Posted inଜାତୀୟ

ମନ୍ଦିର ଟ୍ରଷ୍ଟ ଦେଲା ବଡ଼ ସୂଚନା, କହିଲା ଲଡୁରେ ପବିତ୍ରତା ରହିଛି

ହାଇଦ୍ରାବାଦ,୨୧ା୯: ତିରୁପତି ବାଲାଜୀଙ୍କ ପ୍ରସାଦ ଲଡୁ  ପୁଣି ଉପଲବ୍ଧ। ଏନେଇ ସୋସିଆଲ ମିଡିଆରେ ଏକ ପୋଷ୍ଟ ମାଧ୍ୟମରେ ମନ୍ଦିର ଟ୍ରଷ୍ଟ କହିଛି ପ୍ରସାଦ ଲଡୁରେ ପବିତ୍ରତା ବା ଶୁଦ୍ଧତା ରହିଛି।

ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ପୂର୍ବ ଜଗନମୋହନ ସରକାର ତିରୁପତି ମନ୍ଦିରର ଲଡୁ ପ୍ରସାଦରେ ପଶୁ ଚର୍ବି ମିଶ୍ରଣ କରିଥିବା ଅଭିଯୋଗ କରିଥିଲେ। ବୁଧବାର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ କହିଥିଲେ, ଓ୍ବାଇଏସ୍‌ଆର୍‌ କଂଗ୍ରେସ ଦଳର ନେତାମାନେ ତିରୁମାଲାର ପବିତ୍ରତାକୁ ଅପବିତ୍ର କରିଛନ୍ତି।

ସେହିପରି ଉପମୁଖ୍ୟମନ୍ତ୍ରୀ ପଓ୍ବନ କଲ୍ୟାଣ ମଧ୍ୟ ଲଡୁର ଶୁଦ୍ଧତା ଉପରେ ପ୍ରଶ୍ନ ଉଠାଇଥିଲେ। ତିରୁପତି ବାଲାଜୀଙ୍କ ପ୍ରସାଦରେ ପଶୁ ଚର୍ବି (ମାଛ ତେଲ, ଘୁଷୁରି ଚର୍ବି ଏବଂ ଗୋମାଂସ ଚର୍ବି) ମିଶ୍ରିତ ହୋଇଥିବାରୁ ଆମେ ସମସ୍ତେ ବ୍ୟଥିତ। ତତ୍କାଳୀନ ଓ୍ବାଇସିପି ସରକାର ଟିଟିଡି ଦ୍ୱାରା ଗଠିତ ବୋର୍ଡ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିଶ୍ରୁତିବଦ୍ଧ। ଏହା ମନ୍ଦିରର ଅପମାନ ଏବଂ ଅନ୍ୟାନ୍ୟ ଧାର୍ମିକ ପ୍ରଥା ସହିତ ଜଡ଼ିତ ଅନେକ ପ୍ରସଙ୍ଗକୁ ବରଦାସ୍ତ କରିବ ନାହିଁ।

ସେ ଆହୁରି ମଧ୍ୟ କହିଛନ୍ତି, ବର୍ତ୍ତମାନ ଭାରତରେ ମନ୍ଦିର ସହ ଜଡ଼ିତ ସମସ୍ତ ପ୍ରସଙ୍ଗ ଉପରେ ବିଚାର କରିବା ପାଇଁ ଜାତୀୟ ସ୍ତରରେ ଏକ ‘ସନାତନ ଧର୍ମ ରକ୍ଷା ବୋର୍ଡ’ ଗଠନ କରିବାର ସମୟ ଆସିଛି ଏବଂ ଏହା ରହିବା ମଧ୍ୟ ଉଚିତ। ଜାତୀୟ ସ୍ତରରେ ଏହା ଉପରେ ନିଜ ନିଜ ଅଞ୍ଚଳର ଅନ୍ୟ ସମସ୍ତ ଲୋକ ବିତର୍କ କରନ୍ତୁ ଏବଂ ମୁଁ ଭାବୁଛି ଯେ କୌଣସି ରୂପରେ ‘ସନାତନ ଧର୍ମ’କୁ ଅପମାନ ବନ୍ଦ କରିବା ପାଇଁ ଆମେ ସମସ୍ତେ ଏକାଠି ହେବା ଉଚିତ।

ଟିଡିପି ମୁଖପାତ୍ର ଅନାମ ଭେଙ୍କଟରମଣ ରେଡ୍ଡୀ ଦାବି କରିଥିଲେ ଯେ, ପ୍ରସିଦ୍ଧ ଶ୍ରୀ ଭେଙ୍କଟେଶ୍ୱର ସ୍ବାମୀ ମନ୍ଦିର ପରିଚାଳନା କରୁଥିବା ତିରୁମାଲା ତିରୁପତି ଦେବସ୍ଥାନମ (ଟିଟିଡି) ଦ୍ୱାରା ଦିଆଯାଇଥିବା ଘିଅର ନମୁନା ଗୁଜରାଟସ୍ଥିତ ପ୍ରାଣୀ ସମ୍ପଦ ଲାବୋରେଟୋରୀ ଦ୍ୱାରା ଅପମିଶ୍ରଣ ଚିହ୍ନଟ ହୋଇଛି। ଯେଉଁଥିରେ ଦିଆଯାଇଥିବା ଘିଅ ନମୁନାରେ ପଶୁ ଚର୍ବି, ଘୁଷୁରି ଚର୍ବି ଏବଂ ମାଛ ତେଲ ଥିବା ମଧ୍ୟ ଦାବି କରାଯାଇଥିଲା। ଏହି ନମୁନା ୯ ଜୁଲାଇ ୨୦୨୪ରେ ସଂଗ୍ରହ କରାଯାଇଥିବା ଲ୍ୟାବ ରିପୋର୍ଟ ଜୁଲାଇ ୧୬ ରହିଥିଲା।

ତିରୁପତି ମନ୍ଦିରର ଲଡୁରେ ପଶୁ ଚର୍ବି ଥିବା ତେଲ ବ୍ୟବହାର କରାଯିବା ପରେ ଆନ୍ଧ୍ରପ୍ରଦେଶରେ ଏକ ଅଶାନ୍ତି ଦେଖାଦେଇଛି। ଏହି ଅପରାଧ ପାଇଁ ଏଠାରେ ଟିଡିପି ଏବଂ ଭାଜପା ଲଗାତର ଜଗନ୍ ମୋହନ ରେଡ୍ଡୀ ସରକାର ଉପରେ ଆକ୍ରମଣ କରୁଛନ୍ତି। ବିବାଦ ବଢ଼ିବା ପରେ ପ୍ରସାଦ ଭାବରେ ଲଡୁ ବଣ୍ଟନ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନୂଆଦିଲ୍ଲୀ ଗସ୍ତରେ ନବୀନ; ଭେଟିପାରନ୍ତି କିଛି…

ଭୁବନେଶ୍ୱର,୧୩।୭(ସୁନିତ୍‌ ମିଶ୍ର): ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ମଙ୍ଗଳବାର ନୂଆଦିଲ୍ଲୀ ଗସ୍ତରେ ଯାଇଛନ୍ତି। ତେବେ ସେ କେତେଦିନ ଲାଗି ଗସ୍ତ କରିଛନ୍ତି…

ମା’ ସୁଭଦ୍ରାଙ୍କୁ ‘ଶ୍ରୀମତୀ’ ବୋଲି ସମ୍ବୋଧନ କଲା ଇସ୍କନ, ବାଲୁକାଶିଳ୍ପୀ ସୁଦର୍ଶନ କହିଲେ…

ପୁରୀ, ୧୪।୭: ଇସ୍କନ (ISKCON) ପକ୍ଷରୁ ପ୍ରକାଶିତ ରଥଯାତ୍ରା ବାର୍ତ୍ତାକୁ ନେଇ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି। ଇସ୍କନ…

ଜଣେ ସାଙ୍ଗ ସିନା ବଞ୍ଚିଗଲେ, ହେଲେ ଆଉ ଜଣେ ଫେରିଲେନି: ଭୀମକୁଣ୍ଡରେ ବୁଡ଼ି କେନ୍ଦ୍ରାପଡ଼ା ଯୁବକଙ୍କ ମୃତ୍ୟୁ

ପାଟଣା, ୧୪।୭ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଭୀମକୁଣ୍ଡରେ ଆଜି ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି। ଗାଧୋଉଥିବା…

କାଲି ଭଦ୍ରକର ସମସ୍ତ ସ୍କୁଲ ଛୁଟି, ଜାଣନ୍ତୁ କାହିଁକି ହେଲା ଏଭଳି…

ଭଦ୍ରକ, ୧୪।୭: ରାଜ୍ୟରେ ଜାରି ରହିଥିବା ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲା ପ୍ରଶାସନ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ବର୍ଷା ଯୋଗୁ ଛାତ୍ରଛାତ୍ରୀଙ୍କ…

ନବଯୌବନ ବେଶରେ ଦର୍ଶନ ଦେଲେ ଶ୍ରୀ ଦଧିବାମନ, ଦର୍ଶନ କରିବା ପାଇଁ…

ବରଗଡ଼, ୧୪।୭ (ପ୍ରେମାନନ୍ଦ ଖମାରୀ): ଦିନକ ପରେ ପବିତ୍ର ରଥଯାତ୍ରା ଥିବାରୁ ବରଗଡ଼ ଜିଲା ଭଟଲି ଅଞ୍ଚଳ ଚଳଚଞ୍ଚଳ ହୋଇପଡ଼ିଛି। ଶ୍ରୀ ଶ୍ରୀ ଦଧିବାମନ ମହାପ୍ରଭୁଙ୍କ ରଥଯାତ୍ରା…

ଦିନ ଦ୍ବିପହରରେ ସଶସ୍ତ୍ର ଡକାୟତି ଉଦ୍ୟମ: ବନ୍ଧୁକ ମୁନରେ ଭୟଭୀତ କଲେ; ହେଲେ ଗ୍ରାମବାସୀଙ୍କ ସାହସିକତା ଯୋଗୁ…

କୋକସରା,୧୪।୭(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଅନ୍ତର୍ଗତ ବାଙ୍କିମୁଣ୍ଡା ଗ୍ରାମରେ ମଙ୍ଗଳବାର ଦିନ ଦ୍ବିପ୍ରହରରେ ଏକ ସାଂଘାତିକ ସଶସ୍ତ୍ର ଡକାୟତି ଉଦ୍ୟମ ବିଫଳ ହୋଇଛି।…

ଗ୍ୟାସ ସିଲିଣ୍ତରକୁ ନେଇ ବଡ଼ ଖବର! ମାତ୍ର ୬୭୩ ଟଙ୍କାରେ ମିଳିବ ସିଲିଣ୍ତର? ଜାଣନ୍ତୁ କିପରି କରିବେ ବୁକିଂ..

ନୂଆଦିଲ୍ଲୀ,୧୪ା୭: LPG ଗ୍ରାହକଙ୍କ ପାଇଁ ଆସିଲା ଖୁସି ଖବର । ଗ୍ୟାସକୁ ନେଇ ଆସିଛି ବଡ଼ ଅପଡେଟ୍ । କିଣିବାକୁ ଚାହୁଁଥିଲେ ଜାଣନ୍ତୁ ପୂରା ଖବର ।…

Budh Uday: ୨୫ ଜୁଲାଇ ପରେ ୫ ରାଶିଙ୍କ ବିଜନେସ୍-କ୍ୟାରିୟରରେ ହେବ ବଡ଼ ଉନ୍ନତି; ଭାଗ୍ୟବାନ ରାଶି…

୨୫ ଜୁଲାଇ, ୨୦୨୬ରେ ବୁଧ ନିଜ ରାଶି ମିଥୁନ ରାଶିରେ ଉଦୟ ହେବ, ଯାହା ଅନେକ ରାଶି ପାଇଁ ସେମାନଙ୍କ କ୍ୟାରିଅର ଏବଂ ବ୍ୟବସାୟରେ ଲାଭ ଆଣିପାରେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri