ପର୍ଯ୍ୟଟନ ଶିଳ୍ପର କ୍ଷତି ୧୫ ଲକ୍ଷ କୋଟି

ନୂଆଦିଲ୍ଲୀ,୨୮।୭: କରୋନା ସାରା ବିଶ୍ୱ ବଜାରକୁ ଦୋହଲାଇ ଦେଇଛି। ଏହାଦ୍ୱାରା ଦେଶର ପର୍ଯ୍ୟଟନ ଶିଳ୍ପ ପ୍ରାୟ ୧୫ ଲକ୍ଷ କୋଟି ଟଙ୍କା କ୍ଷତି ସହିଥିବା ଶିଳ୍ପ ପକ୍ଷରୁ ଆକଳନ କରାଯାଇଛି। ଫେଡେରେଶନ ଅଫ୍‌ ଆସୋସିଏଶନ ଇନ୍‌ ଇଣ୍ଡିଆନ ଟୁରିଜମ ଆଣ୍ଡ ହସ୍ପିଟାଲିଟି(ଏଫ୍‌ଏଆଇଟିଏଚ୍‌) ଏବଂ ଏହାର ସହଯୋଗୀ ଏଆଇଆର୍‌ଡିଏ ଭାରତୀୟ ପର୍ଯ୍ୟଟନ ଶିଳ୍ପ ସହିଥିବା କ୍ଷତିକୁ ନେଇ ଏଭଳି ଆକଳନ କରିଥିବା ଜଣାପଡ଼ିଛି। ଏହି ଦୁଇ ସଂସ୍ଥା ଦେଶର ହୋଟେଲ, ପର୍ଯ୍ୟଟନ, ଭ୍ରମଣ ଏବଂ ଆତିଥେୟତା ଶିଳ୍ପକୁ ପ୍ରତିନିଧିତ୍ୱ କରିବା ସହ ନୀତି ନିର୍ଦ୍ଧାରଣକାରୀ ସଂଘ ଭାବେ କାମ କରୁଛି। ଏଡିଟିଓଆଇ, ଏଟିଓଏଆଇ, ଏଫ୍‌ଏଚ୍‌ଆର୍‌ଏଆଇ, ଏଚ୍‌ଏଆଇ, ଆଇଏଟିଓ, ଆଇସିପିବି, ଆଇଏଚ୍‌ଏଚ୍‌ଏ, ଆଇଟିଟିଏ, ଟିଏଏଆଇ, ଟିଏଏଫ୍‌ଆଇ ଭଳି ସଂଘଗୁଡ଼ିକ ବର୍ତ୍ତମାନ କ୍ଷତିକୁ ନେଇ ଆଶଙ୍କା ବ୍ୟକ୍ତ କରିଛନ୍ତି।
ଏଫ୍‌ଏଆଇଟିଏଚ୍‌ ମାର୍ଚ୍ଚ ୨୦୨୦ରେ ସରକାରଙ୍କୁ କ୍ଷୟକ୍ଷତି ନେଇ ଏକ ଆକଳନ ରିପୋର୍ଟ ପ୍ରଦାନ କରିଥିଲା। ଏଥିରେ କୁହାଯାଇଥିଲା ଯେ, ମହାମାରୀ ଯୋଗୁ ଦେଶର ପର୍ଯ୍ୟଟନ ଶିଳ୍ପ ପ୍ରାୟ ୫ ଲକ୍ଷ କୋଟି ଟଙ୍କାର କ୍ଷତି ସହିବ। ପରିସ୍ଥିତି ବେଶି ବିଗିଡ଼ିବାକୁ ଏହାକୁ ଗତ ମାସ ୧୦ ଲକ୍ଷ କୋଟି ଟଙ୍କାକୁ ପରିବର୍ତ୍ତିତ କରାଯାଇଥିଲା। ମାତ୍ର କରୋନା ମାମଲା ବର୍ତ୍ତମାନ ବଢୁଥିବାରୁ ପର୍ଯ୍ୟଟନ ଶିଳ୍ପରେ ଦୀର୍ଘମିଆଦୀ ନକାରାତ୍ମକ ସ୍ଥିତି ସୃଷ୍ଟି ହୋଇଛି। ଫଳରେ ଏହି ଶିଳ୍ପ ପ୍ରାୟ ୧୫ ଲକ୍ଷ କୋଟି ଟଙ୍କାର କ୍ଷତି ସହିବ ବୋଲି ଏକ ରିପୋର୍ଟରେ ଆଶଙ୍କା ବ୍ୟକ୍ତ କରାଯାଇଛି। ରିପୋର୍ଟ ମୁତାବକ ବର୍ତ୍ତମାନ ପର୍ଯ୍ୟଟନ ଶିଳ୍ପର ଯୋଗାଣ ଚେନ୍‌ କ୍ଷତିଗ୍ରସ୍ତ ହୋଇଛି। କରୋନା ବଢିବା ଯୋଗୁ ଅନ୍‌ବାଉଣ୍ଡ, ଡିମୋଷ୍ଟିକ ଏବଂ ଆଉଟବାଉଣ୍ଡ ମାର୍କେଟର ସପ୍ଲାଇଚେନ୍‌ ଭାଙ୍ଗି ଯାଇଛି। ମାର୍ଚ୍ଚରେ କରୋନା କଟକଣାର ପ୍ରଭାବ ପ୍ରାୟ ୯ ମାସ ଯାଏ ଶିଳ୍ପ ଉପରେ ରହିବ ବୋଲି କୁହାଯାଉଛି। ପର୍ଯ୍ୟଟନ ଶିଳ୍ପ କ୍ଷତିଗ୍ରସ୍ତ ହେବା ଯୋଗୁ ଦେଶର ମୋଟ ଘରୋଇ ଉତ୍ପାଦ(ଜିଡିପି)କୁ ପ୍ରତ୍ୟକ୍ଷ ଭାବେ ପ୍ରାୟ ୧୦% ପ୍ରଭାବ ପଡିବ। ସାରା ବର୍ଷ କଥା ବିଚାରକଲେ ଭାରତର ପର୍ଯ୍ୟଟନ ଉଦ୍ୟୋଗର ସମ୍ପୂର୍ଣ୍ଣ ଅର୍ଥନୈତିକ ମଲ୍ଟିପ୍ଲାୟର ଭାଲ୍ୟୁ ପ୍ରାୟ ୨୦ ଲକ୍ଷ କୋଟି ଟଙ୍କା ହେବ।
ଆଗାମୀ ୩ ତ୍ରୈମାସ ଯାଏ ପର୍ଯ୍ୟଟନ ଶିଳ୍ପ କ୍ଷତିଗ୍ରସ୍ତ ହୋଇ ରହିବ। ଏହି ଇକୋନୋମିକ ଭାଲ୍ୟୁ ଚେନ୍‌ରେ ଏୟାର ଲାଇନ୍ସ, ଟ୍ରାଭେଲ ଏଜେଣ୍ଟ, ହୋଟେଲ, ଟୁର୍‌ ଅପରେଟର, ଟୁରିଜମ ଡେଷ୍ଟିନେଶନ ରେଷ୍ଟୁରାଣ୍ଟ, ଟୁରିଷ୍ଟ ଟ୍ରାନ୍ସପୋର୍ଟେଶନ, ଟୁରିଷ୍ଟ ଗାଇଡ୍‌ ପ୍ରମୁଖ ସାମିଲ ରହିଛି। ଏଥିମଧ୍ୟରୁ ଅଧିକାଂଶ ସମ୍ପୂର୍ଣ୍ଣ ବନ୍ଦ ରହିଛି କିମ୍ବା କ୍ଷତିରେ ଚାଲୁଛି। ଚଳିତ ବର୍ଷ କାରବାର ଆଉ ପୂର୍ବ ସ୍ଥିତିକୁ ଫେରିବ ନାହିଁ ବୋଲି ଶିଳ୍ପ ପକ୍ଷରୁ ସୂଚନା ଦିଆଯାଇଛି। କରୋନା ପ୍ରଭାବ ପର୍ଯ୍ୟଟନର ସବୁ ସେଗ୍‌ମେଣ୍ଟ ଉପରେ ପଡିଛି। ଟ୍ରାଭେଲ ଏଜେଣ୍ଟଙ୍କ ରିଫଣ୍ଡ ଫସି ରହିଛି। ହୋଟେଲ, ରେଷ୍ଟୁରାଣ୍ଟ ବନ୍ଦ ରହିଛି କିମ୍ବା ଖାଲି ପଡିଛି। କନ୍‌ଭେନସନ, ବୋର୍ଡିଂ, ମିଟିଂ ହଲ୍‌ ବନ୍ଦ ବା କାମ କିଛି ନାହିଁ। ପାଇପ ଲାଇନରେ କିଛି ନୂଆ ଅର୍ଡର ନାହିଁ। ଟୁରିଷ୍ଟ ପରିବହନ ଲାଗି ବ୍ୟହାର ହେଉଥିବା ଯାନ ବର୍ତ୍ତମାନ ଛିଡ଼ାହୋଇ ରହିଛି। କର୍ମଚାରୀଙ୍କୁ ଛଟେଇ କରାଯାଉଛି କିମ୍ବା ବିନା ଦରମାରେ ଛୁଟିରେ ପଠାଯାଇଛି। ଗରମଦିନରେ ଚାଲୁ ରହୁଥିବା ଘରୋଇ କିମ୍ବା ଆଉଟବାଉଣ୍ଡ ହଲିଡେ ସିଜନ ଶେଷ ହୋଇଛି। ଅକ୍ଟୋବରଠାରୁ ମାର୍ଚ୍ଚ ମଧ୍ୟରେ କୌଣସି ନୂଆ ଅର୍ଡର ଦେଖାଯାଉନାହିଁ। କନ୍‌ଫରେନ୍ସଗୁଡିକ ବର୍ତ୍ତମାନ ଭର୍ଚୁଆଲ ଉପାୟରେ ହେଉଛି। ଲୋକମାନେ କରୋନା ଲାଗି ଘରେ ରହିବାକୁ ବାଧ୍ୟ ହେଉଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?