସୂଚନା ଅନୁସାରେ, ଜଣେ ଠିକାଦାର ଏହି ପାହାଡରୁ ଏକ ଜେସିବି ଓ ଟ୍ରାକ୍ଟର ସାହାଯ୍ୟରେ ମୋରମ ତାଡ଼ି ନେଇ ନିଜ ଗଚ୍ଛିତ ସ୍ଥାନରେ ରଖୁଥିଲେ। ଏହାକୁ ସ୍ଥାନୀୟ ଲୋକେ ବିରୋଧ କରିବାରୁ ସେଠାରେ କୌଣସି ଏକ ଘର କରାଯିବ ବୋଲି କହିଥିଲେ। କିନ୍ତୁ ଏହାକୁ ବିରୋଧ ପରେ ମୋରମ ତାଡ଼ି ବା ବନ୍ଦ ହୋଇଥିବା ଦେଖିବାକୁ ମିଳିଥିଲା। ଅପର ପକ୍ଷରେ କାଏମା ପାହାଡ ଏକ ଐତିହ ସମ୍ପନ୍ନ ପାହାଡ ହୋଇଥିବାବେଳେ ଏହା ନିକଟରୁ ବାରମ୍ବାର ମୋରମ ଚୋରାଚାଲାଣ ଘଟଣା ଚିନ୍ତାର କାରଣ ପାଲଟିଛି। ଏହା ଉପରେ ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହୋଇଛି।


