ଆଜିଠୁ ବଢ଼ିବ ତାପମାତ୍ରା

ଭୁବନେଶ୍ୱର,୧୦ା୨(ଅନୁରାଧା ମହାରଣା): ରାଜ୍ୟରେ ଗତ ୩ଦିନ ମଧ୍ୟରେ ୯ ଡିଗ୍ରୀ ଯାଏ ତାପମାତ୍ରା କମିଥିଲା। ତେବେ ସୋମବାରଠାରୁ ପରବର୍ତ୍ତୀ ୩ଦିନ ମଧ୍ୟରେ ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।
ରାଉରକେଲାରେ ୬ ତାରିଖରେ ସର୍ବନିମ୍ନ ତାପମାତ୍ରା ୧୮ ଡିଗ୍ରୀ ସେଲସିୟସ ଥିବାବେଳେ ରବିବାର ୮.୮ ଡିଗ୍ରୀ ସେଲସିୟସ୍‌କୁ ହ୍ରାସ ପାଇଛି। ଅର୍ଥାତ୍‌ ୩ଦିନରେ ପ୍ରାୟ ୯.୨ ଡିଗ୍ରୀ ସେଲସିୟସ୍‌ ତାପମାତ୍ରା କମିଛି। ସେହିପରି ଝାରସୁଗୁଡାରେ ୧୮.୩ ଡିଗ୍ରୀ ସେଲସିୟସ୍‌ରୁ ୯.୭ ଡିଗ୍ରୀ ସେଲସିୟସ୍‌କୁ ଅର୍ଥାତ୍‌ ପ୍ରାୟ ୮.୬ ଡିଗ୍ରୀ ସେଲସିୟସ୍‌ ତାପମାତ୍ରା ହ୍ରାସ ପାଇଛି। ଅନ୍ୟପକ୍ଷରେ ରବିବାର ଝାରସୁଗୁଡ଼ାରେ ସର୍ବୋଚ୍ଚ ତାପମାତ୍ରା ୩୪.୪ ଡିଗ୍ରୀ ରେକର୍ଡ ହୋଇଥିଲେ ମଧ୍ୟ ବିଭିନ୍ନ ସ୍ଥାନରେ ଦିନ ତାପମାତ୍ରାରେ ଉଲ୍ଲେଖନୀୟ ହ୍ରାସ ପରିଲଖିତ ହୋଇଛି। ଅନୁଗୋଳରେ ଶନିବାର ୩୪.୭ ଡିଗ୍ରୀ ସେଲସିୟସ୍‌ ତାପମାତ୍ରା ରେକର୍ଡ ହୋଇଥିବାବେଳେ ରବିବାର ଏହା ୩୨.୭ ଡିଗ୍ରୀକୁ ହ୍ରାସ ପାଇଛି।
ଅନ୍ୟପଟେ ରାଜ୍ୟରେ ବିଭିନ୍ନ ସ୍ଥାନରେ କୁହୁଡ଼ି ପ୍ରଭାବ ଦେଖିବାକୁ ମିଳୁଛି। ଆସନ୍ତା ୨ ଦିନ ବିଭିନ୍ନ ସ୍ଥାନରେ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିବ। ତେବେ ସୋମବାର କୋରାପୁଟ, ନବରଙ୍ଗପୁର, ଗଜପତି ଓ ଗଞ୍ଜାମ ଆଦି ଜିଲାକୁ ଘନ କୁହୁଡ଼ି ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକାକୁ ଖୋଲା ଧମକ: ଖାର୍ଗ ଉପରେ ଆକ୍ରମଣ ପରେ ତାତିଲା ଇରାନ

ତେହରାନ,୧୪।୩: ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଆମେରିକାର ସେନା ଇରାନର ଖାର୍ଗ ଦ୍ୱୀପରେ ପ୍ରବଳ ବୋମା…

‘୧୪ ଦିନରେ ଆମେରିକାକୁ ଭିକ ମଗାଇ ଦେଲୁ’, ଖାର୍ଗ ଦ୍ୱୀପ ଧ୍ୱଂସ ହେବାକୁ ନେଇ କାହିଁକି ଏତେ କନଫିଡେଣ୍ଟରେ ରହିଛି ଇରାନ, ଜାଣନ୍ତୁ…

ତେହରାନ୍‌,୧୪।୩: ଆମେରିକା ଏବଂ ଇରାନ ମଧ୍ୟରେ ସଂଘର୍ଷ ମଧ୍ୟରେ, ଏହା ସହିତ ବୟାନବାଜି ମଧ୍ୟ ଯଥେଷ୍ଟ ତୀବ୍ର ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଇରାନର ଖାର୍ଗ…

ଯୁଦ୍ଧ ଭିତରେ କିମ୍‌ଙ୍କ ଏଣ୍ଟ୍ରି! ଭୟଙ୍କର ମିସାଇଲା ଆଟାକ୍‌, ବିଶ୍ୱରେ ଚହଳ…

ନୂଆଦିଲ୍ଲୀ,୧୪।୩: ଗୋଟିଏ ପଟେ, ମଧ୍ୟପ୍ରାଚ୍ୟରେ ଇରାନ, ଆମେରିକା ଏବଂ ଇସ୍ରାଏଲ ସହିତ ଜଡିତ ବିବାଦ ଏକ ଭୟଙ୍କର ମୋଡ଼ ନେଇଛି। ଏହି ସମୟରେ, ଏସିଆର ଅନ୍ୟ ଏକ…

ପଥର ପ୍ୟାକିଂ ନିର୍ମାଣ କାର୍ଯ୍ୟ ତଦାରଖ କରିବାକୁ ଆସୁନାହାନ୍ତି କ୍ଷେତ୍ର ପରିଦର୍ଶନ ଅଧିକାରୀ, ନିମ୍ନମାନର କାର୍ଯ୍ୟ ନେଇ…

ମହାକାଳପଡ଼ା,୧୪ା୩ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ କଂସାର ବଡ଼ ଦାଣ୍ଡୁଆ ପଞ୍ଚାୟତ ବଗଗହଣ- ମିଲନମୋଡ଼-ତରପଦା ଗୋବରୀ ନଦୀପାର୍ଶ୍ୱ ଘେରିବନ୍ଧ ନିର୍ମାଣ କାମ ନିମ୍ନମାନର…

ଆମେରିକୀୟ ଦୂତାବାସ ଉପରେ ଆକ୍ରମଣ କଲା ଇରାନ: ଚାରିଆଡ଼େ ଧୂଆଁମୟ

ଓ୍ବାଶିଂଟନ୍‌,୧୪।୩: ଇସ୍ରାଏଲ ଏବଂ ଆମେରିକା ନିରନ୍ତର ଇରାନ ଉପରେ ଆକ୍ରମଣ କରୁଛନ୍ତି। ଯୁଦ୍ଧକୁ ୧୫ ଦିନ ହୋଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ଶେଷ ହେବାର କୌଣସି ସଙ୍କେତ ନାହିଁ।…

ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ: ସଙ୍କଟରେ ବନ୍ୟଜନ୍ତୁ

ଉଦଳା,୧୪।୩(ସନ୍ତୋଷ କୁମାର ବାଛିନୀ): ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ। ଶିମିଳିପାଳର ଆଭ୍ୟନ୍ତରୀଣ ଅଞ୍ଚଳରେ ଲାଗିଛି ନିଆଁ। ୩ ରୁ ୪ ଘଣ୍ଟା ହେବ ଜଳି ଚାଲିଛି ନିଆଁ।…

କାମ ସାରି ଫେରୁଥିବାବେଳେ ଦଳିଦେଲା ହାତୀ: ୧୨ ଘଣ୍ଟାରେ ୩ ଜଣଙ୍କ ଗଲା ଜୀବନ

ଜି.ଉଦୟଗିରି/ରାଇକିଆ,୧୪/୩(ଚିନ୍ମୟ କୁମାର ସେଠୀ/ପ୍ରଦୀପ ବେହେରା): କନ୍ଧମାଳ ଜିଲା ଜି.ଉଦୟଗିରି ଓ ରାଇକିଆ ବ୍ଲକରେ ହାତୀ ଉପଦ୍ରବକୁ ନେଇ ଆତଙ୍କ ଦେଖା ଦେଇଛି । ଗତ କାଲି ସନ୍ଧ୍ୟାରୁ…

ହତ୍ୟା କରି ପାଣିଟାଙ୍କି ଉପରେ ଲୁଚିଥିବା ଅଭିଯୁକ୍ତ ପିଇଦେଲେ ବିଷ, ତା’ପରେ…

ଦେବଗଡ଼,୧୪।୩(ଶଶାଙ୍କ ଶେଖର ଝାଙ୍କର): କୁଣ୍ଢେଇଗୋଳା ଥାନା ଗରିଆପାଲି ଗ୍ରାମରେ ଟ୍ରିପଲ ମର୍ଡର ଘଟଣାରେ ଚାଞ୍ଚଲ୍ୟ। ହତ୍ୟା କରି ଫେରାର୍‌ ହୋଇଯାଇଥିବା ଅଭିଯୁକ୍ତ ଗାଁର ପାଣି ଟାଙ୍କି ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri