ବଢୁଛି ତାପମାତ୍ରା, ଦେଖାନାହିଁ ଜଳଛତ୍ର

ଲୋଇସିଂହା,୧୩।୩(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ଅଞ୍ଚଳରେ ତାପମାତ୍ରା ୩୫ ଡିଗ୍ରୀ ଉପରେ ରହୁଛି ା ଅସ୍ବାଭାବିକ ତାପମାତ୍ରା ବୃଦ୍ଧି ନେଇ ଜନଜୀବନ ଅସ୍ତବ୍ୟସ୍ତ ହେବାରେ ଲାଗିଲାଣି। ପିଇବା ପାଣିର ଚାହିଁଦା ବୃଦ୍ଧି ପାଇଛି। କିନ୍ତୁ ପଞ୍ଚାୟତ ପକ୍ଷରୁ ଖୋଲାଯାଉଥିବା ପାଣିଛତ୍ର ଦେଖାମିଳୁନାହିଁ। ବାଟଘାଟରେ ପିଇବା ପାଣି ନ ପାଇ ପଥଚାରୀମାନେ ହଟହଟା ହେଉଛନ୍ତି। ଲୋଇସିଂହା ବ୍ଲକ ପ୍ରଶାସନ କିମ୍ବା ନବ ଗଠିତ ଲୋଇସିଂହା ଏନଏସି କତ୍ତୃପକ୍ଷଙ୍କ ତରଫରୁ ଗ୍ରୀଷ୍ମ ମୁକାବିଲା ପ୍ରସ୍ତୁତି କରିନାହାନ୍ତି। ଜନସାଧାରଣ ବିଭିନ୍ନ କାର୍ଯ୍ୟ ପାଇଁ ଲୋଇସିଂହା ମୁଖ୍ୟାଳୟରେ ଥିବା ବ୍ଲକ, ତହସିଲ,ଡାକ୍ତରଖାନା, କୋର୍ଟ ଆଦିକୁ ଆସୁଛନ୍ତି। ହେଲେ ବାଟରେ ଜଳଛତ୍ର ଖୋଲା ହୋଇ ନ ଥିବାରୁ ପିଇବା ପାଣି ନ ପାଇ ହଟହଟା ହେଉଛନ୍ତି। ଏସମ୍ପର୍କରେ ବିଡିଓ ଅକ୍ଷୟ ପାଣି ଉଦ୍ଦୁଙ୍କୁ ପଚାରିବାରୁ କହନ୍ତି, ଜନପ୍ରତିନିଧିଙ୍କୁ ନେଇ ଗ୍ରୀଷ୍ମ ମୁକାବିଲା ପ୍ରସ୍ତୁତି ବୈଠକ ହୋଇନାହିଁ। ଖୁବଶୀଘ୍ର ବୈଠକ ଡାକି ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ବିଡିଓ ଉଦ୍ଦୁ କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ବିଧାୟକଙ୍କୁ ନବୀନଙ୍କ ତାଗିଦ୍‌: ଦେଲେ କଡ଼ା ନିର୍ଦ୍ଦେଶ, ସନ୍ଧ୍ୟା ୫ଟା୩୦ରୁ ୭ଟା୩୦ ପର୍ଯ୍ୟନ୍ତ…

ଭୁବନେଶ୍ୱର,୧୩।୩: ରାଜ୍ୟ ସଭା ନିର୍ବାଚନ ଲାଗି ରାଜ୍ୟ ରାଜନୀତି ଜୋର୍‌ ଧରିବାରେ ଲାଗିଛି। ସାଧାରଣ ଲୋକମାନେ ମଧ୍ୟ ରାଜ୍ୟ ସଭାକୁ ନେଇ ବିଶେଷ ଚର୍ଚ୍ଚା ଚଳାଇଛନ୍ତି। ଏହାରି…

ରୁଷିଆ ତେଲ ଉପରେ ବଡ଼ ୟୁ-ଟର୍ନ ନେଲା ଆମେରିକା: ଭାରତ ପରେ ଏବେ ସମସ୍ତଙ୍କୁ…ବିଶ୍ୱରେ ଚହଳ

ଓ୍ବାଶିଂଟନ,୧୩।୩: ଆମେରିକା ବର୍ତ୍ତମାନ ପର୍ଯ୍ୟନ୍ତ ବଜାରରେ ରୁଷୀୟ ତୈଳ ପ୍ରବେଶକୁ ଅବରୋଧ କରିବାକୁ ପ୍ରତିଶ୍ରୁତି ଦେଇଥିଲା, ଏବେ ଅନ୍ୟ ଦେଶମାନଙ୍କୁ ରୁଷୀୟ ତୈଳ କ୍ରୟ କରିବାକୁ ଅନୁରୋଧ…

ଭାରସାମ୍ୟ ହରାଇ ଓଲଟିଲା ପିଚୁ ବୋଝେଇ ଟ୍ୟାଙ୍କର, ନିଆଁ ଲାଗି ଡ୍ରାଇଭର ଜୀବନ୍ତ ଦଗ୍ଧ

ପାଲଲହଡା,୧୩।୩(ଦିବ୍ୟଜ୍ୟୋତି ଦାଶ): ଗୁରୁବାର ବିଳମ୍ବିତ ରାତିରେ ଭୟଙ୍କର ଦୁର୍ଘଟଣା । ଟ୍ୟାଙ୍କର ସହ ଜୀଅନ୍ତା ଜଳିଗଲେ ଡ୍ରାଇଭର । ବିଳମ୍ବିତ ରାତିରେ ଅନୁଗୁଳ ଜିଲା ଖମାର ଥାନା ଅନ୍ତର୍ଗତ…

ସ୍ବାର୍ଥ ଓ ପରମାର୍ଥ

ଯୁଗେ ଯୁଗେ ଆମ ସମାଜରେ ସ୍ବାର୍ଥ ଓ ପରମାର୍ଥକୁ ନେଇ ଅନେକ ବାଦବିବାଦ ଓ ତର୍କବିତର୍କ ରହି ଆସିଛି। ସାଧାରଣ ଭାବେ ସମସ୍ତେ କୁହନ୍ତି ସାଂସାରିକ ବନ୍ଧୁମାନେ…

ତିରୁପତିରେ ଉତ୍କଳ ପୀଠ

ବିଶ୍ୱରେ ଅନେକ ସ୍ଥାନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ମନ୍ଦିର ଅଛି। ତେବେ ମହାପ୍ରଭୁଙ୍କ ସଂସ୍କୃତି ଉପରେ ଗବେଷଣା ପାଇଁ ସୁଦୂର ଆନ୍ଧ୍ରପ୍ରଦେଶର ତିରୁପତି ନଗରରେ ଏକ ଉତ୍କଳ ପୀଠ…

ସମ୍ବଳ ପ୍ରତିଯୋଗିତାର ନୂଆ ଯୁଗ

ବୈଶ୍ୱିକ ବ୍ୟବସ୍ଥା ଏବେ ଚାପରେ। ଖଣିଜ ଓ ଶକ୍ତି ନିୟନ୍ତ୍ରଣ ପାଇଁ ବୃଦ୍ଧି ପାଉଥିବା ତୀବ୍ର ପ୍ରତିଯୋଗିତାକୁ ଜାତୀୟ ସୁରକ୍ଷାର ବିଷୟ ଭାବେ ଦେଖାଯାଉଛି। ଭେନେଜୁଆଲାଠାରୁ ଆରମ୍ଭ…

ବେଧଡକ୍ ଚାଲିଛି ନିଶା କାରବାର: ପୋଲିସ-ଅବକାରୀ ଚୁପ୍, ଅଣ୍ଟା ଭିଡ଼ିଲେ ମହିଳା

ଅତାବିରା,୧୩।୩(ଯୁଧିଷ୍ଠିର ମହାପାତ୍ର ): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ବେଧଡକ୍ ଚାଲିଛି ନିଶା କାରବାର । ସବୁ ଜାଣି ଅଜଣା ଭଳି ଚୁପ୍…

ସାବଧାନ! ରାଜଧାନୀରେ ଏହି ସବୁ ସ୍ଥାନରେ ଲାଗିଲା ବୋଲାର୍ଡସ, ନିୟମ ଉଲ୍ଲଂଘନ କଲେ କଟିବ ଚାଲାଣ

ଭୁବନେଶ୍ୱର,୧୩।୩(ତ୍ରିନାଥ ମହାନ୍ତି): ପୂର୍ବରୁ ଅମାନିଆମାନେ ବିଭିନ୍ନ ଛକରେ ରାସ୍ତାର ବାମ ପାର୍ଶ୍ୱରେ ଗାଡ଼ି ରଖୁଥିଲେ। ଫଳରେ ଆମ୍ବୁଲାନ୍ସ ଏବଂ ଅନ୍ୟ ଜରୁରିକାଳୀନ ସେବା ଯୋଗାଉଥିବା ଗାଡ଼ି ସହଜରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri