ବଦଳିବ ନାକ୍‌ ମାନ୍ୟତା ବ୍ୟବସ୍ଥା

ଭୁବନେଶ୍ୱର, ୨୧ା୭(ଅସମାପିକା ସାହୁ): ଆସେସ୍‌ମେଣ୍ଟ ଆଣ୍ଡ୍‌ ଆକ୍ରିଡେଶନ୍‌ କାଉନ୍‌ସିଲ(ନାକ୍‌) ମାନ୍ୟତାରେ ପରିବର୍ତ୍ତନ ହେବ। ଗ୍ରେଡେଶନ୍‌ ବ୍ୟବସ୍ଥା ଆଉ ରହିବନି। ଏହା ବଦଳରେ ବାଇନାରୀ ଆକ୍ରିଡେଶନ୍‌ ବ୍ୟବସ୍ଥା ପ୍ରଚଳନ କରାଯିବ। ଅର୍ଥାତ୍‌ ପୂର୍ବରୁ ପ୍ରଦାନ କରାଯାଉଥିବା ବିଭିନ୍ନ ଗ୍ରେଡ୍‌ ବଦଳରେ ଏବେ କେବଳ ଅଧିସ୍ବୀକୃତି ଏବଂ ଅଣ-ଅଧିସ୍ବୀକୃତି ମାନ୍ୟତା ପ୍ରଦାନ କରାଯିବ। ଆସନ୍ତା ସେପ୍ଟେମ୍ବରରୁ ଏହା ଲାଗୁ କରିବାକୁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ଯୋଜନା ରଖିଛି। ଏହା କାର୍ଯ୍ୟକାରୀ ହେଲେ ବହୁ ଉଚ୍ଚ ଶିକ୍ଷାନୁଷ୍ଠାନ ନାକ୍‌ ମାନ୍ୟତା ପାଇବା ପାଇଁ ଆବେଦନ କରିପାରିବେ ବୋଲି ୟୁଜିସି ଲକ୍ଷ୍ୟ ରଖିଥିବା ଏହାର ଅଧ୍ୟକ୍ଷ ପ୍ରଫେସର ଅନିଲ୍‌ ଡି ସହସ୍ରବୁଦ୍ଧେ କହିଛନ୍ତି।
ନାକ୍‌ ଓ ଉତ୍କଳ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ବିଶ୍ୱବିଦ୍ୟାଳୟ ପରିସରରେ ଚାଲିଥିବା ‘ନାକ୍‌ ସଂସ୍କାର ୨୦୨୪: ଦକ୍ଷିଣାଞ୍ଚଳ ପରାମର୍ଶଦାତା ବୈଠକ’ର ଶନିବାର ଦ୍ୱିତୀୟ ଦିନରେ ନାକ୍‌ ଅଧ୍ୟକ୍ଷ ପ୍ରଫେସର ସହସ୍ରବୁଦ୍ଧେ ଯୋଗଦେଇଥିଲେ। ଏହି ଅବସରରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସେ କହିଥିଲେ, ପୂର୍ବରୁ ଗ୍ରେଡେଶନ ବ୍ୟବସ୍ଥାରେ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକୁ ବିଭିନ୍ନ ଗ୍ରେଡ୍‌ ପ୍ରଦାନ କରାଯାଉଥିଲା। ଫଳରେ ଖୁବ୍‌ କମ୍‌ ଉଚ୍ଚ ଶିକ୍ଷାନୁଷ୍ଠାନ ନାକ୍‌ ମାନ୍ୟତା ପାଇଁ ଆବେଦନ କରୁଥିଲେ। ଦେଶରେ ୬୫% ବିଶ୍ୱବିଦ୍ୟାଳୟ ଏବଂ ୮୫% ମହାବିଦ୍ୟାଳୟ ନାକ୍‌ ମାନ୍ୟତା ପାଇଁ ଆବେଦନ କରୁ ନ ଥିଲେ। ନାକ୍‌ ମାନ୍ୟତା ଲାଗି ୟୁଜିସି ପକ୍ଷରୁ ଧାର୍ଯ୍ୟ ମାନଦଣ୍ଡକୁ ପୂରଣ କରିବା ନେଇ ସେମାନଙ୍କ ମନରେ ବହୁ ଦ୍ୱନ୍ଦ୍ୱ ରହୁଥିଲା। ଖରାପ ମାନ୍ୟତା ପାଇବା ଆଶଙ୍କାରେ ସେମାନେ ଆବେଦନ କରିବାରୁ ଦୂରେଇ ରହୁଥିଲେ। ଏହାକୁ ଅନୁଧ୍ୟାନ କରିବା ପରେ ଅଧିକରୁ ଅଧିକ ଶିକ୍ଷାନୁଷ୍ଠାନକୁ ସାମିଲ କରିବା ପାଇଁ ୟୁଜିସି ଏହି ନୂତନ ପଦକ୍ଷେପ ନେଇଛି। ଏହି ବାଇନାରୀ ମାନ୍ୟତା ବ୍ୟବସ୍ଥାରେ କେବଳ ଅଧିସ୍ବୀକୃତି ଏବଂ ଅଣ ଅଧିସ୍ବୀକୃତି ମାନ୍ୟତା ପ୍ରଦାନ କରାଯିବ। ଶ୍ରେଷ୍ଠତ୍ୱ ଭିତ୍ତିରେ ଲେଭଲ୍‌ ୧ରୁ ଲେଭଲ୍‌ ୫ ଯାଏ ମାନ୍ୟତା ରହିବ। ଜାତୀୟସ୍ତରରେ ଶ୍ରେଷ୍ଠ ପ୍ରଦର୍ଶନ କରୁଥିବା ଶିକ୍ଷାନୁଷ୍ଠାନଗୁଡ଼ିକୁ ଲେଭଲ୍‌-୧ରୁ ଲେଭଲ୍‌-୪ ପର୍ଯ୍ୟନ୍ତ ମାନ୍ୟତା ପ୍ରଦାନ କରାଯିବାକୁ ଥିବାବେଳେ ଅନ୍ତର୍ଜାତୀୟ ସ୍ତରରେ ଶ୍ରେଷ୍ଠ ପ୍ରଦର୍ଶନ କରୁଥିବା ଶିକ୍ଷାନୁଷ୍ଠାନଗୁଡ଼ିକୁ ଲେଭଲ୍‌-୫ ମାନ୍ୟତା ପ୍ରଦାନ କରାଯିବ। ଆଗାମୀ ଦୁଇ ମାସ ମଧ୍ୟରେ ଏହାକୁ ସମ୍ପୂର୍ଣ୍ଣ କାର୍ଯ୍ୟକାରୀ କରାଯିବ। ସେପ୍ଟେମ୍ବର ୧୬ରୁ ବାଇନାରୀ ମାନ୍ୟତାରେ ଆବେଦନ ପାଇଁ ଆବଶ୍ୟକ ଫର୍ମ ଉପଲବ୍ଧ କରିବାକୁ ୟୁଜିସି ଲକ୍ଷ୍ୟଧାର୍ଯ୍ୟ କରିଛି।
ସେ ଆହୁରି ମଧ୍ୟ କହିଛନ୍ତି, ଗ୍ରେଡେଶନ୍‌ ବ୍ୟବସ୍ଥାରେ ନାକ୍‌ ସଦସ୍ୟମାନେ ଶିକ୍ଷାନୁଷ୍ଠାନକୁ ଯାଇ ଭିତ୍ତିଭୂମି ପରଖୁଥିଲେ। ବିଭିନ୍ନ ସ୍ଥାନରେ ସମ୍ପୃକ୍ତ ଶିକ୍ଷାନୁଷ୍ଠାନଠାକୁ ନାକ୍‌ ସଦସ୍ୟମାନେ ଅନୁଗୃହୀତ ହୋଇ ମାନ୍ୟତା ପ୍ରଦାନ କରୁଥିବା ଅଭିଯୋଗ ମଧ୍ୟ ହେଉଥିଲା। ହେଲେ ଏ କ୍ଷେତ୍ରରେ ସ୍ବଚ୍ଛତା ଆଣିବା ପାଇଁ ବାଇନାରୀ ମାନ୍ୟତା ବ୍ୟବସ୍ଥାରେ ସଦସ୍ୟମାନେ ପ୍ରତ୍ୟକ୍ଷ ଭାବେ ଭିତ୍ତିଭୂମି ଯାଞ୍ଚ କରିବାକୁ ଯିବେ ନାହିଁ। ବରଂ ଉନ୍ନତ ଜ୍ଞାନକୌଶଳକୁ ଉପଯୋଗ କରି ସମସ୍ତ ତଥ୍ୟର ଅନୁଧ୍ୟାନ କରାଯିବ। ଯଦି କେଉଁଠି ଡକ୍ୟୁମେଣ୍ଟ ନକଲି ବୋଲି ସନ୍ଦେହ କରାଯାଏ, ତେବେ ସେକ୍ଷେତ୍ରରେ ଭର୍ଚୁଆଲ୍‌ ମୋଡ୍‌ରେ ଅଚାନକ ଏହାର ତଦନ୍ତ କରାଯିବ ବୋଲି ପ୍ରଫେସର ସହସ୍ରବୁଦ୍ଧେ ପ୍ରକାଶ କରିଛନ୍ତି।
ଶିକ୍ଷାନୁଷ୍ଠାନଗୁଡ଼ିକର ନାକ୍‌ ମାନ୍ୟତା ୫ବର୍ଷ ପର୍ଯ୍ୟନ୍ତ ବୈଧ ରହିବ। ହେଲେ ପୂର୍ବରୁ ନାକ୍‌ ମାନ୍ୟତା ପାଇଁ ଆବେଦନ କରିଥିବା ଏବଂ ଏଯାବତ୍‌ ମାନ୍ୟତା ପାଇ ନ ଥିବା ଶିକ୍ଷାନୁଷ୍ଠାନ ପାଇଁ ଉଭୟ ଗ୍ରେଡ୍‌ ଓ ବାଇନାରୀ ମାନ୍ୟତା ବ୍ୟବସ୍ଥା ଉପଲବ୍ଧ ହେବ। ଆବେଦନକାରୀ ଶିକ୍ଷାନୁଷ୍ଠାନ ଚାହିଁଲେ ଗ୍ରେଡ୍‌ ବଦଳରେ ବାଇନାରୀ ମାନ୍ୟତା ପାଇବା ପାଇଁ ପୂର୍ବ ଆବେଦନକୁ ପ୍ରତ୍ୟାହାର କରିନେବା ସହ ପୁନଃ ଆବେଦନ କରିପାରିବେ। ଏଥିପାଇଁ କୌଣସି ଅତିରିକ୍ତ ଫି’ ଦେବାକୁ ପଡ଼ିବ ନାହିଁ। ତେବେ ଯେଉଁମାନେ ଆଦୌ ଆବେଦନ କରିନାହାନ୍ତି ସେମାନଙ୍କ ପାଇଁ ବାଇନାରୀ ମାନ୍ୟତା ବ୍ୟବସ୍ଥା ଲାଗୁ ହେବ ବୋଲି ପ୍ରଫେସର ସହସ୍ରବୁଦ୍ଧେ ସ୍ପଷ୍ଟ କରିଛନ୍ତି। ଏହି ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ନାକ୍‌ ନିର୍ଦ୍ଦେଶକ ଡ. ଗଣେଶନ କର୍ଣ୍ଣବିରନ୍‌, ନାକ୍‌ ପରାମର୍ଶଦାତା ଏମ୍‌ଏସ୍‌ ଶ୍ୟାମସୁନ୍ଦର ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ରହି ଗ୍ରେଡ୍‌ ଓ ବାଇନାରୀ ବ୍ୟବସ୍ଥା ମଧ୍ୟରେ ଥିବା ପାର୍ଥକ୍ୟ ଓ ସଂସ୍କାର ସମ୍ପର୍କରେ ସୂଚନା ଦେଇଥିଲେ।

ଭୁବନେଶ୍ୱର, ୨୧ା୭(ଅସମାପିକା ସାହୁ): ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକ ନାକ୍‌ ମାନ୍ୟତା ପାଇବାରେ ଓଡ଼ିଶା ଜାତୀୟ ହାରଠାରୁ ଆଗରେ ରହିଛି। ଦେଶର ମାତ୍ର ୪୦ ପ୍ରତିଶତ ବିଶ୍ୱବିଦ୍ୟାଳୟ ନାକ୍‌ ମାନ୍ୟତା ପାଇଥିବାବେଳେ ଓଡ଼ିଶାରେ ଏହି ହାର ୪୯% ରହିଛି। ଅର୍ଥାତ୍‌ ଓଡ଼ିଶାରେ ଥିବା ସମୁଦାୟ ୩୭ଟି ବିଶ୍ୱବିଦ୍ୟାଳୟ ମଧ୍ୟରୁ ୧୮ଟି ନାକ୍‌ ମାନ୍ୟତା ପାଇଛନ୍ତି। ସେହିପରି ମହାବିଦ୍ୟାଳୟ ନାକ୍‌ ମାନ୍ୟତା ହାରରେ ମଧ୍ୟ ଓଡ଼ିଶା ଆଗରେ ରହିଛି। ଜାତୀୟ ହାର ମାତ୍ର ୧୪ ପ୍ରତିଶତ ଥିବାବେଳେ ଓଡ଼ିଶାରେ ଏହା ୨୪% ରହିଛି। ରାଜ୍ୟରେ ବିଶ୍ୱବିଦ୍ୟାଳୟ ଅନୁବନ୍ଧିତ ମୋଟ ୧,୩୦୦ ମହାବିଦ୍ୟାଳୟ ମଧ୍ୟରୁ ୩୧୧ଟି ମହାବିଦ୍ୟାଳୟ ନାକ୍‌ ମାନ୍ୟତା ହାସଲ କରିଛନ୍ତି ବୋଲି ନାକ୍‌ ନିର୍ଦ୍ଦେଶକ ଡ. ଗଣେଶନ କର୍ଣ୍ଣବିରନ୍‌ ସୂଚନା ଦେଇଛନ୍ତି। ବାଇନାରୀ ମାନ୍ୟତା ବ୍ୟବସ୍ଥା ଲାଗୁ ହେବା ପରେ ସମସ୍ତ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ଏଥିରେ ସାମିଲ ହେବେ ବୋଲି ଆଶା କରାଯାଉଛି। ଏଥିରେ କିଭଳି ଅଧିକରୁ ଅଧିକ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ସାମିଲ ହେବେ ସେଥିପାଇଁ ଆମେ ଚେଷ୍ଟା କରୁଛୁ। ତେବେ ଗ୍ରାମାଞ୍ଚଳରେ ଥିବା ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ଆମେ ଅଧିକ ଗୁରୁତ୍ୱ ଦେଉଛୁ ବୋଲି ନାକ୍‌ ନିର୍ଦ୍ଦେଶକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ବଡ଼ ଘୋଷଣା, ଇରାନ ବିରୋଧରେ ୫ ଦିନ ଯୁଦ୍ଧ ସ୍ଥଗିତ ରଖିଲା ଆମେରିକା

ନୂଆଦିଲ୍ଲୀ,୨୩।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ସେ ଆଗାମୀ ପାଞ୍ଚ ଦିନ ପାଇଁ ଇରାନର ଏନର୍ଜୀ ଭିତ୍ତିଭୂମି ଉପରେ ଆକ୍ରମଣ ଯୋଜନାକୁ ସ୍ଥଗିତ…

ଇତିହାସରେ ପ୍ରଥମ: ଏଥର ହେବ ଡିଜିଟାଲ ଜନଗଣନା, ଗାଁରେ ଘରକୁ ଘର ବୁଲି…

ଭୁବନେଶ୍ୱର,୨୩ା୩: ରାଜ୍ୟରେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ଜନଗଣନା ପ୍ରସ୍ତୁତି। ଏନେଇ ଓଡ଼ିଶା ଜନଗଣନା ନିର୍ଦ୍ଦେଶକ ନିଖିଲ ପଓ୍ବନ କଲ୍ୟାଣ ସୂଚନା ଦେଇଛନ୍ତି। ଏପ୍ରିଲ ୧ରୁ ୧୫ ତାରିଖ…

ଗାଁରେ ପଡିଛି ମହିଳାଙ୍କ ଦରପୋଡା ମୃତଦେହ, ହତ୍ୟା ପରେ ଜାଳିଦେଲେ….

ଦେବଗଡ,୨୩।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା କୁଣ୍ଢେଇଗୋଳା ଥାନା ମହ୍ଲାରବାହାଲ ଗ୍ରାମରେ ଭୟାନକ ହତ୍ୟାକାଣ୍ଡ । ମହିଳାଙ୍କୁ ହତ୍ୟା ପରେ ନିଆଁ ଲଗାଇ ପୋଡି ଦେଇଥିବା ନେଇ…

ଯୁଦ୍ଧ ମଧ୍ୟରେ ସଂସଦରେ କଡ଼ା ବାର୍ତ୍ତା ଦେଲେ ପ୍ରଧାନମନ୍ତ୍ରୀ ମୋଦି, ସାରା ବିଶ୍ୱରେ ପଡିଗଲା ଚହଳ

ନୂଆଦିଲ୍ଲୀ,୨୩।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ଭାରତ ସାମ୍ନା କରୁଥିବା ଚ୍ୟାଲେଞ୍ଜ ବିଷୟରେ ଲୋକ ସଭାରେ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ପଶ୍ଚିମ ଏସିଆର…

ପାଣି ପାଇଁ ତାତିଲେ ଗ୍ରାମବାସୀ: ହାଣ୍ଡି, ମାଠିଆ, ବାଲଟି ରଖି ରାସ୍ତାରେ ଶୋଇ ପ୍ରତିବାଦ

ବାରଙ୍ଗ,୨୩।୩(ଲିଙ୍ଗରାଜ ରାଉତ): ପିଇବା ପାଣି ଠିକ୍‌ ଭାବେ ନ ମିଳିବା ପ୍ରତିବାଦରେ ସୋମବାର ପାଟପୁର ଗ୍ରାମବାସୀ ତ୍ରିଶୁଳିଆ-ବାଙ୍କି ରାସ୍ତାକୁ ପାଟପୁର ଗାଁ ମୁଣ୍ଡରେ ଅବରୋଧ କରିଥିଲେ ।…

ଡାକ୍ତରଙ୍କ ଅମାନବୀୟ କାର୍ଯ୍ୟ; ଚିକିତ୍ସା ବାହାନାରେ ନିଶା ଇଞ୍ଜେକ୍ସନ ଦେଲେ, ଅଶ୍ଳୀଳ ଭିଡିଓ କରି…

ଭୋପାଳ,୨୩।୩: ମଧ୍ୟପ୍ରଦେଶର ଇନ୍ଦୋର ଜିଲ୍ଲାର ମହୁରେ, ଜଣେ ଡାକ୍ତର ଏକ ଘୃଣ୍ୟ କାର୍ଯ୍ୟ ସାମ୍ନାକୁ ଆସିଛି ।ଅଭିଯୋଗ ହୋଇଛି ଯେ ଡାକ୍ତର ଜଣେ ଯୁବତୀଙ୍କୁ ଚିକିତ୍ସା ସମୟରେ…

ଭବାନୀପୁର ଆସନ ମମତା ବାନାର୍ଜୀଙ୍କ ପାଇଁ କାହିଁକି ଏତେ ସ୍ବତନ୍ତ୍ର, ଜାଣନ୍ତୁ କ’ଣ କହିଲେ ଦିଦି…

କୋଲକାତା,୨୩ା୩: ପଶ୍ଚିମବଙ୍ଗ ରାଜନୀତିରେ ଭବାନୀପୁର ପରି କିଛି ନିର୍ବାଚନମଣ୍ଡଳୀର ଐତିହାସିକ ଗୁରୁତ୍ୱ ରହିଛି। ଏହି ଆସନର ନିର୍ବାଚନୀ ଯାତ୍ରା ରାଜ୍ୟରେ କଂଗ୍ରେସ ପ୍ରାଧାନ୍ୟରୁ ଟିଏମ୍‌ସିର ଉତ୍ଥାନ ପତ୍ତନ…

ପ୍ଲେୟର ଅଫ ଦ ମନ୍ଥ ଘୋଷଣା କଲା ICC, ବାଜି ମାରିଲେ ଟିମ୍ ଇଣ୍ଡିଆର ଖେଳାଳି

ନୂଆଦିଲ୍ଲୀ,୨୩।୩:  ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଫେବୃଆରୀ ୨୦୨୬ ପାଇଁ ମାସର ଶ୍ରେଷ୍ଠ ଖେଳାଳି ପୁରସ୍କାର ଘୋଷଣା କରିଛି। ମହିଳା ବର୍ଗରେ, ଟିମ୍ ଇଣ୍ଡିଆର ଜଣେ ଖେଳାଳି ବାଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri