Posted inଫୁରସତ

ଖାଲି ଭାରତରେ ନୁହେଁ, ଏହି ଦେଶରେ ବି ରହିଛି ତାଜମହଲ

ଦୁନିଆର ଅନେକ ଲୋକ ନିଜ ପ୍ରେମିକା ଏବଂ ସ୍ତ୍ରୀଙ୍କ ପାଇଁ ପ୍ରେମର ବିଭିନ୍ନ ପ୍ରତୀକ ତିଆରି କରିଛନ୍ତି। ଏଥିମଧ୍ୟରୁ ତାଜମହଲକୁ ସବୁଠାରୁ ଅନନ୍ୟ ଏବଂ ସ୍ବତନ୍ତ୍ର ବୋଲି ବିବେଚନା କରାଯାଏ। ଏପରି ଚମତ୍କାର କଳାକୌଶଳକୁ ଦୁନିଆର ସପ୍ତମ ଆଶ୍ଚର୍ଯ୍ୟ କୁହାଯାଏ। ଦୁନିଆରେ ଆହୁରି ଅନେକ ଅଟ୍ଟାଳିକା ଅଛି, ଯାହାକୁ ଲୋକମାନେ ନିଜ ସ୍ତ୍ରୀ କିମ୍ବା ପ୍ରେମିକାମାନଙ୍କ ପାଇଁ ନିର୍ମାଣ କରିଛନ୍ତି। ଏହି ଆଧାରରେ, ବ୍ରିଟେନରେ ଏକ ଅଟ୍ଟାଳିକାଅଛି, ଯାହାକୁ ଅନେକ ଲୋକ ଅନେକ କାରଣରୁ ବ୍ରିଟେନର ତାଜମହଲ ବୋଲି କହିଥାନ୍ତି। ଅବଶ୍ୟ, ତାଜମହଲ ତୁଳନାରେ ଏହା କିଛି ନୁହେଁ, ତଥାପି ପର୍ଯ୍ୟଟକଙ୍କୁ ଆକର୍ଷିତ କରିବାରେ ଏହା କମ୍‌ ନୁହେଁ।

ବ୍ରିଟେନର ଏସେକ୍ସରେ ଏହି ଆକର୍ଷଣକୁ ଏକ ‘ହାଉସ୍‌ ଅଫ ଏସେକ୍ସ ବା ଜୁଲି ହାଉସ କୁହାଯାଏ।’ ଏହି ଅଦ୍ଭୁତ କୋଠା ୨୦୧୫ରେ ଷ୍ଟୁର ନଦୀ ନିକଟରେ ଥିବା ରେବନ୍ସରେ ନିର୍ମିତ ହୋଇଥିଲା। ଗ୍ରେସନ ପେରି ନାମକ ଜଣେ କଳାକାର ଏହାକୁ ତିଆରି କରିଥିଲେ। ଏହାର ସୌନ୍ଦର୍ଯ୍ୟ ସହିତ ଏହା ନିର୍ମାଣ ହେବାର କାରଣ ପାଇଁ ମଧ୍ୟ ପ୍ରସିଦ୍ଧ।

ଏହି କୋଠା ନିର୍ମାଣ ପାଇଁ ପାଞ୍ଚ ବର୍ଷ ସମୟ ଲାଗିଥିଲା ଏବଂ ତାଜମହଲ ପରି ଏହା ମଧ୍ୟ ଜଣେ ମହିଳାଙ୍କ କବରସ୍ଥାନ ଭାବରେ ନିର୍ମିତ ହୋଇଥିଲା। ଏକ ଦୁର୍ଘଟଣାରେ ମୃତ୍ୟୁ ପରେ ଏହା ଜୁଲି କୋପଙ୍କ ସ୍ବାମୀ ଦ୍ୱାରା ନିର୍ମିତ ହୋଇଥିଲା। ଭାରତର ତାଜମହଲ ମଧ୍ୟ ସ୍ତ୍ରୀ ମମତାଜ ମହଲଙ୍କ ସ୍ମୃତିରେ ମୋଗଲ ସମ୍ରାଟ ଶାହାଜାହାନଙ୍କ ଦ୍ୱାରା ନିର୍ମିତ ହୋଇଥିଲା।

ଏହାକୁ ନିର୍ମାଣ କରିଥିବା ଦାର୍ଶନିକ ଆଲାନ ଡି ବ୍ୟାଟେନ ନିର୍ମାଣ ସମୟରେ କହିଥିଲେ ଯେ, ଏହି ପ୍ରକଳ୍ପ ଏସେକ୍ସକୁ ପ୍ରତିନିଧିତ୍ୱ କରୁଛି। ତାଜମହଲ ପରି ଏହା ଏକ ରାଣୀଙ୍କ ପାଇଁ ନିର୍ମିତ ପ୍ରେମର ମନ୍ଦିର ନୁହେଁ, ଏସେକ୍ସର ଜଣେ ସାଧାରଣ ମହିଳା ଜୁଲିଙ୍କ ପାଇଁ।

ଏହି କୋଠାରେ ଚାରୋଟି ଛୋଟ ଅଂଶ ଅଛି ଯାହା ଦୁଇ ହଜାର ସବୁଜ ଏବଂ ଧଳା ଟାଇଲରେ ନିର୍ମିତ। ଏହାର ଦୁଇଟି ଶୟନ କକ୍ଷ ଅଛି, ପ୍ରତ୍ୟେକଟି ଦୁଇଟି ଶଯ୍ୟା ବିଶିଷ୍ଟ। ଏଠାରେ ଦୁଇଟି ବାଥ୍‌ରୁମ୍‌ ଏବଂ ଉପରକୁ ଯିବାକୁ ଦୁଇଟି ଶିଡ଼ି ଅଛି। ଏହାର ଏକ ଅଲଗା ରୋଷେଇ ଘର ଏବଂ ଅଲଗା ଡାଇନିଂ ରୁମ୍‌ ମଧ୍ୟ ଅଛି। ଏଠାରେ ଛାତ ଉପରେ ଏକ ମୋଟରସାଇକେଲ ଝୁଲୁଛି। ଯାହାକି ଖାଦ୍ୟ ବିତରଣ ଡ୍ରାଇଭରଙ୍କ କାର୍‌ରେ ଧକ୍କା ହେବା ପରେ ଜୁଲିଙ୍କ ମୃତ୍ୟୁ ହେବାର କାହାଣୀ କହିଥାଏ।

ଏହି କୋଠା ଏକ ଆକର୍ଷଣୀୟ ପର୍ଯ୍ୟଟନ କେନ୍ଦ୍ରରେ ପରିଣତ ହୋଇଛି। ଏଠାକୁ ଆସୁଥିବା ପର୍ଯ୍ୟଟକମାନେ ଖୋଲାଖୋଲି ଭାବେ ପ୍ରଶଂସା କରିଥାନ୍ତି। ଏଠାରେ ଏକ ରାତିର ଭଡ଼ା ଅତି କମରେ ୫୦୦ ପାଉଣ୍ଡରୁ ଆରମ୍ଭ ହୁଏ। ୪ ଜଣ ବ୍ୟକ୍ତି ମଧ୍ୟ ଏଠାରେ ଦୁଇ ଜଣ ବ୍ୟକ୍ତିଙ୍କ ପାଇଁ ୨୫୦ ପାଉଣ୍ଡ ମୂଲ୍ୟରେ ଏକାଠି ରହିପାରିବେ। ଲଣ୍ଡନଠାରୁ ଏହା ଏକ ଘଣ୍ଟା ଦୂରରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜିଲାପାଳଙ୍କ ନିର୍ଦ୍ଦେଶ ପରେ ତତ୍ପର ହେଲା ଯୋଗାଣ ବିଭାଗ, ଗୋଟିଏ ଘରୁ ଜବତ ହେଲା ୨୧ ଗ୍ୟାସ ସିଲିଣ୍ଡର

ବରଗଡ଼,୧୫।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରନ୍ଧନ ଗ୍ୟାସର କଳାବଜାର ଚାଲିଥିବା ଅଭିଯୋଗ ହୋଇଛି। ତେବେ ଏଭଳି କଳାବଜାର ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଜିଲାପାଳ ଆଦିତ୍ୟ ଗୋୟଲ…

କଳିଙ୍ଗା ଘାଟିରେ କୁଆପଥର ବର୍ଷା, କିଛି ସମୟ ପାଇଁ ଠପ୍ ହେଲା ଯାତାୟତ

ଭଞ୍ଜନଗର,୧୫ା୩(ବାବୁଲା ପ୍ରଧାନ): ଗଞ୍ଜାମ କନ୍ଧମାଳ ଜିଲା ସୀମାରେ ଥିବା କଳିଙ୍ଗା ଘାଟି ଅଞ୍ଚଳରେ ରବିବାର ଦିନବେଳା କୁଆପଥର ସହ ପ୍ରବଳ ବର୍ଷା ହୋଇଛି । ପ୍ରାୟ ୨…

ଅବକାରୀ ରେଞ୍ଜ ପକ୍ଷରୁ ଚଢ଼ାଉ; ଦେଶୀରନ୍ଧା ମଦ- ମହୁଲ ଫୁଲ ଜବତ, ୩ ଗିରଫ

ବଞ୍ଚୋ,୧୫ା୩(ପ୍ରଦୋଷ କୁମାର ବିଶ୍ୱାଳ ): ଆନନ୍ଦପୁର ଉପଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜିଲା ଅବକାରୀ ଅଧିକ୍ଷକଙ୍କ ତତ୍ତ୍ବାବଧନରେ ଆନନ୍ଦପୁର ଅବକାରୀ ରେଞ୍ଜ ପକ୍ଷରୁ ଚଢ଼ାଉ କରାଯାଇଛି । ଅବକାରୀ ନିରୀକ୍ଷକ…

ଗାଙ୍ଗଦହଣୀରେ ଅଗ୍ନିକାଣ୍ଡ ଘଟି ଗୋଟିଏ ପରିବାର ଛାରଖାର, ଘରେ କେହି ନଥିବା ବେଳେ…

ପୁରୁଷୋତ୍ତମପୁର,୧୫ା୩(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଗାଙ୍ଗଦହଣୀ ଗ୍ରାମ ପଞ୍ଚାୟତ ଧୋବା ସାହିରେ ଅଗ୍ନିକାଣ୍ଡ । ରବିବାର ଅଭି ସେଠୀଙ୍କ ଘରେ ନିଆଁ ଲାଗି…

ବିଶ୍ୱର ୬୦୦ କମ୍ପାନୀକୁ ପଛରେ ପକାଇ ବଡ଼ ଡିଲ୍ ହାତେଇଲା ଭାରତର ଏହି ଷ୍ଟାର୍ଟଅପ୍

ନୂଆଦିଲ୍ଲୀ,୧୫ା୩: ଭାରତୀୟ ଯୁବ ଇଞ୍ଜିନିୟରଙ୍କ କମାଲ। କେରଳର ତିରୁବନନ୍ତପୁରମରୁ ଆରମ୍ଭ ହୋଇଥିବା ଷ୍ଟାର୍ଟଅପ୍ ‘ଜେନରୋବୋଟିକ୍ସ’ ସିଙ୍ଗାପୁରରୁ ଏକ ବଡ଼ ସଫଳତା ହାସଲ କରିଛି। ବିଶ୍ୱର ପ୍ରାୟ ୬୦୦ରୁ…

ସ୍ତ୍ରୀଙ୍କ ସହ ଝଗଡ଼ା ପରେ ଚରମ ନିଷ୍ପତ୍ତି ନେଲେ ବ୍ୟକ୍ତି; ଫେସବୁକ ଲାଇଭରେ ସାପକୁ

କୋରାପୁଟ,୧୫।୩: କୋରାପୁଟ ଜିଲା ମାଳିଗୁଡ଼ା ଅଞ୍ଚଳରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ସେହି ଅଞ୍ଚଳର ନବୀନ ମାଳି ନାମକ ଜଣେ ବ୍ୟକ୍ତି ନିଜ ସ୍ତ୍ରୀଙ୍କ ସହ…

ଗଛକୁ ଧକ୍କା ଦେଇ ବିଲକୁ ପଶିଗଲା କାର୍, ଏକାଥରେ ଚାଲିଗଲା ମା’ପୁଅଙ୍କ ଜୀବନ

ବୁଗୁଡ଼ା,୧୫।୩(କାଳିଚରଣଦାଶ ): ବୁଗୁଡ଼ା ଥାନା ଅନ୍ତର୍ଗତ ତାକରଡ଼ା ଗ୍ରାମ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ।କାର ଦୁର୍ଘଟଣାରେ ମା’ ଓ ପୁଅଙ୍କ ମୃତ୍ୟୁ ଘଟିଥିବା  ବେଳେ ବାପା…

ବିବାଦ ମଧ୍ୟରେ ଲୁଚି ଲୁଚି ବିବାହ କଲେ RCB ବୋଲର ୟଶ ଦୟାଲ୍

ନୂଆଦିଲ୍ଲୀ,୧୫ା୩: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ର ଦ୍ରୁତ ବୋଲର ୟଶ ଦୟାଲ୍ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ଯୌନ ନିର୍ଯାତନା ଭଳି ଗମ୍ଭୀର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri