ବିଜେବି କଲେଜ ଛାତ୍ରୀଙ୍କ ସୁଇସାଇଡ୍‌ ନୋଟ୍‌ରେ ଲେଖାଅଛି ଏମିତି କିଛି…

ଭୁବନେଶ୍ୱର,୨ା୭(ବ୍ୟୁରୋ): ରାଜଧାନୀର ପ୍ରତିଷ୍ଠିତ ବିଜେବି କଲେଜର ଜଣେ ଛାତ୍ରୀ ଆତ୍ମହତ୍ୟା କରିବା ପରେ ଏଠାରେ ରାଗିଂ କରାଯାଉଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ଛାତ୍ରୀ ନିବାସରେ ରୁଚିକା ମହାନ୍ତି ନାମକ ଜଣେ ଛାତ୍ରୀଙ୍କୁ ରାଗିଂ କରାଯାଉଥିବାରୁ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ୩ ଜଣ ସିନିୟର ଛାତ୍ରୀ ତାଙ୍କୁ ମାନସିକ ନିର୍ଯାତନା ଦେଉଥିବାରୁ ସେ ଆତ୍ମହତ୍ୟା କରିଥିବା ମୃତଦେହ ପାଖରୁ ମିଳିଥିବା ଏକ ସୁଇସାଇଡ୍‌ ନୋଟ୍‌ରୁ ଏପରି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ମିଳିଥିବା ସୁଇସାଇଡ୍‌ ନୋଟ୍‌ଟି ରୁଚିକା ଲେଖିଥିବା କୁହାଯାଉଛି। ସୁଇସାଇଡ୍‌ ନୋଟ୍‌କୁ ଆଧାର କରି ମାତାପିତା ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଘଟଣାର ତଦନ୍ତ କରୁଛି।

ସୁଇସାଇଡ୍‌ ନୋଟ୍‌ରେ ଲେଖାଯାଇଛି, ମୁଁ ଜୀବନରେ ବହୁତ ଥକି ପଡ଼ିଛି। ମୋ ମା-ବାପା ବହୁତ କଷ୍ଟ କରି ମୋତେ ପାଠ ପଢ଼ାଇଲେ। ମୋ’ ପାଠପଢ଼ା ପାଇଁ ଘର ଚଳିବା କଷ୍ଟକର ହେଉଥିଲା। ହେଲେ ହଷ୍ଟେଲରେ ମୋତେ ସିନିୟର ବହୁତ ଟର୍ଚର କଲେ। ୩ ଜଣ ସିନିୟର ମୋତେ ମାନସିକ ନିର୍ଯାତନା ଦେଲେ। ଆଉ ସହିପାରିଲିନି କି ଘରେ କହିପାରିଲିନି। ମୋତେ ମୋ’ ବାପା, ମାଆ, ମାମୁ, ମାଇଁ, ମାଉସୀ -ମଉସା ସମସ୍ତେ ବହୁତ ଭଲ ପାଆନ୍ତି। ସେମାନେ ବହୁତ ଆଶା ରଖିଥିଲେ, ମୁଁ କଲେକ୍ଟର ହେବି। ହେଲେ ମୋତେ ସିନିୟରମାନେ ମେଣ୍ଟାଲ ଡିପ୍ରେସ କଲେ। ମା-ବାପାଙ୍କ ପଇସା ଖର୍ଚ୍ଚ କରି ପାଠ ପଢ଼ିବା ପାଇଁ ଛାଡ଼ିଲେ, ହେଲେ ତାଙ୍କ ପଇସାର କିଛି ମୂଲ୍ୟ ରହିଲାନାହିଁ। କାରଣ ସିନିୟର ମୋତେ ବହୁତ ଡିପ୍ରେସ କଲେ ବୋଲି ଏଥିରେ ଲେଖାଯାଇଛି। ଏହାକୁ ଆଧାରି କରି ପୋଲିସ ତଦନ୍ତ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାମୀଙ୍କୁ ନେଇ ଏମିତି କହିଦେଲେ ଆଲିଆ

ବଲିଉଡ୍‌ ଅଭିନେତା ରଣବୀର କପୁର ଆଜିକାଲି ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ରାମାୟଣ’ରେ ଭଗବାନ ରାମଙ୍କ ପ୍ରଥମ ଝଲକ ରିଲିଜ୍‌ ହୋଇଛି। ଦର୍ଶକ ରଣବୀରଙ୍କୁ…

ଟ୍ରେନ୍‌ ଟ୍ରାକ୍‌ରେ ପଡ଼ିଛି ଯୁବତୀଙ୍କ କ୍ଷତାକ୍ତ ମୃତଦେହ, ହାତରେ ଲେଖା ଅଛି ଏମିତି, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର,୩ା୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଖୁଜେନପାଲି ରେଳ ଫାଟକ ନିକଟରେ ଜଣେ ଯୁବତୀଙ୍କ କ୍ଷତାକ୍ତ ଅବସ୍ଥାରେ ମୃତଦେହ ପଡ଼ିଥିବା ଶୁକ୍ରବାର ଦେଖାଯାଇଛି। ମୃତ ଯୁବତୀଙ୍କ ପରିଚୟ ମିଳିଥିବା ବେଳେ…

୨୦୨୭ ରୁ ଆଇପିଏଲ ମ୍ୟାଚ ସଂଖ୍ୟା ବୃଦ୍ଧି ପାଇବ? ଅଧ୍ୟକ୍ଷଙ୍କ ଗୁରୁତ୍ୱପୂର୍ଣ୍ଣ ବୟାନ

ନୂଆଦିଲ୍ଲୀ,୩।୪: ଇଣ୍ଡିଆନ ପ୍ରିମିୟର ଲିଗର ୧୯ତମ ସଂସ୍କରଣ ବର୍ତ୍ତମାନ ଚାଲିଛି; ଛଅଟି ମ୍ୟାଚ ଖେଳାଯାଇସାରିଛି, ଏବଂ ଶୁକ୍ରବାର ଚେନ୍ନାଇ ସୁପର କିଙ୍ଗସ ଏବଂ ପଞ୍ଜାବ କିଙ୍ଗସ ମଧ୍ୟରେ…

କଲ୍ୟାଣ ମଣ୍ଡପ ନିର୍ମାଣରେ ଖର୍ଚ୍ଚ ହେବ ୬୦ ଲକ୍ଷ ଟଙ୍କା, ଆଜି ସରପଞ୍ଚଙ୍କ ସମେତ…

ଗଞ୍ଜାମ,୩ା୪(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ମଲାଡ଼ ପଞ୍ଚାୟତ କାର୍ଯ୍ୟାଳୟସ୍ଥିତ ମା’ ଶୀତଳl ଠାକୁରାଣୀ ମନ୍ଦିର ନିକଟରେ ନିର୍ମାଣ ହେବ ଅତ୍ୟାଧୁନିକ କଲ୍ୟାଣ ମଣ୍ଡପ। ଏଥିପାଇଁ ସରପଞ୍ଚ ମମତା…

ଶିକ୍ଷା କ୍ଷେତ୍ରରେ ବଡ଼ ପରିବର୍ତ୍ତନ: NCERTକୁ ଖୁବଶୀଘ୍ର ମିଳିପାରେ ‘ଡିମ୍ଡ ୟୁନିଭରସିଟି’ ମାନ୍ୟତା

ନୂଆଦିଲ୍ଲୀ,୩।୪: ଦେଶର ସ୍କୁଲ ଶିକ୍ଷା ବ୍ୟବସ୍ଥାରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନକୁ ଦୃଷ୍ଟିରେ ରଖି, କେନ୍ଦ୍ର ସରକାର ନିକଟ ଭବିଷ୍ୟତରେ ଜାତୀୟ ଶିକ୍ଷା ଗବେଷଣା ଏବଂ ତାଲିମ ପରିଷଦ…

ଆମ ବସ୍‌ ଧକ୍କାରେ ଅତିରିକ୍ତ ଡିସିପି ଆହତ

ଭୁବନେଶ୍ୱର,୩ା୪: ରାଜଧାନୀରେ ପୁଣି ଥରେ ଦୁର୍ଘଟଣା ଘଟାଇଛି ଆମ ବସ୍‌। ଏହି ବସ୍‌ ଧକ୍କାରେ ଅତିରିକ୍ତ ଡିସିପି କୃଷ୍ଣଚନ୍ଦ୍ର ସେଠୀ ଆହତ ହୋଇଛନ୍ତି। ସାଇକେଲ୍‌ରେ ଯିବା ସମୟରେ…

ଅବକାରୀ ବିଭାଗରେ ମହାଘୋଟାଲା: ଏତିକି କୋଟି ଟଙ୍କା ଚଳୁ କରି ୨ ଗିରଫ

ସମ୍ବଲପୁର,୩ା୪(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଅବକାରୀ ବିଭାଗରେ ଏକ ବଡ଼ ଧରଣର ଆର୍ଥିକ ଅନିୟମିତତା ଘଟଣା ସାମ୍ନାକୁ ଆସିଛି। ଜାଲିଆତି କରି ବିଭାଗରୁ ପ୍ରାୟ ୩.୬୭ କୋଟି…

IRGCର ହିଟ ଲିଷ୍ଟରେ ୮ଟି ପ୍ରମୁଖ ଉପସାଗରୀୟ ସେତୁ; B1 ସେତୁ ଉପରେ ଆମେରିକା-ଇସ୍ରାଏଲ କାର୍ଯ୍ୟାନୁଷ୍ଠାନ ଯୋଗୁ ଇରାନ କ୍ରୋଧିତ

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକା ଏବଂ ଇସ୍ରାଏଲ ଇରାନର ସବୁଠାରୁ ଉଚ୍ଚ ସେତୁ – B1 -କୁ ଟାର୍ଗେଟ କରିଥିଲେ, ଯାହା ଏହି ଅଞ୍ଚଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri