ନିର୍ବାଚନ ବେଳେ ମନେପଡ଼େ ମହୁଲପଦା ଗାଁ

କଳିଙ୍ଗନଗର,୧୫ା୨(ଡି.ଏନ.ଏ.):ଧାତବ ଶିଳ୍ପର ରାଜଧାନୀ ଯାଜପୁର ଜିଲାର କଳିଙ୍ଗନଗର ଶିଳ୍ପାଞ୍ଚଳ ସଂଲଗ୍ନ ପଞ୍ଚାୟତ ମଧ୍ୟରୁ ଯଖପୁରା ଅନ୍ୟତମ। ଏହି ପଞ୍ଚାୟତର ମହୁଲପଦା ଗଁାକୁ ଦେଖିଲେ ତାହା ବିକାଶ ନକ୍ସାରୁ ବାଦ୍‌ ପଡ଼ିଥିବା ଅନୁଭବ ହୁଏ। ଗାଁ ବିକାଶରେ ପ୍ରକୃତ ବିକାଶ ନ୍ୟାୟରେ ପଞ୍ଚାୟତକୁ କ୍ଷମତା ହସ୍ତାନ୍ତର କରାଯାଇଛି। ମାତ୍ର ବ୍ୟାପକ ଅନୁଦାନ ସତ୍ତ୍ୱେ ବଦଳି ନାହିଁ ଏହି ଗାଁର ଚିତ୍ର। ନିର୍ବାଚନ ଆସିଲେ ବିଭିନ୍ନ ରାଜନୈତକ ଦଳର ନେତା ଓ ପ୍ରାର୍ଥୀମାନେ ଏହି ଗଁାକୁ ମନେପକାଇଥାନ୍ତି। ମାତ୍ର ଭୋଟ୍‌ ସରିଗଲା ପରେ ସମସ୍ତେ ଭୁଲିଯାଆନ୍ତି। ଉକ୍ତ ଗାଁର ମୁଖ୍ୟ ସମସ୍ୟା ହେଉଛି ଏହାର ପ୍ରବେଶପଥ ସଂଲଗ୍ନ ରାସ୍ତା। ଅସରାଏ ବର୍ଷା ହେଲେ ଗାଁ ରାସ୍ତାରେ ଚାଲିବା କଷ୍ଟକର। ଶତ ପ୍ରତିଶତ ତଫସିଲଭୁକ୍ତ ଜାତି ଲୋକେ ବାସ କରୁଥିବା ଏହି ଗାଁର ୧୬ଟି ଘରେ ପାଖାପାଖି ୩୦ ପରିବାର ରହୁଛନ୍ତି। ଗ୍ରାମବାସୀଙ୍କ ମଧ୍ୟରୁ ଅର୍ଦ୍ଧାଧିକ ଦିନମଜୁରିଆ। କେହି କେହି ପାଖ କାରଖାନାରେ ଠିକା ଶ୍ରମିକ ଭାବେ କାମ କରନ୍ତି। ସବୁ ପରିବାର ଭୂମିହୀନ ହୋଇଥିବାବେଳେ ସରକାରୀ ଜମିରେ ଘର କରି ରହୁଛନ୍ତି। ଗ୍ରାମର କାହାକୁ ବସୁନ୍ଧରା ଯୋଜନାରେ ସାମିଲ କରାଯାଇନାହିଁ। ଦୀର୍ଘଦିନ ଧରି ଉପେକ୍ଷିତ ରହିଛନ୍ତି ଏହି ଗାଁର ଲୋକେ।
ବାସନ୍ତି ମଲିକଙ୍କ କହିବା ମୁତାବକ, ସବୁଥର ନିର୍ବାଚନ ପୂର୍ବରୁ ଆମ ଗାଁରେ ଭିଡ଼ ହୁଏ। ଭୋଟ ଭିକ୍ଷା ବାହାନାରେ ପ୍ରଚୁର ପ୍ରତିଶୁ୍ରତି ଅଜାଡ଼ି ଦିଆଯାଏ। ମାତ୍ର ଭୋଟ ସରିଲେ କାଶିଆ କିଏ ନା କପିଳା କିଏ। ଗାଁ ରାସ୍ତା କଂକ୍ରିଟ କରିବାକୁ ବିଡିଓଙ୍କଠାରୁ ନେତାଙ୍କ ପର୍ଯ୍ୟନ୍ତ ବାରମ୍ବାର ଦାବି ଜଣାଇ ନେହୁରା ହେଉଥିଲେ ମଧ୍ୟ ସୁଫଳ ମିଳିନାହିଁ। ନିର୍ବାଚନ ପରେ କେମିତି ଅଛୁ ବୁଝିବାକୁ ଆମ ଗାଁରେ ଦିନେ କାହାର ପାଦ ପଡ଼ିନାହିଁ। ଚଳିତଥର ଏହି ପଞ୍ଚାୟତରୁ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେଉଛି। ବିଜେଡି ସମର୍ଥିତ ସରପଞ୍ଚ ପ୍ରାର୍ଥୀ ଭାବେ ଅରୁଣ ଜ୍ୟୋତି ସାମଲ, ଭାଜପା ସମର୍ଥିତ ପ୍ରାର୍ଥୀ କୁଳମଣି ଧଳ ଏବଂ ସ୍ବାଧୀନ ଭାବେ ଦୀପକ କୁମାର ନାୟକ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଏହି ପଞ୍ଚାୟତ ଅଧୀନ ୧୫ ୱାର୍ଡର ମୋଟ୍‌ ୩୮୩୮ ଭୋଟର ମତଦାନ କରିବେ। ତେବେ ଏଥର ଲୋକେ କାହାକୁ ବିଜୟୀ କରାଇବେ ତାହା ଭୋଟ୍‌ ଗଣତି ପରେ ଜଣାପଡ଼ିବ। ମାତ୍ର ସମସ୍ୟା ଯେଉଁମାନେ ସମାଧାନ କରିବେ ଲୋକେ ସେମାନଙ୍କୁ ଭୋଟ୍‌ ଦେବେ ବୋଲି କହିଛନ୍ତି। ଏବେ ଦେଖିବାକୁ ଅପେକ୍ଷା ଲୋକେ କାହାକୁ ଚୟନ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକାକୁ ଇରାନର ଖୋଲା ଧମକ, କହିଲା ‘ଆମେ ଆମେରିକାକୁ ପ୍ରସ୍ତର ଯୁଗଠାରୁ ବି ପୂର୍ବ ଯୁଗକୁ ଫେରାଇ ଦେବୁ’

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଆହୁରି ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ମୁକାବିଲା ଆଉ କେବଳ ଦୁଇଟି ରାଷ୍ଟ୍ର…

ରାଜ୍ୟ ସଭାର ଉପନେତା ପଦରୁ ହଟାଯିବା ପରେ କମିଯିବ କି ରାଘବ ଚଢାଙ୍କ ଦରମା? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୩।୪: ରାଜ୍ୟ ସଭାରେ ଉପନେତା ପଦରୁ ରାଘବ ଚଢାଙ୍କୁ ହଟାଇବା ପରେ ରାଜନୈତିକ ବିତର୍କ ଆରମ୍ଭ ହୋଇଛି। ଅଶୋକ ମିତ୍ତଲ ଏବେ ଏହି ଭୂମିକା ଗ୍ରହଣ କରିବେ।…

ସ୍ତ୍ରୀଙ୍କ ସହ ଯାଇଥିଲେ ଶ୍ୱଶୁର ଘର: ଘରେ ବୁଲିଲା କଳାକନା

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଜଗନ୍ନାଥ ମନ୍ଦିର ସାହିରେ ରହୁଥିବା ରାଜମିସ୍ତ୍ରୀ ପିଣ୍ଟୁ ସାହୁଙ୍କ ଘର ତାଲା ଭାଙ୍ଗି ଦୁର୍ୱୃତ୍ତମାନେ କଳାକନା…

ଶପଥ ନେଲେ ନବନିର୍ବାଚିତ ବାର ଆସୋସିଏଶନ କର୍ମକର୍ତ୍ତା, ଜାଣନ୍ତୁ ସେମାନେ କିଏ…

ଭଞ୍ଜନଗର,୩।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନର ନବ ନିର୍ବାଚିତ କର୍ମକର୍ତ୍ତାମାନେ ଶୁକ୍ରବାର ଶପଥ ନେଇଛନ୍ତି। ନିର୍ବାଚନ ଅଧିକାରୀ ଲଡ଼ୁ କିଶୋର ଅଳତିଆ ନବନିର୍ବାଚିତ କର୍ମକର୍ତ୍ତାଙ୍କୁ…

କଂଗ୍ରେସରେ ଯୋଗ ଦେବେ ରାଘବ ଚଢା? ବଡ଼ ଦାବି କଲେ ଅଳକା ଲାମ୍ବା

ନୂଆଦିଲ୍ଲୀ,୩।୪: ଏଏପି ରାଜ୍ୟ ସଭା ଏମପି ରାଘବ ଚଢା ନିଜ ଦଳ ଭିତରେ ନେତାମାନଙ୍କ ଦ୍ୱାରା ସମାଲୋଚନାର ଶିକାର ହୋଇଛନ୍ତି। ରାଜନୈତିକ ମହଲରେ ତାଙ୍କ ସମ୍ପର୍କରେ ବିଭିନ୍ନ…

ସଞ୍ଜୁ ସାମସନଙ୍କୁ ଭୁରି ଭୁରି ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୩।୪: ଟିମ ଇଣ୍ଡିଆ ନିକଟରେ ICC ଟି୨୦ ବିଶ୍ୱକପ ୨୦୨୬ ଜିତି ଇତିହାସ ରଚିଛି। ଷ୍ଟାର ଭାରତୀୟ ଉଇକେଟ୍‌କିପର-ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ ଏହି ଟାଇଟଲ ବିଜୟର ହିରୋ…

ମାମୁଁ ଘରକୁ ଆସିଥିଲେ: କେନାଲରୁ ମିଳିଲା ନାବାଳିକାଙ୍କ ମୃତଦେହ

ରାଜନଗର,୩।୪: କେନ୍ଦ୍ରପଡ଼ା ଜିଲା ରାଜନଗର ଥାନା ଚାନ୍ଦିବାଉଁଶମୂଳ ପଞ୍ଚାୟତ ଅଞ୍ଚଳରୁ ଶୁକ୍ରବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏକ କେନାଲରୁ ଜଣେ ନାବାଳିକାଙ୍କ ମୃତଦେହ ଉଦ୍ଧାର…

୮ ତାରିଖ ଯାଏ ଛେଚିବ: ଆସନ୍ତାକାଲି ପାଇଁ ଏହି ୧୨ ଜିଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା! ୱାର୍ନିଂ ଜାରି କଲା…

ଭୁବନେଶ୍ୱର,୩।୪: ରାଜ୍ୟରେ ୮ ତାରିଖ ଯାଏ ବର୍ଷା ନେଇ ପାଣିପାଗ ବିଭାଗ ଚେତାବନୀ ଜାରି କରିଛି। ବିଜୁଳି, ଘଡ଼ଘଡ଼ି ସହ ବର୍ଷା ନେଇ ଆସନ୍ତାକାଲି ପାଇଁ ୧୨…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri