ଶୁଣିଲା ନାହିଁ ପ୍ରଶାସନ, ରାସ୍ତା ମରାମତି କଲେ ଗାଁ ଯୁବକ

କେନ୍ଦୁଝର,୨୨।୯ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ସଦର ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଭାଟୁଣୀଆଁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଦିନକୁ ଦିନ ଶୋଚନୀୟ ହେବାରେ ଲାଗିଛି। ଏହି ରାସ୍ତା ଦେଇ ପ୍ରତ୍ୟେକ ଦିନ ପଞ୍ଚାୟତ କାର୍ଯ୍ୟାଳୟକୁ ପଞ୍ଚାୟତବାସୀ ଯିବା ଆସିବା କରିଥାନ୍ତି। ଏହି ରାସ୍ତା ଉପରେ ହିଁ ଗୁଆଲଡିହ ରେଳ ଷ୍ଟେଶନ ରହିଛି । ରାସ୍ତା ମରାମତି କିମ୍ବା ପିଚୁ କରିବାରେ ପ୍ରଶାସନ ସମ୍ପୂର୍ଣ୍ଣ ବିଫଳ ଯୋଗୁ ଲୋକେ ଯମଯନ୍ତ୍ରଣା ଭୋଗୁଛନ୍ତି।

ଗତ ଲଘୁଚାପ ଜନିତ ବର୍ଷାରେ ରାସ୍ତା ଖରାପ ହୋଇଯାଇଛି। ଯାହାକୁ ପ୍ରଶାସନ ଦୃଷ୍ଟି ଦେଉନଥିବା ବେଳେ ଆଜି ସ୍ଥାନୀୟ ଗ୍ରାମର ଈଶ୍ୱର ମୁଣ୍ଡା, ଭଦ୍ର ମୁଣ୍ଡା, ଆକାଶ ମୁଣ୍ଡା, ଚୁଲୁ ମୁଣ୍ଡା, ଡଡ ମୁଣ୍ଡା, କନ୍ଦା ମୁଣ୍ଡା, କନ୍ଦାଚାତ୍ତର ମୁଣ୍ଡା ପ୍ରମୁଖଙ୍କ ପ୍ରଚେଷ୍ଟା ଦାରା ଖାଲ ସ୍ଥାନକୁ ମାଟି ଏବଂ କାରଖାନାର ବର୍ଯ୍ୟ ବସ୍ତୁ ପକାଇ ରାସ୍ତା ମରାମତି କରିଛନ୍ତି। ପ୍ରକାଶ ଯେ ଏହି ରାସ୍ତା ମରାମତି କିମ୍ବା ପିଚୁ ନିମନ୍ତେ ସ୍ଥାନୀୟଅଧିବାସୀମାନେ ବର୍ଷ ବର୍ଷ ଧରି ପ୍ରଶାସନ ନିକଟରେ ଦାବି କରିଆସୁଥିଲେ ମଧ୍ୟ ଏଯାଏ କୌଣସି ଫଳ ପ୍ରଦ ହେଉନାହିଁ ବୋଲି ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି। ସେପଟେ ରାସ୍ତାର ଦୂରବସ୍ଥା ଯୋଗୁ କୌଣସି ଅତ୍ୟାବଶ୍ୟକ ଯାନ ମଧ୍ୟ ଯିବା ଆସିବା କରୁନାହିଁ ଯାହା ଫଳରେ ଲୋକେ ନାହିଁ ନଥିବାର ସମ୍ମୁଖୀନ ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ କାଳବୈଶାଖୀ ପ୍ରଭାବ; ମୁଖ୍ୟମନ୍ତ୍ରୀ ବସ ଉପରେ ପଡ଼ିଲା ଗଛ ଡାଳ, ୪୦ ଯାତ୍ରୀ ଚିତ୍କାର….

ଦିଗପହଣ୍ଡି,୨୫ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ବୁଧବାର ଅପରାହ୍ନ ପ୍ରାୟ ସାଢ଼େ ୧ ଟାରୁ ସାଢ଼େ ୩ ଟା ଯାଏଁ…

ହଠାତ୍‌ ବଦଳିଗଲା ପାଗ: ଧୂଳିଝଡ଼ ସହ କୁଆପଥର ମାଡ଼

ବନ୍ତ,୨୫ା୩(କିଶୋର କୁମାର ସେଠୀ): ବୁଧବାର ଅପରାହ୍ନରେ ହଠାତ୍‌ ପାଗ ବଦଳିଯିବା ସହ ବନ୍ତ ବ୍ଲକର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। ପ୍ରବଳ ବେଗରେ ପବନ,…

ସୁରକ୍ଷା ନେଇ ଉଠିଲା ପ୍ରଶ୍ନବାଚୀ, ରତ୍ନଭଣ୍ଡାର ଗଣତିମଣତି ବେଳେ ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍‌

ପୁରୀ,୨୫ା୩(ଅଜିତ୍ କୁମାର ମହାନ୍ତି): ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ପୁଣି ଚାଲେଞ୍ଜ କଲେ ଅସାମାଜିକ ବ୍ୟକ୍ତି । ଏକାସାଙ୍ଗରେ ପୁଣି ଶ୍ରୀମନ୍ଦିର ନୀଳଚକ୍ର ଉପରେ ଉଡିଲା ଦୁଇ ଦୁଇଟି…

ଆରମ୍ଭ ହେଲା ରତ୍ନଭଣ୍ଡାର ଗଣତି: ୪୮ ବର୍ଷ ପରେ ଝଲସିବ କାଳିଆ ସାଆନ୍ତଙ୍କ ଅଳଙ୍କାର

ପୁରୀ,୨୫ା୩(ଅଜିତ କୁମାର ମହାନ୍ତି): ଶ୍ରୀମନ୍ଦିର ପରିଚାଳନା କମିଟି ନିଷ୍ପତ୍ତି ଅନୁଯାୟୀ, ବୁଧବାରଠାରୁ ରତ୍ନଭଣ୍ଡାର ଗଣତି ଆରମ୍ଭ ହୋଇଛି। ଏନେଇ ସରକାରଙ୍କଠାରୁ ଆରମ୍ଭକରି ଶ୍ରୀମନ୍ଦିର ପ୍ରଶାସନ, ପୋଲିସ ପ୍ରଶାସନ,…

ବିଜେଡିରେ ମିଶିଲେ ରଘୁନାଥ ମହାନ୍ତି-ଜୀବନ ପ୍ରଦୀପ ଦାସ

ଭୁବନେଶ୍ବର,୨୫।୩: ଚର୍ଚ୍ଚାର ଅନ୍ତ ଘଟିଲା ।  ବିଜେଡିକୁ ଫେରିଲେ ରଘୁନାଥ ମହାନ୍ତି ଓ ଜୀବନ ପ୍ରଦୀପ ଦାସ । କିଛି ଦିନ ହେବ ସେମାନେ ବିଜେଡିରେ ସାମିଲ…

ସ୍ବାଧୀନତାର ଦୀର୍ଘବର୍ଷ ପରେ ବି ଏହି ୭ ଗାଁକୁ ହୋଇନି ବିଦ୍ୟୁତ୍‌ ସଂଯୋଗ, ଦାବିପତ୍ର ଦେଇ…

ବଞ୍ଚୋ,୨୫ା୩(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ଘସିପୁରା ବ୍ଲକ ଅନ୍ତର୍ଗତ ଶାମୁକା ନେଣ୍ଡି ପଞ୍ଚାୟତର ଉପରନଟିଆ, ଖଣ୍ଡିତଳ, ବାରଶାଡାହି, ଲକ୍ଷ୍ମଣଡାହି, ବାଇବୃରୁ, ଫନଡାହି, ପଠାଣଡାହି ଆଦି ୭ଟି…

ଘୁମୁସର ବନଖଣ୍ଡରୁ ୨୦୪ ଖଣ୍ଡ କାଠ ଯିବ ପୁରୀ 

ଭଞ୍ଜନଗର,୨୫।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଘୁମୁସର ଉତ୍ତର ବନଖଣ୍ଡ ଓ ଦକ୍ଷିଣ ବନଖଣ୍ଡରୁ ଚଳିତ ବର୍ଷ ରଥ ନିର୍ମାଣପାଇଁ ପୁରୀ ରଥଯାତ୍ରାକୁ ୨୦୪ ଖଣ୍ଡ କାଠଯିବ।…

ICC Rankings: ବିନା ଖେଳରେ ସୂର୍ଯ୍ୟକୁମାର ଯାଦବଙ୍କୁ ମିଳିଲା ଫାଇଦା, ପୁଣି ଥରେ…

ନୂଆଦିଲ୍ଲୀ,୨୫।୩: ICC ପୁଣିଥରେ ତା’ର ସଦ୍ୟତମ ରାଙ୍କିଙ୍ଗ ପ୍ରକାଶ କରିଛି । ଯଦିଓ ପୂର୍ବ ଅପଡେଟ୍ ପରଠାରୁ ବହୁତ ଟି-୨୦ ମ୍ୟାଚ୍ ହୋଇନାହିଁ – ଅର୍ଥାତ୍ ଏଥିରେ କୌଣସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri