ପୋଖରୀ ଖନନ କଲେ ଗ୍ରାମବାସୀ

ମୋହନା,୯ା୬: ବସୁଧା ଯୋଜନା ଓ ଅମୃତ ସରୋବର ଯୋଜନା ନାମରେ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ଏମିତି କିଛି ଗାଁ ରହିଛି ଯେଉଁଠି ଏହି ଯୋଜନାର ସୁଫଳ ପାଉନାହାନ୍ତି ଲୋକେ। ଗାଁରେ ଜଳସମସ୍ୟା ପାଇଁ ପ୍ରଶାସନକୁ ବାରମ୍ବାର ଗୁହାରି କରି କରି ନୟାନ୍ତ ହେବା ପରେ ଶେଷରେ ନିଜ ଉଦ୍ୟମରେ ଗ୍ରାମବାସୀ ପୋଖରୀ ଖୋଳିଛନ୍ତି। ପିଲାଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତେ ଲାଗିପଡିଛନ୍ତି ପୋଖରୀ ଖୋଳାରେ। ଏହା ଦେଖିବାକୁ ମଳିଛି ଗଜପତି ଜିଲା ମୋହନା ବ୍ଲକ ମାଣିକପୁର ପଞ୍ଚାୟତ ମଳିକ ସାହିର। ଏହି ଗାଁ ରେ ୨୫ ପରିବାରର ପ୍ରାୟ ୩ ଶହ ଜନସାଧାରଣ ବସବାସ କରନ୍ତି। ହେଲେ ଗାଁରେ ଲାଗି ରହିଛି ଜଳ ସମସ୍ୟା। ଗାଁ ମୁଣ୍ଡରେ ଦୁଇଟି ପୋଖରୀ ଅଛି ଗୋଟିଏ ଶୁଖିଯାଇ ଲଟାବୁଦା ମାଡି ଗଲାଣି ଅନ୍ୟଟି ବର୍ଷା ହେଲେ ସ୍ବଳ୍ପ ପାଣି ରହୁଛି ତା’ପରେ ଶୁଖିଯାଉଛି। ଯେଉଁଠି ପୋଖରି ନାହିଁ ସେଠୀ ନିର୍ମାଣ ହୋଇଛି ଲୁଗା ପଟା ବଦଳାଇବା ଗୃହ। ଯେଉଁଠି ପାଣି ଝରଣା ଅଛି ସେଠାରେ ବର୍ଷ ସାରା ପାଣି ଝରୁଛି। କିନ୍ତୁ ସେଠାରେ ସ୍ଥାୟୀ ଭାବେ ଗୋଟିଏ ପୋଖରୀ ଖନନ ପାଇଁ ପଞ୍ଚାୟତଠାରୁ ଆରମ୍ଭ କରି ଉଚ୍ଚସ୍ତରୀୟ ଅଧିକାରୀଙ୍କୁ ଗୁହାରୀ ଜଣାଇଆସୁଥିଲେ ଗ୍ରାମବାସୀ। ହେଲେ କେହି ବୁଝିଲେନି। ତେଣୁ ଘରେ ଘରେ ଚାନ୍ଦା ଆଦାୟ କରି ଜେସିବି ସାହାର୍ଯ୍ୟରେ କିଛି ଖୋଳିବା ପରେ ଟଙ୍କା ନିଅଣ୍ଟ ହେବାରୁ ନିଜ ଉଦ୍ୟମରେ ପୋଖରୀ ଖୋଳା ଚାଲିଛି। ଅନ୍ୟପଟେ ଏହି ଗାଁରେ ଗୋଟିଏ ସୋଲାର ଜଳଯୋଗାଣ ବ୍ୟବସ୍ଥା ରହିଛି। କିନ୍ତୁ ସେଥିରେ ସ୍ବଳ୍ପ ପରିମାଣର ପାଣି ବାହାରୁଥିବାରୁ ଅସୁବିଧା ହେଉଛି। ଗାଁ ନିକଟ ରାସ୍ତା କଡରେ ଗୋଟିଏ ନଳକୂପ ଥିଲେ ମଧ୍ୟ ସେଥିରୁ କଳଙ୍କିଯୁକ୍ତ ହଳଦିଆ ପାଣି ବାହାରୁଛି। ତେଣୁ ତାହାକୁ ପାନୀୟ ଜଳ ରୂପେ ବ୍ୟବହାର କରିବା କଷ୍ଟସାଧ୍ୟ ଥିବା ଅଭିଯୋଗ କରିଛନ୍ତି। ଏପରିକି ଭୋଟ ସମୟରେ ପ୍ରତିଶୃତିର ପାହାଡ ଥୋଇ ଦିଅନ୍ତି ଭୋଟ ସରିଲେ କାମ ହେବାର ନା ଧରୁନାହାନ୍ତି ବୋଲି ଗ୍ରାମବାସୀ କହିଛନ୍ତି। ତେଣୁ ଗାଁରେ ଥିବା ପୋଖରୀ ଗୁଡିକୁ ପୁନରୁଦ୍ଧାର କରି ଅମୃତ ସରୋବର ନିର୍ମାଣ କରିବା ସହ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ସରକାରଙ୍କୁ ଦାବି କରିଛନ୍ତି ଗ୍ରାମବାସୀ। ଏନେଇ ମୋହନା ବିଡ଼ିଓ ତପସ୍ବନୀ ହାଂସଦାଙ୍କୁ ଯୋଗାଯୋଗ କରିଥିଲେ ସେ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

କଳାହାଣ୍ଡି ଉତ୍ସବ ଲାଗି ପ୍ରସ୍ତୁତି ବୈଠକକୁ ନେଇ ପ୍ରଶ୍ନବାଚୀ: ଅନୁପସ୍ଥିତ ରହିଲେ ଉପରିସ୍ଥ ଅଧିକାରୀ, ଜାନୁଆରୀ ୯ରେ…

ଥୁଆମୂଳ ରାମପୁର,୩୦।୧୨(ଦୁର୍ଗା କୀର୍ତ୍ତି): ଆସନ୍ତା ୨୮ତମ କଳାହାଣ୍ଡି ଉତ୍ସବ ’ଘୁମୁରା-୨୦୨୬’ ଅବସରରେ ମାହୁଲପାଟଣା ସ୍ଥିତ ଇନ୍ଦ୍ରାବତୀ ଜଳଭଣ୍ଡାରର କେନ୍ଦୁଗୁଡ଼ା ଘାଟଠାରେ ଆୟୋଜିତ ହେବାକୁ ଥିବା ପାରମ୍ପରିକ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ରାସ୍ତାକଡ଼ରେ ପଡ଼ିଛି ନବଜାତ ଶିଶୁପୁତ୍ରର ମୃତଦେହ, କିଏ-କାହିଁକି ଫିଙ୍ଗି…

ରାୟଗଡ଼ା,୩୦।୧୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହର ମହିଳା ମହାବିଦ୍ୟାଳୟ ପାର୍ଶ୍ୱ ଗଳିରେ ରିଙ୍ଗ ରୋଡକୁ ସଂଯୋଗ କରୁଥିବା ରାସ୍ତାକଡ଼ରେ ଏକ ନବଜାତ ଶିଶୁପୁତ୍ର ମୃତଦେହ ପଡ଼ିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri