ଶିକ୍ଷାବର୍ଷର ଅଧା ସମୟ ସରିବାକୁ ବସିଲାଣି, ଏଯାଏ ପିଲାଙ୍କୁ ମିଳିଲାନି ସ୍କୁଲ ୟୁନିଫର୍ମ

ଭୁବନେଶ୍ୱର,୨୯ା୮(ସୁଚିସ୍ମିତା ସାହୁ): ଏବର୍ଷ ସମସ୍ତ ଛାତ୍ରୀଛାତ୍ରଙ୍କୁ ଟି ଶର୍ଟ, ପ୍ୟାଣ୍ଟ, ଜୋତା, ଟୋପି ଏବଂ ପରିଚୟପତ୍ର ମାଗଣାରେ ଯୋଗାଇ ଦେବାକୁ ରାଜ୍ୟ ସରକାର କହିଥିଲେ। ପିଲାମାନେ ମଧ୍ୟ ଖୁସିରେ ଅପେକ୍ଷା କରିଥିଲେ। ହେଲେ ଶିକ୍ଷା ବର୍ଷର ଅଧା ସମୟ ସରିବାକୁ ବସିଲାଣି, ଏଯାଏ ସରକାରୀ ସ୍କୁଲ ପିଲାଙ୍କୁ ନୂଆ ୟୁନିଫର୍ମ ମିଳିପାରିଲା ନାହିଁ; ଫଳରେ ଅନେକ ପିଲା ଏବେ ଚିରାଫଟା, ସିଲେଇ ହୋଇଥିବା ଓ ରଙ୍ଗ ଉଡ଼ିଯାଇଥିବା ୟୁନିଫର୍ମ ଡ୍ରେସ୍‌ ପିନ୍ଧି ସ୍କୁଲ ଯାଉଥିବା ଦେଖିବାକୁ ମିଳିଛି। ଏପରି କି ପିଲାଙ୍କ ପାଇଁ ବିକଳ୍ପ ନ ଥିବାରୁ ବର୍ଷାରେ ଓଦା ହୋଇଯାଇଥିବା ଡ୍ରେସ୍‌ ପିନ୍ଧି ଯିବାକୁ ପଡୁଛି। ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ଏପରି ଅବ୍ୟବସ୍ଥାକୁ ନେଇ ଛାତ୍ରୀଛାତ୍ର, ଅଭିଭାବକ ଓ ଶିକ୍ଷୟିତ୍ରୀଶିକ୍ଷକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଥିବାବେଳେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କାର୍ଯ୍ୟଧାରାକୁ ନେଇ ପ୍ରଶ୍ନ ଉଠୁଛି।
ରାଜ୍ୟରେ ଡ୍ରପ୍‌ ଆଉଟ୍‌ ହାର କମାଇବା ଓ ସ୍କୁଲ ପ୍ରତି ପିଲାଙ୍କ ମନରେ ଆଗ୍ରହ ସୃଷ୍ଟି ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା କରୁଛନ୍ତି। ପ୍ରତିବର୍ଷ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ଦୁଇ ହଳ ମାଗଣା ପୋଷାକ ଦିଆଯାଉଛି। ଏଥିପାଇଁ ସରକାର ପ୍ରତି ପିଲାଙ୍କ ପିଛା ୧୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି। ଏବର୍ଷରୁ ସମସ୍ତ ଛାତ୍ରୀଛାତ୍ରଙ୍କୁ ଟି ଶାର୍ଟ, ପ୍ୟାଣ୍ଟ, ଜୋତା, ଟୋପି ଏବଂ ପରିଚୟପତ୍ର ମାଗଣାରେ ଯୋଗାଇଦେବାକୁ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ସମସ୍ତ ଜିଲା ଶିକ୍ଷାଧିକାରୀ ଓ ସମଗ୍ର ଶିକ୍ଷା ସଂସ୍ଥାର ଜିଲା ପ୍ରକଳ୍ପ ସଂଯୋଜକଙ୍କୁ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ଜୁଲାଇ ୧୫ରେ ପିଲାଙ୍କୁ ପୋଷାକ ମିଳିବ ବୋଲି ଦିନ ନିର୍ଦ୍ଧାରଣ କରାଯାଇଥିଲା। ହେଲେ ପରେ ଅଗଷ୍ଟ ୧୫ ସୁଦ୍ଧା ପୋଷାକ ଦିଆଯିବ ବୋଲି କୁହାଯାଇଥିଲା। ସ୍ବାଧୀନତା ଦିବସରେ ପିଲାମାନେ ନୂଆ ଡ୍ରେସ ପିନ୍ଧି ବିଦ୍ୟାଳୟକୁ ଆସିବାକୁ ଉତ୍କଣ୍ଠାର ସହ ଚାହିଁ ବସିଥିଲେ। ହେଲେ ନ ମିଳିବାରୁ ପୁରୁଣା ୟୁନିଫର୍ମ ପିନ୍ଧି ପତାକା ଉତ୍ତୋଳନ କରିଥିଲେ ପିଲା। ଏମିତି କି ପରେ ବି ନୂଆ ୟୁନିଫର୍ମ ନ ମିଳିବାରୁ ସେମିତି ପୁରୁଣା ୟୁନିଫର୍ମ ଓ ବାହାର ଡ୍ରେସ୍‌ ପିନ୍ଧି ପିଲାମାନେ ସ୍କୁଲରେ ଗଣେଶ ପୂଜା କରିଥିଲେ।
ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ସରକାରୀ ସ୍କୁଲରେ ଏପରି ଦୃଶ୍ୟ ଦେଖିବାକୁ ମିଳିଥିଲା। ଅନ୍ୟପକ୍ଷରେ ରାଜ୍ୟରେ ୪୫ ହଜାର ପ୍ରାଥମିକ ସ୍କୁଲରେ ଶିଶୁବାଟିକା ଖୋଲାଯାଇଛି। ୩ ଲକ୍ଷ ୧୦ ହଜାର ୮୪୯ ପିଲାଙ୍କୁ ମାଗଣା ୟୁନିଫର୍ମ ପ୍ରଦାନ କରାଯିବ। ହେଲେ ଏଯାବତ ଡ୍ରେସ ମିଳି ନ ଥିବାରୁ ସେମାନେ ମଧ୍ୟ ଘରୋଇ ଡ୍ରେସ ପିନ୍ଧି ସ୍କୁଲ ଯାଉଛନ୍ତି।
ତେବେ ଏ ସମ୍ପର୍କରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ କର୍ମଚାରୀମାନେ କହିଛନ୍ତି, ପୋଷାକ ବଣ୍ଟନ ଦାୟିତ୍ୱରେ ଥିବା ଉଚ୍ଚ ଅଧିକାରୀମାନେ ଠିକ ଭାବେ ଯାଞ୍ଚ କରୁନାହାନ୍ତି କି ପଦକ୍ଷେପ ନେଉନାହାନ୍ତି। ସ୍ବୟଂ ସହାୟକ ଗୋଷ୍ଠୀମାନେ (ଏସ୍‌ଏଚ୍‌ଜି) ପୋଷାକ ତିଆରି କରିବାରେ ବିଳମ୍ବ କରୁଛନ୍ତି। ସେଥିପାଇଁ ପିଲାଙ୍କୁ ପୋଷାକ ମିଳିବାରେ ବିଳମ୍ବ ହେଉଥିବା କହୁଛନ୍ତି। ଭୁବନେଶ୍ୱରର କିଛି ସ୍କୁଲ ପିଲାଙ୍କୁ ହାଉସ୍‌ ପୋଷାକ ଓ ଟୋପି ବଣ୍ଟନ କରାଯାଇଛି। କିନ୍ତୁ ଏଯାବତ ତାଙ୍କୁ ସ୍କୁଲ ୟୁନିଫର୍ମ ମିଳିନାହିଁ। କେବେ ମିଳିବ ତାହା ଠିକ ଭାବେ ଜଣାନାହିଁ। ଭୁବନେଶ୍ୱର ବ୍ଲକ ଶିକ୍ଷା ଅଧିକାରୀ ବ୍ରହ୍ମାନନ୍ଦ ରାଉତ କହିଛନ୍ତି, ବିଦ୍ୟାଳୟଗୁଡ଼ିକରେ ସ୍କୁଲ ଡ୍ରେସ ବଣ୍ଟନ ଆରମ୍ଭ ହୋଇଛି। ଆମକୁ ବିଳମ୍ବରେ ଅନୁମୋଦନ ମିଳିଥିଲା। ସେଥିପାଇଁ ପିଲାଙ୍କ ଡ୍ରେସ୍‌ ବଣ୍ଟନରେ ବିଳମ୍ବ ହୋଇଛି। ସେପ୍ଟେମ୍ବର ୫ ସୁଦ୍ଧା ସବୁ ବିଦ୍ୟାଳୟରେ ପିଲାଙ୍କୁ ସ୍କୁଲ ଡ୍ରେସ୍‌ ମିଳିଯିବ। ଏସ୍‌ଏଚ୍‌ଜିଗୁଡିକୁ ତ୍ୱରିତ କାର୍ଯ୍ୟ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ୯ ଜିଲା ଦେଇ ଯିବ ଖଡ଼ଗପୁର-ବିଜୟୱାଡା ଏକ୍ସପ୍ରେସୱେ

ଭୁବନେଶ୍ୱର,୧୬।୩: ଓଡ଼ିଶା ପାଇଁ ଏକ ବଡ଼ ଖବର। ରାଜ୍ୟରେ ଗଡ଼ିବ ବିକାଶର ଗାଡ଼ି। ପଶ୍ଚିମବଙ୍ଗର ଖଡ଼ଗପୁରରୁ ଆନ୍ଧ୍ରପ୍ରଦେଶର ବିଜୟୱାଡାକୁ ସଂଯୋଗ କରୁଥିବା ହାଇସ୍ପିଡ୍ କରିଡର ଏବେ ଓଡ଼ିଶାର…

ଦୀର୍ଘ ସାଢେ ୫ ଘଣ୍ଟା ପରେ ଜାତୀୟ ରାଜପଥରେ ସ୍ବାଭାବିକ ହେଲା ଗାଡ଼ି ଚଳାଚଳ

ପଟ୍ଟାଙ୍ଗି,୧୬।୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଆନ୍ଧ୍ର ଓଡ଼ିଶା ସୀମାନ୍ତ ରାଜପଥ ଦୀର୍ଘ ସମୟ ଧରି ଅବରୋଧ ରହିଥିଲା । ତେବେ ଉକ୍ତ…

ଭଡା ଘରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ, ହତ୍ୟା ସନ୍ଦେହ କଲେ ପରିବାର

ଭବାନୀପାଟଣା,୧୬।୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ସ୍ଥିତ ଇରିଗେସନ କଲୋନୀ ୭ ନଂ ଲେନର ଏକ ଭଡା ଘରୁ ସୋମବାର ସନ୍ଧ୍ୟାରେ ଜଣେ ଯୁବତୀଙ୍କ…

ବିଜେଡି-କଂଗ୍ରେସର ଅଙ୍କ ଗୋଳମାଳ କରିଦେଲେ ଏହି ୧୧ ବିଧାୟକ, କ୍ରସ୍‌ ଭୋଟିଂ କରି ବିଗାଡ଼ିଦେଲେ ଖେଳ

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନରେ ବିଜେଡି ଓ କଂଗ୍ରେସର ଅଙ୍କ ଗୋଳମାଳ କରିଦେଲେ ୧୧ ବିଧାୟକ। କ୍ରସ୍‌ ଭୋଟିଂ କରି ବିଗାଡ଼ିଦେଲେ ଖେଳ। ଗୋଟେ ଚୁଟ୍‌କିରେ ବଦଳିଗଲା…

ହାଇସ୍କୁଲ ପରିଚାଳନା କମିଟି ଗଠନ ପାଇଁ ବସିଥିଲା ସଭା: ଆସିଲେନି ବିଧାୟକ, ସ୍ଥଗିତ ରହିଲା…

ଦିଗପହଣ୍ଡି,୧୬।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବି. ତୁରୁବୁଡ଼ି ପଞ୍ଚାୟତ ହାଇସ୍କୁଲ ପରିଚାଳନା କମିଟି ଗଠନ ନିମନ୍ତେ ସୋମବାର ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।…

ପଲିଥିନ ତଳେ ୫ ପ୍ରାଣୀଙ୍କ ବିତୁଛି ଜୀବନ: ବ୍ଲକ ଅଧ୍ୟକ୍ଷ, ଜିଲା ପରିଷଦଙ୍କ ନିଜ ପଞ୍ଚାୟତରେ ଏଭଳି ଚିତ୍ର

ଥୁଆମୂଳ ରାମପୁର,୧୬।୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡ ଜିଲା ଥୁଆମୂଳ ରାମପୁର ବ୍ଲକ ଅଧୀନସ୍ଥ ଗୁଣୁପୁର ଗ୍ରାମପଞ୍ଚାୟତରୁ ଆସିଛି ଏକ ଲଜ୍ଜାଜନକ ତଥ୍ୟ। ଯେଉଁ ପଞ୍ଚାୟତ ବ୍ଲକ ଅଧ୍ୟକ୍ଷ…

‘ଏହି ୩ ବିଧାୟକ ଏଭଳି କାମ କରିବେ ବୋଲି କେବେ ଭାବିନଥିଲି, ଛେଳି,ମେଣ୍ଢା ଭଳି ବିକ୍ରି ହୋଇଗଲେ’…

ଭୁବନେଶ୍ୱର,୧୬।୩: ଅପେକ୍ଷାର ଅନ୍ତ ଘଟିଛି । ରାଜ୍ୟ ସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି । ତେବେ କ୍ରସ୍‌ ଭୋଟିଂକୁ ନେଇ ପିସିସି ସଭାପତି ଭକ୍ତ ଚରଣ…

ଗୋଟେ ଚୁଟ୍‌କିରେ ବଦଳିଗଲା ରାଜ୍ୟ ସଭା ଗଣିତ: କ’ଣ ଭାବିଥିଲେ, କ’ଣ ହେଲା…

ଭୁବନେଶ୍ୱର,୧୬।୩: ଅପେକ୍ଷାର ଅନ୍ତ ଘଟିଛି । ରାଜ୍ୟ ସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି । ଭାଜପାର ମନମୋହନ ସାମଲ ଓ ସୁଜିତ କୁମାର ବିଜୟୀ ହୋଇଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri