ଜିଲାପାଳଙ୍କ ନିୟମ ନ ମାନି ଘରକୁ ପଳାଇଥିଲେ: ବିଇଓଙ୍କୁ ସଙ୍ଗରୋଧରେ ରଖିଲେ ତହସିଲଦାର

ଦାରିଙ୍ଗବାଡି,୧୬।୭(ଡି.ଏନ୍‌.ଏ.)-ଜିଲା ପ୍ରଶାସନର ନିୟମ ନ ମାନି ଘରକୁ ପଳାଇବା ମହଙ୍ଗା ପଡିଛି ଜଣେ ଶିକ୍ଷା ବିଭାଗ ଅଧିକାରୀଙ୍କୁ। ସୀମା ସିଲ୍‌ ସତ୍ତ୍ୱେ ଗଳାବାଟ ଦେଇ ଘରକୁ ପଳାଇଥିଲେ। ଫେରିବାବେଳେ ଧରାପଡିବାରୁ ସମ୍ପୃକ୍ତ ଅଧିକାରୀ ଓ ସହଯୋଗୀଙ୍କୁ ସଙ୍ଗରୋଧ କେନ୍ଦ୍ରରେ ରଖିଛନ୍ତି ତହସିଲଦାର। ଏପରି ଘଟଣା ଘଟିଛି କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳରେ।
ପ୍ରକାଶ ଯେ, କରୋନା ମୁକାବିଲା ପାଇଁ ଜିଲାର ସମସ୍ତ ଅଧିକାରୀ ଓ ସରକାରୀ କର୍ମଚାରୀ ହେଡ୍‌କ୍ୱାର୍ଟର ଛାଡି ନ ଯିବାକୁ କନ୍ଧମାଳ ଜିଲାପାଳ ଡ. ବୃନ୍ଦା ଡି. ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏହାକୁ ଉଲ୍ଲଂଘନ କରି ଦାରିଙ୍ଗବାଡି ବିଇଓ ବ୍ରହ୍ମାନନ୍ଦ ରାଉତ ଏବଂ ତାଙ୍କ କାର୍ଯ୍ୟାଳୟର କର୍ମଚାରୀ ପ୍ରାଣତୋଷ ସାହୁ ଶୁକ୍ରବାର ଘରକୁ ପଳାଇଥିଲେ। ବିଇଓଙ୍କ ଘର କଟକ ଜିଲାରେ ହୋଇଥିବାବେଳେ ପ୍ରାଣତୋଷଙ୍କ ଘର ନୟାଗଡ ଦଶପଲ୍ଲାରେ।
ବୁଧବାର ଫେରିବାବେଳେ କନ୍ଧମାଳ-ନୟାଗଡ ଜିଲା ସୀମା ସିଲ୍‌ ଯୋଗୁ ସବିଶେଷ ତଥ୍ୟ ମଗାଯାଇଥିଲା। ବିଇଓ ରାଉତ ପରିଚୟ ଦେବାପରେ ଦାୟିତ୍ୱରେ ଥିବା ମାଜିଷ୍ଟ୍ରେଟ ଦାରିଙ୍ଗବାଡି ତହସିଲଦାର ନୀତୀଶ କୁମାର ତ୍ରିପାଠୀଙ୍କୁ ଜଣାଇଥିଲେ। ପରେ ଉଭୟଙ୍କୁ ଛାଡି ଦିଆଯାଇଥିଲା। ଦାରିଙ୍ଗବାଡିରେ ପହଞ୍ଚତ୍ବା ପରେ ତହସିଲଦାର ତ୍ରିପାଠୀ ବିଇଓ ରାଉତ ଓ ପ୍ରାଣତୋଷଙ୍କୁ ସରକାରୀ ସଙ୍ଗରୋଧ ଗୃହରେ ରଖିଛନ୍ତ। ଜିଲାରେ କରୋନା ସଂକ୍ରମଣ ବଢୁଥିବାବେଳେ ଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀ ଏପରି ଭାବେ ଘରକୁ ପଳାଇବା ଅଞ୍ଚଳବାସୀଙ୍କ ଚିନ୍ତା ବଢାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନୟାଗଡ଼ ଡବଲ ମର୍ଡର: ଦୋଷୀଙ୍କୁ ଫାଶୀ

ନୟାଗଡ଼,୨୬ା୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ହୋଇଥିବା ଡବଲ ମର୍ଡର ଘଟଣାରେ ଶୁକ୍ରବାର ଓଡ଼ଗାଁ ଏଡିଜେ କୋର୍ଟ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି। ଦୋଷୀ ନିରଞ୍ଜନ ମଲ୍ଲିକଙ୍କୁ...

ଦଳ ବିରୋଧୀ କାର୍ଯ୍ୟ କରିବା ପଡ଼ିଲା ମହଙ୍ଗା, ଯୁବ କଂଗ୍ରେସର ୨ ନେତା ପଦରୁ ନିଲମ୍ବିତ

ଭୁବନେଶ୍ୱର,୨୬।୪: ଦଳ ବିରୋଧୀ କାର୍ଯ୍ୟ ପାଇଁ ବଡ଼ କାର୍ଯ୍ୟାନୁଷ୍ଠାନ ନେଲା କଂଗ୍ରେସ। ଯୁବ କଂଗ୍ରେସର ୨ ନେତାଙ୍କୁ ପଦରୁ ନିଲମ୍ବନ କରାଯାଇଛି। ସା. ସମ୍ପାଦକ ପଦରୁ...

ସୁରେଶ ପୂଜାରୀଙ୍କ ଘର ପରିସରରେ ଡ୍ରୋନ୍‌ ଖସିବା ଘଟଣା: ହେଲା ବଡ଼ ଖୁଲାସା

ଭୁବନେଶ୍ୱର,୨୬।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିପଡିଥିବା ଡ୍ରୋନ୍‌କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ତାହା ବନ ବିଭାଗର ବୋଲି ଜଣାପଡିଛି। ଏନେଇ...

ଗ୍ରୀଷ୍ମଛୁଟି ସତ୍ତ୍ୱେ ଚାଲିଲା ସ୍କୁଲ

ମଙ୍ଗୁଳି-ଜଗତପୁର,୨୬।୪(ମାନସ ସାମଲ): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ରାଜ୍ୟ ସରକାର ଏପ୍ରିଲ ୨୫ରୁ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଗ୍ରୀଷ୍ମଛୁଟି ଘୋଷଣା କରିଛନ୍ତି। ତେବେ...

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର,୨୬ା୪: ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ଭାରତୀୟ ନିର୍ବାଚନ କମିଶନ।...

ଭାଜପା ରାଜ୍ୟ ସମ୍ପାଦକ ଦଳ ଛାଡ଼ିଲେ, ଆଜି ବିଜେଡିରେ ମିଶିବେ

ଭଞ୍ଜନଗର/ସୋରଡ଼ା,୨୬।୪(ବାବୁଲା ପ୍ରଧାନ/ଲମ୍ବୋଦର ପାଣିଗ୍ରାହୀ): ଗଞ୍ଜାମ ଜିଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ ଭାଜପା ବିଧାୟକ ପ୍ରାର୍ଥୀ ତଥା ବର୍ତ୍ତମାନର ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ...

୨୦୧୯ରେ ମିଳିଥିଲା ୩୪% ଭୋଟ୍, ୨୦୨୪ରେ ଗଠନ ହେବ ସରକାର: କାର୍ଯ୍ୟକର୍ତ୍ତାଙ୍କୁ ଶାହାଙ୍କ ଗୁରୁମନ୍ତ୍ର

ଭୁବନେଶ୍ୱର,୨୬ା୪: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାର ବରିଷ୍ଠ ନେତା ତଥା ସଦସ୍ୟମାନଙ୍କୁ ଆତ୍ମବିଶ୍ୱାସର ସହ କାର୍ଯ୍ୟ କରିବାକୁ ଉତ୍ସାହିତ କରିଛନ୍ତି। ଏହାସହ କହିଛନ୍ତି...

୩ ଜଣଙ୍କୁ ଚାପିଦେଲା ଟ୍ରକ୍‌

ସୁନ୍ଦରଗଡ଼,୨୬ା୪: ସୁନ୍ଦରଗଡ଼ ଜିଲା ଭସ୍ମା ଥାନା ଅନ୍ତର୍ଗତ ଦର୍ଲିପାଲି ଏନ୍‌ଟିପିସି ପାଓ୍ବାର ପ୍ଲାଣ୍ଟ ନିକଟରେ ଏକ ଟ୍ରକ୍‌ ୩ ବାଇକ୍‌ ଆରୋହୀଙ୍କ ଉପରେ ମାଡ଼ିଯିବାରୁ ଘଟଣାସ୍ଥଳରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri