Posted inଜାତୀୟ

ଟ୍ରେନ୍‌ରେ ହେବ ସିସିଟିଭି ମନିଟରିଂ

ନୂଆଦିଲ୍ଲୀ,୧୩ା୭(ପି.ଟି.): ଟ୍ରେନ୍‌ ଯାତ୍ରାକୁ ଅଧିକ ନିରାପଦ ଓ ଆରାମଦାୟକ କରିବା ଲାଗି ରେଲ୍‌ଓ୍ବେ ବୋର୍ଡ ୨୦ଟି ନୂଆ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେଗୁଡ଼ିକ ମଧ୍ୟରେ ରହିଛି ଟ୍ରେନ୍‌ ଛାଡ଼ିବା ପୂର୍ବରୁ ଯାତ୍ରୀଙ୍କୁ ସତର୍କ ସୂଚନା ଦେବା, କୋଚ୍‌ ଭିତରେ ରିଅଲ ଟାଇମ୍‌ ସିସିଟିଭି ମନିଟରିଂ, ମୋବାଇଲ୍‌ ଆପ୍ଲିକେଶନ ଜରିଆରେ ଅଣସଂରକ୍ଷିତ ଟିକେଟ ପ୍ରିଣ୍ଟିଂ ଇତ୍ୟାଦି। ବିଭିନ୍ନ ଜୋନ୍‌ର କର୍ମଚାରୀମାନଙ୍କୁ ସେମାନଙ୍କର ନୂତନ ଚିନ୍ତାଧାରା ସମ୍ପର୍କରେ ଜଣାଇବାକୁ ରେଲଓ୍ବେ ପକ୍ଷରୁ ୨୦୧୮ରେ ଏକ ପୋର୍ଟାଲ ଲଞ୍ଚ କରାଯାଇଥିଲା। ଏଥିରେ ବିଭିନ୍ନ ଜୋନ୍‌ରୁ ୨,୬୪୫ ପ୍ରସ୍ତାବ ଆସିଥିବାବେଳେ ସେଥିରୁ ପ୍ରାରମ୍ଭିକ ଭାବେ ୨୦ଟିକୁ ଚୟନ କରାଯାଇଛି। ରେଳଧାରଣାରେ ତ୍ରୁଟି ଚିହ୍ନଟ ଲାଗି ଉତ୍ତର କେନ୍ଦ୍ରୀୟ ରେଲଓ୍ବେ ପକ୍ଷରୁ ଏକ ସିଷ୍ଟମର ବିକାଶ କରାଯାଇଛି। ସେହିପରି ଟ୍ରେନ୍‌ର ବେଗ ଓ ଟ୍ରାକ୍‌ର ଉତ୍ତାପ ଜାଣିବା ପାଇଁ ପୂର୍ବାଞ୍ଚଳ ରେଳପଥ ମାଲଦା ଡିଭିଜନ ପକ୍ଷରୁ ପାଇରୋମିଟର ବ୍ୟବହାର କରାଯାଉଛି। ଟ୍ରେନ୍‌କୁ ଲାଇନଚ୍ୟୁତ ହେବାରୁ ରକ୍ଷା କରିବା ପାଇଁ ଆଲ୍ଲାହାବାଦ ଡିଭିଜନ ଓ୍ବାଗନ ବିଭାଗ ହଟ୍‌ ଅକ୍ସେଲ୍‌ ବକ୍ସ ଡିଟେକ୍ଟରର ବିକାଶ କରିଛି। ପଶ୍ଚିମାଞ୍ଚଳ ରେଲଓ୍ବେ ପକ୍ଷରୁ ବିନା ବିଦ୍ୟୁତ୍‌ରେ ପ୍ରାକୃତିକ ଜଳ ଶୀତଳୀକରଣ ଉପକରଣ ପ୍ରସ୍ତୁତ କରାଯାଇଛି। ଏହାର ଦାମ୍‌ ୧.୨୫ ଲକ୍ଷ ଟଙ୍କା ହୋଇଥିବାବେଳେ ଏହି ଯନ୍ତ୍ର ୧୦ ବର୍ଷ କାର୍ଯ୍ୟ କରିବ। ଯାତ୍ରୀଙ୍କୁ ସତର୍କ କରିବା ଲାଗି ବେଲ୍‌ ସିଷ୍ଟମ୍‌ ଆଲ୍ଲାହାବାଦ ଡିଭିଜନ ପ୍ରସ୍ତୁତ କରିଛି। ହମ୍‌ସଫର ଟ୍ରେନ୍‌ କୋଚ୍‌ଗୁଡ଼ିକରେ ସିସିଟିଭି ଲାଗିଥିଲେ ହେଁ ଏହାର ରିଅଲ ଟାଇମ୍‌ ମନିଟର ବ୍ୟବସ୍ଥା ନ ଥିଲା। ଉତ୍ତର କେନ୍ଦ୍ରୀୟ ରେଲଓ୍ବେ ପକ୍ଷରୁ ଏହାର ବିକାଶ କରାଯାଇଛି। ଏହାର ଡିସ୍‌ପ୍ଲେ ୟୁନିଟ ଗାର୍ଡ କମ୍ପାର୍ଟମେଣ୍ଟରେ ରହିବ। ଟ୍ରେନ୍‌ ଭିତରେ ଅପରାଧ ଆଦି ରୋକିବାରେ ଏହା ସହାୟକ ହେବ।


Enter your email to get our daily news in your inbox.

All Right Reserved By Dharitri.Com

କର୍ନାଟକରେ ୧୨ ଜୁନ୍‌ରେ ହେବ କ୍ୟାବିନେଟ ସମ୍ପ୍ରସାରଣ

ବେଙ୍ଗାଲୁର,୮।୬: କର୍ନାଟକରେ ଆସନ୍ତା ୧୨ ଜୁନ୍‌ରେ କ୍ୟାବିନେଟ୍‌ ସମ୍ପ୍ରସାରଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ବାମୀ ସୂଚନା ଦେଇଛନ୍ତି। ଏଥିଲାଗି ସେ ୧୨ ତାରିଖରେ ହିଁ...

ମଣିପୁର ଘଟଣାରେ ଦୋଷୀଙ୍କୁ ମିଳିପାରେ ଫାଶୀ: ବିରେନ ସିଂ

ଇମ୍ଫାଲ,୨୦।୭: ମଣିପୁରରେ ଦୁଇଜଣ ମହିଳାଙ୍କୁ ଉଲଗ୍ନ କରି ବୁଲାବା ଘଟଣାରେ ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ...

ପ୍ରତିରକ୍ଷା ଉପକରଣ ନିର୍ମାଣ କରିବାକୁ ଭାରତ ସକ୍ଷମ, ଅନ୍ୟଦେଶକୁ ରପ୍ତାନୀ ୨୦୨୫ ସୁଦ୍ଧା ଟପିବ ୩୫ ହଜାର କୋଟି…

ନୂଆଦିଲ୍ଲୀ, ୨୭।୯ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଭାରତୀୟ ପ୍ରତିରକ୍ଷା ଶିଳ୍ପକୁ ଆଧୁନିକ ତଥା ବ୍ୟୟବହୁଳ ଉତ୍ପାଦ ପ୍ରସ୍ତୁତ କରିବାକୁ କହିଛନ୍ତି। ଯାହା ଦ୍ୱାରା...

ମମତାଙ୍କୁ ଧମକ ଦେଲେ ଟିଏମସି ବିଧାୟକ ଅବଦୁଲ କରିମ

କୋଲକାତା,୧୭।୭: ତ୍ରୁଣ ମୂଳ କଂଗ୍ରେସ(ଟିଏମସି)ର ଜଣେ ବିଧାୟକ ରବିବାର ନିଜ ଦଳକୁ ଧମକ ଦେଇଛନ୍ତି। ସେ କହିଛନ୍ତି ବିରୋଧୀମାନଙ୍କ ଦ୍ୱାରା ତାଙ୍କ ପରିଚିତ ଲୋକଙ୍କ ଉପରେ...

ଭାରତ-ବାଂଲାଦେଶ ସୀମା: ମାସ୍କ୍‌ ପିନ୍ଧି ଶତ୍ରୁଙ୍କ ସହ ଲଢୁଛନ୍ତି ଯବାନ

ନୂଆଦିଲ୍ଲୀ,୨୧।୮: ଭାରତ-ବାଂଲାଦେଶ ସୀମାରେ ମୁତୟନ ଥିବା ବିଏସ୍‌ଏଫ୍‌ ଯବାନ୍‌ଙ୍କୁ ଆତଙ୍କବାଦୀ, ଅନୁପ୍ରବେଶକାରୀ ତଥା ଚୋରାବେପାରୀଙ୍କ ସହିତ ଲଢ଼ିବାକୁ ପଡ଼ିଥାଏ। ତେବେ ଏଠାରେ ଏସବୁ ବାହ୍ୟ ଶତ୍ରୁଙ୍କ...

ମର୍ମନ୍ତୁଦ ଦୁର୍ଘଟଣା: ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ

ହାଇଦ୍ରାବାଦ,୧୧।୧: ତେଲେଙ୍ଗାନାର ସିଡିପେଟ୍‌ ଜିଲାର ମୁନିଗଡପାଠାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ କାର୍‌ କଲଭର୍ଟକୁ ପିଟି ହୋଇ ନିର୍ମାଣଧୀନ କେନାଲକୁ ଖସିପଡିଛି। ଫଳରେ ଗୋଟିଏ ପରିବାରର...

ଭାଜପା କହିଲା ଡରିଗଲେ ଦିଦି

କୋଲକତା,୨୨।୯: ପଶ୍ଚିମବଙ୍ଗରେ ପୁଣି ଥରେ ଭାଜପା ଏବଂ ତୃଣମୂଳ କଂଗ୍ରେସ ମଧ୍ୟରେ ରାଜନୈତିକ କଳହ ଜାରି ରହିଛି। ଭବାନୀପୁର ଉପନିର୍ବାଚନରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ...

ଟୁଇଟର ବିରୋଧରେ ପାତର ଅନ୍ତର ଅଭିଯୋଗ ଆଣିଲା ଭାରତ

ନୂଆଦିଲ୍ଲୀ,୧୧।୨: ଭାରତ ସରକାର ଏବଂ ଟୁଇଟର ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି। ଟୁଇଟର ପାତର ଅନ୍ତର କରୁଥିବା ଅଭିଯୋଗ ସରକାରଙ୍କ ପକ୍ଷରୁ କରାଯାଇଛି। ଜାନୁୟାରୀ ୨୬ରେ...

Advertisement
Archives

Model This Week