ଶଟ୍‌ଡାଉନ୍‌କୁ ନେଇ ଆମେରିକା କଂଗ୍ରେସରେ ଝଡ଼

ଓ୍ବାଶିଂଟନ,୨୭।୨: ନିର୍ବାଚନୀ ବର୍ଷରେ ଆମେରିକା ସରକାର ଆଉ ୫ ଦିନ ପରେ ଆଂଶିକ ଶଟ୍‌ଡାଉନ୍‌ର ସମ୍ମୁଖୀନ ହେବାକୁ ଯାଉଛନ୍ତି। ଏଥିରୁ ବର୍ତ୍ତିବା ଲାଗି ଆଇନ ପ୍ରଣେତାମାନେ ଉଦ୍ୟମ ଚଳାଇଥିବାବେଳେ ଏହାକୁ ନେଇ ସୋମବାର ଆମେରିକା କଂଗ୍ରେସରେ ଝଡ଼ ସୃଷ୍ଟି ହୋଇଛି। ୟୁକ୍ରେନ୍‌, ଇସ୍ରାଏଲ୍‌ ଏବଂ ତାଇଓ୍ବାନକୁ ସହାୟତା ଯୋଗାଇବା ଆମେରିକା ପାଇଁ ଜରୁରୀ ହୋଇଥିବାବେଳେ ରିପବ୍ଲିକାନ୍‌ ପାର୍ଟି ନିୟନ୍ତ୍ରଣରେ ଥିବା ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍‌ରେ ସରକାର ଅଡ଼ୁଆରେ ପଡ଼ିଛନ୍ତି। ଅକ୍ଟୋବର ୧ରୁ ଆରମ୍ଭ ହୋଇଥିବା ଆର୍ଥତ୍କ ବର୍ଷ ପାଇଁ ୧.୫୯ ଟ୍ରିଲିୟନ ଡଲାରର ଇଚ୍ଛାଧୀନ ବ୍ୟୟ ପାଇଁ ରିପବ୍ଲିକାନ୍‌ ହାଉସ୍‌ ସ୍ପିକର ମାଇକ୍‌ ଜନସନ ଏବଂ ଡେମୋକ୍ରାଟିକ ସିନେଟର ସଂଖ୍ୟାଗରିଷ୍ଠ ନେତା ଚୁକ୍‌ ସୁମେର ସହମତ ହୋଇଥିଲେ। ଇତିମଧ୍ୟରେ ଦୁଇମାସ ବିତିଯାଇଥିଲେ ମଧ୍ୟ କଂଗ୍ରେସ ସବିଶେଷ ବିଧେୟକକୁ ନେଇ ନିଷ୍କର୍ଷରେ ପହଞ୍ଚତ୍ବାରେ ବିଫଳ ହୋଇଥିବାରୁ ତାହା କାର୍ଯ୍ୟକାରୀ ହୋଇପାରି ନାହିଁ। କଂଗ୍ରେସରେ ଅଚଳାବସ୍ଥା ଲାଗିରହିଲେ ସରକାରଙ୍କୁ ଅଧିକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି କୁହାଯାଉଛି।
ଅଚଳାବସ୍ଥା ଯୋଗୁ ରିପବ୍ଲିକାନ ଏବଂ ଡେମୋକ୍ରାଟ୍‌ମାନଙ୍କ ମଧ୍ୟରେ ବିବାଦ ବଢ଼ୁଥିବାବେଳେ ରିପବ୍ଲିକାନ୍‌ ର଼୍ୟାଙ୍କ ମଧ୍ୟରେ କଠୋରପନ୍ଥୀମାନେ ଏବେ ନିଜସ୍ବ ବିରୋଧୀ ଦଳ ଗଠନ କରିଛନ୍ତି। ୯୫ ବିଲିୟନ ଡଲାର ବିଦେଶ ସହାୟତା ବିଲ୍‌ ସିନେଟରେ ଗୃହୀତ ହୋଇଥିବାବେଳେ ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍‌ରେ ଅଟକି ରହିଛି। ଏହା ଉପରେ ରକ୍ଷଣଶୀଳ ଖ୍ରୀଷ୍ଟିଆନ ସଦସ୍ୟମାନଙ୍କୁ ଭୋଟ ଅନୁମତି ଦିଆଗଲେ ସ୍ପିକର ପଦରୁ ଜନ୍‌ସନଙ୍କୁ ବହିଷ୍କାର କରିବା ନିମନ୍ତେ କଠୋରପନ୍ଥୀ ରିପବ୍ଲିକାନ୍‌ ସଦସ୍ୟମାନେ ଚେତାବନୀ ଦେଇଛନ୍ତି। ଅନ୍ୟପକ୍ଷରେ ବାଇଡେନ୍‌ଙ୍କ ସମର୍ଥନରେ ବିଲ୍‌ଗୁଡ଼ିକୁ ଜନ୍‌ସନ ଅଟକାଉଥିବାରୁ ହ୍ବାଇଟ୍‌ହାଉସ୍‌ ତାଙ୍କୁ ବ୍ୟକ୍ତିଗତ ଭାବେ ସମାଲୋଚନା କରିଛି। ସିନେଟ୍‌ର ସଂଖ୍ୟାଗରିଷ୍ଠ ନେତା ସୁମେର, ଜନସନ ଓ ଅନ୍ୟ କଂଗ୍ରେସ ନେତାମାନଙ୍କୁ ମଙ୍ଗଳବାର ଭେଟିବା ନିମନ୍ତେ ବାଇଡେନ୍‌ ଯୋଜନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ମଧ୍ୟରେ ଟ୍ରମ୍ପଙ୍କ ବଡ଼ ଘୋଷଣା: ବିଶ୍ୱ ବଜାରରେ ଆଶ୍ୱସ୍ତି, ହ୍ରାସ ପାଇଲା…

ଓ୍ବାଶିଂଟନ୍‌,୨୩।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଯୋଗୁ ସାରା ବିଶ୍ୱରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଇଛି। ଭାରତୀୟ ମୁଦ୍ରା ଡଲାର ତୁଳନାରେ ୯୪.୦୧କୁ ଖସି ଆସି ଏସିଆରେ…

ଉଡାଣ ଭରିବାର କିଛି ସମୟ ପରେ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ, ୧୧୦ ଜଣ କରୁଥିଲେ ଯାତ୍ରା

କଲମ୍ବିଆ,୨୩।୩: କଲମ୍ବିଆରେ ଏକ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ମୋଟ ୧୧୦ ଜଣ ଯାତ୍ରା କରୁଥିଲେ। ରିପୋର୍ଟ ଅନୁଯାୟୀ ବିମାନଟି ଉଡ଼ାଣ ଆରମ୍ଭ ହେବାର କିଛି…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ବଡ଼ ଘୋଷଣା, ଇରାନ ବିରୋଧରେ ୫ ଦିନ ଯୁଦ୍ଧ ସ୍ଥଗିତ ରଖିଲା ଆମେରିକା

ନୂଆଦିଲ୍ଲୀ,୨୩।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ସେ ଆଗାମୀ ପାଞ୍ଚ ଦିନ ପାଇଁ ଇରାନର ଏନର୍ଜୀ ଭିତ୍ତିଭୂମି ଉପରେ ଆକ୍ରମଣ ଯୋଜନାକୁ ସ୍ଥଗିତ…

ଇତିହାସରେ ପ୍ରଥମ: ଏଥର ହେବ ଡିଜିଟାଲ ଜନଗଣନା, ଗାଁରେ ଘରକୁ ଘର ବୁଲି…

ଭୁବନେଶ୍ୱର,୨୩ା୩: ରାଜ୍ୟରେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ଜନଗଣନା ପ୍ରସ୍ତୁତି। ଏନେଇ ଓଡ଼ିଶା ଜନଗଣନା ନିର୍ଦ୍ଦେଶକ ନିଖିଲ ପଓ୍ବନ କଲ୍ୟାଣ ସୂଚନା ଦେଇଛନ୍ତି। ଏପ୍ରିଲ ୧ରୁ ୧୫ ତାରିଖ…

ଗାଁରେ ପଡିଛି ମହିଳାଙ୍କ ଦରପୋଡା ମୃତଦେହ, ହତ୍ୟା ପରେ ଜାଳିଦେଲେ….

ଦେବଗଡ,୨୩।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା କୁଣ୍ଢେଇଗୋଳା ଥାନା ମହ୍ଲାରବାହାଲ ଗ୍ରାମରେ ଭୟାନକ ହତ୍ୟାକାଣ୍ଡ । ମହିଳାଙ୍କୁ ହତ୍ୟା ପରେ ନିଆଁ ଲଗାଇ ପୋଡି ଦେଇଥିବା ନେଇ…

ଯୁଦ୍ଧ ମଧ୍ୟରେ ସଂସଦରେ କଡ଼ା ବାର୍ତ୍ତା ଦେଲେ ପ୍ରଧାନମନ୍ତ୍ରୀ ମୋଦି, ସାରା ବିଶ୍ୱରେ ପଡିଗଲା ଚହଳ

ନୂଆଦିଲ୍ଲୀ,୨୩।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ଭାରତ ସାମ୍ନା କରୁଥିବା ଚ୍ୟାଲେଞ୍ଜ ବିଷୟରେ ଲୋକ ସଭାରେ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ପଶ୍ଚିମ ଏସିଆର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri