ବିବାହ ବନ୍ଧନରେ ବାନ୍ଧିହେଲେ ଦୁଇ ଦୃଷ୍ଟିହୀନ

ଚୌଦ୍ୱାର,୨୨।୧(ଡି.ଏନ.ଏ.): ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଦୁଇଜଣ ଦୃଷ୍ଟିହୀନ। ପରସ୍ପରକୁ ଜୀବନସାଥୀ କରିବାର ନିଷ୍ପତ୍ତି ନେଇ ଟାଙ୍ଗୀ-ଚୌଦ୍ୱାର ବ୍ଲକ କୟଳପଡା ପଞ୍ଚାୟତ ଅଧୀନ ଶିମିଳିହାଣ୍ଡ ଗ୍ରାମର ରାଧାମାଧବ ମଠରେ ଉଭୟ ଉଭୟଙ୍କ ହାତ ଧରିଛନ୍ତି। ଏହି ବିବାହ ଉତ୍ସବରେ ଗ୍ରାମବାସୀ ଯୋଗଦେଇ ନବ ଦମ୍ପତିକୁ ଆଶୀର୍ବାଦ କରିଛନ୍ତି।
ଶିମିଳିହାଣ୍ଡ ଗ୍ରାମର ଦିବାକର ନାୟକଙ୍କ ଝିଅ ରିନୁ ଜନ୍ମରୁ ଦୃଷ୍ଟିହୀନ। ପିଲାଦିନେ ମା ଚାଲିଯିବା ପରେ ସାହିପଡିଶା ଲୋକଙ୍କ ମେଳରେ ରିନୁ ବଢିଥିଲେ। ସେ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଛନ୍ତି। ସେହିପରି କଖଡି-ବରମପୁର ଗ୍ରାମର ମୁନା ନାୟକ ମଧ୍ୟ ଦୃଷ୍ଟିହୀନ। ମୁନାଙ୍କୁ ୩ବର୍ଷ ହୋଇଥିବାବେଳେ ତାଙ୍କ ମାଆଙ୍କ ମୃତ୍ୟୁ ଘଟିଥିଲା। ୫ବର୍ଷ ବୟସରେ ତାଙ୍କ ବାପା ଆରପାରିକୁ ଚାଲିଗଲେ। ମାବାପା ଛେଉଣ୍ଡ ମୁନା କୟଳପଡା ପଞ୍ଚାୟତ ଢିହସାହି ଗ୍ରାମର ଅଜାଙ୍କ ଘରେ ରହୁଛନ୍ତି। ମୁନା ମଧ୍ୟ ମାଟ୍ରିକ ପର୍ଯ୍ୟନ୍ତ ପାଠ ପଢିଛନ୍ତି। ଏବେ ସେ ବିଭିନ୍ନ ଅନୁଷ୍ଠାନରେ ସଙ୍ଗୀତ ପରିବେଷଣ କରିବା ସହିତ ଟ୍ରେନ୍‌ରେ ଗୀତ ବୋଲି ଯାତ୍ରୀଙ୍କ ମନୋରଞ୍ଜନ କରୁଛନ୍ତି। ଏଥି ସହିତ ଟ୍ରେନ୍‌ରେ ଷ୍ଟେସନେରି ସାମଗ୍ରୀ ବିକ୍ରି କରୁଛନ୍ତି। ତେବେ ମୁନା ଓ ରିନୁଙ୍କ ବିବାହ ପାଇଁ ଉଭୟ ପରିବାର ସହମତି ପ୍ରକାଶ କରିଥିଲେ। ଫଳରେ ଗ୍ରାମବାସୀ ଓ ଉଭୟ ପରିବାର ଲୋକଙ୍କ ଉପସ୍ଥିତିରେ ରାଧାମାଧବ ମଠରେ ଉଭୟଙ୍କ ବିବାହ ସମ୍ପନ୍ନ ହୋଇଥିଲା। ଏହି ବିବାହ ଉତ୍ସବରେ ଚୌଦ୍ୱାର-କଟକ ବିଧାୟକ ସୌଭିକ୍‌ ବିଶ୍ୱାଳ ଯୋଗଦେଇ ନବଦମ୍ପତିଙ୍କୁ ଆଶ୍ରୀର୍ବାଦ କରିବା ସହ ଶୁଭକାମନା ଜଣାଇଥିଲେ। ଅନ୍ୟପକ୍ଷରେ ରିନୁ ଘର କାମ କରିପାରୁଥିବାରୁ ବିବାହ ପରେ କିଛି ଅସୁବିଧା ହେବନାହଁି ବୋଲି ଦିବାକର କହିଛନ୍ତି। ଏହି ଦମ୍ପତି ପରସ୍ପରକୁ ଦେଖି ନ ପାରିଲେ ମଧ୍ୟ ଜୀବନସାଥୀ କରିବା ସଂକଳ୍ପ ନେଇ ସମାଜ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ଏମାନଙ୍କ ପାଇଁ ସରକାରଙ୍କ ଯୋଜନାରେ ସୁବିଧାସୁଯୋଗ ଯୋଗାଇବାକୁ ବ୍ଲକ ଉପାଧ୍ୟକ୍ଷା ଜାନକୀ ପରିଡା କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାମୀଙ୍କୁ ନେଇ ଏମିତି କହିଦେଲେ ଆଲିଆ

ବଲିଉଡ୍‌ ଅଭିନେତା ରଣବୀର କପୁର ଆଜିକାଲି ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ରାମାୟଣ’ରେ ଭଗବାନ ରାମଙ୍କ ପ୍ରଥମ ଝଲକ ରିଲିଜ୍‌ ହୋଇଛି। ଦର୍ଶକ ରଣବୀରଙ୍କୁ…

ଟ୍ରେନ୍‌ ଟ୍ରାକ୍‌ରେ ପଡ଼ିଛି ଯୁବତୀଙ୍କ କ୍ଷତାକ୍ତ ମୃତଦେହ, ହାତରେ ଲେଖା ଅଛି ଏମିତି, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର,୩ା୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଖୁଜେନପାଲି ରେଳ ଫାଟକ ନିକଟରେ ଜଣେ ଯୁବତୀଙ୍କ କ୍ଷତାକ୍ତ ଅବସ୍ଥାରେ ମୃତଦେହ ପଡ଼ିଥିବା ଶୁକ୍ରବାର ଦେଖାଯାଇଛି। ମୃତ ଯୁବତୀଙ୍କ ପରିଚୟ ମିଳିଥିବା ବେଳେ…

୨୦୨୭ ରୁ ଆଇପିଏଲ ମ୍ୟାଚ ସଂଖ୍ୟା ବୃଦ୍ଧି ପାଇବ? ଅଧ୍ୟକ୍ଷଙ୍କ ଗୁରୁତ୍ୱପୂର୍ଣ୍ଣ ବୟାନ

ନୂଆଦିଲ୍ଲୀ,୩।୪: ଇଣ୍ଡିଆନ ପ୍ରିମିୟର ଲିଗର ୧୯ତମ ସଂସ୍କରଣ ବର୍ତ୍ତମାନ ଚାଲିଛି; ଛଅଟି ମ୍ୟାଚ ଖେଳାଯାଇସାରିଛି, ଏବଂ ଶୁକ୍ରବାର ଚେନ୍ନାଇ ସୁପର କିଙ୍ଗସ ଏବଂ ପଞ୍ଜାବ କିଙ୍ଗସ ମଧ୍ୟରେ…

କଲ୍ୟାଣ ମଣ୍ଡପ ନିର୍ମାଣରେ ଖର୍ଚ୍ଚ ହେବ ୬୦ ଲକ୍ଷ ଟଙ୍କା, ଆଜି ସରପଞ୍ଚଙ୍କ ସମେତ…

ଗଞ୍ଜାମ,୩ା୪(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ମଲାଡ଼ ପଞ୍ଚାୟତ କାର୍ଯ୍ୟାଳୟସ୍ଥିତ ମା’ ଶୀତଳl ଠାକୁରାଣୀ ମନ୍ଦିର ନିକଟରେ ନିର୍ମାଣ ହେବ ଅତ୍ୟାଧୁନିକ କଲ୍ୟାଣ ମଣ୍ଡପ। ଏଥିପାଇଁ ସରପଞ୍ଚ ମମତା…

ଶିକ୍ଷା କ୍ଷେତ୍ରରେ ବଡ଼ ପରିବର୍ତ୍ତନ: NCERTକୁ ଖୁବଶୀଘ୍ର ମିଳିପାରେ ‘ଡିମ୍ଡ ୟୁନିଭରସିଟି’ ମାନ୍ୟତା

ନୂଆଦିଲ୍ଲୀ,୩।୪: ଦେଶର ସ୍କୁଲ ଶିକ୍ଷା ବ୍ୟବସ୍ଥାରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନକୁ ଦୃଷ୍ଟିରେ ରଖି, କେନ୍ଦ୍ର ସରକାର ନିକଟ ଭବିଷ୍ୟତରେ ଜାତୀୟ ଶିକ୍ଷା ଗବେଷଣା ଏବଂ ତାଲିମ ପରିଷଦ…

ହର୍ମୁଜ ପାର୍‌ ହେବା ପରେ ସମୁଦ୍ର ମଝିରେ ହେଲା ଖେଳ! ଭାରତ ଅଭିମୁଖେ ଯାଉଥିବା ଇରାନୀ ଜାହାଜ ହଠାତ୍‌ ନେଲା ୟୁ-ଟର୍ନ, ଗତି ବଦଳାଇ…

ନୂଆଦିଳ୍ଲୀ,୩।୪: ହର୍ମୁଜ ପ୍ରଣାଳୀ ପାର୍‌ ହେବା ପରେ ସମୁଦ୍ରରେ ଏକ ଅଜବ ଘଟଣା ଘଟିଛି। ସାତ ବର୍ଷ ପରେ ଇରାନରୁ ଭାରତକୁ ତେଲ ନେଇ ଯାଉଥିବା ଏକ…

ଏହି ଯୋଜନାରେ ୨ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରୁଛନ୍ତି ସରକାର, ଏହି ଉପାୟରେ ଲାଭ ଉଠାଇପାରିବେ କୃଷକ

ନୂଆଦିଳ୍ଲୀ,୩।୪: ଦେଶର ଅଧାରୁ ଅଧିକ ଜନସଂଖ୍ୟା ଏବେ ବି ଚାଷ ଏବଂ କୃଷି ମାଧ୍ୟମରେ ଜୀବିକା ନିର୍ବାହ କରନ୍ତି, ଏବଂ ଏହି କାରଣରୁ ଭାରତର ପ୍ରଗତି ପାଇଁ…

ଆମ ବସ୍‌ ଧକ୍କାରେ ଅତିରିକ୍ତ ଡିସିପି ଆହତ

ଭୁବନେଶ୍ୱର,୩ା୪: ରାଜଧାନୀରେ ପୁଣି ଥରେ ଦୁର୍ଘଟଣା ଘଟାଇଛି ଆମ ବସ୍‌। ଏହି ବସ୍‌ ଧକ୍କାରେ ଅତିରିକ୍ତ ଡିସିପି କୃଷ୍ଣଚନ୍ଦ୍ର ସେଠୀ ଆହତ ହୋଇଛନ୍ତି। ସାଇକେଲ୍‌ରେ ଯିବା ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri