ଶିକ୍ଷାବର୍ଷର ଅଧା ସମୟ ସରିବାକୁ ବସିଲାଣି, ଏଯାଏ ପିଲାଙ୍କୁ ମିଳିଲାନି ସ୍କୁଲ ୟୁନିଫର୍ମ

ଭୁବନେଶ୍ୱର,୨୯ା୮(ସୁଚିସ୍ମିତା ସାହୁ): ଏବର୍ଷ ସମସ୍ତ ଛାତ୍ରୀଛାତ୍ରଙ୍କୁ ଟି ଶର୍ଟ, ପ୍ୟାଣ୍ଟ, ଜୋତା, ଟୋପି ଏବଂ ପରିଚୟପତ୍ର ମାଗଣାରେ ଯୋଗାଇ ଦେବାକୁ ରାଜ୍ୟ ସରକାର କହିଥିଲେ। ପିଲାମାନେ ମଧ୍ୟ ଖୁସିରେ ଅପେକ୍ଷା କରିଥିଲେ। ହେଲେ ଶିକ୍ଷା ବର୍ଷର ଅଧା ସମୟ ସରିବାକୁ ବସିଲାଣି, ଏଯାଏ ସରକାରୀ ସ୍କୁଲ ପିଲାଙ୍କୁ ନୂଆ ୟୁନିଫର୍ମ ମିଳିପାରିଲା ନାହିଁ; ଫଳରେ ଅନେକ ପିଲା ଏବେ ଚିରାଫଟା, ସିଲେଇ ହୋଇଥିବା ଓ ରଙ୍ଗ ଉଡ଼ିଯାଇଥିବା ୟୁନିଫର୍ମ ଡ୍ରେସ୍‌ ପିନ୍ଧି ସ୍କୁଲ ଯାଉଥିବା ଦେଖିବାକୁ ମିଳିଛି। ଏପରି କି ପିଲାଙ୍କ ପାଇଁ ବିକଳ୍ପ ନ ଥିବାରୁ ବର୍ଷାରେ ଓଦା ହୋଇଯାଇଥିବା ଡ୍ରେସ୍‌ ପିନ୍ଧି ଯିବାକୁ ପଡୁଛି। ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ଏପରି ଅବ୍ୟବସ୍ଥାକୁ ନେଇ ଛାତ୍ରୀଛାତ୍ର, ଅଭିଭାବକ ଓ ଶିକ୍ଷୟିତ୍ରୀଶିକ୍ଷକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଥିବାବେଳେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କାର୍ଯ୍ୟଧାରାକୁ ନେଇ ପ୍ରଶ୍ନ ଉଠୁଛି।
ରାଜ୍ୟରେ ଡ୍ରପ୍‌ ଆଉଟ୍‌ ହାର କମାଇବା ଓ ସ୍କୁଲ ପ୍ରତି ପିଲାଙ୍କ ମନରେ ଆଗ୍ରହ ସୃଷ୍ଟି ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା କରୁଛନ୍ତି। ପ୍ରତିବର୍ଷ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ଦୁଇ ହଳ ମାଗଣା ପୋଷାକ ଦିଆଯାଉଛି। ଏଥିପାଇଁ ସରକାର ପ୍ରତି ପିଲାଙ୍କ ପିଛା ୧୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି। ଏବର୍ଷରୁ ସମସ୍ତ ଛାତ୍ରୀଛାତ୍ରଙ୍କୁ ଟି ଶାର୍ଟ, ପ୍ୟାଣ୍ଟ, ଜୋତା, ଟୋପି ଏବଂ ପରିଚୟପତ୍ର ମାଗଣାରେ ଯୋଗାଇଦେବାକୁ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ସମସ୍ତ ଜିଲା ଶିକ୍ଷାଧିକାରୀ ଓ ସମଗ୍ର ଶିକ୍ଷା ସଂସ୍ଥାର ଜିଲା ପ୍ରକଳ୍ପ ସଂଯୋଜକଙ୍କୁ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ଜୁଲାଇ ୧୫ରେ ପିଲାଙ୍କୁ ପୋଷାକ ମିଳିବ ବୋଲି ଦିନ ନିର୍ଦ୍ଧାରଣ କରାଯାଇଥିଲା। ହେଲେ ପରେ ଅଗଷ୍ଟ ୧୫ ସୁଦ୍ଧା ପୋଷାକ ଦିଆଯିବ ବୋଲି କୁହାଯାଇଥିଲା। ସ୍ବାଧୀନତା ଦିବସରେ ପିଲାମାନେ ନୂଆ ଡ୍ରେସ ପିନ୍ଧି ବିଦ୍ୟାଳୟକୁ ଆସିବାକୁ ଉତ୍କଣ୍ଠାର ସହ ଚାହିଁ ବସିଥିଲେ। ହେଲେ ନ ମିଳିବାରୁ ପୁରୁଣା ୟୁନିଫର୍ମ ପିନ୍ଧି ପତାକା ଉତ୍ତୋଳନ କରିଥିଲେ ପିଲା। ଏମିତି କି ପରେ ବି ନୂଆ ୟୁନିଫର୍ମ ନ ମିଳିବାରୁ ସେମିତି ପୁରୁଣା ୟୁନିଫର୍ମ ଓ ବାହାର ଡ୍ରେସ୍‌ ପିନ୍ଧି ପିଲାମାନେ ସ୍କୁଲରେ ଗଣେଶ ପୂଜା କରିଥିଲେ।
ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ସରକାରୀ ସ୍କୁଲରେ ଏପରି ଦୃଶ୍ୟ ଦେଖିବାକୁ ମିଳିଥିଲା। ଅନ୍ୟପକ୍ଷରେ ରାଜ୍ୟରେ ୪୫ ହଜାର ପ୍ରାଥମିକ ସ୍କୁଲରେ ଶିଶୁବାଟିକା ଖୋଲାଯାଇଛି। ୩ ଲକ୍ଷ ୧୦ ହଜାର ୮୪୯ ପିଲାଙ୍କୁ ମାଗଣା ୟୁନିଫର୍ମ ପ୍ରଦାନ କରାଯିବ। ହେଲେ ଏଯାବତ ଡ୍ରେସ ମିଳି ନ ଥିବାରୁ ସେମାନେ ମଧ୍ୟ ଘରୋଇ ଡ୍ରେସ ପିନ୍ଧି ସ୍କୁଲ ଯାଉଛନ୍ତି।
ତେବେ ଏ ସମ୍ପର୍କରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ କର୍ମଚାରୀମାନେ କହିଛନ୍ତି, ପୋଷାକ ବଣ୍ଟନ ଦାୟିତ୍ୱରେ ଥିବା ଉଚ୍ଚ ଅଧିକାରୀମାନେ ଠିକ ଭାବେ ଯାଞ୍ଚ କରୁନାହାନ୍ତି କି ପଦକ୍ଷେପ ନେଉନାହାନ୍ତି। ସ୍ବୟଂ ସହାୟକ ଗୋଷ୍ଠୀମାନେ (ଏସ୍‌ଏଚ୍‌ଜି) ପୋଷାକ ତିଆରି କରିବାରେ ବିଳମ୍ବ କରୁଛନ୍ତି। ସେଥିପାଇଁ ପିଲାଙ୍କୁ ପୋଷାକ ମିଳିବାରେ ବିଳମ୍ବ ହେଉଥିବା କହୁଛନ୍ତି। ଭୁବନେଶ୍ୱରର କିଛି ସ୍କୁଲ ପିଲାଙ୍କୁ ହାଉସ୍‌ ପୋଷାକ ଓ ଟୋପି ବଣ୍ଟନ କରାଯାଇଛି। କିନ୍ତୁ ଏଯାବତ ତାଙ୍କୁ ସ୍କୁଲ ୟୁନିଫର୍ମ ମିଳିନାହିଁ। କେବେ ମିଳିବ ତାହା ଠିକ ଭାବେ ଜଣାନାହିଁ। ଭୁବନେଶ୍ୱର ବ୍ଲକ ଶିକ୍ଷା ଅଧିକାରୀ ବ୍ରହ୍ମାନନ୍ଦ ରାଉତ କହିଛନ୍ତି, ବିଦ୍ୟାଳୟଗୁଡ଼ିକରେ ସ୍କୁଲ ଡ୍ରେସ ବଣ୍ଟନ ଆରମ୍ଭ ହୋଇଛି। ଆମକୁ ବିଳମ୍ବରେ ଅନୁମୋଦନ ମିଳିଥିଲା। ସେଥିପାଇଁ ପିଲାଙ୍କ ଡ୍ରେସ୍‌ ବଣ୍ଟନରେ ବିଳମ୍ବ ହୋଇଛି। ସେପ୍ଟେମ୍ବର ୫ ସୁଦ୍ଧା ସବୁ ବିଦ୍ୟାଳୟରେ ପିଲାଙ୍କୁ ସ୍କୁଲ ଡ୍ରେସ୍‌ ମିଳିଯିବ। ଏସ୍‌ଏଚ୍‌ଜିଗୁଡିକୁ ତ୍ୱରିତ କାର୍ଯ୍ୟ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜିରୋ ବାଲାନ୍ସ ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର, ଏବେ ସେମାନେ ପାଇବେ…

ନୂଆଦିଲ୍ଲୀ,୬।୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ସାଧାରଣ ଗ୍ରାହକଙ୍କୁ ଆଶ୍ୱସ୍ତି ପ୍ରଦାନ କରି ମୌଳିକ ସଞ୍ଚୟ ବ୍ୟାଙ୍କ ଜମା (BSBD) ଆକାଉଣ୍ଟରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି।...

ଘରଦ୍ୱାର ଭାଙ୍ଗିଲେ ହାତୀପଲ, ବାଡ଼ିରେ ପଶି ଖାଇଗଲେ…

ଗଜପତି,୬ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମାବ୍ଲକରେ ହାତୀଙ୍କ ଉପଦ୍ରବ ଲାଗି ରହିଛି। ଗତ ୪ ଦିନ ହେଲା ୪ ଟିକିଆ ହାତୀପଲ ଗୁମ୍ମା ବ୍ଲକର ଗାଁକୁ...

ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗ୍ରାମବାସୀଙ୍କ ସହ ଧାରଣାରେ ବସିଲେ ପୂର୍ବତନ ଏମ୍‌ପି, କହିଲେ ବିନା ପିସିରେ..

ବଲାଙ୍ଗୀର,୬ା୧୨(ସୁନିଲ କୁମାର ମହାନ୍ତି): ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପିପିଲି – ଜାମୁଟିଆ ରାସ୍ତାକାମ ନିମ୍ନମାନର ତିଆରି ହେଉଥିବା ଅଭିଯୋଗ ନେଇ ପିପିଲି ଗ୍ରାମବାସୀଙ୍କ ସହ...

୪୪% ବଢିବ ଦରମା! ସରକାରଙ୍କ ହାତରୁ ଯିବ ଏତେ କୋଟି ଟଙ୍କା

ନୂଆଦିଲ୍ଲୀ,୬।୧୨: ଅଷ୍ଟମ ବେତନ କମିଶନକୁ ନେଇ ବଡ଼ ଅପଡେଟ୍‌ ଆସିଛି । କେନ୍ଦ୍ର ସରକାର ଦେଶର ଲକ୍ଷ ଲକ୍ଷ ସରକାରୀ କର୍ମଚାରୀ ଏବଂ ପେନସନ୍‌ଭୋଗୀଙ୍କୁ ବଡ଼...

ପାର୍‌ ହେଉହେଉ ଭାଙ୍ଗିପଡ଼ିଲା ପୋଲ

ଆନନ୍ଦପୁର,୬ା୧୨(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ତରତରା କଣ୍ଟିପାଳ ମୁଖ୍ୟ ରାସ୍ତାର କୁକୁରିଆନାଳ ହୋଇଥିବା ପୋଲଟି ଭାଙ୍ଗିଯାଇଛି। ସୂଚନାରୁ ଜଣାପଡ଼ିଛି, ଏହି ପୋଲ...

ପୁଣି ଫସିଲେ କିଙ୍ଗ ଖାନଙ୍କ ପୁଅ ଆର୍ଯ୍ୟନ ଖାନ, ଭିଡିଓ ଭାଇରାଲ ପରେ ବଢିଲା ଅଡୁଆ

ମୁମ୍ବାଇ,୬।୧୨: ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ବିବାଦରେ ଗଭୀର ଭାବରେ ଜଡିତ। ପ୍ରଥମେ ଡ୍ରଗ୍ସ ମାମଲା, ତା’ପରେ ‘ବ୍ୟାଡ୍ସ ଅଫ ବଲିଉଡ’ରେ ତାଙ୍କ ଭୂମିକାକୁ...

ଭାରତର ଏସବୁ ଜିନିଷ ଉପରେ ନିର୍ଭର କରେ ଋଷିଆ, ଖର୍ଚ୍ଚ କରେ ଏତେ ଟଙ୍କା

ନୂଆଦିଲ୍ଲୀ,୬।୧୨: ରୁଷିଆ ଏବଂ ଭାରତ ଦୀର୍ଘଦିନ ଧରି ଦୃଢ଼ ସମ୍ପର୍କ ଉପଭୋଗ କରିଆସିଛନ୍ତି। ଏହି ଗଭୀର ସମ୍ପର୍କ ଦୁଇ ଦେଶ ମଧ୍ୟରେ ବାଣିଜ୍ୟରେ ପ୍ରତିଫଳିତ ହୋଇଛି।...

ଇଣ୍ଡିଗୋ ସଙ୍କଟ: ଖୁବ୍‌ ଜୋର ପାଟି କରି କାଉଣ୍ଟର ଉପରକୁ ଚଢିଗଲେ ବିଦେଶିନୀ

ନୂଆଦିଲ୍ଲୀ,୬।୧୨: ଗତ ଚାରି ଦିନ ମଧ୍ୟରେ ସାରା ଦେଶରେ ୧,୦୦୦ରୁ ଅଧିକ ଇଣ୍ଡିଗୋ ବିମାନ ବାତିଲ କରାଯାଇଛି, ଯାହା ଯାତ୍ରୀମାନଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ କରୁଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri