Posted inଜାତୀୟ

ଟ୍ରେନ୍‌ରେ ହେବ ସିସିଟିଭି ମନିଟରିଂ

ନୂଆଦିଲ୍ଲୀ,୧୩ା୭(ପି.ଟି.): ଟ୍ରେନ୍‌ ଯାତ୍ରାକୁ ଅଧିକ ନିରାପଦ ଓ ଆରାମଦାୟକ କରିବା ଲାଗି ରେଲ୍‌ଓ୍ବେ ବୋର୍ଡ ୨୦ଟି ନୂଆ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେଗୁଡ଼ିକ ମଧ୍ୟରେ ରହିଛି ଟ୍ରେନ୍‌ ଛାଡ଼ିବା ପୂର୍ବରୁ ଯାତ୍ରୀଙ୍କୁ ସତର୍କ ସୂଚନା ଦେବା, କୋଚ୍‌ ଭିତରେ ରିଅଲ ଟାଇମ୍‌ ସିସିଟିଭି ମନିଟରିଂ, ମୋବାଇଲ୍‌ ଆପ୍ଲିକେଶନ ଜରିଆରେ ଅଣସଂରକ୍ଷିତ ଟିକେଟ ପ୍ରିଣ୍ଟିଂ ଇତ୍ୟାଦି। ବିଭିନ୍ନ ଜୋନ୍‌ର କର୍ମଚାରୀମାନଙ୍କୁ ସେମାନଙ୍କର ନୂତନ ଚିନ୍ତାଧାରା ସମ୍ପର୍କରେ ଜଣାଇବାକୁ ରେଲଓ୍ବେ ପକ୍ଷରୁ ୨୦୧୮ରେ ଏକ ପୋର୍ଟାଲ ଲଞ୍ଚ କରାଯାଇଥିଲା। ଏଥିରେ ବିଭିନ୍ନ ଜୋନ୍‌ରୁ ୨,୬୪୫ ପ୍ରସ୍ତାବ ଆସିଥିବାବେଳେ ସେଥିରୁ ପ୍ରାରମ୍ଭିକ ଭାବେ ୨୦ଟିକୁ ଚୟନ କରାଯାଇଛି। ରେଳଧାରଣାରେ ତ୍ରୁଟି ଚିହ୍ନଟ ଲାଗି ଉତ୍ତର କେନ୍ଦ୍ରୀୟ ରେଲଓ୍ବେ ପକ୍ଷରୁ ଏକ ସିଷ୍ଟମର ବିକାଶ କରାଯାଇଛି। ସେହିପରି ଟ୍ରେନ୍‌ର ବେଗ ଓ ଟ୍ରାକ୍‌ର ଉତ୍ତାପ ଜାଣିବା ପାଇଁ ପୂର୍ବାଞ୍ଚଳ ରେଳପଥ ମାଲଦା ଡିଭିଜନ ପକ୍ଷରୁ ପାଇରୋମିଟର ବ୍ୟବହାର କରାଯାଉଛି। ଟ୍ରେନ୍‌କୁ ଲାଇନଚ୍ୟୁତ ହେବାରୁ ରକ୍ଷା କରିବା ପାଇଁ ଆଲ୍ଲାହାବାଦ ଡିଭିଜନ ଓ୍ବାଗନ ବିଭାଗ ହଟ୍‌ ଅକ୍ସେଲ୍‌ ବକ୍ସ ଡିଟେକ୍ଟରର ବିକାଶ କରିଛି। ପଶ୍ଚିମାଞ୍ଚଳ ରେଲଓ୍ବେ ପକ୍ଷରୁ ବିନା ବିଦ୍ୟୁତ୍‌ରେ ପ୍ରାକୃତିକ ଜଳ ଶୀତଳୀକରଣ ଉପକରଣ ପ୍ରସ୍ତୁତ କରାଯାଇଛି। ଏହାର ଦାମ୍‌ ୧.୨୫ ଲକ୍ଷ ଟଙ୍କା ହୋଇଥିବାବେଳେ ଏହି ଯନ୍ତ୍ର ୧୦ ବର୍ଷ କାର୍ଯ୍ୟ କରିବ। ଯାତ୍ରୀଙ୍କୁ ସତର୍କ କରିବା ଲାଗି ବେଲ୍‌ ସିଷ୍ଟମ୍‌ ଆଲ୍ଲାହାବାଦ ଡିଭିଜନ ପ୍ରସ୍ତୁତ କରିଛି। ହମ୍‌ସଫର ଟ୍ରେନ୍‌ କୋଚ୍‌ଗୁଡ଼ିକରେ ସିସିଟିଭି ଲାଗିଥିଲେ ହେଁ ଏହାର ରିଅଲ ଟାଇମ୍‌ ମନିଟର ବ୍ୟବସ୍ଥା ନ ଥିଲା। ଉତ୍ତର କେନ୍ଦ୍ରୀୟ ରେଲଓ୍ବେ ପକ୍ଷରୁ ଏହାର ବିକାଶ କରାଯାଇଛି। ଏହାର ଡିସ୍‌ପ୍ଲେ ୟୁନିଟ ଗାର୍ଡ କମ୍ପାର୍ଟମେଣ୍ଟରେ ରହିବ। ଟ୍ରେନ୍‌ ଭିତରେ ଅପରାଧ ଆଦି ରୋକିବାରେ ଏହା ସହାୟକ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠୁ ବଦଳିଲା ଏହିସବୁ ନିୟମ: ବ୍ୟାଙ୍କ, LPG, UPI, ଟ୍ରେନ ଯାତ୍ରାରେ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ,୧।୧୦:ଅକ୍ଟୋବର ମାସ ଆରମ୍ଭ ସହ ଦେଶରେ ବ୍ୟାଙ୍କିଂ, LPG, UPI, NPS, ଇନକମ ଟ୍ୟାକ୍ସ ଏବଂ ରେଳଯାତ୍ରା ସହ ଜଡ଼ିତ କିଛି ନିୟମରେ ପରିବର୍ତ୍ତନ ହୋଇଛି। ଏଥିରୁ…

ଗିଲ୍‌ଙ୍କୁ ମିଳିଲା ଏତିକି ଟଙ୍କାର ପୁରସ୍କାର: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଗୁଆହାଟୀ,୧।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ ଧମାକାଦାର ଦ୍ୱିଶତକ ହାସଲ କରି ଦଳକୁ ଐତିହାସିକ ବିଜୟ ଦେବାରେ ବଡ଼ ଭୂମିକା ନେଇଛନ୍ତି।…

ଐତିହାସିକ ରେକର୍ଡ ହାସଲ କଲେ ହିଟ୍‌ମ୍ୟାନ୍‌: ଏମିତି ମାଇଲଷ୍ଟୋନ କରିବାରେ ବିଶ୍ୱର…

ଗୁଆହାଟୀ,୧।୧୦: ଭାରତୀୟ କ୍ରିକେଟ୍‌ର ଷ୍ଟାର୍‌ ବ୍ୟାଟର୍‌ ରୋହିତ ଶର୍ମା ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଆଉ ଏକ ବଡ଼ ମାଇଲଷ୍ଟୋନ ହାସଲ କରିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ…

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ଘୋଷଣା: ଦଶହରା ପୂର୍ବରୁ ମିଳିବ…

ଭୁବନେଶ୍ୱର,୧।୧୦(ସୁନିତ୍‌ ମିଶ୍ର):ରାଜୀବ ଭବନଠାରେ ବୁଧବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଜପତି,…

ଘୂର୍ଣ୍ଣିବଳୟ ସକ୍ରିୟ: ଘଡ଼ଘଡି ସହ ବର୍ଷା ସମ୍ଭାବନା, ୟେଲୋ ୱାର୍ନିଂ

ଭୁବନେଶ୍ୱର,୧।୧୦(ସୌମ୍ୟରଞ୍ଜନ ରାଉତ):ଉତ୍ତର ମ୍ୟାନ୍‌ମାର, ବାଂଲାଦେଶ ଓ ବଙ୍ଗୋପସାଗର ଉପରେ ରହିଥିବା ସୁସ୍ପଷ୍ଟ ଲଘୁଚାପ କ୍ଷେତ୍ର ମିଜୋରାମ, ତ୍ରିପୁରା ଓ ଦକ୍ଷିଣ-ପୂର୍ବ ବାଂଲାଦେଶ ଆଡ଼କୁ ଗତି କରିବା ସହ…

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଗିଲ୍‌ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ

ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍‌ରେ ବଡ଼ ବିଜୟ ହାସଲ…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?