ବଡ଼ ଖୁଲାସା: ନିଆଁ ଲଗାଇବା ପୂର୍ବରୁ ପୀଡିତାଙ୍କ ବଡ଼ ବୟାନ, ଗୋଟି ଗୋଟି ସବୁ କହିଥିଲେ…

ଭୁବନେଶ୍ୱର,୧୪।୭: ବାଲେଶ୍ବର FM କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଛି। ଏହି ସମୟରେ ଏକ ଭିଡିଓ ସାମ୍ନାକୁ ଆସିଛି। ଯାହାକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ପୀଡିତା ଜୁଲାଇ ୨ରେ ଗଣମାଧ୍ୟମକୁ ଦେଇଥିବା ବୟାନ ଭାଇରାଲ ହେଉଛି। କେମିତି ତାଙ୍କୁ ନିର୍ଯାତନା ଦିଆଯାଉଥିଲା। ତାଙ୍କ ସହ କ’ଣ ସବୁ ଘଟଣା ଘଟିଥିଲା, ତାହାକୁ ଗୋଟି ଗୋଟି ସବୁ ବଖାଣିଥିଲେ ପୀଡିତା।

ଜୁଲାଇ ୨ରେ ଗଣମାଧ୍ୟମକୁ ଦେଇଥିବା ବୟାନରେ ପୀଡିତା ଜଣଙ୍କ କହିଥିଲେ, ମୋର ଇଂଲିଶ ହୋଉନଥିଲା। ମୁଁ ସାର୍‌ଙ୍କୁ କହିଲି। ହେଲେ ସାର୍‌ ମୋତେ ଫେବର କଥା କହିଲେ। ମୁଁ ଶୁଣିକି ରାଗିଯାଇଥିଲି। ସିଧା ରୁମ୍‌କୁ ପଳାଇଆସିଥିଲି। ପରେ ମୋର ବ୍ୟକ୍ତିଗତ କାରଣ ଯୋଗୁ କ୍ଲାସ୍‌ରେ ଅନୁପସ୍ଥିତି ଥିଲି। ତାହାକୁ କେନ୍ଦ୍ର କରି ସାର୍‌ ମୋ ବାପାଙ୍କୁ କଲ୍‌ କରିଥିଲେ। ମୋ ନାଁରେ ଇଆଡୁ ସିଆଡୁ କହିଲେ। ଏପରିକି ମୋତେ ପରୀକ୍ଷା ଦେବାକୁ ଦେଲେ ନାହିଁ। କ୍ଲାସ୍‌ କରିବାକୁ ଦେଲେନାହିଁ। କବାଟ ବାହାରେ ଛିଡା ହେଇ ବହୁତ କାନ୍ଦିଛି। ୮ ମାସ ହେବ ଏମିତି ଚାଲିଥିଲା। ସାର୍‌ ମୋତେ ପରୀକ୍ଷାରେ ବ୍ୟାକ୍‌ ଲଗାଇବାକୁ ଧମକ ଦେଉଥିଲେ। ଯାହାକୁ ନେଇ ମୁଁ ଡରିଯାଇଥିଲି। ପ୍ରିନ୍ସପାଲଙ୍କୁ ଏକଥା ଜଣାଇଥିଲି। ହେଲେ କିଛି ସୁଫଳ ମିଳିନଥିଲା। ମୁଁ ସୁଇସାଇଡ୍‌ ଉଦ୍ୟମ କରିଥିଲି ବୋଲି ପୀଡିତା ଜଣଙ୍କ ଗଣମାଧ୍ୟମ ଆଗରେ ପ୍ରକାଶ କରିଥିଲେ।

ଭୁବନେଶ୍ବର ଏମ୍ସରେ ଜୀବନ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ବାଲେଶ୍ବର ଫକୀରମୋହନ ବିଶ୍ବବିଦ୍ୟାଳୟର ପୀଡିତା ଛାତ୍ରୀ। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଅତି ସଂକଟାପନ୍ନ ରହିଛି। ତାଙ୍କ ଶରୀରର ୯୫ ପ୍ରତିଶତ ପୋଡି ଯାଇଥିବା ବେଳେ ଫୁସଫୁସ, ହୃତପିଣ୍ଡ, କିଡନି ଗୁରୁତର ଭାବେ ପ୍ରଭାବିତ ହୋଇଛି । ଏବେ ପୀତିଡାଙ୍କର ଡାଏଲିସିସ କରାଯାଉଛି। ଭିଡିଓ କନଫରେନ୍ସିଂ ଜରିଆରେ ଦିଲ୍ଲୀ ଏମ୍ସର ପରାମର୍ଶ ଅନୁଯାୟୀ ଡାଏଲିସିସ କରାଯାଉଥିବା ଜଣାପଡିଛି।

Share