ବଞ୍ଚିବାର ସଂଘର୍ଷ

କ୍ଷୁଧା ବା ଭୋକକୁ ମଣିଷ ନିଜର ପ୍ରାଥମିକତା ମନେକରେ। ଚିନ୍ତା କରେ କ’ଣ କଲେ ପେଟରେ ଦାନା ପଡ଼ିବ। ନିଜେ ବଞ୍ଚିଲେ ତ ପରିବାର ମୁହଁରେ କ’ଣ ଦି’ଟା ଖାଇବାକୁ ଦେବ। ଏସବୁ ସମାଜର ଏକ ବାସ୍ତବ ଚିତ୍ର। ନିମ୍ନ ବର୍ଗର ଲୋକମାନେ ଦିନରେ ଦି’ ଓଳି ଖାଇ ନ ପାରିବାର ଦୁଃଖକୁ ପ୍ରତିଟି ମୁହୂର୍ତ୍ତରେ ପାଖରୁ ଅନୁଭବ କରନ୍ତି। ଆଜି ମଧ୍ୟ ଭାରତରେ ଲୋକେ ଖାଲି ପେଟରେ ଶୋଇବାକୁ ବାଧ୍ୟ ହେଉଛନ୍ତି। ଦେଶ ଜନସଂଖ୍ୟାର ଏକ ବୃହତ୍ତର ଅଂଶକୁ ପୁଷ୍ଟିକର ଖାଦ୍ୟ ମିଳିପାରୁ ନାହିଁ। ବାସ୍ତବରେ ଆମେ କୁପୋଷଣ ବା ଅପପୁଷ୍ଟି ବିରୋଧରେ ଲଢ଼େଇ କରି ବିଜୟର ନିକଟତର ହୋଇପାରି ନାହୁଁ। କ୍ଷୁଧା ପ୍ରଶ୍ନ ଉପରେ ଆମେ ଲଗାତର ଭାବରେ ପଛେଇ ଚାଲିଛୁ।
ସାମାଜିକ ଗଣମାଧ୍ୟମ, ଶିକ୍ଷାଗତ ଚାପ, ଆର୍ଥିକ ଅସୁରକ୍ଷା, ପରିଚୟ ସଙ୍କଟ ଏବଂ ନିଜକୁ ପ୍ରମାଣ କରିବାର ନିରନ୍ତର ଆବଶ୍ୟକତା ଯୋଗୁ ଏପରି ଏକ ପରିବେଶ ସୃଷ୍ଟି ହୋଇଛି, ଯେଉଁଠାରେ ଯୁବପିଢ଼ି ପ୍ରତିଦିନ ନୀରବର ଯୁଦ୍ଧ ଲଢ଼ୁଛି। ଯଦିଓ ସେମାନେ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ନିଜର କୌଶଳ ପ୍ରକଟ କରିପାରନ୍ତି, ତଥାପି ଏକାକୀ ଅନୁଭବ କରନ୍ତି। ସେମାନଙ୍କ ମନରେ ଚିନ୍ତା, ଆତ୍ମସନ୍ଦେହ ଉପୁଜୁଛି। ଭବିଷ୍ୟତକୁ ନେଇ ପ୍ରଶ୍ନ ଉଠୁଛି। ସାଧନଠାରୁ ଅଧିକ ସମସ୍ୟାର ସାମ୍ନା କରିବାକୁ ପଡ଼ୁଛି। ତେବେ ଯୁବପିଢ଼ି ସମ୍ମୁଖୀନ ହେଉଥିବା ସମସ୍ୟାକୁ ପ୍ରାୟତଃ ସମାଜ ଦ୍ୱାରା ଅଣଦେଖା କରାଯାଇ ଏଡ଼ାଇ ଦିଆଯାଏ। ମାନସିକ ସ୍ବାସ୍ଥ୍ୟ, ଭୟ କିମ୍ବା ସୁରକ୍ଷିତ ସ୍ଥାନର ଅଭାବ ସେମାନଙ୍କୁ ନୀରବରେ କଷ୍ଟ ଭୋଗିବାକୁ ବାଧ୍ୟ କରୁଛି। ଫଳରେ ମାନସିକ ଅବସାଦ, ଆତ୍ମହତ୍ୟା, ନିଶା ସେବନ, ଅସାମାଜିକ କାର୍ଯ୍ୟ କଳାପକୁ ଆପଣେଇ ନେଉଛି। ବିଳାସପୂର୍ଣ୍ଣ ହେଉ ବା ଲୋକଦେଖାଣିଆ ଜୀବନ ବିତାଇବା ପାଇଁ ସେମାନେ ଅଧିକ ଆଗ୍ରହୀ। କ୍ଷମତାଠାରୁ ଅଧିକ ଖର୍ଚ୍ଚ କରିବା ପାଇଁ ମଧ୍ୟ ଟଙ୍କା ରୋଜଗାରର ମାଧ୍ୟମ ଖୋଜି ଥାନ୍ତି। ଏଭଳି ସ୍ଥଳରେ ଅନଲାଇନ ଲୋନ ଆପ୍‌ ହାବୁଡ଼ରେ ପଡିଥାନ୍ତି। ସହଜରେ ଲୋନ ପାଇବା ଆଶାରେ ଋଣର ଶିକାର ହୋଇଥାନ୍ତି। ବିନା କଷ୍ଟରେ, ବିନା କାଗଜ ପତ୍ରରେ କିମ୍ବା ବ୍ୟାଙ୍କକୁ ଧାଁଦଉଡ ନ କରି ମୋବାଇଲ ଆପ୍‌ ମାଧ୍ୟରେ ଲୋନ ମିଳିଯାଏ। ପରବର୍ତ୍ତୀ ସମୟରେ ସୁଧ ଗଣୁ ଥିଲେ ମଧ୍ୟ ମୂଳ ସହଜରେ ଶୁଝିହୁଏ ନାହିଁ। ୍‌ଏକ ସର୍ବେକ୍ଷଣ ସଂସ୍ଥା ଅନୁଯାୟୀ, ୧୫-୩୪ ବର୍ଷ ବୟସ ବର୍ଗର ପ୍ରାୟ ୩୬% ଭାରତୀୟ ବିଶ୍ୱାସ କରନ୍ତି ଯେ ବେକାରି ହେଉଛି ଦେଶର ସବୁଠାରୁ ବଡ଼ ସମସ୍ୟା। ୩୦%ରୁ ଅଧିକ ଭାରତୀୟ ଯୁବତୀ ଯୁବକ ବେକାର ଏବଂ କୌଣସି ଶିକ୍ଷା କିମ୍ବା ତାଲିମରେ ଜଡ଼ିତ ନୁହନ୍ତି।
ଖାଦ୍ୟ ଅପଚୟ ରୋକିବା ପାଇଁ ପୃଥିବୀର କୌଣସି ଦେଶରେ କଠୋର ଆଇନ ପ୍ରଣୟନ କରାଯାଇ ନାହିଁ। ଭାରତରେ ବିବାହ, ବ୍ରତ ଆଦି ସାମାଜିକ ଉତ୍ସବରେ ଯେତିକି ଖାଦ୍ୟ ନଷ୍ଟ ହୁଏ, ତାହା ଲକ୍ଷ ଲକ୍ଷ ଲୋକଙ୍କର ଭୋଜନ ଚାହିଦା ପୂରଣ କରିପାରନ୍ତା। ମାତ୍ର ଏ ଦିଗରେ କଠୋର ଆଇନ କିମ୍ବା ବିଶେଷ କିଛି ସଚେତନତା ସୃଷ୍ଟି କରାଯାଇନାହିଁ। ଦୈନିକ ସମଗ୍ର ମନୁଷ୍ୟ ଜାତି ଯେତିକି ଖାଦ୍ୟ ନଷ୍ଟ କରେ, ତାହା ଅତି କମ୍‌ରେ ୧୦ ଲକ୍ଷ ଲୋକଙ୍କ ଭୋକ ମେଣ୍ଟାଇପାରିବ। ଫଳରେ ଖାଦ୍ୟ ନଷ୍ଟ ହେଉଛି, ଭୋକିଲା ଲୋକେ ମୃତ୍ୟୁମୁଖରେ ପଡୁଛନ୍ତି। ଖାଦ୍ୟ ଅପଚୟ ରୋକିବା ଲାଗି ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଅଳ୍ପ କିଛି ସଙ୍ଗଠନ କାର୍ଯ୍ୟ କରୁଥିଲେ ହେଁ ସେମାନଙ୍କ ଭୂମିକା ନଗଣ୍ୟ। ଏକ ପରିସଂଖ୍ୟାନ ଅନୁଯାୟୀ, ଓଡ଼ିଶାରେ ପ୍ରତିବର୍ଷ ୧୦୦ ଏକରରୁ ଅଧିକ ଚାଷ ଜମିରେ କୋଠାବାଡି ନିର୍ମାଣ ହେବା ଯୋଗୁ ସେହି ଅଞ୍ଚଳର ପାରମ୍ପରିକ ଚାଷ ପ୍ରଭାବିତ ହେଲାଣି। ଚାଷ ପ୍ରତି ଲୋକଙ୍କ ଅନାଗ୍ରହ ଭାବ ଦୂର କରି ଅଧିକ ଯୁବଶକ୍ତିକୁ କୃଷି କାର୍ଯ୍ୟରେ ନିୟୋଜିତ କରିବା, ଏହି କ୍ଷେତ୍ରରେ ଅଧିକ କର୍ମ ସଂସ୍ଥାନ ସୃଷ୍ଟି କରିବା ଏବଂ ଚାଷ ଜମିକୁ ଅଣକୃଷି କାର୍ଯ୍ୟରେ ବ୍ୟବହାର ନିରୁତ୍ସାହିତ କରିବା ପାଇଁ ଉଦ୍ୟମ ହେବା ଆଜିର ଆବଶ୍ୟକତା ହେଲାଣି। ବଞ୍ଚତ୍ବା ପାଇଁ ଖାଦ୍ୟ ଓ ଜଳ ନିତାନ୍ତ ଆବଶ୍ୟକ। ମାତ୍ର ଈଶ୍ୱର ଓ ପ୍ରକୃତିଦତ୍ତ ଏହି ୨ଟି ଉତ୍ସକୁ ବିକାଶ ନାମରେ ବିନାଶ କରିବାରେ ଲାଗିପଡିଛି ମନୁଷ୍ୟ ଜାତି। ବିଶ୍ୱ କ୍ଷୁଧା ସୂଚକାଙ୍କ ବିଭିନ୍ନ ଦେଶର କ୍ଷୁଧାର୍ତ୍ତଙ୍କ ସ୍ଥିତିକୁ ଯଦି ପର୍ଯ୍ୟବେକ୍ଷଣ କରିବା ତେବେ କ୍ଷୁଧାରେ ଜର୍ଜରିତ ଲୋକଙ୍କ ଅସଲ ଚିତ୍ର ପ୍ରଦାନ କରିଥିବା ବିଶ୍ୱ କ୍ଷୁଧା ସୂଚକାଙ୍କ ସେହି ଦେଶଗୁଡ଼ିକର ବିକାଶର ଅସଲ ଚେହେରାକୁ ପ୍ରକଟ କରିବାରେ ସହାୟକ ହୋଇଛି।
ଯଦି ଭାରତ ଉପରେ ନଜର ପକାଇବା, ତେବେ କ୍ଷୁଧାର୍ତ୍ତଙ୍କ ସଂଖ୍ୟା ଦୃଷ୍ଟିରୁ ଆମ ଦେଶ କ୍ଷୁଧାର୍ତ୍ତଙ୍କ ବିଶ୍ୱର ରାଜଧାନୀ କୁହାଯିବ। ୨୦୨୫ ବିଶ୍ବ ଭୋକିଲା ଦେଶ ତାଲିକାରେ ଶ୍ରୀଲଙ୍କା, ନେପାଳ, ବାଂଲାଦେଶ, ମ୍ୟାନମାର ଭଳି ଛୋଟ ଛୋଟ ଦେଶ ପଛରେ ପଡିଛି ଭାରତ ଦେଶ। ଏଭଳି କି ଗୃହଯୁଦ୍ଧ ଓ ଏକଚ୍ଛତ୍ରବାଦ ଶାସନାଧୀନ ରାଷ୍ଟ୍ର ଉତ୍ତରକୋରିଆ, ରୁଆଣ୍ଡା, ସିଏରାଲିଓନ, ଆଫଗାନିସ୍ତାନ ଓ ହାଇତି ଭଳି ଦେଶ ତୁଳନାରେ ମଧ୍ୟ ଭାରତର ସ୍ଥିତି ଖରାପ। ସାଧାରଣତଃ ୪ଟି ବିଭାବକୁ ଭିତ୍ତିକରି ପ୍ରସ୍ତୁତ ହୁଏ ବୈଶ୍ୱିକ କ୍ଷୁଧାସୂଚୀ। ସେଗୁଡ଼ିକ ହେଲା ପୁଷ୍ଟିହୀନତା ବା କୁପୋଷଣ, ଶିଶୁ ଅପଚୟ ବା ଚାଇଲ୍ଡ ୱେଷ୍ଟିଂ, ଶିଶୁ ଗେଡାହେବା ବା ଚାଇଲ୍ଡ ଷ୍ଟଂଣ୍ଟିଂ ଓ ଶିଶୁ ମୃତ୍ୟୁ ହାର। ବିଶ୍ୱ କ୍ଷୁଧା ସୂଚକାଙ୍କରେ ଭିନ୍ନ ଭିନ୍ନ ବିଭାଗଭୁକ୍ତ କରାଯାଇଛି ଓ ବିଭିନ୍ନ ଦେଶକୁ ସର୍ବନିମ୍ନ କ୍ଷୁଧା ବିଭାଗ, ମଧ୍ୟମ ଧରଣ, ଗୁରୁତର, ଉଦ୍‌ବେଗଜନକ ଏବଂ ଅତ୍ୟନ୍ତ ଉଦ୍‌ବେଗଜନକ କ୍ଷୁଧା ବିଭାଗ ସନ୍ନିବେଶିତ କରାଯାଇଛି। ଭାରତ ଗୁରୁତର କ୍ଷୁଧା ବିଭାଗ ମଧ୍ୟରେ ବିଶ୍ୱର ୪୭ଟି ଦେଶ ସହିତ ରହିଛି। ୟୁନିସେଫ, ବିଶ୍ୱବ୍ୟାଙ୍କ, ଖାଦ୍ୟ ଓ କୃଷି ସଙ୍ଗଠନ ତଥା ଜାତିସଂଘ ଓ ଅନ୍ୟାନ୍ୟ ବହୁ ଦେଶୀୟ ସଙ୍ଗଠନରୁ ସଂଗୃହୀତ ତଥ୍ୟାବଳୀ ଆଧାରରେ ଶିଶୁର ଶାରୀରିକ ବିକାଶ ଓ ମୃତ୍ୟୁ ହାରକୁ ଅଧ୍ୟୟନ କରି ସାବ୍ୟସ୍ତ ହୁଏ ପୁଷ୍ଟିହୀନତାର ସ୍ତର। ସମସ୍ତ ପ୍ରକାର ଉଦ୍ୟମ ସତ୍ତ୍ୱେ ବିଶ୍ୱବ୍ୟାପୀ ବିଭିନ୍ନ ଦେଶ ଭୋକିଲାଙ୍କ ସଂଖ୍ୟା ହ୍ରାସ କରିବାରେ ଅସମର୍ଥ ରହୁଛନ୍ତି।
ଦ୍ରୁତ ଅର୍ଥନୈତିକ ଅଭିବୃଦ୍ଧି ହାର ଯୋଗୁ ପ୍ରତ୍ୟେକ ବ୍ୟକ୍ତିର ଆୟର ହାରରେ ବୃଦ୍ଧି ଘଟିଥାଏ। ଏହା ସାଙ୍ଗକୁ ଦେଶର ସାଧାରଣ ରାଜସ୍ବରେ ମଧ୍ୟ ବୃଦ୍ଧି ଲକ୍ଷ୍ୟ କରାଯାଇଥାଏ। ଏହାର ଉପଯୋଗ ସମାଜର ସର୍ବାଙ୍ଗୀନ ବିକାଶ ପାଇଁ ହିଁ ହୋଇଥାଏ। କିନ୍ତୁ କ୍ଷୁଧା ସୂଚକାଙ୍କ ରିପୋର୍ଟ ପ୍ରକାଶ ପରେ ଚିନ୍ତାର ବିଷୟ ଭାରତରେ ଅର୍ଥନୈତିକ ଅଭିବୃଦ୍ଧି ଓ ବିକାଶ ତଥା ସାମାଜିକ ପ୍ରଗତି ମଧ୍ୟରେ ଯେଉଁ ସମ୍ପର୍କ ରହିଛି, ସେ ବିଷୟରେ ଦୀର୍ଘକାଳ ଧରି ଗଭୀର ବିଶ୍ଳେଷଣ କରିବାରରେ ଭାରତୀୟ ରାଜନୀତି ଏବଂ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ।

କିଶୋର ଚନ୍ଦ୍ର ବେହେରା
ଅଧ୍ୟାପକ, ରାଜନୀତି ବିଜ୍ଞାନ ବିଭାଗ
ସିନ୍ଧେଦେବୀ ସ୍ନାତକ ମହାବିଦ୍ୟାଳୟ
ନନ୍ଦପୁର, କୋରାପୁଟ
ମୋ:୯୪୩୭୯୫୫୫୬୮


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିକୁ ଶକ୍ତ ଝଟ୍‌କା, ଦଳ ଛାଡିଲେ ବଡ଼ ନେତା

ଭୁବନେଶ୍ୱର,୧୦।୩: ବିଜେଡିକୁ ଶକ୍ତ ଝଟ୍‌କା। ଦଳରୁ ଇସ୍ତଫା ଦେଲେ ବାଲେଶ୍ୱରର ପୂର୍ୱତନ ଏମପି ରବୀନ୍ଦ୍ର ଜେନା । ବାଲେଶ୍ୱରର ପୂର୍ୱତନ ଏମପି ରବୀନ୍ଦ୍ର ଜେନା ବିଜୁ ଜନତା…

ମାଥ୍ୟୁ ହେଡେନଙ୍କୁ ମିଳିଲା ଗୁରୁଦାୟିତ୍ୱ

ଅହମଦାବାଦ,୧୦ା୩: ଅଷ୍ଟ୍ରେଲିଆର ପୂର୍ବତନ ଓପନର ମାଥ୍ୟୁ ହେଡେନଙ୍କୁ ମଙ୍ଗଳବାର ଆଗାମୀ ଆଇପିଏଲ୍‌ ସିଜନ ଲାଗି ଗୁଜରାଟ ଟାଇଟନ୍ସ ପକ୍ଷରୁ ବ୍ୟାଟିଂ କୋଚ୍‌ ଭାବେ ନିଯୁକ୍ତ କରାଯାଇଛି। ଦୁଇ…

ଯୁଦ୍ଧ ଭିତରେ ଚାଇନାର ଭୟଙ୍କର ପ୍ଲାନ! ବିଶ୍ୱରେ ପଡିଲା ଚହଳ

ବେଜିଂ,୧୦।୩: ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର, ଯୁକ୍ତରାଷ୍ଟ୍ର, ଇରାନ ସହିତ ଚାଲିଥିବା ସଂଘର୍ଷ ପାଇଁ ତାର ସମସ୍ତ ଶକ୍ତି ଲଗାଇ ଦେଇଥିବା ବେଳେ, ଚାଇନା ଏକ ଭୟଙ୍କର…

ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ କରି ଚମକାଇଲେ ରିଙ୍କୁ ସିଂ, କହିଦେଲେ…

ଅହମଦାବାଦ,୧୦ା୩: ଫାଇନାଲରେ ନ୍ୟୁଜିଲାଣ୍ଡକୁ ହରାଇ ଭାରତ ଚାମ୍ପିୟନ ହେବା ପରେ ଭାରତୀୟ ଦଳର ଷ୍ଟାର ରିଙ୍କୁ ସିଂ ତାଙ୍କ ସ୍ବର୍ଗତ ବାପା ଖାନଚାନ୍ଦ ସିଂଙ୍କ ଲାଗି ଏକ…

ଆଶ୍ରମ ବିଦ୍ୟାଳୟ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ: ତଥ୍ୟରେ ତାଳମେଳ ନ ଥିବାରୁ ବଢୁଛି ଉତ୍ତେଜନା, ବାହୁନି କାନ୍ଦୁଛନ୍ତି ମା’  

ପଟ୍ଟାଙ୍ଗି/ସୁନାବେଡା, ୧୦।୩ (ଶରତ କୁମାର ଧଳ/କୃତ୍ତିବାସ ପ୍ରଧାନ): ଜବାହାର ନବୋଦୟ ବିଦ୍ୟାଳୟର ତିନି ଛାତ୍ରଙ୍କ ମୃତ୍ୟୁ ଘଟଣାର ମାତ୍ର ତିନି ଦିନ ପରେ ପୁଣି ଜଣେ ଆଶ୍ରମ…

ଅର୍ଶଦୀପଙ୍କୁ ଜରିମାନା, ଜାଣନ୍ତୁ କାହିଁକି…

ଦୁବାଇ, ୧୦ା୩: ଅହମଦାବାଦରେ ଅନୁଷ୍ଠିତ ଆଇସିସି ପୁରୁଷ ଟି୨୦ ବିଶ୍ୱକପ୍‌ ଫାଇନାଲ ସମୟରେ ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନ ଡେରିଲ ମିଚେଲଙ୍କୁ ଲକ୍ଷ୍ୟ କରି ଅକ୍ରମଣାତ୍ମକ ଢଙ୍ଗରେ ବଲ୍‌ ଫିଙ୍ଗିଥିବାରୁ…

ଯୁଦ୍ଧବେଳେ ଫସିଗଲା ଚାଇନା! ଆମେରିକା କଲା ବଡ଼ ଗେମ୍‌…

ବେଜିଂ,୧୦।୩: ଇରାନ-ଆମେରିକା ଯୁଦ୍ଧରେ ସବୁଠାରୁ ଚର୍ଚ୍ଚିତ ପ୍ରସଙ୍ଗ ହେଉଛି ହର୍ମୁଜ, ଯାହା ବିଷୟରେ ଇରାନ ପୂର୍ୱରୁ ଆମେରିକାକୁ ଚେତାବନୀ ଦେଇ ଆସୁଥିଲା। ବିବାଦ ବଢ଼ିବା ସହିତ ଆମେରିକାର…

ରାଉରକେଲା IGHରେ ଅଭାବନୀୟ ଘଟଣା: ଟଏଲେଟ୍‌ ପ୍ୟାନ୍‌ ଭିତରୁ ନବଜାତକର ମୃତଦେହ ଉଦ୍ଧାର, ବଢ଼ିଲା ଚର୍ଚ୍ଚା

ରାଉରକେଲା, ୧୦।୩ (ସଂଗୀତା ଜେନା): ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲ (IGH) ପରିସରରେ ଏକ ହୃଦୟ ବିଦାରକ ତଥା ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ହସ୍ପିଟାଲର ଜରୁରୀକାଳୀନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri