ତୃତୀୟ ପକ୍ଷ ୟୁପିଆଇ ଆପ୍‌ ହେବ ପେଟିଏମ୍‌

ନୂଆଦିଲ୍ଲୀ,୧୫।୩:ଦେଶର ଅଗ୍ରଣୀ ତଥା ଇ ପ୍ଲାଟ୍‌ଫର୍ମ (ଡିଜିଟାଲ) ଜରିଆରେ ଆର୍ଥିକ ସେବା ପ୍ରଦାନ କରୁଥିବା ପେଟିଏମ୍‌ ବର୍ତ୍ତମାନ ସମୟରେ ତୃତୀୟ ପକ୍ଷ ୟୁପିଆଇ ଆପ୍‌ରେ ପରିଣତ ହୋଇଛି। ଫଳରେ ପେଟିଏମ୍‌ ହିତାଧିକାରୀମାନେ ପ୍ରାଥମିକ ପର୍ଯ୍ୟାୟରେ କାରବାର ସହ ସ୍ବୀକୃତିପ୍ରାପ୍ତ ବ୍ୟାଙ୍କ ସହ ଜଡିତ ହେବା ପାଇଁ ମଧ୍ୟ କୁହାଯାଇଛି। ସେହିଭଳି ନ୍ୟାଶନାଲ ପେମେଣ୍ଟ କର୍ପୋରେଶନ ଅଫ୍‌ ଇଣ୍ଡିଆ (ଏନ୍‌ପିସିଆଇ) ଗୁରୁବାର ମଲ୍ଟି ବ୍ୟାଙ୍କ ମଡେଲ ଅଧୀନରେ ତୃତୀୟ-ପକ୍ଷ ଆବେଦନ ପ୍ରଦାନକାରୀ ଭାବେ ୟୁପିଆଇରେ ଅଂଶଗ୍ରହଣ କରିବାକୁ ପେଟିଏମ୍‌-ମାଲିକ ଓ୍ବାନ୍‌ ନାଇନ ସେଭନ କମ୍ୟୁନିକେଶନ୍‌ ଲିମିଟେଡ୍‌କୁ ଅନୁମୋଦନ ପ୍ରଦାନ କରିଛି। ଏପରିକି ଆକ୍ସିସ୍‌ ବ୍ୟାଙ୍କ, ଏଚ୍‌ଡିଏଫ୍‌ସି ବ୍ୟାଙ୍କ, ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଏବଂ ୟେସ୍‌ ବ୍ୟାଙ୍କ ପେଟିଏମ୍‌କୁ ପେମେଣ୍ଟ ସିଷ୍ଟମ ପ୍ରଦାନକାରୀ ବ୍ୟାଙ୍କ ଭାବେ କାର୍ଯ୍ୟ କରିବେ। ସେହିପରି ୟେସ୍‌ ବ୍ୟାଙ୍କ ମଧ୍ୟ ଓ୍ବାନ୍‌ ନାଇନ ସେଭନ କମ୍ୟୁନିକେଶନ୍‌ ଲିମିଟେଡ୍‌ ପାଇଁ ବିଦ୍ୟମାନ ତଥା ନୂତନ ୟୁପିଆଇ ବ୍ୟବସାୟୀମାନଙ୍କ ପାଇଁ ବ୍ୟାଙ୍କ ଅଧିଗ୍ରହଣକାରୀ ଭାବେ କାର୍ଯ୍ୟ କରିବ। ବିଶେଷକରି @ ପେଟିଏମ୍‌ ହ୍ୟାଣ୍ଡେଲକୁ ଗ୍ରହଣ ପାଇଁ ୟେସ୍‌ ବ୍ୟାଙ୍କକୁ ପୁନଃ ନିର୍ଦ୍ଦେଶ ପ୍ରଦାନ କରାଯିବ ବୋଲି ଏନ୍‌ପିସିଆଇ ପକ୍ଷରୁ ବିସ୍ତୃତ ଉଲ୍ଲେଖ କରାଯାଇଛି। ଉଲ୍ଲେଖଯୋଗ୍ୟ, ମଲ୍ଟି ବ୍ୟାଙ୍କ ମଡେଲ ଅଧୀନରେ ତୃତୀୟ-ପକ୍ଷ ଆବେଦନ ପ୍ରଦାନକାରୀ ଭାବେ ୟୁପିଆଇରେ ଅଂଶଗ୍ରହଣ କରିବାକୁ ଏନ୍‌ପିସିଆଇ ଓ୍ବାନ୍‌ ନାଇନ ସେଭନ କମ୍ୟୁନିକେଶନ୍‌ ଲିମିଟେଡ୍‌କୁ ଅନୁମୋଦନ ପ୍ରଦାନ କରିଛି। ଅପରପକ୍ଷରେ ଏନ୍‌ପିସିଆଇର ନିଷ୍ପତ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କର ଅବଧି ସମୟ ସୀମାର ଗୋଟିଏ ଦିନ ପୂର୍ବରୁ ପେଟିଏମ୍‌ ପେମେଣ୍ଟସ୍‌ ବ୍ୟାଙ୍କ ଲିମିଟେଡ୍‌ (ପିପିବିଏଲ୍‌) ର ଗ୍ରାହକ ଏବଂ ବଣିକମାନଙ୍କୁ ୨୦୨୪ ମାର୍ଚ୍ଚ ୧୫ ସୁଦ୍ଧା ସେମାନଙ୍କ ଆକାଉଣ୍ଟକୁ ଅନ୍ୟ ବ୍ୟାଙ୍କକୁ ସ୍ଥାନାନ୍ତର କରିବାକୁ ପରାମର୍ଶ ସହ ବିଜ୍ଞପ୍ତି ପ୍ରକାଶ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଉପରେ ପୁଣି ଖପ୍ପା ହେଲେଣି ଡୋନାଲ୍ଡ ଟ୍ରମ୍ପ, କହିଲେ ୪୭ ବର୍ଷ ହେଲା…

ଓ୍ବାଶିଂଟନ,୧୧।୫: ମଧ୍ୟପ୍ରାଚ୍ୟରେ ବର୍ତ୍ତମାନ ଦେଖାଦେଇଥିବା ଭୟଙ୍କର ସଂଘର୍ଷକୁ ବନ୍ଦ କରିବା ପାଇଁ ପ୍ରୟାସକୁ ଏକ ବଡ଼ ଝଟକା ଲାଗିଛି। ରବିବାର (୧୦ ମଇ) ଦିନ, ଆମେରିକାର ରାଷ୍ଟ୍ରପତି…

ପ୍ରବଳ ଝଡ଼ତୋଫାନ ସହ ବର୍ଷା: ଭାଙ୍ଗିଲା ଯାତ୍ରା ତୋରଣ,ବ୍ୟାପକ କ୍ଷୟକ୍ଷତି

ଭଞ୍ଜନଗର,୧୧ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ ରବିବାର ରାତି ୧୦ଟାରୁ ୧୧ଟା ପର୍ଯ୍ୟନ୍ତ ପ୍ରବଳ ଝଡ଼ତୋଫାନ ସହ ବର୍ଷା ହୋଇଥିଲା। ଏହାର କିଛି ସମୟ ପରେ…

ଅବତରଣ ସମୟରେ ବିମାନର ଟାୟାରରେ ଲାଗିଲା ନିଆଁ; ଥିଲେ ୨୭୮ ଜଣ ଯାତ୍ରୀ

କାଠମାଣ୍ଡୁ,୧୧।୫: ନେପାଳର ତ୍ରିଭୁବନ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ ସମୟରେ ଏକ ବଡ଼ ଦୁର୍ଘଟଣା ଟଳିଯାଇଛି। ବିମାନର ଟାୟାରରେ ନିଆଁ ଲାଗିଯାଇଥିବା ସୂଚନା ମିଳିଛି। ପୋଲିସ ନିଶ୍ଚିତ କରିଛି…

୭ ଦିନ ପାଇଁ ଇଡି ହାଜତକୁ ଗଲେ ପଞ୍ଜାବ ମନ୍ତ୍ରୀ ଆରୋରା

ଗୁରୁଗ୍ରାମ,୧୧ା୫(ପି.ଟି.): ମନିଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ଗିରଫ ହୋଇଥିବା ପଞ୍ଜାବ ଶିଳ୍ପମନ୍ତ୍ରୀ ସଞ୍ଜୀବ ଆରୋରାଙ୍କୁ ଗୁରୁଗ୍ରାମର ଏକ ସ୍ବତନ୍ତ୍ର ପିଏମ୍‌ଏଲ୍‌ଏ କୋର୍ଟ ୭ ଦିନ…

ଡିଜିପିଙ୍କ କଡ଼ା ନିର୍ଦ୍ଦେଶ: ସକାଳ ୯ଟା ପୂର୍ବରୁ ଥାନାରେ ହେବ ବ୍ରିଫିଂ ପରେଡ୍‌

ଭୁବନେଶ୍ୱର,୧୦।୫: ଭୁବନେଶ୍ୱର ଡିଜିପିଙ୍କ କ୍ୟାମ୍ପ ଅଫିସ୍‌ରେ ରବିବାର ପୋଲିସ ଅଧିକାରୀଙ୍କ ଏକ ଉଚ୍ଚସ୍ତରୀୟ ବୈଠକ ହୋଇଥିଲା। ବୈଠକ ପରେ ଡିଜିପି ଯୋଗେଶ ବାହାଦୁର ଖୁରାନିଆ ଏକ କଡ଼ା…

ବୁର୍ଲାରେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ

ବୁର୍ଲା,୧୦।୫: ସମ୍ୱଲପୁର ଜିଲା ବୁର୍ଲା ଜଗନ୍ନାଥ ମନ୍ଦିର ନିକଟରେ ଜଣେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ କରାଯାଇଛି। ପୂର୍ୱ ଶତ୍ରୁତାକୁ ନେଇ ଯୁବକଙ୍କୁ ଆକ୍ରମଣ କରାଯାଇଥିବା ଜଣାପଡିଛି। ଆକ୍ରମଣରେ…

ସରକାର ଗଠନ ପାଇଁ ହିମନ୍ତଙ୍କୁ ମିଳିଲା ଆମନ୍ତ୍ରଣ: ୧୨ରେ ଶପଥ ଗ୍ରହଣ

ଗୁଆହାଟୀ,୧୦ା୫: ଆସାମରେ ପରବର୍ତ୍ତୀ ସରକାର ଗଠନ ପାଇଁ ରାଜ୍ୟପାଳ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟ ରବିବାର ମୁଖ୍ୟମନ୍ତ୍ରୀ ନିର୍ବାଚିତ ହିମନ୍ତ ବିଶ୍ୱଶର୍ମାଙ୍କୁ ଆମନ୍ତ୍ରଣ କରିଛନ୍ତି। ଫଳରେ ଆସାମରେ ଏନ୍‌ଡିଏ…

ବଡ଼ ଧରଣର ବିସ୍ଫୋରଣ, ୧୫ ପୋଲିସ ନିହତ

ପେଶଓ୍ବାର,୧୦।୫: ପାକିସ୍ତାନର ଖାଇବର ପଖତୁନଖ୍ୱା ପ୍ରଦେଶର ଏକ ପୋଲିସ ପୋଷ୍ଟ ଉପରେ ଆତ୍ମଘାତୀ ଆକ୍ରମ ହୋଇଛି । ଏଥିରେ ପନ୍ଦର ଜଣ ସୁରକ୍ଷା କର୍ମୀଙ୍କ ମୃତ୍ୟୁ ଘଟିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri