ସରକାରୀ ରାସ୍ତା ଉଚ୍ଛେଦ ପାଇଁ ଜିଲାପାଳଙ୍କ ନିକଟରେ ଫେରାଦ ହେଲେ ଗ୍ରାମବାସୀ

କେସିଙ୍ଗା,୩୦ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଶିରୋଲ ପଞ୍ଚାୟତ ଅଧିନସ୍ଥ ଡୁମେର ମୁଣ୍ଡା ଗ୍ରାମ ନିକଟରେ ଥିବା ବିଶ୍ୱନାଥ ରାଇସ ମିଲ୍‌କୁ ସଂଯୋଗ ହୋଇଥିବା ସରକାରୀ ଗୋଚର ଜମି ଉପରେ ରାସ୍ତା ନିର୍ମାଣ କରି ଥିବାରୁ ଗ୍ରାମବାସୀ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଥିବାର ଜଣାଯାଇଛି। କାଣ୍ଡେଲ-ଡୁମେରମୁଣ୍ଡାକୁ ସଂଯୋଗ ହୋଇଥିବା ମୁଖ୍ୟ ରାସ୍ତାଠାରୁ ବିଶ୍ୱନାଥ ରାଇସ୍‌ ମିଲ୍‌କୁ ସଂଯୋଗ ହୋଇଥିବା ସରକାରୀ ଗୋଚର ଜମି ଉପରେ ଉକ୍ତ ରାଇସ୍‌ ମିଲ ମାଲିକ ବେନିୟମ ଭାବେ ରାସ୍ତା ନିର୍ମାଣ କରି ଯାନବାହନ ଚଳାଚଳ କରିବା ସହ ରାଇସ ମିଲ୍‌କୁ ରାଜସ୍ବ ବିଭାଗର ବିନା ଆଦେଶରେ ରାସ୍ତା ନିର୍ମାଣ କରାଯାଇଛି।

ଶିରୋଲ ମୌଜା ଖାତା ନମ୍ବର ୨୮୫ ଅନୁସାରେ ଗୋଚର ଜମି ଉପରେ ଥିବା ପ୍ଲଟ୍‌ ନମ୍ବର ୩୧,୩୨ ଓ ମୁଣ୍ଡା ରାସ୍ତା ପ୍ଲଟ୍‌ ନମ୍ବର ୭୨,୭୩,୭୫ରେ ରାସ୍ତା ନିର୍ମାଣ କରି ଯାନବାହନ ଚଳାଚଳ କରିବା ଦ୍ୱାରା ଧୂଳି ଧୂସରରେ ଲୋକେ ଅତିଷ୍ଠ ହୋଇ ଯାଉଛନ୍ତି। ଲୋକେ କାଣ୍ଡେଲଠାରୁ କେସିଙ୍ଗା ଯିବା ଆସିବା ବେଳେ କୁଣ୍ଡା ଓ ଧୂଳି ଉଡ଼ି ଆଖିରେ ପଶି ଯାଉଥିବାରୁ ଲୋକେ ବହୁ ହଇରାଣ ହରକତ ହେଉଛନ୍ତି। ତେଣୁ ରାଜ୍ୟ ପ୍ରଦୂଷଣ ବିଭାଗ ଏଥିପ୍ରତି ଦୃଷ୍ଟି ଦେବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି। ଜିଲାପାଳ ସରକାରୀ ରାସ୍ତାକୁ ଉଚ୍ଛେଦ କରି ମୁଖ୍ୟ ରାସ୍ତା ପାଶର୍‌ବରେ ଏକ ବାଡ଼ ନିର୍ମାଣ କରି ରାସ୍ତା ବନ୍ଧ କରିବା ପାଇଁ ସାଧାରଣରେ ଦାବି ହେଉଛି।

ଏ ସଂକ୍ରାନ୍ତରେ ଶିରୋଲ ରାଜସ୍ବ ନିରୀକ୍ଷକ ଲୋହିତ ବଗର୍ତ୍ତିଙ୍କୁ ପଚାରିବାରୁ ମୁଁ ନୂଆ କରି ଶିରୋଲ ରାଜସ୍ବ କାର୍ଯ୍ୟାଳୟରେ ଯୋଗଦାନ କରିଛି। ମୋ’ ନିକଟକୁ ତଦନ୍ତ ପାଇଁ କିଛି ଅଭିଯୋଗ ଆସି ନାହିଁ, ଆସିଲେ ତଦନ୍ତ କରି ତହସିଲଦାରଙ୍କୁ ରିପୋର୍ଟ ଦେବି ବୋଲି ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହାଲ୍‌ରେ ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ସୁନାବେଡ଼ା, ୬।୧୦(କୃତ୍ତିବାସ ପ୍ରଧାନ): କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ୍‌ (ହାଲ୍‌)କୁ ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗସ୍ତକରି ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର…

କେଉଁ ୱେଟିଂ ଟିକେଟ ସବୁଠୁ ଆଗ କନଫର୍ମ ହୁଏ? ଜାଣନ୍ତୁ ରେଳବାଇର ନୂଆ ନିୟମ…

ଭାରତୀୟ ରେଳବାଇରେ ଯାତ୍ରା କରୁଥିବା ସମୟରେ ଯଦି ଆପଣଙ୍କୁ କନଫର୍ମ ସିଟ ନ ମିଳେ, ତେବେ IRCTC ସିଷ୍ଟମ ଆପଣଙ୍କୁ ୱେଟିଂ ଟିକେଟ (Waiting Ticket) ପ୍ରଦାନ…

ରାସ୍ତା କାମ ବିଳମ୍ବକୁ ନେଇ ବଣିକ ସଂଘର ଅସନ୍ତୋଷ

ପାତ୍ରପୁର, ୬/୧୦ (ଉମା ଚରଣ ନେପାକ): ପାତ୍ରପୁର ଏନ୍‌ଏସି ଅନ୍ତର୍ଗତ ତଳ ବସଷ୍ଟାଣ୍ଡ ଛକରେ ରାସ୍ତା ନିର୍ମାଣ କାର୍ଯ୍ୟରେ ବିଳମ୍ବକୁ ନେଇ ମା’ ଦୁର୍ଗାଦେବୀ ବଣିକ ସଂଘ…

ଧରିତ୍ରୀ ପ୍ରଭାବ: ମୁକୁଳା ଡ୍ରେନରେ ପଡ଼ିଲା କଭର ପ୍ଲେଟ୍

ଗଞ୍ଜାମ, ୬/୧୦ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ସମ୍ମୁଖରେ ଥିବା ମୁକୁଳା ଡ୍ରେନରେ ଗତକାଲି ବିଳମ୍ବିତ ରାତିରେ ଗୋଟିଏ ଗାଈ ଗଳି ପଡ଼ିଥିଲା। ଖବର ପାଇ ଛତ୍ରପୁର…

ସୌମ୍ୟରଞ୍ଜନ ମାମଲାରେ ହାଇକୋର୍ଟ ଗଲେ ବିଦ୍ୟାଭାରତୀ: ଆଗୁଆ ଜାମିନ ପାଇଁ ଆବେଦନ, ଅକ୍ଟୋବର ୩୦ ଯାଏ ହାଜର ସମୟ ବୃଦ୍ଧି

କଟକ, ୬।୧୦(ପ୍ରଭୁକଲ୍ୟାଣ ପାଲ୍): ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେ ଆଗୁଆ ଜାମିନ ପାଇଁ ହାଇକୋର୍ଟରେ…

ଛାତ୍ର ସଂସଦ ନିର୍ବାଚନ: ଅଣଛାତ୍ରଙ୍କ ପ୍ରବେଶ ଉପରେ ନଜର

ବ୍ରହ୍ମପୁର,୬ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ଛାତ୍ର ସଂସଦ ନିର୍ବାଚନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସୋମବାର ଘୋଷଣା କରାଯିବା ପରେ ମହାବିଦ୍ୟାଳୟ ଓ ବିଶ୍ୱ ବିଦ୍ୟାଳୟଗୁଡ଼ିକରେ ରାଜନୈତିକ ମାହୋଲ…

୩ ରାଶି ଉପରେ ରହିବ ରାହୁ-କେତୁଙ୍କ କୃପା: ଘର, ଗାଡ଼ିଠାରୁ ଚାକିରି ଯାଏ ସବୁ ସ୍ୱପ୍ନ ହେବ ପୂରଣ!

ଜ୍ୟୋତିଷ ଶାସ୍ତ୍ରରେ ରାହୁ ଏବଂ କେତୁଙ୍କୁ ଛାୟା ଗ୍ରହ ସହିତ ଅତ୍ୟନ୍ତ ପ୍ରଭାବଶାଳୀ ଗ୍ରହ ଭାବେ ବିବେଚନା କରାଯାଏ। ଏହି ଦୁଇ ଗ୍ରହଙ୍କ ପ୍ରଭାବ ବ୍ୟକ୍ତିଙ୍କ ଜୀବନରେ…

ଟିମ୍ ଇଣ୍ଡିଆକୁ ବଡ଼ ଝଟ୍‌କା: ନ୍ୟୁଜିଲ୍ୟାଣ୍ଡ ସିରିଜ୍ ପୂର୍ବରୁ ଆହତ ହେଲେ ଷ୍ଟାର୍ ବୋଲର, CoEରେ ଚାଲିଛି…

ନୂଆଦିଲ୍ଲୀ,୬।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍ ପରେ ଭାରତୀୟ କ୍ରିକେଟ୍ ଦଳ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିବ, ଯେଉଁଠାରେ ତିନୋଟିଯାକ ଫର୍ମାଟ୍‌ରେ ସିରିଜ୍ ଖେଳାଯିବ। ତେବେ ଏହି ଗୁରୁତ୍ୱପୂର୍ଣ୍ଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?