ସୌର ଆଲୋକରେ ଚମକିଲା ସୂର୍ଯ୍ୟମନ୍ଦିର

କୋଣାର୍କ,୨୬।୧(ଡି.ଏନ୍‌.ଏ.): କୋଣାର୍କ ସୂର୍ଯ୍ୟମନ୍ଦିର ସୌର ଆଲୋକରେ ଚମକି ଉଠିଛି। ମଙ୍ଗଳବାରଠାରୁ ସୂର୍ଯ୍ୟମନ୍ଦିର ସୈାର ଆଲୋକରେ ଆଲୋକିତ ହେଉଛି। ପ୍ରତି ସନ୍ଧ୍ୟାରୁ ରାତି ୧୦ଟା ପର୍ଯ୍ୟନ୍ତ ସୂର୍ଯ୍ୟ ମନ୍ଦିର ଉପରେ ସୌର ଆଲୁଅ ପଡ଼ି ଆଲୋକିତ କରାଯିବ। କଳା ଓ ଭାସ୍କର୍ଯ୍ୟର ସୂକ୍ଷ୍ମ କାରୁକାର୍ଯ୍ୟ ପରିପୂର୍ଣ୍ଣ ସୂର୍ଯ୍ୟମନ୍ଦିର ବିଶ୍ୱରେ ବିସ୍ମୟ। ସୂର୍ଯ୍ୟମନ୍ଦିରକୁ ସୌରଶକ୍ତିରେ ପରିଚାଳିତ କରିବା ନିମନ୍ତେ କେନ୍ଦ୍ର ସରକାର ଯୋଜନା ପ୍ରଣୟନ କରିଛନ୍ତି। ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ସୂର୍ଯ୍ୟମନ୍ଦିରକୁ ସୌର ଆଲୋକରେ ଆଲୋକିତ କରାଯାଇଛି। ସୂର୍ଯ୍ୟମନ୍ଦିରକୁ ସ୍ବତନ୍ତ୍ର ଭାବେ ସୌର ଶକ୍ତି ଯୋଗାଇଦେବା ପାଇଁ କୋଣାର୍କ ବସ୍‌ଷ୍ଟାଣ୍ଡ ନିକଟରେ ଏକ ସୋଲାର ପ୍ଲାଣ୍ଟ ବସାଯାଇଛି। ଏଠାରୁ ସୂର୍ଯ୍ୟମନ୍ଦିରକୁ କେବୁଲ ମାଧ୍ୟମରେ ୧୫ କିଲୋୱାଟ ଶକ୍ତି ସମ୍ପନ୍ନ ସୌର ଶକ୍ତି ଦିଆଯାଉଛି। ମୁଖ୍ୟ ମନ୍ଦିର ଚୂଡ଼ାରୁ ପାଦଦେଶ ପର୍ଯ୍ୟନ୍ତ ବିଭିନ୍ନ କଳାକୃତିରେ ଆଲୁଅ ଲଗାଯାଇଛି। ଏହା ବେଶ ମନଲୋଭା ଦେଖାହେଉଛି। ଏହି ସୌର ଆଲୁଅ ପର୍ଯ୍ୟଟକଙ୍କ ମନମୋହୁଛି। ଏଣିକି ବାତ୍ୟାରେ ବିଦ୍ୟୁତ ସରବରାହ ବନ୍ଦ ରହିଲେ ମନ୍ଦିର ଅନ୍ଧାରରେ ରହିବ ନାହଁି। ସୌର ଆଲୁଅରେ ସୂର୍ଯ୍ୟମନ୍ଦିର ଉଦ୍‌ଭାସିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଧୋନୀ, କପିଲଙ୍କୁ କ୍ଷମା ମାଗିଲେ ଯୁବରାଜ, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୩ା୪: କିମ୍ୱଦନ୍ତୀ ଅଲରାଉଣ୍ଡର ଯୁବରାଜ ସିଂଙ୍କ ବାପା ଯୋଗରାଜ ସିଂ କିଛି ବର୍ଷ ତଳେ ଦେଶର ଦୁଇ ମହାନ୍‌ କ୍ରିକେଟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଓ…

ଏମିତି ବି ଆସେ ମୃତ୍ୟୁ: ରାତିରେ ଖାଇପିଇ ଶୋଇଲେ ସକାଳକୁ…

ପାତ୍ରପୁର,୩।୪(ଉମାଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ କୋଳିହଳା ଗ୍ରାମର ବାସୁଦେବ ବେହେରା(୪୫)କୋଏମ୍ବାଟୁରର ଏକ ସୁତା କଳରେ ଦାଦନ ଖଟୁଥିବା ବେଳେ ଗୁରୁବାର ରାତିରେ ହୃଦଘାତରେ ତାଙ୍କର…

ବନ୍ଧୁ ମିଳନ ନାମରେ ବଳ କଷିଲେ ଯୁବ ଗୋଷ୍ଠୀ: ସାମିଲ ହେଲେ ଶହ ଶହ…

ଗଞ୍ଜାମ,୩।୪(ବିଦ୍ୟାଧର ସାହୁ ): ୧୬ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ମା’ ଏଲେମା ମନ୍ଦିର ପ୍ରାଙ୍ଗଣରେ ଗଞ୍ଜାମ ସହରର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଶୁକ୍ରବାର…

ଉତ୍ସବମୁଖର ଦାରିଙ୍ଗବାଡି: ଉତ୍ସାହ ସହ ପାଳନହେଲା ଗୁଡ ଫ୍ରାଇଡେ, ଯୀଶୁଖ୍ରୀଷ୍ଟଙ୍କ ଯାତନାର ଦୃଶ୍ୟ…

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଗୁଡ୍‌ ଫ୍ରାଇଡେ ପାଇଁ କନ୍ଧମାଳ ଜିଲା  ଉତ୍ସବ ମୁଖର ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ପର୍ବ ବଡ଼ ଧୁମଧାମରେ…

ମାମୁଁ ଘରକୁ ଆସି ଗତକାଲିଠୁ ଥିଲେ ନିଖୋଜ: ଆଜି କେନାଲରୁ ମିଳିଲା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ପଟ୍ଟାମୁଣ୍ଡାଇ ୩।୪(କଳ୍ପତରୁ ନାୟକ) କେନ୍ଦ୍ରାପଡା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ପୂର୍ବାହ୍ନରୁ ନିଖୋଜ ଥିବା ଜଣେ ୭ ବର୍ଷୀୟ ନାବାଳିକା ସ୍କୁଲ…

ଇସ୍ରାଏଲକୁ ‘ପଙ୍ଗୁ’ କରିଦେଲା ଇରାନ: IDF ‘ଗୁପ୍ତଚର’ଙ୍କୁ ତାଲିମ ଦେଇଥିବା କାରଖାନାକୁ ଉଡ଼ାଇ ଦେଲା

ତେହରାନ,୩।୪: ଇରାନ ପୁଣିଥରେ ଇସ୍ରାଏଲର ଏକ ଉଚ୍ଚ-ପ୍ରଯୁକ୍ତି ପ୍ରତିରକ୍ଷା କେନ୍ଦ୍ର ଉପରେ ଏକ ସଠିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏଥର, ଟାର୍ଗେଟ ଥିଲା ପେଟାହ ଟିକଭା…

ଆମେରିକାକୁ ଇରାନର ଖୋଲା ଧମକ, କହିଲା ‘ଆମେ ଆମେରିକାକୁ ପ୍ରସ୍ତର ଯୁଗଠାରୁ ବି ପୂର୍ବ ଯୁଗକୁ ଫେରାଇ ଦେବୁ’

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଆହୁରି ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ମୁକାବିଲା ଆଉ କେବଳ ଦୁଇଟି ରାଷ୍ଟ୍ର…

ରାଜ୍ୟ ସଭାର ଉପନେତା ପଦରୁ ହଟାଯିବା ପରେ କମିଯିବ କି ରାଘବ ଚଢାଙ୍କ ଦରମା? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୩।୪: ରାଜ୍ୟ ସଭାରେ ଉପନେତା ପଦରୁ ରାଘବ ଚଢାଙ୍କୁ ହଟାଇବା ପରେ ରାଜନୈତିକ ବିତର୍କ ଆରମ୍ଭ ହୋଇଛି। ଅଶୋକ ମିତ୍ତଲ ଏବେ ଏହି ଭୂମିକା ଗ୍ରହଣ କରିବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri