Posted inଫୁରସତ

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର କିମ୍ବା ରାଜ୍ୟ ସରକାର ଏହି ଦେଶକୁ ସମ୍ପୂର୍ଣ୍ଣ ଭାବେ ଚଳାଇବାକୁ ସକ୍ଷମ ନୁହନ୍ତି। ଏଥିଲାଗି ଏକ ସ୍ବତନ୍ତ୍ର ବ୍ୟବସ୍ଥା ଆବଶ୍ୟକ। ଏଥିଲାଗି ଦେଶର ପ୍ରତ୍ୟେକ କୋଣରେ ଗଣତନ୍ତ୍ରକୁ ସ୍ଥାପନା କରିବା ଉଦ୍ଦେଶ୍ୟରେ ପଞ୍ଚାୟତି ରାଜ ବ୍ୟବସ୍ଥା ଆରମ୍ଭ ହୋଇଛି। ଗ୍ରାମୀଣ ଅଞ୍ଚଳର ଲୋକେ ନିଜର ରାୟ ରଖିବା ସହ ବିକାଶ ଏବଂ ସଶକ୍ତିକରଣର ଅଂଶ ହେବା ଏହି ବ୍ୟବସ୍ଥା ପ୍ରଣୟନର ଉଦ୍ଦେଶ୍ୟ।
ବର୍ଷ ୨୪ ଏପ୍ରିଲରେ ପଞ୍ଚାୟତିରାଜ ଦିବସ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହା ବୁଧବାରରେ ପଡ଼ିଛି। ତେବେ ୨୦୧୦ରେ ପ୍ରଥମ ପଞ୍ଚାୟତି ରାଜ ଦିବସ ପାଳନ ହୋଇଥିଲା। ଏହାକୁ ୧୯୯୩ରେ ୭୩ତମ ସାମ୍ବିଧାନିକ ସଂଶୋଧନ ଅଧିନିୟମ ଅନୁଯାୟୀ ପଞ୍ଚାୟତି ରାଜ ବ୍ୟବସ୍ଥା ପ୍ରଣୟନ କରାଯାଇଥିଲା। ପଞ୍ଚାୟତି ରାଜ ମନ୍ତ୍ରଣାଳୟ ପକ୍ଷରୁ ପ୍ରତିବର୍ଷ ୨୪ ଏପ୍ରିଲକୁ ଜାତୀୟ ପଞ୍ଚାୟତି ରାଜ ଦିବସ ଭାବରେ ପାଳନ କରିଥାଏ। ପଞ୍ଚାୟତି ରାଜ ବ୍ୟବସ୍ଥା ମୁତାବକ ଗ୍ରାମ ସ୍ତରରେ ଗ୍ରାମସଭା, ବ୍ଲକ ସ୍ତରରେ ମଣ୍ଡଳ ପରିଷଦ ଏବଂ ଜିଲା ସ୍ତରରେ ଜିଲା ପରିଷଦ ରହିଛି। ଏହି ସମସ୍ତ ସଂସ୍ଥା ପାଇଁ ନିର୍ବାଚିତ ସଦସ୍ୟ ତୃଣମୂଳସ୍ତରରେ ଶାସନକୁ ସମ୍ଭାଳିଥାନ୍ତି। ଏହା ଦ୍ୱାରା ଶାସନ ବ୍ୟବସ୍ଥା ତୃଣମୂଳସ୍ତରରେ ପହଞ୍ଚି ପାରିଛି।
ଗ୍ରାମଗୁଡିକୁ ନିଜସ୍ବ କାର୍ଯ୍ୟକଳାପ କରିବା ପାଇଁ ଏହି ବ୍ୟବସ୍ଥା ଦାୟିତ୍ୱ ପ୍ରଦାନ କରିଥାଏ। ବଲୱନ୍ତ ରାୟ ମେହେଟ୍ଟା ଗ୍ରାମ ପଞ୍ଚାୟତର ବିକେନ୍ଦ୍ରୀକରଣ ପାଇଁ ପ୍ରସ୍ତାବ ଦେଇଥିଲେ। ଏଥିପାଇଁ ତାଙ୍କୁ ପଞ୍ଚାୟତିରାଜ ବ୍ୟବସ୍ଥାର ଜନକ ମଧ୍ୟ କୁହାଯାଇଥାଏ। ଏହି ଦିନ ଦେଶର ପଞ୍ଚାୟତଗୁଡିକର ବିଭିନ୍ନ ପ୍ରତିନିଧିମାନେ ଆୟୋଜିତ ବିଭିନ୍ନ ଆଲୋଚନାରେ ଅଂଶଗ୍ରହଣ କରି ଏନେଇ ସଚେତନତା ସୃଷ୍ଟିର ଉଦ୍ୟମ କରିଥାନ୍ତି।
ଏପ୍ରିଲ ୨୦୧୦ରେ ଏହି ଦିବସ ପ୍ରଥମ ଥର ପାଇଁପାଳନ କରାଯାଇଥିଲା। ୭୩ ତମ ସଂଶୋଧନ ଅଧିନିୟମ ୧୯୯୨ ଅନୁଯାୟୀ, ତୃଣମୂଳ ସ୍ତରର କ୍ଷମତା ବିକେନ୍ଦ୍ରୀକରଣ କରାଯାଇ ପଞ୍ଚାୟତିରାଜ ନାମରେ ପରିଚିତ ଅନୁଷ୍ଠାନର ମୂଳଦୁଆ ଆରମ୍ଭ ହୋଇଥିଲା। ଏହାସହିତ ପଞ୍ଚାୟତିରାଜ ମନ୍ତ୍ରଣାଳୟର କାର୍ଯ୍ୟ ପରିସରକୁ ଏକ ବ୍ୟବସ୍ଥିତ ଆଧାର ପ୍ରଦାନ କରିଥିଲା। ୧୯୫୭ରେ ଏନେଇ କମିଟି ଗଠନ ହେବା ପରେ ପଞ୍ଚାୟତିରାଜ ଭାବନା କାର୍ଯ୍ୟକାରୀ ହୋଇଥିଲା। ୧୯୫୯ରେ ରାଜସ୍ଥାନ ପ୍ରଥମ ରାଜ୍ୟ ଭାବରେ ପଞ୍ଚାୟତିରାଜ ବ୍ୟବସ୍ଥାକୁ ଦେଶକୁ ଆଣିଥିଲା।ଏହି ବିଲ ୨୨ ଡିସେମ୍ବର ୧୯୯୨ରେ ଲୋକ ସଭା ଏବଂ ୨୩ ଡିସେମ୍ବର ୧୯୯୨ରେ ରାଜ୍ୟ ସଭା ଦ୍ୱାରା ଗୃହୀତ ହୋଇଥିଲା। ପରେ ଏହା ୧୭ଟି ରାଜ୍ୟ ବିଧାନସଭା ଦ୍ୱାରା ଅନୁମୋଦିତ ହୋଇଥିଲ। ୧୯୯୩ ଏପ୍ରିଲ ୨୩ରେ ଏହା ରାଷ୍ଟ୍ରପତିଙ୍କ ସ୍ବୀକୃତି ଲାଭ କରିଥିଲା। ଏହି ନିୟମ ୨୪ ଏପ୍ରିଲ ୧୯୯୩ରୁ କାର୍ଯ୍ୟକାରୀ ହୋଇଥିଲା। ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ୨୪ ଏପ୍ରିଲ ୨୦୧୦ରେ ପ୍ରଥମ ଜାତୀୟ ପଞ୍ଚାୟତିରାଜ ଦିବସ ଘୋଷଣା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

କବାଡ଼ି ପ୍ରିମିୟର ଲିଗ୍‌ ସିଜନ-୨ ଆରମ୍ଭ

ନୂଆପଡ଼ା,୨୮ା୩(ମକାରୁ ବେମାଲ): ନୂଆପଡ଼ା କବାଡ଼ି ଖେଳାଳି ସଂଘ ପକ୍ଷରୁ ପୁରୁଷ ଓ ମହିଳା ବିଭାଗରେ କବାଡ଼ି ପ୍ରିମିୟର ଲିଗ ସିଜନ-୨ ଶୁକ୍ରବାର ସାରେ ଉଦ୍‌ଘାଟିତ ହୋଇଯାଇଛି। ଜିଲା…

ରାମ ନବମୀ ଶୋଭାଯାତ୍ରାରେ ଟିଟିଲାଗଡ଼ ବିଧାୟକଙ୍କ ଗୁଳିଚାଳନା, ସୁରକ୍ଷା ବ୍ୟବସ୍ଥା ଉପରେ…

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ଟିଟିଲାଗଡ଼ ସହରରେ ପବିତ୍ର ରାମ ନବମୀ ତିଥିରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏକ ଆଧ୍ୟାତ୍ମିକ ଶୋଭାଯାତ୍ରା ଚାଲିଥିବା ସମୟରେ ସର୍ବସମ୍ମୁଖରେ…

ଜନଗଣନା ତାଲିମ ବେଳେ ଚେତାଶୂନ୍ୟ ହୋଇପଡ଼ିଲେ ଶିକ୍ଷୟିତ୍ରୀ, ଆଉ ତା’ପରେ…

ହିଞ୍ଜିଳିକାଟୁ, ୨୮।୩( ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳିକାଟୁ ପିଏମଶ୍ରୀ ସରକାରୀ ବୃନ୍ଦାବନ ବିଦ୍ୟାଳୟରେ ଚାଲିଥିବା ଜନଗଣନା ତାଲିମର ତୃତୀୟ ପର୍ଯ୍ୟାୟରେ ତାଲିମ ବେଳେ ଶନିବାର କେନ୍ଦ୍ରରେ ଜଣେ ଶିକ୍ଷୟିତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri