ଫାଇନାନ୍ସ କର୍ମଚାରୀଙ୍କ ଦାଦାଗିରି: ଆଦିବାସୀ ଯୁବକଙ୍କୁ ଅଶ୍ଳୀଳ ଭାଷାରେ ଗାଳି ସହ ଦେଲେ ହତ୍ୟା ଧମକ, ଥାନାରେ ମାମଲା

ଦାରିଙ୍ଗବାଡ଼ି,୨୭ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଲୋକଙ୍କୁ ଫାଇନାନ୍ସ ଦେବା ପାଇଁ ବିଭିନ୍ନ ସ୍ଥାନରେ ମାଳମାଳ ବ୍ୟାଙ୍କ ଖୋଲାଯାଇଛି। ଦାରିଙ୍ଗବାଡ଼ି ଓ ରାଇକିଆ ବ୍ଲକ ଅଞ୍ଚଳରେ ଏହି ଫାଇନାନ୍ସ କମ୍ପାନୀଗୁଡିକ କାର୍ଯ୍ୟାଳୟ ଖୋଲି ଲୋକଙ୍କୁ ଅବାଧରେ ଋଣ ପ୍ରଦାନ କରୁଛନ୍ତି। ଆଉ ଋଣ ସଠିକ୍‌ ସମୟରେ ପରିଶୋଧ ନ କଲେ ଗାଳିଗୁଲଜ କରିବା ସହ ହତ୍ୟା ଧମକ ଦେବାକୁ ପଛାଉନାହାନ୍ତି। ଫଳରେ ଏବେ ଉକ୍ତ ବ୍ଲକ ଅଞ୍ଚଳରୁ ଅନେକ ଆଦିବାସୀ ଲୋକ ଫାଇନାନ୍ସ କମ୍ପାନୀ ଦ୍ୱାରା ନିର୍ଯାତିତ ହେବା ସହ ମାନସିକ ଦୁଶ୍ଚିନ୍ତାରେ ଗାଁ ଛାଡ଼ି କେରଳ, ତାମିଲନାଡୁ ଦାଦନ ଖଟିବାକୁ ଯାଉଛନ୍ତି। ଅନେକ ପରିବାର ଆର୍ଥିକ ପରିସ୍ଥିତି ଭୁଶୁଡ଼ିବାକୁ ଯାଉଛି। ଏବେ ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ଅଞ୍ଚଳର ଜଣେ ଆଦିବାସୀ ଯୁବକଙ୍କୁ ଫାଇନାନ୍ସ କମ୍ପାନୀର କର୍ମଚାରୀ ହତ୍ୟା ଧମକ ଦେବା ସହ ଅଶ୍ଳୀଳ ଭାଷାରେ ଗାଳି କରିଛନ୍ତି। ଏନେଇ କମ୍ପାନୀ ଦ୍ୱାରା ଧମକ ପାଇ ଶୁକ୍ରବାର ଦାରିଙ୍ଗବାଡ଼ି ଥାନାର ଦ୍ୱାରସ୍ଥ ହୋଇଛନ୍ତି ଉକ୍ତ ଯୁବକ।
ପ୍ରକାଶ ଯେ, ସିମନବାଡ଼ିର ଯୁବକ ଅମରେନ୍ଦ୍ର ବଜାର ଉପରେ ଏକ ପନିପରିବା ଦୋକାନ ଖୋଲି ପରିବାର ପ୍ରତିପୋଷଣ ହେଉଛନ୍ତି। ସେ ଅଞ୍ଚଳରେ ମିଳୁଥିବା ବିଭିନ୍ନ ଫାଇନାନ୍ସ କମ୍ପାନୀରୁ ଋଣ କରି ନିଜ ବ୍ୟବସାୟ କରନ୍ତି। ସେ ତାଙ୍କ ସ୍ତ୍ରୀ ଓ ମା’ଙ୍କ ନାମରେ ଋଣ କରିଥିଲେ। ସ୍ତ୍ରୀଙ୍କ ନାମରେ କରିଥିବା ଋଣ ପରିଶୋଧ କରିଥିବାବେଳେ ମା’ଙ୍କ ନାମରେ ଗତ କିଛି ଦିନ ତଳେ ମାସିକିଆ କିସ୍ତି ପରିଶୋଧ କରିପାରିନାହାନ୍ତି। ଏବେ ବର୍ଷା ଯୋଗୁ ବ୍ୟବସାୟ ମାନ୍ଦା ହୋଇପଡ଼ିଛି। ସେ ଅର୍ଥ ପରିଶୋଧ କରି ନ ଥିବାବେଳେ ରାଇକିଆରେ ଥିବା ଫାଇନାନ୍ସ କମ୍ପାନୀର ଜଣେ କର୍ମଚାରୀ ଅମରେନ୍ଦ୍ରଙ୍କୁ ଫୋନ୍‌ରେ ଜୀବନରେ ମାରିଦେବାକୁ ଧମକ ଦେବା ସହ ତାଙ୍କ ମା’, ଭଉଣୀ ଓ ସ୍ତ୍ରୀଙ୍କୁ ନେଇ ଅନେକ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିବା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଘଟଣାକୁ ପୋଲିସ ଗୁରୁତର ନେବା ସହ ଘଟଣା ସତ୍ୟାସତ୍ୟ ଜଣାପଡ଼ିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ହର୍ମୁଜରେ ଯୁଦ୍ଧର କାଉଣ୍ଟଡାଉନ୍‌: ପୁରା ଆରବକୁ ମାଟିରେ ମିଶାଇଦେବ ଇରାନ? ମୋଜତାବାଙ୍କ ଚେତାବନୀରେ ଥରିଲା ଦୁନିଆ

ତେହେରାନ/ୱାଶିଂଟନ,୨୮।୩: ମଧ୍ୟପ୍ରାଚ୍ୟରେ ବିଶ୍ୱଯୁଦ୍ଧର ପଦଧ୍ୱନି ଶୁଣାଗଲାଣି। ଆମେରିକାର ‘ଗ୍ରାଉଣ୍ଡ ଅପରେଶନ’ ଘୋଷଣା ପରେ ଇରାନ ଏହାର ଭୟଙ୍କର ଜବାବୀ ରଣନୀତି ପ୍ରସ୍ତୁତ କରିଛି। ଇରାନର ସର୍ବୋଚ୍ଚ ନେତା…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା

ଥୁଆମୂଳ ରାମପୁର, ୨୮ା୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ତାଲବନ୍ଦ ପଡ଼ାରେ ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା ବା ଘଣ୍ଟ ଯାତ୍ରାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri