ତଦନ୍ତରେ ବାଧା ଭିଏଟ୍‌ନାମା ଭାଷା

ପାରାଦୀପ,୬।୧୨(ଶରତ ରାଉତ): ପାରାଦୀପ ବନ୍ଦର ପିଆଇସିଟି (ପାରାଦୀପ ଇଣ୍ଟରନ୍ୟାଶନାଲ କାର୍ଗୋ ଟର୍ମିନାଲ) ବର୍ଥରୁ ନଭେମ୍ବର ୩୦ ତାରିଖ ରାତିରେ ‘ଏମ୍‌ଭି ଦେବୀ’ ନାମକ ପଣ୍ୟବାହୀ ଜାହାଜରୁ ୨୨ ପ୍ୟାକେଟ୍‌ କୋକେନ ଜବତ କରାଯାଇଥିଲା। ଏହାର ମୂଲ୍ୟ ୨୨୦ କୋଟି ଟଙ୍କା ବୋଲି ସେତେବେଳେ କଷ୍ଟମ୍ସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା। ଉକ୍ତ ଘଟଣା ଇତିମଧ୍ୟରେ ୫ ଦିନ ଅତିକ୍ରାନ୍ତ ହେଲାଣି। କିନ୍ତୁ ଉକ୍ତ କୋକେନ କେଉଁଠୁ ଓ କିପରି ଆସିଲା ତାହା ମଙ୍ଗଳବାର ସା ସୁଦ୍ଧା ଜଣାପଡ଼ିନାହିଁ। ଏପରିକି ୪ଟି ତଦନ୍ତକାରୀ ସଂସ୍ଥା ଏହା ମଧ୍ୟରେ ତଦନ୍ତ ଚଳାଇଥିଲେ ହେଁ ରହସ୍ୟ ଉନ୍ମୋଚନ ହୋଇନାହିଁ। ଉକ୍ତ ସଂସ୍ଥାଗୁଡ଼ିକ ହେଲେ କଷ୍ଟମ୍ସ, କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌, ଏନ୍‌ସିବି ଓ ଆଇବି। କଷ୍ଟମ୍ସ ବିଭାଗ ଏବେ ତଦନ୍ତ କରୁଥିବା ବେଳେ ଅନ୍ୟ ୩ ସଂସ୍ଥା ପାରାଦୀପରୁ ଫେରି ଗଲେଣି। କଷ୍ଟମ୍ସ ବିଭାଗ କମିଶନର ୨ତାରିଖରେ କେବଳ ପ୍ରେସ୍‌ ରିଲିଜ୍‌ ଜରିଆରେ ଜବତ ସମ୍ପର୍କରେ ସୂଚନା ଦେଇଥିଲେ। ତା’ପରଠାରୁ ଆଉ କୌଣସି ସ୍ପଷ୍ଟୀକରଣ ମିଳିନାହିଁ। ମଙ୍ଗଳବାର ଏ ସମ୍ପର୍କରେ ଯୋଗାଯୋଗ କରାଯାଇଥିଲେ ହେଁ କୌଣସି ପ୍ରତିକ୍ରିୟା ମିଳିନାହିଁ।
ବର୍ଥ ପାଖରେ ତଦନ୍ତ କରୁଥିବା ଜଣେ ଅଧିକାରୀଙ୍କ ସହ ଏ ସମ୍ପର୍କରେ ଆଲୋଚନା ବେଳେ ସେ କେତେକ ପ୍ରସଙ୍ଗ ଉପରେ ଅନୌପଚାରିକ ଭାବେ ସୂଚନା ଦେଇଛନ୍ତି। ଯଥା ତଦନ୍ତରେ ଭାଷା ବାଧକ ବୋଲି କହିଛନ୍ତି। ଜାହାଜରେ ଥିବା କ୍ୟାପ୍‌ଟେନ ଓ ୨୧ ଜଣ ନାବିକ ଭିଏଟ୍‌ନାମ ଦେଶର। ସେମାନଙ୍କ ଭାଷା ବୁଝି ହେଉନାହିଁ। ସେଥିପାଇଁ ଜଣେ ଭାଷା ବିଶେଷଜ୍ଞଙ୍କ ଜରିଆରେ ପ୍ରତ୍ୟେକଙ୍କ ବୟାନ ରେକର୍ଡ କରାଯାଉଛି। ଜାହାଜ ପୂର୍ବପରି ବର୍ଥରେ ରହିଛି। ସେଥିରେ ପ୍ରାୟ ୫ ହଜାର ମେଟ୍ରିକଟନ ଷ୍ଟିଲ କାର୍ଗୋ ବୋଝେଇ ହୋଇ ରହିଛି। ମଙ୍ଗଳବାର ଜାହାଜ ମାଲିକ ଦୁଇଜଣ ଓକିଲଙ୍କୁ ନେଇ ଘଟଣା ସ୍ଥଳକୁ ଆସିଥିଲେ। ମାମଲା ରୁଜୁ ହୋଇ ନ ଥିବାରୁ ଓକିଲ ବିଶେଷ କିଛି ପଦକ୍ଷେପ ନେଇନାହାନ୍ତି। ଯେଉଁ କ୍ରେନ୍‌ କ୍ୟାବିନ ମଧ୍ୟରେ କୋକେନ ମିଳିଥିଲା ତାହା ସେମିତି ରହିଛି। ସମ୍ଭାବ୍ୟ ବାତ୍ୟା ଯୋଗୁ ଅନୁମତି ମିଳିବା ପରେ କ୍ରେନକୁ ସ୍ବାଭାବିକସ୍ତରକୁ ନିଆଯାଇଛି। ରପ୍ତାନିକାରୀ ସଂସ୍ଥା ଜେଏସ୍‌ପିଏଲ୍‌ ଜାହାଜରେ ବୋଝେଇ ହୋଇଥିବା କାର୍ଗୋକୁ ଖାଲି କରିବା ପାଇଁ ଉଦ୍ୟମ ଚଳାଇଥିବା ଜଣାପଡ଼ିଛି।
ଆଉ ଏକ ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଜଣେ ଶ୍ରମିକ ଗୋଟିଏ ଜାହାଜ ମଧ୍ୟରୁ କିଛି ଚୋରି କରି ବାହାରକୁ ଆଣୁଥିବା ଛୋଟ ଭିଡିଓ ଭାଇରାଲ ହେଉଛି। କିନ୍ତୁ କେଉଁ ଜାହାଜର ଏହି ଦୃଶ୍ୟ ତାହା ଅସ୍ପଷ୍ଟ ରହିଛି। ଶ୍ରମିକ ଜଣକ ପାରାଦୀପର ବୋଲି ଜଣାପଡ଼ିଛି। ତେବେ ତଦନ୍ତରେ ଶିଥିଳତା ଯୋଗୁ ପିଆଇସିଟି (ଜେଏମ୍‌ ବକ୍ସି) କମ୍ପାନୀଠାରୁ ଆରମ୍ଭ କରି ରପ୍ତାନିକାରୀ ସଂସ୍ଥା, ଷ୍ଟିଭେଡର୍ସ, ଏଜେଣ୍ଟ ଆଦି କମ୍ପାନୀର କ୍ଷତି ବଢ଼ିବାରେ ଲାଗିଛି। ଯେଉଁ ବର୍ଥରେ ଜାହାଜ ରହିଛି, ସେଠାରେ ପଣ୍ୟ କାରବାର ହୋଇପାରୁନାହିଁ। ଜାହାଜ ଭଡ଼ାଠାରୁ ଆରମ୍ଭ କରି ରପ୍ତାନିକାରୀ ସଂସ୍ଥା ପର୍ଯ୍ୟନ୍ତ ଏହି ୬ ଦିନରେ କୋଟିଏରୁ ଅଧିକ ଟଙ୍କା କ୍ଷତି ସହିଲେଣି। ଏସବୁ ସତ୍ତ୍ୱେ ମଧ୍ୟ ଏପର୍ଯ୍ୟନ୍ତ କୋକେନ ଘଟଣା ଉପରୁ ରହସ୍ୟ ଖୋଲୁନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri