Posted inଜାତୀୟ

ପୀଡ଼ିତାଙ୍କ ସଂଘର୍ଷ ସରିନି

ମୁଜାଫରନଗର,୨ା୬: ୨୦୧୩ରେ ଉତ୍ତର ପ୍ରଦେଶର ମୁଜାଫରନଗର ଦଙ୍ଗାବେଳେ ଜଣେ ମହିଳାଙ୍କୁ ବଳାତ୍କାର କରିବା ଅଭିଯୋଗରେ ୩ ସପ୍ତାହ ତଳେ ୨ ଜଣଙ୍କୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି। ୩୫ ବର୍ଷୀୟା ପୀଡ଼ିତା ଆଫ୍ରିନ୍‌ଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ଅନେକ ଖବରଦାତା ତାଙ୍କ ଧୈର୍ଯ୍ୟ ଓ ସାହସକୁ ପ୍ରଶଂସା କରି ସାକ୍ଷାତ୍‌କାର ନେବା ପାଇଁ ଅନୁରୋଧ କରୁଛନ୍ତି। ତେବେ ନ୍ୟାୟ ପାଇଁ ଦଶନ୍ଧି ଧରି ଚାଲିଥିବା ଏହି ମହିଳାଙ୍କ ଲଢ଼େଇ ଅଦ୍ୟାବଧି ଶେଷ ହୋଇନାହିଁ। ସୁରକ୍ଷା କାରଣରୁ ଏଠାରେ ପୀଡ଼ିତାଙ୍କ ପ୍ରକୃତ ନାମ ଉଲ୍ଲେଖ କରାଯାଇ ନାହିଁ।
ଗଣମାଧ୍ୟମ ଆଗରେ ମୁହଁ ଢାଙ୍କି ମହିଳା ଜଣକ କହିଛନ୍ତି, କେହି ଜଣେ ବ୍ୟକ୍ତି କଥା ହେବାବେଳେ ତାଙ୍କ ନଁା ଧରିଥିଲେ। ତେଣୁ ଯେଉଁମାନେ ସେ ବିଷୟରେ ଜାଣି ନ ଥିଲେ ଏବେ ସବୁ କଥା ଜାଣିବାକୁ ପାଇଲେ। ଏହା ତାଙ୍କ ଅସୁରକ୍ଷା ଭାବକୁ ବଢ଼ାଇ ଦେଇଛି। ଗାଁ ଓ ମୁଜାଫରନଗରର ଅନ୍ୟ ଭାଗରେ ତାଙ୍କ ସ୍ବାମୀଙ୍କୁ ଅନେକେ ପ୍ରଶ୍ନ କରୁଛନ୍ତି, ତୁମ ସ୍ତ୍ରୀ ସହ ଏତେସବୁ ଘଟିଗଲା, ଆମକୁ କାହିଁକି କହି ନ ଥିଲ? ତାଙ୍କ ୩୭ ବର୍ଷୀୟ ସ୍ବାମୀ ସୈଫ୍‌ କିଛି ଦିନ ହେଲା ନିଜ ଫୋନ୍‌କୁ ସାଇଲେଣ୍ଟ ମୋଡରେ ରଖିଛନ୍ତି।
ମୁଜାଫରନଗର ଜିଲାରେ ଦଙ୍ଗା ସମୟରେ ବଳାତ୍କାରର ଶିକାର ହୋଇଥିବା ଅନୂ୍ୟନ ୭ ମହିଳାଙ୍କ ମଧ୍ୟରୁ ଆଫ୍ରିନ୍‌ ଅନ୍ୟତମ। ୨୦୧୩ ଅଗଷ୍ଟ ୨୭ରେ ଜଣେ ହିନ୍ଦୁ ଝିଅଙ୍କୁ ହଇରାଣ କରିବା ଅଭିଯୋଗରେ ୨୯ ବର୍ଷୀୟ ମୁସଲମାନ ବ୍ୟକ୍ତିଙ୍କୁ ହତ୍ୟା କରାଯିବା ପରେ ହିଂସା ଦେଖିବାକୁ ମିଳିଥିଲା। ଯେଉଁ ଦୁଇଜଣ ତାଙ୍କୁ ଛୁରାମାଡ଼ କରିଥିଲେ ସେମାନଙ୍କୁ ସ୍ଥାନୀୟ ଲୋକେ ଧରି ପିଟି ପିଟି ହତ୍ୟା କରିଥିଲେ। ଏହି ଘଟଣାକୁ ନେଇ ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟ ମଧ୍ୟରେ ୨ ସପ୍ତାହ ଧରି ଦଙ୍ଗା ଚାଲିଥିଲା। ଏପରି କି ଦଙ୍ଗାର ନିଅଁା ପଡ଼ୋଶୀ ଶାମ୍‌ଲି ଜିଲାକୁ ମଧ୍ୟ ବ୍ୟାପିଥିଲା। ୬୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଥିଲା, ଯାହାଙ୍କ ମଧ୍ୟରୁ ଅଧିକାଂଶ ମୁସଲମାନ। ୬୦,୦୦୦ରୁ ଅଧିକ ଲୋକ ନିଜ ପୈତୃକ ଘରୁ ବିସ୍ଥାପିତ ହୋଇଥିଲେ। ମାନବାଧିକାର ଗୋଷ୍ଠୀଙ୍କ ମତରେ ପ୍ରକୃତ ମୃତ୍ୟୁସଂଖ୍ୟା ଆହୁରି ଅଧିକ ହେବ। ଦୁଇ ସମ୍ପ୍ରଦାୟ ମୁହାଁମୁହିଁ ହୋଇଥିବାବେଳେ ଦେଶର ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ରାଜ୍ୟ ୟୁପିରେ ଭୋଟ ଧ୍ରୁବୀକରଣ ପାଇଁ ହିନ୍ଦୁ ଜାତୀୟତାବାଦୀ ଭାଜପା ସରକାର ସୁଯୋଗ ପାଇଥିଲା। ୨୦୧୪ ସାଧାରଣ ନିର୍ବାଚନରେ ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପୁନଃ କ୍ଷମତାସୀନ କରାଇଲା। ରାଜ୍ୟର ୮୦ ଆସନ ମଧ୍ୟରୁ ଭାଜପା ୭୧ଟି ଦଖଲ କରିଥିଲା। ୨୦୧୭ ବିଧାନସଭା ନିର୍ବାଚନରେ ମଧ୍ୟ ଦଳ ଆଶାତୀତ ସଂଖ୍ୟାଗରିଷ୍ଠତା ପାଇଥିଲା। ବିଶେଷଜ୍ଞଙ୍କ ମତରେ ରାଜ୍ୟ ଓ ଜାତୀୟସ୍ତରରେ ଭାଜପାର ଆଧିପତ୍ୟ ନ୍ୟାୟିକ ପ୍ରକ୍ରିୟାକୁ ମନ୍ଥର କରିଦେବାରୁ ମୁଜାଫରନଗର ପୀଡ଼ିତାମାନେ ହତାଶ ହୋଇଯାଇଥିଲେ। ଆଫ୍ରିନ୍‌ ଆହୁରି କହିଛନ୍ତି, ଦଙ୍ଗାବେଳେ ନିଅଁାରେ ଘିଅ ଢାଳିବା ଭଳି ମନ୍ତବ୍ୟ ଦେଇଥିବା ଭାଜପା ନେତାମାନଙ୍କ ବିରୋଧରେ ଥିବା ମାମଲାଗୁଡ଼ିକୁ ୟୁପି ସରକାର ପ୍ରତ୍ୟାହାର କରିଥିଲେ। ନ୍ୟାୟ ପାଇଁ ସେମାନଙ୍କ ଆଗ୍ରହ ନାହିଁ। ରାଜନୀତି ହିଁ ସେମାନଙ୍କ ପାଇଁ ସବୁକିଛି। ତେଣୁ ଯେତେବେଳେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୨୦୨୨ରେ ପୁଣି କ୍ଷମତାକୁ ଫେରିଲେ, ଏହି ମାମଲାର କ’ଣ ହେବ ବୋଲି ପୀଡ଼ିତା ଚିନ୍ତିତ ହୋଇଯାଇଥିଲେ। ତେବେ ଆଲ୍ଲା ଓ ନିଜ ପ୍ରତି ଥିବା ବିଶ୍ୱାସ ହିଁ ତାଙ୍କୁ ବଞ୍ଚାଇ ରଖିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

କବାଡ଼ି ପ୍ରିମିୟର ଲିଗ୍‌ ସିଜନ-୨ ଆରମ୍ଭ

ନୂଆପଡ଼ା,୨୮ା୩(ମକାରୁ ବେମାଲ): ନୂଆପଡ଼ା କବାଡ଼ି ଖେଳାଳି ସଂଘ ପକ୍ଷରୁ ପୁରୁଷ ଓ ମହିଳା ବିଭାଗରେ କବାଡ଼ି ପ୍ରିମିୟର ଲିଗ ସିଜନ-୨ ଶୁକ୍ରବାର ସାରେ ଉଦ୍‌ଘାଟିତ ହୋଇଯାଇଛି। ଜିଲା…

ରାମ ନବମୀ ଶୋଭାଯାତ୍ରାରେ ଟିଟିଲାଗଡ଼ ବିଧାୟକଙ୍କ ଗୁଳିଚାଳନା, ସୁରକ୍ଷା ବ୍ୟବସ୍ଥା ଉପରେ…

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ଟିଟିଲାଗଡ଼ ସହରରେ ପବିତ୍ର ରାମ ନବମୀ ତିଥିରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏକ ଆଧ୍ୟାତ୍ମିକ ଶୋଭାଯାତ୍ରା ଚାଲିଥିବା ସମୟରେ ସର୍ବସମ୍ମୁଖରେ…

ଜନଗଣନା ତାଲିମ ବେଳେ ଚେତାଶୂନ୍ୟ ହୋଇପଡ଼ିଲେ ଶିକ୍ଷୟିତ୍ରୀ, ଆଉ ତା’ପରେ…

ହିଞ୍ଜିଳିକାଟୁ, ୨୮।୩( ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳିକାଟୁ ପିଏମଶ୍ରୀ ସରକାରୀ ବୃନ୍ଦାବନ ବିଦ୍ୟାଳୟରେ ଚାଲିଥିବା ଜନଗଣନା ତାଲିମର ତୃତୀୟ ପର୍ଯ୍ୟାୟରେ ତାଲିମ ବେଳେ ଶନିବାର କେନ୍ଦ୍ରରେ ଜଣେ ଶିକ୍ଷୟିତ୍ରୀ…

ଗିରଫ ପରେ ଜାମିନରେ ଖଲାସ ହେଲେ ଏହି ଗଲ୍‌ଫ ଖେଳାଳି, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା…

ଜୁପିଟର ଆଇଲାଣ୍ଡ, ୨୮ା୩: ବିଶିଷ୍ଟ ଗଲ୍‌ଫ ଖେଳାଳି ଟାଇଗର ଉଡ୍ସ ନିଶାଗ୍ରସ୍ତ ଅବସ୍ଥାରେ ଡ୍ରାଇଭିଂ କରିଥିବା ଅଭିଯୋଗରେ ପୋଲିସ ଦ୍ୱାରା ଗିରଫ ହେବାପରେ ଶୁକ୍ରବାର ବିଳମ୍ବିତ ରାତିରେ…

ବ୍ରହ୍ମବରଦା ଥାନାରୁ ଅଭିଯୁକ୍ତ ଚମ୍ପଟ ଘଟଣା: ଏଏସ୍‌ଆଇଙ୍କ ସମେତ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ

ଧର୍ମଶାଳା, ୨୮।୩(ଶିିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ବ୍ରହ୍ମବରଦା ଥାନାରୁ ଜଣେ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣାରେ ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି) କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ସରକାରଙ୍କ ବିରୋଧରେ ଗର୍ଜିଲା କଂଗ୍ରେସ

ବଞ୍ଚୋ,୨୮ା୩(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲାର ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ଅନ୍ତର୍ଗତ ମରେଇଗାଁ ପଡ଼ିଆରେ କଂଗ୍ରେସ ଦଳର ଡାକରାରେ ଏକ ବିଶାଳ ଜନସମାବେଶ ଅନୁଷ୍ଠିତ ହୋଇଯାଇଛି।…

୧୦ ମାସ ତଳେ ବିବାହ କରିଥିଲେ ଅନୁପମା, ବେକରେ ଦାଗ ଦେଖି ବାପଘର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ବଲାଙ୍ଗୀର,୨୮ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ମହିପୁର ଗାଁରେ ଜଣେ ନବବଧୂକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ୧୦ ମାସ ତଳେ ବାହା ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri