ପଣ୍ୟବାହୀ ଜାହାଜ ଆଇଟିଟି ପୁମା ବୁଡ଼ିଗଲା

ପାରାଦୀପ,୨୭।୮(ଶରତ ରାଉତ): ପଶ୍ଚିମବଙ୍ଗ ସାଗରଦୀପଠାରୁ ୯୦ ନଟିକାଲମାଇଲ (୧୬୨ କି.ମି.) ଦୂରରେ ରବିବାର ରାତିରେ ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ଆଇଟିଟି ପୁମା କୌଣସି କାରଣବଶତଃ ସମୁଦ୍ରରେ ବୁଡ଼ି ଯାଇଛି। ଖବରପାଇ ଭାରତୀୟ ତଟରକ୍ଷୀ ବାହିନୀ (କୋଷ୍ଟଗାର୍ଡ) ପାଟ୍ରୋଲିଂ ଜାହାଜ ସାରଙ୍ଗ ଓ ଅମୋଘ ପହଞ୍ଚତ୍ ୧୧ ଜଣ ନାବିକଙ୍କୁ ଉଦ୍ଧାର କରିଛନ୍ତି। ସେମାନଙ୍କୁ ନେଇ ଅମୋଘ ଜାହାଜରେ ପାରାଦୀପ ଅଭିମୁଖେ ଆସୁଛନ୍ତି। ମଙ୍ଗଳବାର ମଧ୍ୟାହ୍ନରେ ପାରାଦୀପରେ ପହଞ୍ଚତ୍ବେ ବୋଲି ଜଣାପଡିଛି। ପରେ କୋଷ୍ଟଗାର୍ଡ ପକ୍ଷରୁ ସମ୍ପୂର୍ଣ୍ଣ ସୂଚନା ଦିଆଯବ ବୋଲି ସୂଚନା ମିଳିଛି। ଉକ୍ତ ଜାହାଜ କୋଲକାତା ବନ୍ଦରରୁ ପୋର୍ଟବ୍ଲେୟାର ଅଭିମୁଖେ ଯାଉଥିଲା। ସମୁଦ୍ରରେ ବୁଡ଼ିଯିବା ଫଳରେ ଜାହାଜର କ୍ୟାପଟେନ କୋଷ୍ଟଗାର୍ଡ ମୁଖ୍ୟାଳୟକୁ ସୂଚନା ଦେଇଥିଲେ। ଯେଉଁ ନାବିକମାନେ ସମୁଦ୍ର ପାଣିରେ ଭାସୁଥିଲେ, ସେମାନେ ନାଲି ରଙ୍ଗର ବାଣ ପାଣିରେ ପକାଇଥିଲେ। ଏହାକୁ କୋଷ୍ଟଗାର୍ଡ ଡୋନିୟର ଏୟାରକ୍ରାଫ୍ଟ ଠାବ କରିଥିଲା। ପରେ ଦୁଇ ପାଟ୍ରୋଲିଂ ଜାହାଜର ଯବାନମାନେ ପହଞ୍ଚତ୍ ଅକ୍ଳାନ୍ତ ପରିଶ୍ରମ କରି ରାତିରେ ୧୧ ଜଣଙ୍କୁ ଉଦ୍ଧାର କରିଛନ୍ତି।
ସୂଚନାଥାଉକି, ୨୦୦୯ ସେପ୍ଟେମ୍ବର ୯ରେ ପାରାଦୀପ ବନ୍ଦରଠାରୁ ୫ କିଲୋମିଟର ଦୂରରେ ଭାରସାମ୍ୟ ହରାଇ ବୁଡ଼ିଯାଇଥିଲା ମାଲବାହୀ ଜାହାଜ ବ୍ଲାକ୍‌ରୋଜ। ଉକ୍ତ ଜାହାଜରେ ପ୍ରାୟ ୨୩,୫୦୦ ମେଟ୍ରିକ ଟନ୍‌ ଲୁହାପଥର ଏବଂ ୯୨୦ ମେଟ୍ରିକ୍‌ ଟନ୍‌ ଫର୍ନେସ ଅଏଲ ବୋଝେଇ ହୋଇଥିଲା। ଏହି ଦୁର୍ଘଟଣା ସମୟରେ ଜାହାଜରେ ୨୭ଜଣ ସଦସ୍ୟ ଥିଲେ। ସେମାନଙ୍କ ମଧ୍ୟରୁ ୨୬ଜଣ ଉଦ୍ଧାର ହୋଇଥିବାବେଳେ ଜଣେ ରୁଷୀୟ ଯନ୍ତ୍ରୀଙ୍କର ମୃତ୍ୟୁ ହୋଇଥିଲା। ଜାହାଜରେ ଭର୍ତ୍ତି କରାଯାଇଥିବା ସାମଗ୍ରୀକୁ କେହି ଦାବି କରି ନ ଥିଲେ, ଯାହାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଥିଲା। ଏହାକୁ ନେଇ କେଳେଙ୍କାରୀ ଅଭିଯୋଗ ଉଠିଥିଲା। ଏଥିରେ ବିଜେଡିର ପ୍ରଭାବଶାଳୀ ନେତା ସାମିଲ ଥିବା ନେଇ ବିଭିନ୍ନ ସମୟରେ ବିରୋଧୀ ଦଳ ଅଭିଯୋଗ କରିଆସିଛନ୍ତି। ଏପରିକି ଏହି ପ୍ରସଙ୍ଗକୁ ମଧ୍ୟ ବିଧାନସଭାରେ ଅନେକ ଥର ବିରୋଧୀ ଦଳ ଉତ୍‌ଥାପନ କରିଛନ୍ତି। ରାଜ୍ୟରେ ନୂଆ ସରକାର ଗଠନ ହେବା ପରେ ବ୍ଲାକ୍‌ରୋଜ ବୁଡ଼ି ଘଟଣା ତଦନ୍ତର ନୂଆଫର୍ଦ୍ଦ ଖୋଲିବ ବୋଲି ଚର୍ଚ୍ଚା ଜୋର୍‌ ଧରିଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ପଷ୍ଟ କଲା ଭାରତ, ନଇଁବ ନାହିଁ ଦେଶ ରୁଷିଆରୁ କିଣିବ ତେଲ!

ନୂଆଦିଲ୍ଲୀ,୫।୨: ଭାରତ ଏବଂ ଆମେରିକା ମଧ୍ୟରେ ଏକ ବାଣିଜ୍ୟ ଚୁକ୍ତି ଉପରେ ସହମତ ହୋଇଛି। ଏହା ସହିତ, ଏକ ପ୍ରମୁଖ ପ୍ରଶ୍ନ ଉଠିଛି: ଭାରତ ରୁଷିଆରୁ ତେଲ…

ଖୋଲିଲା ‘ଲକ୍ଷ୍ମୀ ଭଣ୍ଡାର’, ମହିଳା-ଗିଗ ଓ୍ବାର୍କର୍ସଙ୍କୁ ବଡ଼ ଉପହାର ହେଲେ ମମତା

କୋଲକାତା,୫।୨: ଗୁରୁବାର ପଶ୍ଚିମବଙ୍ଗ ବିଧାନସଭାରେ ରାଜ୍ୟ ବଜେଟ ଉପସ୍ଥାପିତ ହୋଇଛି। ପଶ୍ଚିମବଙ୍ଗ ଅର୍ଥମନ୍ତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ୪.୦୬ ଲକ୍ଷ କୋଟି ଟଙ୍କାର…

‘ପ୍ରଧାନମନ୍ତ୍ରୀଙ୍କ ସହ କିଛି ବି ହୋଇଥାଆନ୍ତା’, କାହିଁକି ଏମିତି କହିଲେ ଓମ ବିର୍ଲା, ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୫।୨: ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ସମ୍ପର୍କରେ ଲୋକ ସଭାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଷଣ ମୁଲତବୀ କରାଯିବା ଉପରେ ବାଚସ୍ପତି ଓମ ବିର୍ଲା ଅସନ୍ତୋଷ ପ୍ରକାଶ…

SIR ନେଲାଣି ୧୦୭ ଲୋକଙ୍କ ଜୀବନ

କୋଲକାତା,୫।୨: ଗୁରୁବାର, ଫେବୃଆରୀ ୫, ୨୦୨୬ରେ ପଶ୍ଚିମବଙ୍ଗ ବିଧାନସଭାରେ ଏକ ଜରୁରୀ ପ୍ରସ୍ତାବ ଆଗତ କରାଯାଇଥିଲା। ଏଥିରେ ଦାବି କରାଯାଇଛି ଯେ ସ୍ବତନ୍ତ୍ର ସଘନ ସଂଶୋଧନ (SIR)…

ଚାଇନା-ରୁଷିଆ-ଆମେରିକାକୁ ପଛରେ ପକାଇ ଏହି ଲିଷ୍ଟ୍‌ରେ ଆଗକୁ ଗଲା ଭାରତ, ଜାଣନ୍ତୁ ପାକିସ୍ତାନ ସ୍ଥିତି କ’ଣ

ନୂଆଦିଲ୍ଲୀ,୫।୨: ବିଶ୍ୱ ବୌଦ୍ଧିକ ଫାଉଣ୍ଡେସନ (WIF) ଦ୍ୱାରା ପ୍ରକାଶିତ ଦାୟିତ୍ୱବାନ ରାଷ୍ଟ୍ର ସୂଚକାଙ୍କ ଦେଶଗୁଡ଼ିକ ଉପରେ ଏକ ନୂତନ ଦୃଷ୍ଟିକୋଣ ପ୍ରଦାନ କରେ। ଏହି ତାଲିକା ଏକ…

ବଲାଙ୍ଗୀର ସହର ପରିକ୍ରମା କଲେ ଆୟୁର୍ବେଦ ଛାତ୍ରୀଛାତ୍ର, ସୁବର୍ଣ୍ଣ ଜୟନ୍ତୀ ଗେଟକୁ କଳିକେଶ…

ବଲାଙ୍ଗୀର,୫।୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସରକାରୀ ଆୟୁର୍ବେଦିକ କଲେଜ ଏବଂ ହସ୍ପିଟାଲର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଗୁରୁବାର ଉଦଘାଟିତ ହୋଇଛି । ଏହି ଅବସରରେ ବଲାଙ୍ଗୀର ବିଧାୟକ…

ରାଶନକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ: ଏଣିକି ଶସ୍ୟ ବଦଳରେ ମିଳିବ…

ନୂଆଦିଲ୍ଲୀ,୫।୨: ଯଦି ଆପଣଙ୍କର ରାଶନ କାର୍ଡ ଅଛି ଏବଂ ଆପଣ ସରକାରଙ୍କ ମାସିକ ମାଗଣା ରାଶନ ଯୋଜନାର ହିତାଧିକାରୀ, ତେବେ ଏହା ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା।…

୧ ବଲ୍‌ ୯ ରନ୍‌: ବିନା ଓ୍ବାଇଡ୍‌-ନୋ ବଲ୍‌ରେ କେମିତି ହେଲା ସମ୍ଭବ, ଜାଣନ୍ତୁ କ୍ରିକେଟ୍‌ ପଡ଼ିଆରେ ରୋଚକ ଘଟଣା

ହରାରେ,୫।୨: ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ୧୯ ବର୍ଷରୁ କମ ବିଶ୍ୱକପ ସେମିଫାଇନାଲ ମ୍ୟାଚ କ୍ରିକେଟ ପଡ଼ିଆରେ ଏକ ଅସାଧାରଣ ଘଟଣା ଦେଖିବାକୁ ମିଳିଥିଲା। ଆଫଗାନିସ୍ତାନ ବ୍ୟାଟିଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri