ଦୁଇ ବିରୋଧୀଙ୍କ ମେଣ୍ଟ

ୟୁରୋପ ମହାଦେଶର ଅନ୍ୟତମ ପ୍ରଭାବଶାଳୀ ରାଷ୍ଟ୍ର ଜର୍ମାନୀ ଏବେ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି ଭାବେ ପରିଚିତ। ପୃଥିବୀର ଅନେକ ଦେଶ ଭଳି ସେଠାରେ ମଧ୍ୟ ରାଜନୈତିକ ସଙ୍କଟ ଲାଗି ରହିଛି। ୨୦୨୫ ସେପ୍ଟେମ୍ବରରେ ଜର୍ମାନୀର ଜାତୀୟ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାବେଳେ ତା’ ପୂର୍ବରୁ ଡିସେମ୍ବର ୨୦୨୪ରେ ମେଣ୍ଟ ସରକାର ଭାଙ୍ଗିଯାଇଥିଲା। ଉଲ୍ଲେଖଯୋଗ୍ୟ, ୨୦୨୧ ନିର୍ବାଚନରେ ସୋସିଆଲ ଡେମୋକ୍ରାଟିକ୍‌ ପାର୍ଟି (ଏସ୍‌ପିଡି) ଏବଂ ଅନ୍ୟ ଦୁଇ ଦଳ ଦି ଗ୍ରୀନ୍‌ସ ଓ ଫ୍ରି ଡେମୋକ୍ରାଟିକ୍‌ ପାର୍ଟି(ଏଫ୍‌ଡିପି) ମିଶି ସରକାର ଗଢ଼ିଥିଲେ। ଏସ୍‌ପିଡି ନେତା ଓଲାଫ୍‌ ସ୍କୋଲଜ ଚାନ୍‌ସେଲର ହୋଇଥିଲେ। ତେବେ ୨୩ ଫେବୃଆରୀ ୨୦୨୪ରେ ଜର୍ମାନୀରେ ହୋଇଥିବା ଜାତୀୟ ନିର୍ବାଚନର ଫଳାଫଳ ଶାସକ ଦଳକୁ ପଛରେ ପକାଇ ଦେଇଛି। ଏଥିରେ ଓଲାଫ୍‌ଙ୍କ ଦଳ ୬୩୦ ଆସନ ବିଶିଷ୍ଟ ପାର୍ଲାମେଣ୍ଟ ‘ବୁନ୍ଦେଷ୍ଟାଗ୍‌’ରେ ୧୨୧ ଆସନ ଅର୍ଥାତ୍‌ ମାତ୍ର ୧୬ ପ୍ରତିଶତ ଭୋଟ ପାଇ ପରାଜୟ ବରଣ କରିଛି। ଅନ୍ୟପକ୍ଷରେ କଞ୍ଜରଭେଟିଭ୍‌ ଦଳ ଯଥା ଖ୍ରୀଷ୍ଟିଆନ୍‌ ଡେମୋକ୍ରାଟିକ୍‌ ୟୁନିୟନ (ସିଡିୟୁ) ଓ ଖ୍ରୀଷ୍ଟିଆନ୍‌ ସୋସିଆଲ ୟୁନିୟନ(ସିଏସ୍‌ୟୁ) ମେଣ୍ଟ ୨୦୮ ସିଟ୍‌ ଅର୍ଥାତ୍‌ ପାଖାପାଖି ୨୯ ପ୍ରତିଶତ ଭୋଟ ପାଇ ସର୍ବାଗ୍ରେ ରହିଛି। ଦ୍ୱିତୀୟ ସର୍ବବୃହତ୍‌ ଆସନ ଅଲଟରନେଟିଭ୍‌ ଫର୍‌ ଜର୍ମାନୀ (ଏଏଫ୍‌ଡି) ୨୧ ପ୍ରତିଶତ ଭୋଟ ହାସଲ କରି ୧୫୧ ଆସନ ହାତେଇଛି। ସେହିପରି ଦି ଗ୍ରୀନ୍ସ ୮୫ ଓ ଲେଫ୍ଟ ପାର୍ଟି ୬୪ ଆସନ ପାଇଥିବା ସୂଚନା ମିଳିଛି। ଏଠାରେ ଉଲ୍ଲେଖଯେଗ୍ୟ ଯେ, ୫ ପ୍ରତିଶତରୁ କମ୍‌ ଭୋଟ ପାଇଥିବା ଦଳ ସମ୍ପୂର୍ଣ୍ଣ ଭାବେ ନାକଚ ହୋଇଯାଇଥାଆନ୍ତି।
ନିର୍ବାଚନ ଫଳାଫଳକୁ ଦେଖିଲେ ସିଡିୟୁ-ସିଏସ୍‌ୟୁ ମେଣ୍ଟର ଫେଡେରିକ୍‌ ମେର୍ଜଙ୍କ ନେତୃତ୍ୱରେ ନୂତନ ସରକାର ଗଠନ ହେବାକୁ ଯାଉଛି। ୬ ଫୁଟ ୭ ଇଞ୍ଜ ଡେଙ୍ଗା ମେର୍ଜଙ୍କ ସହ ଆଲିସ୍‌ ଓ୍ବିଡେଲ୍‌ଙ୍କ ଏଏଫ୍‌ଡି ସରକାରରେ ମିଶିବା ନେଇ ଆଲେଚନା ହେଉଥିବା ଖବର ଶୁଣିବାକୁ ମିଳୁଛି। ଅତ୍ୟନ୍ତ ଦକ୍ଷିଣପନ୍ଥୀ ତଥା ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ସମର୍ଥକ ଭାବେ ପରିଚିତ ଏଏଫ୍‌ଡି ସରକାରରେ ସାମିଲ ହେଲେ ତାହା ଜର୍ମାନ ରାଜନୀତିରେ ହୁଏତ ନୂଆ ସ୍ଥିତି ସୃଷ୍ଟି କରିବ। ଏହି ସମ୍ପାଦକୀୟ ଲେଖା ହେଲା ବେଳକୁ ମେର୍ଜ ଏଏଫ୍‌ଡିର ଆଲିସ୍‌ଙ୍କୁ ସ୍ବୀକାର କରିବେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ।
ସିଡିୟୁ ନେତା ମେର୍ଜ ବୃତ୍ତିରେ ଜଣେ କର୍ପୋରେଟ୍‌ ଆଇନଜୀବୀ, ବ୍ୟବସାୟୀ ଓ ଅଭିଜ୍ଞ ପାର୍ଲାମେଣ୍ଟାରିଆନ୍‌ ଭାବେ ଜଣାଶୁଣା। ନାରୀଙ୍କୁ ନାପସନ୍ଦ କରୁଥିବା ମେର୍ଜଙ୍କ ଦଳର ନେତୃସ୍ଥାନରେ ପ୍ରାୟତଃ କୌଣସି ମହିଳା ନାହାନ୍ତି। କିନ୍ତୁ ତାଙ୍କ ଦଳକୁ ମିଳିଥିବା ସଫଳତା ପଛରେ ରହିଛି-ଆପ୍ରବାସନ ସଂକ୍ରାନ୍ତ ସଂସ୍କାର, ୟୁରୋପୀୟ ଅର୍ଥନୀତିରେ ଜର୍ମାନୀର ଗୁରୁତ୍ୱକୁ ଠିକ୍‌ ଭାବେ ଦର୍ଶାଇବା ଓ ସମଲିଙ୍ଗୀ ସମ୍ପର୍କ ବିରୋଧୀ ମନୋଭାବ। ଏଠାରେ ସୂଚନା ଦିଆଯାଇପାରେ ୨୦୨୫ ଜାତୀୟ ନିର୍ବାଚନରେ ଦେଶର ଆର୍ଥିକ ସ୍ଥିତି ସୁଧାରିବା, ଆପ୍ରବାସନ ସଂସ୍କାର ସମେତ ଦରଦାମ ବୃଦ୍ଧି ନିୟନ୍ତ୍ରଣ, ୟୁକ୍ରେନ୍‌ ଯୁଦ୍ଧ ଓ ନିରାପତ୍ତା ଆଦି ପ୍ରମୁଖ ପ୍ରସଙ୍ଗ ପାଲଟିଥିଲା। ମେର୍ଜ ଏହିସବୁ ବିଷୟକୁ ଭୋଟରଙ୍କ ସମ୍ମୁଖରେ ଭଲ ଭାବେ ପ୍ରଦର୍ଶନ କରିବା ପରେ ତାଙ୍କୁ ଅଧିକ ଆସନ ମିଳିଥିବା କୁହାଯାଉଛି। ସେହିଭଳି ଏଏଫ୍‌ଡିର ନେତ୍ରୀ ଆଲିସ୍‌ଙ୍କ ସ୍ଥାନ ୨୦୨୧ ନିର୍ବାଚନରେ ୫ମରେ ଥିବା ବେଳେ ଏବେ ଦ୍ୱିତୀୟକୁ ଉନ୍ନୀତ ହୋଇଛି। ସୂଚନା ଦିଆଯାଇପାରେ ଯେ, ଓ୍ବେଷ୍ଟ ଜର୍ମାନୀରେ ଜନ୍ମିତ ଆଲିସ ଚଳିତ ନିର୍ବାଚନରେ ଇଷ୍ଟ ଜର୍ମାନୀରୁ ଅଧିକ ଭୋଟ ପାଇ ଦଳକୁ ସଶକ୍ତ କରିପାରିଛନ୍ତି। ନାଜି ଶାସନ ବେଳେ ତାଙ୍କ ଜେଜେ ହାନ୍ସ ଓ୍ବେଡେଲଙ୍କୁ ଖୋଦ୍‌ ହିଟ୍‌ଲର ବିଚାରପତି ଭାବେ ଅବସ୍ଥାପିତ କରିଥିଲେ। ତାଙ୍କୁ ଦାୟିତ୍ୱ ଦିଆଯାଇଥିଲା ଯେକୌଣସି ବ୍ୟକ୍ତି ନାଜି ଦଳ ବା ହିଟ୍‌ଲରଙ୍କୁ ବିରୋଧ କଲେ, ତାଙ୍କୁ କଠୋର ଦଣ୍ଡରେ ଦଣ୍ଡିତ କରିବେ। ଆଲିସଙ୍କ ବ୍ୟକ୍ତିଗତ ଜୀବନକୁ ଦେଖିଲେ ଶ୍ରୀଲଙ୍କା ଜନ୍ମିତ ତଥା ସୁଇସ୍‌ ଦମ୍ପତିଙ୍କ ପୌଷ୍ୟ ସନ୍ତାନ ସାରା ବୋସାର୍ଡଙ୍କ ସହ ତାଙ୍କର ସମଲିଙ୍ଗୀ (ଲେସ୍‌ବିୟାନ୍‌) ସମ୍ପର୍କ ରହିଛି। ଉଭୟଙ୍କର ମଧ୍ୟ ଦୁଇ ପୌଷ୍ୟ ପୁତ୍ର ରହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଆଲିସ୍‌ ଗୋଲ୍ଡମ୍ୟାନ୍‌ ସାଚ୍‌, ବ୍ୟାଙ୍କ ଅଫ୍‌ ଚାଇନାରେ କାର୍ଯ୍ୟ କରିଥିବା ବେଳେ ଅର୍ଥନୀତି ସମ୍ବନ୍ଧରେ ତାଙ୍କର ଅନେକ ଅଭିଜ୍ଞତା ରହିଛି। ବିଶ୍ୱ ସମ୍ମୁଖୀନ ହେଉଥିବା ଆର୍ଥିକ ଦୁଃସ୍ଥିତି ପରିପ୍ରେକ୍ଷୀରେ ତାଙ୍କ ଦେଶକୁ ସମୃଦ୍ଧ କରିବା ଲାଗି ସେ ନିର୍ବାଚନରେ ଦେଇଥିବା ପ୍ରତିଶ୍ରୁତି ମଧ୍ୟବିତ୍ତ ବର୍ଗଙ୍କୁ ଆକୃଷ୍ଟ କରିଛି। ଏଥିସହିତ ମେର୍ଜଙ୍କ ଭଳି ତାଙ୍କର ଆପ୍ରବାସନ ବିରୋଧୀ ଦୃଷ୍ଟିକୋଣ ରହିଥିବାରୁ ସେ ମଧ୍ୟ ଭୋଟରଙ୍କ ଦ୍ୱାରା ଗ୍ରହଣୀୟ ହୋଇଛନ୍ତି। ହେଲେ ମେର୍ଜ ଓ ଆଲିସଙ୍କ ମହିଳା ସମ୍ପର୍କିତ ଚିନ୍ତାଧାରା ଏବେ ଆଲୋଚନାର ବିଷୟ ହୋଇଛି। ମେର୍ଜ ମହିଳାଙ୍କ ନେତୃତ୍ୱକୁ ପସନ୍ଦ କରୁ ନ ଥିବା ବେଳେ ଆଲିସ ନିଜେ ଜଣେ ମହିଳା। ପୁଣି ମେର୍ଜ ସମଲିଙ୍ଗୀ ସମ୍ପର୍କ ବିରୋଧୀ ଭାବେ ଜଣାଶୁଣା ଥିବା ବେଳେ ଅଲିସ୍‌ ଲେସ୍‌ବିୟାନ୍‌ ସମ୍ପର୍କରେ ରହିଛନ୍ତି।
ଆଗକୁ ଜର୍ମାନୀ ରାଜନୀତି ଓ ଅର୍ଥନୀତି କେଉଁ ଦିଗକୁ ଯିବ ପରେ ଜଣାପଡ଼ିବ। କିନ୍ତୁ ଆପ୍ରବାସନ ଓ ଅର୍ଥନୀତି ବିଷୟକୁ ବାଦ୍‌ ଦେଇ ମହିଳା ଓ ସମଲିଙ୍ଗୀ ପ୍ରସଙ୍ଗରେ ଭିନ୍ନ ମତ ପୋଷଣ କରୁଥିବା ଦୁଇ ନେତା କ୍ଷମତା ରାଜନୀତିରେ ତିଷ୍ଠିରହିବାକୁ ଯାଇ ମିଶିଲେ ୟୁରୋପୀୟ ରାଜନୀତିରେ ଏକ ନୂଆ ସମୀକରଣ ସୃଷ୍ଟି ହେବ। ପୁଣି ଶୁଣାଗଲାଣି ଆବଶ୍ୟକ ପଡ଼ିଲେ ମେର୍ଜ ଏସ୍‌ପିଡି ନେତା ଓଲାଫ୍‌ ସ୍କୋଲଜଙ୍କ ସହ ମିଶି ସରକାର ଗଢ଼ି ମହାମେଣ୍ଟ କରିପାରନ୍ତି। ତାହା ମଧ୍ୟ ହେଲେ ଦୁଇ ବିରୋଧୀ ମେଣ୍ଟ ଘଟଣା ଆହୁରି ଚର୍ଚ୍ଚାର ବିଷୟ ପାଲଟିବ।


Enter your email to get our daily news in your inbox.

All Right Reserved By Dharitri.Com

ବାତ୍ୟା ଆସିଲେ ଭୂସ୍ଖଳନ ଭୟ: ୨ ଦିନ ବନ୍ଦ ରହିବ କଳିଙ୍ଗା ଘାଟି

ଜି.ଉଦୟଗିରି,୨୧।୯(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଓ ଗଞ୍ଜାମ ସୀମାନ୍ତବର୍ତ୍ତୀ କଳିଙ୍ଗା ଘାଟି ଦେଇ ବିଜୟୱାଡ଼ା ରାଞ୍ଚିକୁ ସଂଯୋଗ କରୁଥିବା ୧୫୭ ନମ୍ବର ଜାତୀୟ ରାଜପଥ ଏବେ…

ଭଞ୍ଜନଗରରେ ଅଧିକ ବର୍ଷା ଆଶଙ୍କା: ତଳିଆ ଅଞ୍ଚଳବାସୀଙ୍କ ପାଇଁ ସତର୍କ ସୂଚନା ଜାରି

ଭଞ୍ଜନଗର,୨୧।୯(ବାବୁଲା ପ୍ରଧାନ): ଭଞ୍ଜନଗର ଜଳଭଣ୍ଡାରରେ ବର୍ତ୍ତମାନ ପ୍ରାୟ ୮୬ ପ୍ରତିଶତ ଜଳ ସଞ୍ଚିତ ଥିବାବେଳେ ଆଗାମୀ ଦିନରେ ଅଧିକ ବର୍ଷାର ସମ୍ଭାବନା ଅଛି । ତେଣୁ ଭଞ୍ଜନଗର…

ସେପ୍ଟେମ୍ବର ୨୩ରେ ଘଟିବ ବିରଳ ଘଟଣା; ଦିନ-ରାତି ୧୨-୧୨ ଘଣ୍ଟା….

ନୂଆଦିଲ୍ଲୀ,୨୧।୯: ଆସନ୍ତା ୨୩ ସେପ୍ଟେମ୍ବରରେ ଆକାଶରେ ଦେଖିବାକୁ ମିଳିବ ଏକ ବିଶେଷ ଭୌଗଳିକ ଘଟଣା । ଏହି ତାରିଖରେ ଦିନ ଓ ରାତିର ସମୟ ପ୍ରାୟ ସମାନ…

ଭଞ୍ଜନଗର ଉପଖଣ୍ଡର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ: ୪୫୮୬ ନୂଆ ଯୋଡ଼ିହେଲେ, ୩୬୩୪୨ ପଡ଼ିଲେ ବାଦ୍‌

ଭଞ୍ଜନଗର,୨୧।୯(ବାବୁଲା ପ୍ରଧାନ):ଦୀର୍ଘ ସାଢ଼େ ତିନି ମାସ ଧରି ଚାଲିଥିବା ସ୍ବତନ୍ତ୍ର ସଘନ -୨୦୨୬ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଶେଷ ହେବା ପରେ ସୋମବାର ଚୂଡ଼ାନ୍ତ ଭୋଟର…

ବାତ୍ୟାକୁ ନେଇ ବଡ଼ ଅପଡେଟ୍‌ ଦେଲେ ମୁଖ୍ୟ ଶାସନ ସଚିବ: ୧୧ ଜିଲା ହେବ ପ୍ରଭାବିତ

ଭୁବନେଶ୍ୱର,୨୧।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ଅଞ୍ଚଳ ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ସୋମବାର ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଅବପାତ ରୂପ…

ସମ୍ଭାବ୍ୟ ବାତ୍ୟା ଭୟ ଭିତରେ ବଡ଼ ସୂଚନା ଦେଲେ IMD ଡିଜି: ୨୨ ତାରିଖ ସନ୍ଧ୍ୟାରୁ…

ଭୁବନେଶ୍ୱର,୨୧।୯:ଗଭୀର ଅବପାତ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷିବ। ଏନେଇ ସୂଚନା ଦେଇଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। IMD ଡିଜିଙ୍କ କହିବାନୁସାରେ, ପୁରୀରୁ ଦକ୍ଷିଣକୁ ଥିବା…

୨୦ ମାସର ଶିଶୁଙ୍କୁ ଘରୁ ଘୋଷାଡ଼ି ନେଲା କୁକୁର: ଆଉ ତା’ପରେ ଘଟିଲା…

ଶିମ୍‌ଲା,୨୧।୯: ହିମାଚଳ ପ୍ରଦେଶର ରାଜଧାନୀ ଶିମ୍‌ଲାର ଶାଙ୍କଲୀ ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଏଠାରେ ଜଣେ ୨୦ ମାସର ଶିଶୁ କନ୍ୟା ଉପରେ ଦୁଇଟି…

ଯୁବକଙ୍କୁ ମୃତ ଘୋଷଣା କଲେ ଡାକ୍ତର; ଜୀବନ ବଞ୍ଚାଇବାକୁ ମେଡିକାଲରେ ଝଡ଼ାଫୁଙ୍କା କଲେ ଗୁଣିଆ, ତାପରେ…!

ଆନନ୍ଦପୁର,୨୧।୯(ସୁଶାନ୍ତ କୁମାର ସାହୁ ): ପୁଣି ଥରେ ଅନ୍ଧବିଶ୍ୱାସର ମାୟାଜାଲରେ ସଭ୍ୟ ସମାଜ । ବିଜ୍ଞାନ ଏତେ ଆଗେଇ ଯାଇଥିଲେ ମଧ୍ୟ ଆଜି ବି ଲୋକଙ୍କ ମନରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?