ପର୍ଯ୍ୟଟନ ଶିଳ୍ପର କ୍ଷତି ୧୫ ଲକ୍ଷ କୋଟି

ନୂଆଦିଲ୍ଲୀ,୨୮।୭: କରୋନା ସାରା ବିଶ୍ୱ ବଜାରକୁ ଦୋହଲାଇ ଦେଇଛି। ଏହାଦ୍ୱାରା ଦେଶର ପର୍ଯ୍ୟଟନ ଶିଳ୍ପ ପ୍ରାୟ ୧୫ ଲକ୍ଷ କୋଟି ଟଙ୍କା କ୍ଷତି ସହିଥିବା ଶିଳ୍ପ ପକ୍ଷରୁ ଆକଳନ କରାଯାଇଛି। ଫେଡେରେଶନ ଅଫ୍‌ ଆସୋସିଏଶନ ଇନ୍‌ ଇଣ୍ଡିଆନ ଟୁରିଜମ ଆଣ୍ଡ ହସ୍ପିଟାଲିଟି(ଏଫ୍‌ଏଆଇଟିଏଚ୍‌) ଏବଂ ଏହାର ସହଯୋଗୀ ଏଆଇଆର୍‌ଡିଏ ଭାରତୀୟ ପର୍ଯ୍ୟଟନ ଶିଳ୍ପ ସହିଥିବା କ୍ଷତିକୁ ନେଇ ଏଭଳି ଆକଳନ କରିଥିବା ଜଣାପଡ଼ିଛି। ଏହି ଦୁଇ ସଂସ୍ଥା ଦେଶର ହୋଟେଲ, ପର୍ଯ୍ୟଟନ, ଭ୍ରମଣ ଏବଂ ଆତିଥେୟତା ଶିଳ୍ପକୁ ପ୍ରତିନିଧିତ୍ୱ କରିବା ସହ ନୀତି ନିର୍ଦ୍ଧାରଣକାରୀ ସଂଘ ଭାବେ କାମ କରୁଛି। ଏଡିଟିଓଆଇ, ଏଟିଓଏଆଇ, ଏଫ୍‌ଏଚ୍‌ଆର୍‌ଏଆଇ, ଏଚ୍‌ଏଆଇ, ଆଇଏଟିଓ, ଆଇସିପିବି, ଆଇଏଚ୍‌ଏଚ୍‌ଏ, ଆଇଟିଟିଏ, ଟିଏଏଆଇ, ଟିଏଏଫ୍‌ଆଇ ଭଳି ସଂଘଗୁଡ଼ିକ ବର୍ତ୍ତମାନ କ୍ଷତିକୁ ନେଇ ଆଶଙ୍କା ବ୍ୟକ୍ତ କରିଛନ୍ତି।
ଏଫ୍‌ଏଆଇଟିଏଚ୍‌ ମାର୍ଚ୍ଚ ୨୦୨୦ରେ ସରକାରଙ୍କୁ କ୍ଷୟକ୍ଷତି ନେଇ ଏକ ଆକଳନ ରିପୋର୍ଟ ପ୍ରଦାନ କରିଥିଲା। ଏଥିରେ କୁହାଯାଇଥିଲା ଯେ, ମହାମାରୀ ଯୋଗୁ ଦେଶର ପର୍ଯ୍ୟଟନ ଶିଳ୍ପ ପ୍ରାୟ ୫ ଲକ୍ଷ କୋଟି ଟଙ୍କାର କ୍ଷତି ସହିବ। ପରିସ୍ଥିତି ବେଶି ବିଗିଡ଼ିବାକୁ ଏହାକୁ ଗତ ମାସ ୧୦ ଲକ୍ଷ କୋଟି ଟଙ୍କାକୁ ପରିବର୍ତ୍ତିତ କରାଯାଇଥିଲା। ମାତ୍ର କରୋନା ମାମଲା ବର୍ତ୍ତମାନ ବଢୁଥିବାରୁ ପର୍ଯ୍ୟଟନ ଶିଳ୍ପରେ ଦୀର୍ଘମିଆଦୀ ନକାରାତ୍ମକ ସ୍ଥିତି ସୃଷ୍ଟି ହୋଇଛି। ଫଳରେ ଏହି ଶିଳ୍ପ ପ୍ରାୟ ୧୫ ଲକ୍ଷ କୋଟି ଟଙ୍କାର କ୍ଷତି ସହିବ ବୋଲି ଏକ ରିପୋର୍ଟରେ ଆଶଙ୍କା ବ୍ୟକ୍ତ କରାଯାଇଛି। ରିପୋର୍ଟ ମୁତାବକ ବର୍ତ୍ତମାନ ପର୍ଯ୍ୟଟନ ଶିଳ୍ପର ଯୋଗାଣ ଚେନ୍‌ କ୍ଷତିଗ୍ରସ୍ତ ହୋଇଛି। କରୋନା ବଢିବା ଯୋଗୁ ଅନ୍‌ବାଉଣ୍ଡ, ଡିମୋଷ୍ଟିକ ଏବଂ ଆଉଟବାଉଣ୍ଡ ମାର୍କେଟର ସପ୍ଲାଇଚେନ୍‌ ଭାଙ୍ଗି ଯାଇଛି। ମାର୍ଚ୍ଚରେ କରୋନା କଟକଣାର ପ୍ରଭାବ ପ୍ରାୟ ୯ ମାସ ଯାଏ ଶିଳ୍ପ ଉପରେ ରହିବ ବୋଲି କୁହାଯାଉଛି। ପର୍ଯ୍ୟଟନ ଶିଳ୍ପ କ୍ଷତିଗ୍ରସ୍ତ ହେବା ଯୋଗୁ ଦେଶର ମୋଟ ଘରୋଇ ଉତ୍ପାଦ(ଜିଡିପି)କୁ ପ୍ରତ୍ୟକ୍ଷ ଭାବେ ପ୍ରାୟ ୧୦% ପ୍ରଭାବ ପଡିବ। ସାରା ବର୍ଷ କଥା ବିଚାରକଲେ ଭାରତର ପର୍ଯ୍ୟଟନ ଉଦ୍ୟୋଗର ସମ୍ପୂର୍ଣ୍ଣ ଅର୍ଥନୈତିକ ମଲ୍ଟିପ୍ଲାୟର ଭାଲ୍ୟୁ ପ୍ରାୟ ୨୦ ଲକ୍ଷ କୋଟି ଟଙ୍କା ହେବ।
ଆଗାମୀ ୩ ତ୍ରୈମାସ ଯାଏ ପର୍ଯ୍ୟଟନ ଶିଳ୍ପ କ୍ଷତିଗ୍ରସ୍ତ ହୋଇ ରହିବ। ଏହି ଇକୋନୋମିକ ଭାଲ୍ୟୁ ଚେନ୍‌ରେ ଏୟାର ଲାଇନ୍ସ, ଟ୍ରାଭେଲ ଏଜେଣ୍ଟ, ହୋଟେଲ, ଟୁର୍‌ ଅପରେଟର, ଟୁରିଜମ ଡେଷ୍ଟିନେଶନ ରେଷ୍ଟୁରାଣ୍ଟ, ଟୁରିଷ୍ଟ ଟ୍ରାନ୍ସପୋର୍ଟେଶନ, ଟୁରିଷ୍ଟ ଗାଇଡ୍‌ ପ୍ରମୁଖ ସାମିଲ ରହିଛି। ଏଥିମଧ୍ୟରୁ ଅଧିକାଂଶ ସମ୍ପୂର୍ଣ୍ଣ ବନ୍ଦ ରହିଛି କିମ୍ବା କ୍ଷତିରେ ଚାଲୁଛି। ଚଳିତ ବର୍ଷ କାରବାର ଆଉ ପୂର୍ବ ସ୍ଥିତିକୁ ଫେରିବ ନାହିଁ ବୋଲି ଶିଳ୍ପ ପକ୍ଷରୁ ସୂଚନା ଦିଆଯାଇଛି। କରୋନା ପ୍ରଭାବ ପର୍ଯ୍ୟଟନର ସବୁ ସେଗ୍‌ମେଣ୍ଟ ଉପରେ ପଡିଛି। ଟ୍ରାଭେଲ ଏଜେଣ୍ଟଙ୍କ ରିଫଣ୍ଡ ଫସି ରହିଛି। ହୋଟେଲ, ରେଷ୍ଟୁରାଣ୍ଟ ବନ୍ଦ ରହିଛି କିମ୍ବା ଖାଲି ପଡିଛି। କନ୍‌ଭେନସନ, ବୋର୍ଡିଂ, ମିଟିଂ ହଲ୍‌ ବନ୍ଦ ବା କାମ କିଛି ନାହିଁ। ପାଇପ ଲାଇନରେ କିଛି ନୂଆ ଅର୍ଡର ନାହିଁ। ଟୁରିଷ୍ଟ ପରିବହନ ଲାଗି ବ୍ୟହାର ହେଉଥିବା ଯାନ ବର୍ତ୍ତମାନ ଛିଡ଼ାହୋଇ ରହିଛି। କର୍ମଚାରୀଙ୍କୁ ଛଟେଇ କରାଯାଉଛି କିମ୍ବା ବିନା ଦରମାରେ ଛୁଟିରେ ପଠାଯାଇଛି। ଗରମଦିନରେ ଚାଲୁ ରହୁଥିବା ଘରୋଇ କିମ୍ବା ଆଉଟବାଉଣ୍ଡ ହଲିଡେ ସିଜନ ଶେଷ ହୋଇଛି। ଅକ୍ଟୋବରଠାରୁ ମାର୍ଚ୍ଚ ମଧ୍ୟରେ କୌଣସି ନୂଆ ଅର୍ଡର ଦେଖାଯାଉନାହିଁ। କନ୍‌ଫରେନ୍ସଗୁଡିକ ବର୍ତ୍ତମାନ ଭର୍ଚୁଆଲ ଉପାୟରେ ହେଉଛି। ଲୋକମାନେ କରୋନା ଲାଗି ଘରେ ରହିବାକୁ ବାଧ୍ୟ ହେଉଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନବେଳେ ଜବତ ମଦ-ଟଙ୍କା କିଏ ରଖନ୍ତି, ଜାଣିଲେ ହୋଇଯିବେ ତାଜୁବ

ନୂଆଦିଲ୍ଲୀ,୨୮।୩: ଦେଶରେ ଲୋକ ସଭା ନିର୍ବାଚନ ପାଇଁ ବାଜିସାରିଛି ବିଗୁଲ । ଲୋକ ସଭା ନିର୍ବାଚନର ତାରିଖ ମଧ୍ୟ ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି। ଏହା...

ଗ୍ରାହକଙ୍କୁ ଝଟ୍‌କା ଦେଲା SBI, ଏପ୍ରିଲ ପହିଲାରୁ…

ନୂଆଦିଲ୍ଲୀ,୨୮।୩: ଦେଶର ସର୍ବବୃହତ ସରକାରୀ ବ୍ୟାଙ୍କ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଏହାର ଗ୍ରାହକଙ୍କୁ ଦେଇଛି ବଡ଼ ଝଟ୍‌କା। ବ୍ୟାଙ୍କ ଡେବିଟ୍‌ କାର୍ଡ ଉପରେ ମେନ୍ଟେନାନ୍ସ...

ପଣ୍ୟ ପରିବହନରେ ପୂର୍ବତଟ ରେଳପଥର ରେକର୍ଡ

ଭୁବନେଶ୍ୱର,୨୮।୩(ଅନୁରାଧା ମହାରଣା): ଗତ ଆର୍ଥିକ ବର୍ଷ ଭଳି ଚଳିତ ଆର୍ଥିକ ବର୍ଷରେ ମଧ୍ୟ ପୂର୍ବତଟ ରେଳପଥ ପଣ୍ୟ ପରିବହନରେନୂତନ ରେକର୍ଡ ହାସଲ କରିଛି। ୨୦୨୩ ଏପ୍ରିଲ...

ଏପ୍ରିଲ ୩ ରୁ ପ୍ରଥମ ଏମ୍‌ପିସି ବୈଠକ

ଭୁବନେଶ୍ୱର,୨୮।୩(ଅନୁରାଧା ମହାରଣା): ୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମ ମୁଦ୍ରାନୀତି କମିଟି (ମନିଟାରି ପଲିସି କମିଟି ବା ଏମ୍‌ପିସି) ବୈଠକ ଏପ୍ରିଲ ୩ରୁ ଆରମ୍ଭ ହେବ ବୋଲି...

ବାଲ୍‌କୋକୁ ଏଏସ୍‌ଆଇ ପ୍ରଦର୍ଶନ ମାନକ ଭି୩ ପ୍ରମାଣପତ୍ର

ଭୁବନେଶ୍ୱର, ୨୮।୩ (ଅଭୟ ଦାଶ): ଦେଶର ଆଇକନିକ୍‌ ଆଲୁମିନିୟମ ଉତ୍ପାଦକ ତଥା ବେଦାନ୍ତ ଆଲୁମିନିୟମର ପ୍ରମୁଖ ୟୁନିଟ୍‌ ଭାରତ ଆଲୁମିନିୟମ କମ୍ପାନୀ ଲିମିଟେଡ୍‌ ବା ବାଲ୍‌କୋକୁ...

ଓ୍ବିକେଣ୍ଡ ଥିବା ସତ୍ତ୍ୱେ ମାର୍ଚ୍ଚ ୩୦-୩୧ରେ ଖୋଲା ରହିବ ଏସବୁ ବ୍ୟାଙ୍କ, ଜାଣନ୍ତୁ କରିପାରିବେ କେଉଁ କାମ…

ନୂଆଦିଲ୍ଲୀ,୨୬।୩: ସରକାରୀ ବ୍ୟାଙ୍କ ରସିଦ ଏବଂ ଦେୟ ପରିଚାଳନା କରୁଥିବା ସମସ୍ତ ଏଜେନ୍ସି ବ୍ୟାଙ୍କ ମାର୍ଚ୍ଚ ୩୦(ଶନିବାର ଏବଂ ୩୧(ରବିବାର) ବ୍ୟବସାୟ ପାଇଁ ଖୋଲା ରହିବ।...

ପଣ୍ୟ ପରିବହନରେ ପୂର୍ବତଟ ରେଳପଥର ରେକର୍ଡ

ଭୁବନେଶ୍ୱର,୨୫।୩(ଅଭୟ ଦାଶ): ପୂର୍ବତଟ ରେଳପଥ ୨୦୨୩-୨୪ ଆର୍ଥିକ ବର୍ଷରେ ପଣ୍ୟ ପରିବହନରେ ସମସ୍ତ ରେକର୍ଡ ଅତିକ୍ରମ କରିଛି। ୨୦୨୩ ଏପ୍ରିଲ ୧ରୁ ୨୦୨୪ ମାର୍ଚ୍ଚ ୨୫...

ସୁବ୍ରତଙ୍କୁ ଓଡ଼ିଶା ଉଦ୍ୟୋଗୀ ପୁରସ୍କାର

ଭୁବନେଶ୍ୱର,୨୫।୩: ରାଜ୍ୟର ପ୍ରମୁଖ ଘରୋଇ ସଂସ୍ଥା ତଥା ଷ୍ଟଲଓ୍ବାର୍ଟ ପ୍ରୋଜେକ୍ଟସ ପ୍ରାଇଭେଟ ଲିମିଟେଡର ଏମ୍‌ଡି ସୁବ୍ରତ ଦାସଙ୍କୁ ନିକଟରେ ଆଉ ଏକ ସମ୍ମାନ ପ୍ରଦାନ କରାଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri