୩ ଶ୍ରମିକଙ୍କ ଉପରେ ମାଡ଼ିଗଲା ଟ୍ରକ୍‌

ସୋହେଲା,୧୧।୪(ଅଶ୍ବିନୀ ପାତ୍ର): ବରଗଡ଼ ଜିଲା ସୋହେଲା ଥାନା ଲୁହୁରାଚଟି ନିକଟରେ ବୁଧବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଚାପାରେ ୩ଜଣଙ୍କର ମୃତ୍ୟୁ ହୋଇଛି। ମୃତକମାନେ ହେଲେ ବରଗଡ଼ ଜିଲା ସୋହେଲାର ବିକାଶ ଷଣ୍ଢ(୩୫), ବନ୍ଦଲା ଗ୍ରାମର ପାର୍ଥବ ସାହୁ (୩୦) ଏବଂ କଟକ ଜିଲା ନିଆଳି ଥାନା ଅମରପଡା ଗ୍ରାମର ସୁବ୍ରତ ମଲ୍ଲିକ (୩୫)। ସେମାନେ ରାସ୍ତା ନିର୍ମାଣକାରୀ ସଂସ୍ଥା ଅଶୋକା ବିଲ୍ଡକନର କର୍ମଚାରୀ ବୋଲି ସୂଚନା ମିଳିଛି। ଏହି ସଂସ୍ଥାର ହେଲ୍ପଲାଇନ୍‌ ଗାଡ଼ିରେ ରାସ୍ତାକାମ ପାଇଁ ଆସିଥିଲେ। ସେହି କାମରେ ନିୟୋଜିତ ଥିବାବେଳେ ଏକ ଟ୍ରକ୍‌ ଧକ୍କା ଦେବାରୁ ସେମାନଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ପୋଲିସ ଘଟଣାର ତଦନ୍ତ କରୁଛି।

Share
Tags: accident