ଏହି ମନ୍ଦିରର ୧୪୦ କର୍ମଚାରୀଙ୍କୁ କରୋନା

ହାଇଦ୍ରାବାଦ,୧୭ା୭: ଆନ୍ଧ୍ରପ୍ରଦେଶର ତିରୁପତି ବାଲାଜୀ ମନ୍ଦିରରେ ସଂକ୍ରମଣକୁ ରୋକିବା ପାଇଁ ସମସ୍ତ ବ୍ୟବସ୍ଥା କରାଯିବା ପରେ ମଧ୍ୟ କରୋନା ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଟ୍ରଷ୍ଟର ୧୪୦ରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ଏଥିରେ ୧୪ ଜଣ ପୂଜାରୀ ମଧ୍ୟ ଅନ୍ତର୍ଭୁକ୍ତ। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ପରେ କର୍ମଚାରୀ ସଂଗଠନ ଏବଂ ରାଜନୈତିକ ଦଳ କିଛି ଦିନ ଧରି ମନ୍ଦିର ପରିଦର୍ଶନ ବନ୍ଦ କରିବାକୁ ଚାପ ପକାଉଛନ୍ତି। ତଥାପି ଟ୍ରଷ୍ଟ ବର୍ତ୍ତମାନ ସମୟରେ ଏହା କରିବାକୁ ପ୍ରସ୍ତୁତ ନୁହେଁ।
ଏହି ମନ୍ଦିର ଜୁନ୍‌-୮ରେ ଅନ୍‌ଲକ୍‌-୧ରେ ଖୋଲା ଯାଇଥିଲା। ୧୧ ଜୁନ୍‌ ଠାରୁ ଏହା ସାଧାରଣ ଲୋକଙ୍କ ପାଇଁ ଖୋଲା ଯାଇଥିଲା। ୨ ଦିନ ପରେ, ଅର୍ଥାତ୍‌ ଜୁନ ୧୩ରୁ ମନ୍ଦିର କର୍ମଚାରୀଙ୍କ ଠାରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲା। ଭକ୍ତଙ୍କ ସଂଖ୍ୟା ପ୍ରାୟ ୬ ହଜାରରୁ ୧୫ ହଜାର ପର୍ଯ୍ୟନ୍ତ ବୃଦ୍ଧି ହୋଇଥିଲା। କିନ୍ତୁ ମନ୍ଦିରରେ କରୋନା ପ୍ରଭାବ ଯୋଗୁ ବର୍ତ୍ତମାନ ଭିଡ଼ କମିଛି। ବର୍ତ୍ତମାନ ପ୍ରତ୍ୟେକ ଦିନ ୮ରୁ ୯ ହଜାର ଭକ୍ତ ଠାକୁରଙ୍କୁ ଦର୍ଶନ କରୁଛନ୍ତି। ମନ୍ଦିରରେ ସଂକ୍ରମଣ ବୃଦ୍ଧି ପାଇବା ପରେ ଏବେ ଏଠାରେ ଦର୍ଶନ ବନ୍ଦ ପାଇଁ ଦାବି ହେଉଛି।
ମନ୍ଦିର ଟ୍ରଷ୍ଟର ଚେୟାରମ୍ୟାନ ଓ୍ବାଇ.ବି. ସୁବାରେଡ୍ଡୀ କହିଛନ୍ତି, ମନ୍ଦିରର ପରିସ୍ଥିତି ଏବେ ମଧ୍ୟ ନିୟନ୍ତ୍ରଣରେ ଅଛି। ତେଣୁ ପୁନର୍ବାର ମନ୍ଦିର ବନ୍ଦ କରିବାର କୌଣସି କାରଣ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଡିସେମ୍ବର ୨ୟ ସପ୍ତାହ ପରେ ସଂକ୍ରମଣ ଆଶଙ୍କା

ଭୁବନେଶ୍ୱର,୫।୧୧(ବ୍ୟୁରୋ): ୟୁରୋପ ଓ ଅନ୍ୟାନ୍ୟ ପାଶ୍ଚାତ୍ୟ ଦେଶରେ ପ୍ରଥମ ପର୍ଯ୍ୟାୟ କୋଭିଡ୍‌ ସଂକ୍ରମଣ ପରେ ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ଚାଲିଛି। ଓଡ଼ିଶାରେ ଡିସେମ୍ବର ଦ୍ୱିତୀୟ ସପ୍ତାହ...

ଖଣି ଦୁର୍ନୀତିରେ ବୁଲନ୍ଦ ସହରର ଡିଏମ୍‌ଙ୍କ ଘରେ ଚଢ଼ାଉ

ଭୋପାଳ,୧୦।୭: ଉତ୍ତରପ୍ରଦେଶର ବହୁଚର୍ଚ୍ଚିତ ଖଣି ଦୁର୍ନୀତି ମାମଲା ନେଇ ବୁଧବାର ସିବିଆଇ ପକ୍ଷରୁ ଚଢ଼ାଉ କରାଯାଇଛି। ବୁଲନ୍ଦ ସହରର ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟ(ଡିଏମ୍‌) ଅଭୟ କୁମାର ସିଂହଙ୍କ...

ସାମାଜିକ ଆର୍ଥିକ ପରିବର୍ତ୍ତନ ନ୍ୟାୟ ସଙ୍ଗତ-ତର୍କପୂର୍ଣ୍ଣ ହେବା ଆବଶ୍ୟକ: ମୋଦି

ନୂଆଦିଲ୍ଲୀ, ୨୨।୨: ଦେଶର ବିକାଶ ପାଇଁ ଜାରି ରହିଥିବା ସାମାଜିକ ଆର୍ଥିକ ପରିବର୍ତ୍ତନ ନ୍ୟାୟ ସଙ୍ଗତଏବଂ ତର୍କପୂର୍ଣ୍ଣ ହେବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

ଏଲ୍‌ଓସିରେ ଡ୍ରଗ୍ସ୍‌ ର଼୍ୟାକେଟର ପର୍ଦ୍ଦାଫାଶ୍‌

ଶ୍ରୀନଗର, ୨୦।୯: ଜମ୍ମୁ-କଶ୍ମୀରରେ ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖା(ଏଲ୍‌ଓସି)ରେ ଏକ ଡ୍ରଗ୍ସ୍‌ ର଼୍ୟାକେଟର ପର୍ଦ୍ଦାଫାଶ୍‌ ହୋଇଛି। ଅର୍ନିଆ ସେକ୍ଟରର ବୁଧଓ୍ବାରାଠାରୁ ବିଏସ୍‌ଏଫ୍‌ ଯବାନମାନେ ବିପୁଳ ପରିମାଣର...

ଆମ ଆଦମୀ ପାର୍ଟିକୁ ମୁଁ ଦେଇଛି ୬୦ କୋଟି ଟଙ୍କା: ସୁକେଶ ଚନ୍ଦ୍ରଶେଖର

ନୂଆଦିଲ୍ଲୀ,୨୦ ।୧୨: ଠକ ସୁକେଶ ଚନ୍ଦ୍ରଶେଖରଙ୍କୁ ୨୦୦ କୋଟି ଠକେଇ ଅଭିଯୋଗରେ ମଙ୍ଗଳବାର ପଟିଆଲା ହାଉସ କୋର୍ଟରେ ହାଜର କରାଯାଇଥିଲା । ସେଠାରେ ସେ ଆମ...

ଲକ୍‌ଡାଉନ ଉଲ୍ଲଂଘନକାରୀଙ୍କୁ ଉଠ୍‌ବସ୍‌ କଲା ପୋଲିସ

ବିନିକା,୨୯ା୩(ଡି.ଏନ୍‌.ଏ.) ଲକ୍‌ଡାଉନ୍‌ ନିୟମକୁ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ସୁବର୍ଣ୍ଣପୁର ଜିଲା ବିନିକା ଥାନା ପୋଲିସ। ବିନା କାରଣରେ ରାସ୍ତାକୁ...

ସ୍ବାମୀଙ୍କ ସହ କନୌଟ ପ୍ୟାଲେସରେ ହନୁମାନ ଚାଳିଶା ପଢ଼ିଲେ ନବନୀତ

ନୂଆଦିଲ୍ଲୀ,୧୪।୫: ଗତ କିଛି ଦିନରୁ ଦେଶରେ ଲାଗିରହିଥିବା ହନୁମାନ ଚାଳିଶା ବିବାଦ ଥମିବାର ନା ନେଉନି। ଇତିମଧ୍ୟରେ ମହାରାଷ୍ଟ୍ର ଅମରାବତୀର ଭାଜପା ଏମ୍‌ପି ନବନୀତ ରାଣା...

ପୋଲିସ ତରଫରୁ କରୋନା ସଚେତନତା କାର୍ଯ୍ୟକ୍ରମ

ଖପ୍ରାଖୋଲ, ୪ା୫(ଡି.ଏନ.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ନାନ୍ଦୁପଲା ପଞ୍ଚାୟତ ଅନ୍ତର୍ଗତ ଗନ୍ଧମାର୍ଦ୍ଦନ ପାହାଡ ତଳି ମହୁଲପାଲି ଗାଁରେ ସ୍ଥାନୀୟ ପୋଲିସ୍‌ ତରଫରୁ କରୋନା ସଚେତନତା...

Advertisement
Archives

Model This Week