ରାୟଗଡ଼ା,୧୯ା୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କ ମନ୍ଦିରର ୯ଟି ହୁଣ୍ଡି ସୋମବାର ଖୋଲାଯାଇ ଗଣତି ଆରମ୍ଭ କରାଯାଇଛି। ଏଥିରେ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ, ମନ୍ଦିର କର୍ମଚାରୀଙ୍କ ସମେତ ୟୁନିଅନ ବ୍ୟାଙ୍କ ଅଫ୍ ଇଣ୍ଡିଆର କର୍ମଚାରୀ ରହିଛନ୍ତି। ସକାଳ ୯ଟାରୁ ଗଣତି ଆରମ୍ଭ ହୋଇଛି। ପୂର୍ବରୁ ୨୦୨୫ ଜୁଲାଇ ୭ ତାରିଖରେ ହୁଣ୍ଡି ଖୋଲାଯାଇଥିଲା। ସେହି ସମୟରେ ହୁଣ୍ଡିରୁ ନଗଦ ୧ କୋଟି ୪ ଲକ୍ଷ ୩୬ ହଜାର ୯୬୩ ଟଙ୍କା ସହିତ ୩୮ ଗ୍ରାମ ସୁନା ଓ ୨୫୦୫ ଗ୍ରାମ ରୁପା ବାହାରିଥିଲା। ଏଥିସହିତ ୫ଟି ଦେଶର ୧୨ଟି ବିଦେଶୀ ନୋଟ୍ ମଧ୍ୟ ବାହାରିଥିଲା। ଚଳିତ ଥର ପ୍ରାୟ ୬ ମାସ ପରେ ମା’ଙ୍କ ହୁଣ୍ଡି ଖୋଲାଯାଇଛି।

