ବିବାହ ବନ୍ଧନରେ ବାନ୍ଧିହେଲେ ଦୁଇ ଦୃଷ୍ଟିହୀନ

ଚୌଦ୍ୱାର,୨୨।୧(ଡି.ଏନ.ଏ.): ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଦୁଇଜଣ ଦୃଷ୍ଟିହୀନ। ପରସ୍ପରକୁ ଜୀବନସାଥୀ କରିବାର ନିଷ୍ପତ୍ତି ନେଇ ଟାଙ୍ଗୀ-ଚୌଦ୍ୱାର ବ୍ଲକ କୟଳପଡା ପଞ୍ଚାୟତ ଅଧୀନ ଶିମିଳିହାଣ୍ଡ ଗ୍ରାମର ରାଧାମାଧବ ମଠରେ ଉଭୟ ଉଭୟଙ୍କ ହାତ ଧରିଛନ୍ତି। ଏହି ବିବାହ ଉତ୍ସବରେ ଗ୍ରାମବାସୀ ଯୋଗଦେଇ ନବ ଦମ୍ପତିକୁ ଆଶୀର୍ବାଦ କରିଛନ୍ତି।
ଶିମିଳିହାଣ୍ଡ ଗ୍ରାମର ଦିବାକର ନାୟକଙ୍କ ଝିଅ ରିନୁ ଜନ୍ମରୁ ଦୃଷ୍ଟିହୀନ। ପିଲାଦିନେ ମା ଚାଲିଯିବା ପରେ ସାହିପଡିଶା ଲୋକଙ୍କ ମେଳରେ ରିନୁ ବଢିଥିଲେ। ସେ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଛନ୍ତି। ସେହିପରି କଖଡି-ବରମପୁର ଗ୍ରାମର ମୁନା ନାୟକ ମଧ୍ୟ ଦୃଷ୍ଟିହୀନ। ମୁନାଙ୍କୁ ୩ବର୍ଷ ହୋଇଥିବାବେଳେ ତାଙ୍କ ମାଆଙ୍କ ମୃତ୍ୟୁ ଘଟିଥିଲା। ୫ବର୍ଷ ବୟସରେ ତାଙ୍କ ବାପା ଆରପାରିକୁ ଚାଲିଗଲେ। ମାବାପା ଛେଉଣ୍ଡ ମୁନା କୟଳପଡା ପଞ୍ଚାୟତ ଢିହସାହି ଗ୍ରାମର ଅଜାଙ୍କ ଘରେ ରହୁଛନ୍ତି। ମୁନା ମଧ୍ୟ ମାଟ୍ରିକ ପର୍ଯ୍ୟନ୍ତ ପାଠ ପଢିଛନ୍ତି। ଏବେ ସେ ବିଭିନ୍ନ ଅନୁଷ୍ଠାନରେ ସଙ୍ଗୀତ ପରିବେଷଣ କରିବା ସହିତ ଟ୍ରେନ୍‌ରେ ଗୀତ ବୋଲି ଯାତ୍ରୀଙ୍କ ମନୋରଞ୍ଜନ କରୁଛନ୍ତି। ଏଥି ସହିତ ଟ୍ରେନ୍‌ରେ ଷ୍ଟେସନେରି ସାମଗ୍ରୀ ବିକ୍ରି କରୁଛନ୍ତି। ତେବେ ମୁନା ଓ ରିନୁଙ୍କ ବିବାହ ପାଇଁ ଉଭୟ ପରିବାର ସହମତି ପ୍ରକାଶ କରିଥିଲେ। ଫଳରେ ଗ୍ରାମବାସୀ ଓ ଉଭୟ ପରିବାର ଲୋକଙ୍କ ଉପସ୍ଥିତିରେ ରାଧାମାଧବ ମଠରେ ଉଭୟଙ୍କ ବିବାହ ସମ୍ପନ୍ନ ହୋଇଥିଲା। ଏହି ବିବାହ ଉତ୍ସବରେ ଚୌଦ୍ୱାର-କଟକ ବିଧାୟକ ସୌଭିକ୍‌ ବିଶ୍ୱାଳ ଯୋଗଦେଇ ନବଦମ୍ପତିଙ୍କୁ ଆଶ୍ରୀର୍ବାଦ କରିବା ସହ ଶୁଭକାମନା ଜଣାଇଥିଲେ। ଅନ୍ୟପକ୍ଷରେ ରିନୁ ଘର କାମ କରିପାରୁଥିବାରୁ ବିବାହ ପରେ କିଛି ଅସୁବିଧା ହେବନାହଁି ବୋଲି ଦିବାକର କହିଛନ୍ତି। ଏହି ଦମ୍ପତି ପରସ୍ପରକୁ ଦେଖି ନ ପାରିଲେ ମଧ୍ୟ ଜୀବନସାଥୀ କରିବା ସଂକଳ୍ପ ନେଇ ସମାଜ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ଏମାନଙ୍କ ପାଇଁ ସରକାରଙ୍କ ଯୋଜନାରେ ସୁବିଧାସୁଯୋଗ ଯୋଗାଇବାକୁ ବ୍ଲକ ଉପାଧ୍ୟକ୍ଷା ଜାନକୀ ପରିଡା କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri