ଲେବାନନ ଆକ୍ରମଣରେ ୟୁଏଇ ଭୟଭୀତ, ବିମାନ ଚଳାଚଳ ବନ୍ଦ

ଦୁବାଇ,୫ା୧୦: ୟୁଏଇ ଲେବାନନ ଆକ୍ରମଣ ନେଇ ଭୟଭୀତ ହୋଇପଡ଼ିଛି। ସେପ୍ଟେମ୍ବର ୧୭ରେ ଲେବାନନର ରାଜଧାନୀ ବେରୁଟ ସମେତ ଅନେକ ସ୍ଥାନରେ ବାର୍ତ୍ତା ପହଞ୍ଚାଇବା ପାଇଁ ବ୍ୟବହୃତ ପେଜରରେ ହଠାତ୍‌ ବିସ୍ଫୋରଣ ହୋଇଥିଲା। ବିଭିନ୍ନ ସ୍ଥାନରେ ଏକକାଳୀନ ୫୦୦୦ ପେଜର୍‌ ଛିଣ୍ଡିଗଲା। ଏଥିରେ ୩୦୦୦ରୁ ଅଧିକ ଲୋକ ଆହତ ହୋଇଥିଲେ। ଏହି ବିସ୍ଫୋରଣରେ ଇରାନ ସମର୍ଥିତ ଗୋଷ୍ଠୀ ହେଜ୍‌ବୋଲ୍ଲା ଏବଂ ଇରାନର ଲେବାନନ୍‌ରେ ଥିବା ରାଷ୍ଟ୍ରଦୂତ ମଧ୍ୟ ଆହତ ହୋଇଛନ୍ତି।

ଏହି ବିସ୍ଫୋରଣ ପରେ ୟୁଏଇ ଦୁବାଇ ଅଭିମୁଖେ ଯାତ୍ରା କରୁଥିବା ସମସ୍ତ ଯାତ୍ରୀଙ୍କୁ ଚେକ୍‌ ଇନ୍‌ କିମ୍ବା କ୍ୟାବିନ୍‌ ବ୍ୟାଗ୍‌ରେ ପେଜର୍‌ ଏବଂ ଓ୍ବାକି ଟକି ନେବାକୁ ବାରଣ କରିଛି। ଜାରି ବିବୃତ୍ତିରେ କୁହାଯାଇଛି, ଯଦି କୌଣସି ଯାତ୍ରୀଙ୍କ ସହ ପେଜର୍‌ ଏବଂ ଓ୍ବାକି-ଟକି ମିଳେ ତେବେ ସେମାନଙ୍କୁ ଦୁବାଇ ପୋଲିସ ଜବତ କରିବ।

ପେଜର୍‌ ଏବଂ ଓ୍ବକି-ଟକି ଲେବାନନରେ ବିସ୍ଫୋରକ ସାମଗ୍ରୀ ପରେ ଲେବାନନର ବେରୁଟ୍‌-ରାଫିକ ହରିରି ଅନ୍ତର୍ଜାତୀୟ ବିମାନବନ୍ଦରରୁ ଯାଉଥିବା ଯାତ୍ରୀମାନଙ୍କୁ ସମସ୍ତ ବିମାନରେ ପେଜର୍‌ ଏବଂ ଓ୍ବାକି ଟକି ନେବାକୁ ବାରଣ କରାଯାଇଥିଲା।

ୟୁଏଇ ଏବଂ ଲେବାନନ୍‌ ମଧ୍ୟରେ ବର୍ତ୍ତମାନ କୌଣସି ବିମାନ ନାହିଁ। ଏହା ବ୍ୟତୀତ ସମସ୍ତ ବିମାନକୁ ଅକ୍ଟୋବର ୮ ପର୍ଯ୍ୟନ୍ତ ବନ୍ଦ କରି ଦିଆଯାଇଛି। ଏଥିସହିତ ଅକ୍ଟୋବର ୫ ପର୍ଯ୍ୟନ୍ତ ଇରାକ୍‌ (ବସ୍ରା ଏବଂ ବାଗଦାଦ), ଇରାନ (ତେହେରାନ) ଏବଂ ଜୋର୍ଡାନ (ଅମାନ)କୁ ନିୟମିତ ବିମାନ ଚଳାଚଳ ବାତିଲ କରାଯାଇଛି। ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ ଇରାକ, ଇରାନ ଏବଂ ଜୋର୍ଡାନକୁ ବିମାନ ଚଳାଚଳ ବନ୍ଦ ନୋଟିସ୍‌ ପର୍ଯ୍ୟନ୍ତ ବନ୍ଦ କରାଯାଇଛି।

ଆବୁଧାବିସ୍ଥିତ ଏତିହାଦ ଏୟାରଓ୍ବେଜ ଗୁରୁବାର ଆବୁଧାବ ଏବଂ ତେଲ ଅଭିଭ୍‌ ମଧ୍ୟରେ ବିମାନ ସେବା ଆରମ୍ଭ କରିଛି। ଏହା ବ୍ୟତୀତ ଦୁବାଇରୁ ଇରାକ୍‌, ଇସ୍ରାଏଲ ଏବଂ ଜୋର୍ଡାନକୁ ବିମାନ ସେବା ଶୁକ୍ରବାର ପୁଣି ଆରମ୍ଭ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଭାରତ-ପାକିସ୍ତାନ ମ୍ୟାଚ: କିଏ ଜିତିବ ବାଜି

ଦୁବାଇ, ୫।୯ (ପି.ଟି.):ଚଳିତ ଏସିଆ କପ୍‌ ମହିଳା କ୍ରିକେଟରେ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ ଶନିବାର ଅନୁଷ୍ଠିତ ହେବ। ପ୍ରଥମ ଦୁଇ ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ…

ହଠାତ୍‌ ମୋଚିରାମଙ୍କୁ କାମୁଡ଼ିଲା ସାପ: ତା’ପରେ ଏମିତି କାମ କଲେ ଡାକ୍ତର ଆଶ୍ଚର୍ଯ୍ୟ

ଉଦଳା,୫।୯(ସନ୍ତୋଷ ବାଛିନୀ): ଅଚାନକ କାମୁଡିଲା ସାପ, ଆଉ ସାପକୁ ମାରି ତାକୁ ଧରି ମେଡିକାଲରେ ପହଁଚିଲେ ଯୁବକ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲା ଉଦଳା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ମୀନାକ୍ଷୀରାଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଲୋଇସିଂହା,୫।୯(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର କଳା ଶିକ୍ଷୟିତ୍ରୀ ତଥା ଗାଳ୍ପିକା ମୀନାକ୍ଷୀରାଣୀ ମିଶ୍ର ଜିଲାର ଏକମାତ୍ର ଶିକ୍ଷୟିତ୍ରୀ ଭାବେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା…

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା କାର୍‌; ୮ ଛାତ୍ରଙ୍କ ମୃତ୍ୟୁ

ତ୍ରିଶୂର ,୫।୯: କେରଳର ତ୍ରିଶୂର ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଟ୍ରକ୍‌କୁ କାର୍‌ ଧକ୍କା ଦେବା ଫଳରେ କାର୍‌ରେ ଥିବା…

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

ମୋଦିଙ୍କ ପାଇଁ ଚକୋଲେଟ୍‌ର ‘ଇଣ୍ଡିଆ ଗେଟ୍‌’ ଆଣିଥିଲେ ବେଲଜିୟମ ପ୍ରଧାନମନ୍ତ୍ରୀ, ଭାରତରେ ପହଞ୍ଚିବା ପରେ ଘଟିଲା ଏମିତି କିଛି!

ନୂଆଦିଲ୍ଲୀ,୫।୯: ଭାରତ ଗସ୍ତରେ ଆସିଥିବା ବେଲଜିୟମ ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭର୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଆଣିଥିଲେ ଏକ ଅତ୍ୟନ୍ତ ନିଆରା ଉପହାର। ଭାରତର ପ୍ରସିଦ୍ଧ…

ମନ୍ଦିର ବୁଲାଣିରେ ଅଘଟଣ, ବାଇକ୍‌କୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ…

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟ୍‌ଲି ଥାନା ଅନ୍ତର୍ଗତ ମେଣ୍ଢାପାଲି ବନଦୁର୍ଗା ମନ୍ଦିର ନିକଟସ୍ଥ ବୁଲାଣିରେ ଏକ ପିକ୍‌ଅପ ଭ୍ୟାନ (ନଂ-ଓଡି ୧୫ଏଡି ୭୮୯୨) ଅନ୍ୟ ଏକ ବାଇକକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri