Posted inଫୁରସତ

ପ୍ରଥମ ରୋଜଗାର ଟଙ୍କାର ସ୍ପର୍ଶ ଓ ଆପଣାପଣ ମୋ ପାଇଁ ଅଭୁଲା: ଗାଳ୍ପିକା ହେମାଙ୍ଗିନୀ ଦାଶ

ସେତେବେଳେ ବାପା ଥିଲେ ଆମ ପରିବାରର ଏକମାତ୍ର ଉପାର୍ଜନକ୍ଷମ ବ୍ୟକ୍ତି। ଜମିବାଡ଼ି ଅଧିକ ଥିଲା ବୋଲି ମୋ ସାନ ଜେଜେମା’ ତାଙ୍କୁ ଶିକ୍ଷକତା କରିବାକୁ ଦେଇ ନ ଥିଲା। ବାପା ଥିଲେ ଚାରିଜଣ ବାପାମାଆଙ୍କର ଏକଇର ବଳା। ବଡ଼ ଜେଜେ ମାଇନର ସ୍କୁଲ ହେଡ଼ ମାଷ୍ଟର ପଦରୁ ଅବସର ନେଇ ମାସକୁ ପେନସନ ପାଉଥିଲେ ଷାଠିଏ ଟଙ୍କା। ଘରଖିଆ ଗୋତି କୋଠିଆ, ବଳଦ ପୋଢ଼ ହଳ ହଳିଆଙ୍କୁ ନେଇ ଖୁବ ଭଲ ଧାନ ଅମଳ ହେଉଥିଲା ଆମର। ଖଳା ବାଡ଼ିରୁ ଅନେକ ପ୍ରକାର ପରିବା ଓ ଶାଗ, ଆଉ ଆଟ ଜମିରୁ ମୁଗ ବିରି କୋଳଥ, ଚଣା, ଚିନାବାଦାମ ଆଦି। କୌଣସି କଥାରେ ଅଭାବ ନ ଥିଲା।

କେଜାଣି କାହା ନଜର ଲାଗିଗଲା ଆମ ପରିବାରକୁ ହଠାତ୍‌ ମାଡ଼ି ଆସିଲା ଦୁର୍ଦ୍ଦିନ। ଗାଆଁ ରାଜନୀତିରେ ବାପା ମୁଣ୍ଡ ନ ପୂରାନ୍ତେ, ଆଉ ଯେତେ ଅଘଟଣ ନ ଘଟନ୍ତା। ଗାଆଁର କେତେକ କୁଟିଳ, ଦୁଷ୍ଟ, ନ୍ୟସ୍ତସ୍ବାର୍ଥ ବ୍ୟକ୍ତି ଗ୍ରାମ ପାଣ୍ଠିକୁ ଆତ୍ମସାତ କରିବାରେ ଲାଗିଥିଲେ। ଗାଆଁ ପଞ୍ଚାୟତରେ ସେମାନଙ୍କ ବିରୁଦ୍ଧରେ ବାପା ହିଁ ଏକମାତ୍ର ବ୍ୟକ୍ତି, ଯିଏ ସ୍ବର ଉତ୍ତୋଳନ କରିଥିଲେ। ତହିଁର ଭୟଙ୍କର ପରିଣାମ ଭୋଗ କରିବାକୁ ପଡ଼ିଥିଲା ଆମ ପରିବାରକୁ। ସେମାନେ ବାପାଙ୍କୁ ଫସାଇ ଦେଲେ ତିନୋଟି ମିଛ ମକଦ୍ଦମାରେ। ଚିନି କିରୋସିନି ଡିଲରଶିପ ବି ବନ୍ଦ କରିଦେଲେ। ଗାଆଁର ତେଜରାତି ଦୋକାନ, ନିଆଁପାଣି, ଲୋକଙ୍କ ସହ କଥାବାର୍ତ୍ତା ସବୁ ବନ୍ଦ। ଗୋତି କୋଠିଆ, କାମ ଛାଡ଼ିଦେଲେ। ଚାଷବାସ ଠପ। ସ୍କୁଲ କିନ୍ତୁ ଯାଉଥିଲି ନିୟମିତ।

ଶ୍ରେଣୀରେ ଥିଲି ପ୍ରଥମ। ସାଙ୍ଗମାନେ ବି କେହି ମୋ ସହ ମିଶୁ ନ ଥିଲେ। ଭାରି କଷ୍ଟ ଭୋଗିଲି। ମାଆ ଆଶ୍ୱାସନା ଦିଏ, ସବୁ ଠିକ ହେଇଯିବ। ବାହା ହେଇ ଆସିଲା ବେଳେ ମାଆକୁ ଛାଡ଼ିବାକୁ ପଡ଼ିଥିଲା ପ୍ରୌଢ଼ଶିକ୍ଷା ମାଷ୍ଟରାଣୀ ଚାକିରି। ବୋହୂ କମାଣି କିଏ ଖାଇବ ବୋଲି ଜେଜେମା ହିଁ ଛଡେଇଥିଲା। ବାପାମାଆ ଅନେକ ସମୟରେ କଥା ହେଇଥିବାର ମୁଁ ଶୁଣିଥିଲି, ଚାକିରି ଥିଲେ ହୁଏତ ଆମେ ଏତେ ଅପଦସ୍ତ ହେଉ ନ ଥାନ୍ତେ କି ଅଭାବ ଘୋଟି ନ ଥାନ୍ତା। ମୁଁ ସେତେବେଳକୁ ସପ୍ତମରେ। ସେଦିନଠୁ ମନେମନେ ପ୍ରତିଜ୍ଞା କରିଥିଲି, ପାଠପଢ଼ି, ଚାକିରି ଖଣ୍ଡେ କରି ନିଜ ଗୋଡ଼ରେ ଠିଆହେବି। ଘରକୁ କଚେରି ପଶିଲେ ଲକ୍ଷ୍ମୀ ଛାଡେ। ଓକିଲ ପୋଷା ବେପାର। ଅଧିକାଂଶ ଦିନ ବାପା ଗାଆଁ ପାଖ ସହରକୁ ଦୌଡ଼ନ୍ତି ଓକିଲ ପାଖକୁ। ଘର ପଛେ ସରିଯାଉ, ଶିର ରହୁ। ଜମିସବୁ ପଡ଼ିଆ। ମାଟି ଫାଟି ଆଁ। ଏମିତି ଗଡ଼ିଲା ତିନିବର୍ଷ। ମକଦ୍ଦମା ଗୁଡ଼ିକର ଫୈସଲା ତଥାପି ହୋଇ ନ ଥାଏ। ଗାଁଲୋକ ପୁଣି ଆମସହ ମିଶିଲେ। ମୋ ମାଟ୍ରିକ ପରୀକ୍ଷା ଫର୍ମ ପୂରଣ କରିବା ପାଇଁ ହାତରେ ଟଙ୍କାଟେ ନାହିଁ। ଜେଜେଙ୍କ ସ୍ବଳ୍ପ ପେନସନରେ ତାଙ୍କ ଔଷଧ ଆଉ ଘରର ଛୋଟମୋଟ ଖର୍ଚ୍ଚ ଉଠୁଥିଲା। ବାପା ସେତେବେଳେ ଅନେକଙ୍କ ପାଖରେ ହାତ ପତେଇଥିଲେ। ବିକିବାପାଇଁ ବସ୍ତାଏ ଧାନ ବି ନ ଥିଲା ଘରେ। ମାଆ ଶିଖେଇଲା, ଯା, ତୋ ବଡବାପା (ସମ୍ପର୍କୀୟ)ଙ୍କୁ ମାଗିବୁ। ସେ ନିରାଶ କଲେନାହିଁ ସତ, ହେଲେ ଭଲ କି ଦି ପଦ ଶୁଣାଇଥିଲେ, ”ଟୋକୀ, ଟଙ୍କା କେତେ କଷ୍ଟରେ ହୁଏ ଯେ ତୁ କମେଇଲେ ଜାଣିବୁ।“ ମନ ହୃଦୟ ଆତ୍ମାକୁ ବାଧିଥିଲା। ସେଦିନ ଆଉ ଥରେ ବଜ୍ର ଶପଥ ନେଇଥିଲି, ଖୁବ ଭଲ ପଢ଼ି ଚାକିରି କରି ଟଙ୍କା ଉପାର୍ଜନ କରିବି। କାହା ଆଗରେ ହାତ ପତେଇବି ନାହିଁ। ପ୍ଲସ ଟୁ, ପ୍ଲସ ଥ୍ରି, ମାଷ୍ଟର ଡିଗ୍ରୀ, ବିଇଡି, ଗୋଟିଗୋଟି କରି ଚଢ଼ିଲି ଶିକ୍ଷାର ସିଡି। ସରକାରୀ ଚାକିରୀ ପାଇଁ ଚେଷ୍ଟା ଚାଲିଥାଏ। ସେ ଭିତରେ ଶିକ୍ଷକ ଚୟନ ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହେଲି। ଯୋଗଦେଲି ବରଗଡ଼ ଶିଶୁ ବିଦ୍ୟା ମନ୍ଦିରରେ। ଦରମା ତ ନୁହଁ, ସେଇଟା ଥିଲା ଦକ୍ଷିଣା। ମାସକୁ ମାତ୍ର ପାଞ୍ଚ ଶହ ପଚିଶ ଟଙ୍କା। ମାସ ଶେଷକୁ ଦସ୍ତଖତଟିଏ ଦେଇ କ୍ଲର୍କଙ୍କ ଠାରୁ ଯେତେବେଳେ ହାତେଇଲି ପାଞ୍ଚଟି ଗାନ୍ଧୀ ମୁଣ୍ଡିଆ ଶହେ ଟଙ୍କିଆ, ଗୋଟେ କୋଡ଼ିଏ ଟଙ୍କିଆ ଓ ଗୋଟେ ପାଞ୍ଚ ଟଙ୍କିଆ ନୋଟ, ତାଳୁରୁ ତଳିପା ଯାଏଁ ରୋମାଞ୍ଚିତ ହେଇଗଲା ଏକ ପାରିବାପଣର ପୁଲକରେ।

ଆଃ…ସେଇ ଟଙ୍କାର ସ୍ପର୍ଶ, ତାର ବାସ୍ନା ଓ ଆପଣାପଣ ସତରେ ମୋ ପାଇଁ ଅଭୁଲା। ସେଇ ଟଙ୍କାକୁ ମାଆ ହାତରେ ଧରେଇ ଦେଇ ତାକୁ ମୁଣ୍ଡିଆଟେ ମାରିଥିଲି। ବାପାଙ୍କ ଆଖିରେ ଲୁହ ଭର୍ତ୍ତି। ଜେଜେ ଜେଜେମା ସେତେବେଳକୁ ଆକାଶର ତାରା। ହେଲେ ସେମାନଙ୍କର ଆଶୀର୍ବାଦ ନିଶ୍ଚିତ ଥିଲା ମୋ ଉପରେ। ମୋ ତଳ ଭାଇକୁ(ଯିଏ ଏବେ ଶିକ୍ଷା ବିଭାଗର ଅଧ୍ୟାପକ) ସେ ଟଙ୍କା ଦେଖେଇ ମାଆ କହିଥିଲା, ଦେଖ ବାବୁ, ନାନୀ ପରି ତୁ ବି ପଢ଼ ଆଉ ଏମିତି ଟଙ୍କା ରୋଜଗାର କର। ସେଇ ଟଙ୍କାରୁ କିଛି ନେଇ ମୋ ଭାଇ ମିଠା କିଣି ଆଣିଥିଲା ଓ ସାରା ପରିବାର ଖୁସିର ପର୍ବ ମନେଇଥିଲୁ। ଏବେ ସେ ଅଭାବ ନାହିଁ କି ସେ ଦୁରବସ୍ଥା ବି ନାହିଁ। ତଥାପି ଶରୀରର ପ୍ରତ୍ୟେକ ସ୍ନାୟୁରେ ସଞ୍ଚି ହେଇଛି ସେ ପୁଲକ ସ୍ମୃତି ହୋଇ।


Enter your email to get our daily news in your inbox.

All Right Reserved By Dharitri.Com

ସକାଳର ପ୍ରଥମ କିରଣ ଛୁଇଁଥିଲା ଶ୍ରୀସୂର୍ଯ୍ୟଙ୍କ ବିଗ୍ରହଙ୍କୁ…

କୋଶୋଦାସର ଶ୍ରୀପଦ୍ମକେଶର ମନ୍ଦିର ଆକ୍ରମଣର ସବିଶେଷ ଇତିହାସ ଆଲୋଚନା ଆଢ଼ୁଆଳରେ ଅଛି। ଆମେ କେବଳ ଗତ ସଂଖ୍ୟାରେ ସୂଚନା ଦେଇଥିଲୁ। ଅନୁସନ୍ଧାନ ଆମର ନୀରବ ହୋଇନାହିଁ। ଶ୍ରୀପଦ୍ମକେଶର…

ସାପ ଲାଞ୍ଜକୁ ଧରି ଦଉଡ଼ି ପରି ଘୂରାଉଥିଲେ ଯୁବକ, ହଠାତ୍‌ ଘଟିଲା ଏମିତି…

ସାପର ନାଁ ଶୁଣିଲେ ସମସ୍ତଙ୍କୁ ଡର ଲାଗେ। ଏହାର ନାଁ ଶୁଣିଲେ ସବୁଠାରୁ ସାହସୀ ମଣିଷ ମଧ୍ୟ ଭୟରେ ଥରି ଉଠେ। ଯଦି ଜଣେ ଯୁବକ ସେହି…

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri