Posted inଜାତୀୟ

ପୀଡ଼ିତାଙ୍କ ସଂଘର୍ଷ ସରିନି

ମୁଜାଫରନଗର,୨ା୬: ୨୦୧୩ରେ ଉତ୍ତର ପ୍ରଦେଶର ମୁଜାଫରନଗର ଦଙ୍ଗାବେଳେ ଜଣେ ମହିଳାଙ୍କୁ ବଳାତ୍କାର କରିବା ଅଭିଯୋଗରେ ୩ ସପ୍ତାହ ତଳେ ୨ ଜଣଙ୍କୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି। ୩୫ ବର୍ଷୀୟା ପୀଡ଼ିତା ଆଫ୍ରିନ୍‌ଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ଅନେକ ଖବରଦାତା ତାଙ୍କ ଧୈର୍ଯ୍ୟ ଓ ସାହସକୁ ପ୍ରଶଂସା କରି ସାକ୍ଷାତ୍‌କାର ନେବା ପାଇଁ ଅନୁରୋଧ କରୁଛନ୍ତି। ତେବେ ନ୍ୟାୟ ପାଇଁ ଦଶନ୍ଧି ଧରି ଚାଲିଥିବା ଏହି ମହିଳାଙ୍କ ଲଢ଼େଇ ଅଦ୍ୟାବଧି ଶେଷ ହୋଇନାହିଁ। ସୁରକ୍ଷା କାରଣରୁ ଏଠାରେ ପୀଡ଼ିତାଙ୍କ ପ୍ରକୃତ ନାମ ଉଲ୍ଲେଖ କରାଯାଇ ନାହିଁ।
ଗଣମାଧ୍ୟମ ଆଗରେ ମୁହଁ ଢାଙ୍କି ମହିଳା ଜଣକ କହିଛନ୍ତି, କେହି ଜଣେ ବ୍ୟକ୍ତି କଥା ହେବାବେଳେ ତାଙ୍କ ନଁା ଧରିଥିଲେ। ତେଣୁ ଯେଉଁମାନେ ସେ ବିଷୟରେ ଜାଣି ନ ଥିଲେ ଏବେ ସବୁ କଥା ଜାଣିବାକୁ ପାଇଲେ। ଏହା ତାଙ୍କ ଅସୁରକ୍ଷା ଭାବକୁ ବଢ଼ାଇ ଦେଇଛି। ଗାଁ ଓ ମୁଜାଫରନଗରର ଅନ୍ୟ ଭାଗରେ ତାଙ୍କ ସ୍ବାମୀଙ୍କୁ ଅନେକେ ପ୍ରଶ୍ନ କରୁଛନ୍ତି, ତୁମ ସ୍ତ୍ରୀ ସହ ଏତେସବୁ ଘଟିଗଲା, ଆମକୁ କାହିଁକି କହି ନ ଥିଲ? ତାଙ୍କ ୩୭ ବର୍ଷୀୟ ସ୍ବାମୀ ସୈଫ୍‌ କିଛି ଦିନ ହେଲା ନିଜ ଫୋନ୍‌କୁ ସାଇଲେଣ୍ଟ ମୋଡରେ ରଖିଛନ୍ତି।
ମୁଜାଫରନଗର ଜିଲାରେ ଦଙ୍ଗା ସମୟରେ ବଳାତ୍କାରର ଶିକାର ହୋଇଥିବା ଅନୂ୍ୟନ ୭ ମହିଳାଙ୍କ ମଧ୍ୟରୁ ଆଫ୍ରିନ୍‌ ଅନ୍ୟତମ। ୨୦୧୩ ଅଗଷ୍ଟ ୨୭ରେ ଜଣେ ହିନ୍ଦୁ ଝିଅଙ୍କୁ ହଇରାଣ କରିବା ଅଭିଯୋଗରେ ୨୯ ବର୍ଷୀୟ ମୁସଲମାନ ବ୍ୟକ୍ତିଙ୍କୁ ହତ୍ୟା କରାଯିବା ପରେ ହିଂସା ଦେଖିବାକୁ ମିଳିଥିଲା। ଯେଉଁ ଦୁଇଜଣ ତାଙ୍କୁ ଛୁରାମାଡ଼ କରିଥିଲେ ସେମାନଙ୍କୁ ସ୍ଥାନୀୟ ଲୋକେ ଧରି ପିଟି ପିଟି ହତ୍ୟା କରିଥିଲେ। ଏହି ଘଟଣାକୁ ନେଇ ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟ ମଧ୍ୟରେ ୨ ସପ୍ତାହ ଧରି ଦଙ୍ଗା ଚାଲିଥିଲା। ଏପରି କି ଦଙ୍ଗାର ନିଅଁା ପଡ଼ୋଶୀ ଶାମ୍‌ଲି ଜିଲାକୁ ମଧ୍ୟ ବ୍ୟାପିଥିଲା। ୬୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଥିଲା, ଯାହାଙ୍କ ମଧ୍ୟରୁ ଅଧିକାଂଶ ମୁସଲମାନ। ୬୦,୦୦୦ରୁ ଅଧିକ ଲୋକ ନିଜ ପୈତୃକ ଘରୁ ବିସ୍ଥାପିତ ହୋଇଥିଲେ। ମାନବାଧିକାର ଗୋଷ୍ଠୀଙ୍କ ମତରେ ପ୍ରକୃତ ମୃତ୍ୟୁସଂଖ୍ୟା ଆହୁରି ଅଧିକ ହେବ। ଦୁଇ ସମ୍ପ୍ରଦାୟ ମୁହାଁମୁହିଁ ହୋଇଥିବାବେଳେ ଦେଶର ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ରାଜ୍ୟ ୟୁପିରେ ଭୋଟ ଧ୍ରୁବୀକରଣ ପାଇଁ ହିନ୍ଦୁ ଜାତୀୟତାବାଦୀ ଭାଜପା ସରକାର ସୁଯୋଗ ପାଇଥିଲା। ୨୦୧୪ ସାଧାରଣ ନିର୍ବାଚନରେ ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପୁନଃ କ୍ଷମତାସୀନ କରାଇଲା। ରାଜ୍ୟର ୮୦ ଆସନ ମଧ୍ୟରୁ ଭାଜପା ୭୧ଟି ଦଖଲ କରିଥିଲା। ୨୦୧୭ ବିଧାନସଭା ନିର୍ବାଚନରେ ମଧ୍ୟ ଦଳ ଆଶାତୀତ ସଂଖ୍ୟାଗରିଷ୍ଠତା ପାଇଥିଲା। ବିଶେଷଜ୍ଞଙ୍କ ମତରେ ରାଜ୍ୟ ଓ ଜାତୀୟସ୍ତରରେ ଭାଜପାର ଆଧିପତ୍ୟ ନ୍ୟାୟିକ ପ୍ରକ୍ରିୟାକୁ ମନ୍ଥର କରିଦେବାରୁ ମୁଜାଫରନଗର ପୀଡ଼ିତାମାନେ ହତାଶ ହୋଇଯାଇଥିଲେ। ଆଫ୍ରିନ୍‌ ଆହୁରି କହିଛନ୍ତି, ଦଙ୍ଗାବେଳେ ନିଅଁାରେ ଘିଅ ଢାଳିବା ଭଳି ମନ୍ତବ୍ୟ ଦେଇଥିବା ଭାଜପା ନେତାମାନଙ୍କ ବିରୋଧରେ ଥିବା ମାମଲାଗୁଡ଼ିକୁ ୟୁପି ସରକାର ପ୍ରତ୍ୟାହାର କରିଥିଲେ। ନ୍ୟାୟ ପାଇଁ ସେମାନଙ୍କ ଆଗ୍ରହ ନାହିଁ। ରାଜନୀତି ହିଁ ସେମାନଙ୍କ ପାଇଁ ସବୁକିଛି। ତେଣୁ ଯେତେବେଳେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୨୦୨୨ରେ ପୁଣି କ୍ଷମତାକୁ ଫେରିଲେ, ଏହି ମାମଲାର କ’ଣ ହେବ ବୋଲି ପୀଡ଼ିତା ଚିନ୍ତିତ ହୋଇଯାଇଥିଲେ। ତେବେ ଆଲ୍ଲା ଓ ନିଜ ପ୍ରତି ଥିବା ବିଶ୍ୱାସ ହିଁ ତାଙ୍କୁ ବଞ୍ଚାଇ ରଖିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri