ମାଲକାନିଗିରିରେ କେନ୍ଦ୍ର ରେଳମନ୍ତ୍ରୀ, ଉଦ୍‌ଘାଟନ କଲେ ଡାକଘର

ମାଲକାନଗିରି,୨୨ା୪(ଡି.ଏନ୍‌.ଏ.): କେନ୍ଦ୍ର ରେଳ, ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଶୁକ୍ରବାର ମାଲକାନଗିରି ଗସ୍ତ କରି ଜିଲା ଡାକଘରର ଶୁଭ ଉଦ୍‌ଘାଟନ କରିଛନ୍ତି। ପରେ ଗ୍ରାମ ଉନ୍ନୟନ ସମ୍ମିଳନୀ କକ୍ଷରେ ଜିଲା ପ୍ରଶାସନିକ ଅଧିକାରୀମାନଙ୍କୁ ନେଇ କେନ୍ଦ୍ର ସରକାରଙ୍କ ଅନୁଦାନରେ ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ରେଳ ଓ ଡାକ ବିଭାଗର ବରିଷ୍ଠ ପଦାଧିକାରୀମାନଙ୍କ ସହ ମାଲକାନଗିରି ବିଧାୟକ ଆଦିତ୍ୟ ମାଡି, ପୂର୍ବତନ ଏମ୍‌ପି ବଳଭଦ୍ର ମାଝି, ଭାରପ୍ରାପ୍ତ ଜିଲାପାଳ ବୀରସେନ ପ୍ରଧାନ ଓ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ।