ଟାଟା କମ୍ପାନୀ ବସ୍‌ ୩ଘଣ୍ଟା ଅଟକ

ବାଲିଆପାଳ, ୨୨।୨(ସ୍ବ.ପ୍ର) ଦକ୍ଷିଣ ବାଲିଆପାଳରେ ପ୍ରସ୍ତାବିତ ବନ୍ଦରକୁ ରେଳଲାଇନ୍‌ ସଂଯୋଗୀକରଣରେ ଜମି ହରାଇଥିବା ପରିବାରର ୩୩ ଯୁବତୀଯୁବକମାନଙ୍କୁ ଟାଟା କମ୍ପାନୀ ପ୍ରଶିକ୍ଷଣ ପାଇଁ ଏକ ବସ୍‌ ଯୋଗେ ସୋମବାର ବାଲିଆପାଳରୁ ଜାମସେଦପୁର ନେଉଥିବା ବେଳେ ସ୍ଥାନୀୟ ଅଞ୍ଚଳ କେତେଜଣ ଯୁବକ ବସ୍‌କୁ ପାରୁଲିଆ ଛକଠାରେ ୩ଘଣ୍ଟା ଧରି ଅଟକାଇଥିଲେ। ଉତ୍ତର ଓଡ଼ିଶା ଜନମଞ୍ଚର ସଭାପତିଙ୍କ ହସ୍ତକ୍ଷେପ ପରେ ବସ୍‌ ଜାମସେଦପୁର ଅଭିମୁଖେ ଯାତ୍ରା କରିଥିଲା। ଦକ୍ଷିଣ ବାଲିଆପାଳରେ ସମୁଦ୍ର ଉପକୂଳରେ ପ୍ରସ୍ତାବିତ ବନ୍ଦର ସର୍ଭେ ଚାଲିଥିବା ବେଳେ ବନ୍ଦରକୁ ରେଳଲାଇନ ସଂଯୋଗ ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟର ପ୍ରଥମ ପର୍ଯ୍ୟାୟ ଶେଷହେବାକୁ ବସିଲାଣି। ପ୍ରଥମ ପର୍ଯ୍ୟାୟରେ ରେଳଲାଇନ୍‌ ପାଇଁ ଜମି ହରାଇଥିବା ପରିବାରର ଯୁବତୀଯୁବକମାନଙ୍କୁ ପ୍ରଶିକ୍ଷଣ ପାଇଁ ଟାଟା କମ୍ପାନୀ ପ୍ରବେଶିକା ପରୀକ୍ଷା କରାଇ ମନୋନୀତ କରିଥିଲେ। ନିର୍ବାଚନ ଆଚରଣ ବିଧି ଲାଗୁଥିବାରୁ ବାଲିଆପାଳ ବ୍ଲକର ନିର୍ବାଚନ ଶେଷ ହେବା ପରେ ସୋମବାର ଟାଟା କମ୍ପାନୀ ମନୋନୀତ ୩ଯୁବତୀ ଓ ୩୦ଯୁବକଙ୍କୁ ଜାମସେଦ୍‌ପୁରଠାରେ ଥିବା ନିଜ କମ୍ପାନୀକୁ ପ୍ରଶିକ୍ଷଣ ପାଇଁ ପଠାଇବାକୁ ପ୍ରସ୍ତୁତି କରୁଥିଲେ। ବାଲିଆପାଳ ଅଞ୍ଚଳର ଅନ୍ୟ କେତେଜଣ ଯୁବତୀଯୁବକ ପ୍ରଥମେ ପ୍ରଶିକ୍ଷଣ ଦାବି କରି ବସ୍‌କୁ ଅଟକାଇଥିଲେ। ବାଲିଆପାଳ ପୋଲିସ ପହଞ୍ଚତ୍ ବସ୍‌ ଅଟକାଇଥିବା ଯୁବକଙ୍କୁ ବୁଝାଶୁଝା କରି ନିରାଶ ହୋଇଥିବା ବେଳ ଉତ୍ତରଓଡ଼ିଶା ଜନମଞ୍ଚ ସଭାପତି ବଳରାମ ସାହୁ ପହଞ୍ଚତ୍ ହସ୍ତକ୍ଷେପ ପରେ ବସ୍‌ ଜାମସେଦପୁର ଅଭିମୁଖେ ଯାତ୍ରା କରିଥିଲା। ଯାତ୍ରା ବେଳେ ସୁବର୍ଣ୍ଣରେଖା ବନ୍ଦର ପ୍ରଶାସନିକ ଅଧିକାରୀ ଏବଂ କମ୍ୟୁନିଟି ଏନ୍‌ଗେଜମେଣ୍ଟ ଦାୟିତ୍ୱରେ ଥିବା ଅଧିକାରୀ ପ୍ରମୋଦ କୁମାର, ସୁବର୍ଣ୍ଣରେଖା ବନ୍ଦର ଡ୍ରେଜିଂ ଦାୟିତ୍ୱରେ ଥିବା ଅଧିକାରୀ ଶ୍ୟାମତନୁ ଦତ୍ତ, ସୁବର୍ଣ୍ଣରେଖା ବନ୍ଦର ଡିଭିଜନାଲ ମୁଖ୍ୟ ଅମୀୟ ରଞ୍ଜନ ପାକଳ ପ୍ରମୁଖ ଉପସ୍ଥିତ ରହି ପ୍ରଶିକ୍ଷଣ ପାଇଁ ଯାଉଥିବା ଯୁବତୀଯୁବକମାନଙ୍କୁ ଉତ୍ସାହିତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

ଉତ୍ସବମୁଖର ଦାରିଙ୍ଗବାଡି: ଉତ୍ସାହ ସହ ପାଳନହେଲା ଗୁଡ ଫ୍ରାଇଡେ, ଯୀଶୁଖ୍ରୀଷ୍ଟଙ୍କ ଯାତନାର ଦୃଶ୍ୟ…

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଗୁଡ୍‌ ଫ୍ରାଇଡେ ପାଇଁ କନ୍ଧମାଳ ଜିଲା  ଉତ୍ସବ ମୁଖର ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ପର୍ବ ବଡ଼ ଧୁମଧାମରେ…

ମାମୁଁ ଘରକୁ ଆସି ଗତକାଲିଠୁ ଥିଲେ ନିଖୋଜ: ଆଜି କେନାଲରୁ ମିଳିଲା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ପଟ୍ଟାମୁଣ୍ଡାଇ ୩।୪(କଳ୍ପତରୁ ନାୟକ) କେନ୍ଦ୍ରାପଡା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ପୂର୍ବାହ୍ନରୁ ନିଖୋଜ ଥିବା ଜଣେ ୭ ବର୍ଷୀୟ ନାବାଳିକା ସ୍କୁଲ…

୮ ତାରିଖ ଯାଏ ଛେଚିବ: ଆସନ୍ତାକାଲି ପାଇଁ ଏହି ୧୨ ଜିଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା! ୱାର୍ନିଂ ଜାରି କଲା…

ଭୁବନେଶ୍ୱର,୩।୪: ରାଜ୍ୟରେ ୮ ତାରିଖ ଯାଏ ବର୍ଷା ନେଇ ପାଣିପାଗ ବିଭାଗ ଚେତାବନୀ ଜାରି କରିଛି। ବିଜୁଳି, ଘଡ଼ଘଡ଼ି ସହ ବର୍ଷା ନେଇ ଆସନ୍ତାକାଲି ପାଇଁ ୧୨…

ଗାଁ ରେ ମା ’ ବୁଢ଼ୀ ଠାକୁରାଣୀ ଯାତ୍ରା: ଏପଟେ ତାଲାଭାଙ୍ଗି ନେଇଗଲେ ସୁନା,ରୁପା ଅଳଙ୍କାର

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଜଗନ୍ନାଥ ମନ୍ଦିର ସାହିରେ ରହୁଥିବା ରାଜମିସ୍ତ୍ରୀ ପିଣ୍ଟୁ ସାହୁଙ୍କ ଘର ତାଲା ଭାଙ୍ଗି ଦୁର୍ବୃତ୍ତମାନେ କଳାକନା…

ବାଣ ତିଆରି ବେଳେ ଭୟଙ୍କର ବିସ୍ଫୋରଣ: ୬ ଗୁରୁତର

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ଥାନା ଅଞ୍ଚଳରେ ବାଣ ତିଆରି କରୁଥିବା ବେଳେ ଶୁକ୍ରବାର ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଜଣ ୬…

ଦବିଲା ପୋଲ, କାର୍ଯ୍ୟାନୁଷ୍ଠାନ ଦାବି କରି ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ସଭାପତି କହିଲେ…

ମୋରଡ଼ା,୩ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚିତ୍ରଡ଼ା-ମୋରଡ଼ା ମୁଖ୍ୟ ରାସ୍ତାର ଶିଳଦା ନିକଟରେ ଥିବା ଜମ୍ଭୀରା ପୋଲ ନିକଟରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ଜିଲା ସଭାପତି…

ଟ୍ରେନ୍‌ ଟ୍ରାକ୍‌ରେ ପଡ଼ିଛି ଯୁବତୀଙ୍କ କ୍ଷତାକ୍ତ ମୃତଦେହ, ହାତରେ ଲେଖା ଅଛି ଏମିତି, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର,୩ା୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଖୁଜେନପାଲି ରେଳ ଫାଟକ ନିକଟରେ ଜଣେ ଯୁବତୀଙ୍କ କ୍ଷତାକ୍ତ ଅବସ୍ଥାରେ ମୃତଦେହ ପଡ଼ିଥିବା ଶୁକ୍ରବାର ଦେଖାଯାଇଛି। ମୃତ ଯୁବତୀଙ୍କ ପରିଚୟ ମିଳିଥିବା ବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri