କୁମ୍ଭ ପ୍ରଚ୍ଛଦର କାହାଣୀ

ନିକଟରେ ପ୍ରୟାଗରାଜରେ ଚାଲିଥିବା କୁମ୍ଭମେଳାରେ ଦଳାଚକଟା ଘଟିଲା। ଏଥିରେ ଅନେକଙ୍କ ମୃତ୍ୟୁ ହେଲା, ଯାହା ଏକ ଦୁଃଖଦ ବିଷୟ। କୁମ୍ଭରେ ଅନେକ କୋଟି ଲୋକ ଏକାଠି ହେଉଛନ୍ତି। ଭିଆଇପିଙ୍କୁ ପବିତ୍ର ଜଳରେ ବୁଡ଼ ପକାଇବା ପାଇଁ ସ୍ବତନ୍ତ୍ର ସୁବିଧା ଦିଆଯାଉଛି, ତଥାପି ସେମାନେ କ୍ୱଚିତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବାସ୍ତବତା ହେଉଛି, କୁମ୍ଭରେ କେବଳ ସାଧାରଣ ଲୋକ ହିଁ ମୃତ୍ୟୁମୁଖରେ ପଡ଼ୁଛନ୍ତି। ଅନେକେ ବି କହିବେ ଏହି ମେଳାରେ ଯେଉଁମାନଙ୍କର ମୃତ୍ୟୁ ଘଟିଲା ସେମାନେ ସିଧା ସ୍ବର୍ଗ ଗମନ କରିବେ। ଯେଉଁମାନେ ଏହି ମେଳାରେ ଏକତ୍ରିତ ହୋଇଛନ୍ତି ସତ୍ୟଯୁଗରେ ସମୁଦ୍ର ମନ୍ଥନରୁ ବାହାରିଥିବା ଅମୃତ ବିଷୟ ନିଶ୍ଚୟ ସ୍ମରଣ କରୁଥିବେ। ତେବେ କେବଳ ଧର୍ମୀୟ ବିଶ୍ୱାସ ହିଁ ଘଟୁଥିବା ପ୍ରତ୍ୟେକ ଦୁଃଖ ପଛର ଭୁଲ୍‌କୁ ନ ଖୋଜି ଏଡ଼ାଇ ଯାଇପାରେ।
ଦଳାଚକଟା ଘଟିଥିବା ସପ୍ତାହରେ ଚାଇନାର ବଡ଼ ସଫଳତା ସାମ୍ନାକୁ ଆସିଥିଲା। ଚାଇନାର ଡିପ୍‌ସିକ୍‌ ଏଆଇ (ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ) ଆରମ୍ଭ କରିଥିଲା। ଏହା ବିଶ୍ୱରେ ପ୍ରଯୁକ୍ତି କ୍ଷେତ୍ରରେ ଆମେରିକାର ପ୍ରଧାନ୍ୟକୁ ଦୋହଲାଇ ଦେଲା। ଅନ୍ୟପଟେ ଏହି ସମୟରେ ଅନେକ ଲକ୍ଷ ଲୋକ ପ୍ରୟାଗର(ଆଲ୍ଲାହାବାଦକୁ ଛାଡ଼ି) ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇବା ଲାଗି ସନାତନୀ ସୋସିଆଲ ମିଡିଆ ଦ୍ୱାରା ପ୍ରେରିତ ହୋଇଥିଲେ। କାରଣ ସେଠାରେ ଏକ ବିରଳ ଗ୍ରହ ସଂଯୋଗରେ ନଦୀ ଜଳ ଅମୃତଭଣ୍ଡାରରେ ପରିଣତ ହୋଇଥାଏ ବୋଲି ସେମାନେ ମନେକରନ୍ତି । ଏହି ମେଳାକୁ ନେଇ ସନାତନ ଧର୍ମର ଲୋକମାନେ ଆଧ୍ୟାତ୍ମିକ କ୍ଷେତ୍ରରେ ଭାରତର ପ୍ରାଧାନ୍ୟ ପ୍ରତିଷ୍ଠା କରିବାକୁ ଚେଷ୍ଟା କରନ୍ତି। ଭୌତିକ କ୍ଷେତ୍ରରେ ଥିବା ଭାରତର ଦୋଷ ଦୁର୍ବଳତା ଘୋଡ଼ାଇବାକୁ ଏହା ସେମାନେ କରିଥାନ୍ତି। ପବିତ୍ର ଦିବସରେ ମକ୍କା କିମ୍ବା ଜେରୁଜେଲମ ତୁଳନାରେ ଅଧିକ ଲୋକ ଏହି ସ୍ଥଳରେ ରହିଥିଲେ ବୋଲି ଔପଚାରିକ ଭାବେ ଘୋଷଣା କରାଯାଏ। ଏହା କୌଣସି ଔପଚାରିକ ଆଦେଶର ବାଧ୍ୟବାଧକତାରେ ନୁହେଁ ବରଂ ସ୍ବେଚ୍ଛାକୃତ ଭାବେ ଲୋକେ ସମବେତ ହୋଇଥାନ୍ତି ବୋଲି କୁହାଯାଏ। ଏହା ହିଁ ହେଉଛି ସନାତନ ଧର୍ମର ଏକ ଅନନ୍ୟ ବୈଶିଷ୍ଟ୍ୟ ।
ଏବେ ଯେଉଁମାନେ ନିଜକୁ ସନାତନୀ ବୋଲି କୁହନ୍ତି, ସେମାନେ ଅନେକ ଶତାବ୍ଦୀ ପୂର୍ବରୁ ତିର୍ଥିକା ଭାବେ ଜଣାଶୁଣା ଥିଲେ। କାରଣ ସେମାନେ ପବିତ୍ର ସ୍ଥଳ( ତୀର୍ଥ)ରେ ସ୍ନାନ କରିବାକୁ ଭଲ ପାଉଥିଲେ । ଏହାର ଉଦ୍ଦେଶ୍ୟ ବିଷୟରେ ଜାଣିବାକୁ ନ ଚାହିଁ କେବଳ କାର୍ଯ୍ୟ କରିବା, ରୀତିନୀତି ପାଳନ କରାଯାଉଛି । କଥା ହେଉଛି ହିନ୍ଦୁ କିମ୍ବା ବୌଦ୍ଧ ଧର୍ମରେ ଜ୍ଞାନୋଦୟ ହେବା ପରଠାରୁ ଏଭଳି ମାନସିକତାକୁ ଜ୍ଞାନ ମାର୍ଗରେ ଦୂର କରିବାକୁ ଚେଷ୍ଟା କରାଯାଇଛି। ଏହା ସତ୍ତ୍ୱେ ଧାର୍ମିକ ଓ ନୈତିକ ଦୃଷ୍ଟିରୁ ଏହାକୁ ଠିକ୍‌ ମନେକରାଯାଉଛି । ଏଭଳି ବିଚାର ସବୁ ଧର୍ମର ଏକ ମୁଖ୍ୟ ବୈଶିଷ୍ଟ୍ୟ। ଉଦାହରଣ ସ୍ବରୂପ, ମୁସଲମାନ ହେବା ପାଇଁ ଜଣଙ୍କୁ ହଜ କରିବାକୁ ପଡ଼େ। ସନାତନୀ ହେବାକୁ ହେଲେ ତୁମକୁ ତୀର୍ଥ ସ୍ଥଳ ଭ୍ରମଣ ଓ ଦର୍ଶନ କରିବାକୁ ପଡ଼ିବ । ଏଭଳି ତୀର୍ଥ ୨୦୨୪ରେ ଅଯୋଧ୍ୟା ଏବଂ ୨୦୨୫ରେ ପ୍ରୟାଗରାଜ ବୋଲି ଗୁରୁମାନେ ଅଧିକ ପ୍ରଚାର କଲେ।
ଏହି ବିରାଟ ସମାବେଶ ବିଷୟରେ ସପ୍ତମରୁ ଅଷ୍ଟମ ଶତାବ୍ଦୀ ମଧ୍ୟରେ ଚାଇନାର ବୌଦ୍ଧ ଇତିହାସରେ ପ୍ରଥମେ ସୂଚିତ କରାଯାଇଛି। ଚାଇନାର ବିଦ୍ୱାନ ଜୁଆନଜାଙ୍ଗ ଅନୁଧ୍ୟାନ କରିଥିଲେ ଯେ, ଅମରତ୍ୱ ପିପାସୁ ହିନ୍ଦୁମାନେ ଏକ ବଟବୃକ୍ଷର ଛାଇରେ ମୃତ୍ୟୁବରଣ କରିବାକୁ ଏଠାକୁ ଆସୁଥିଲେ। ଏହି ଗଛକୁ ଅକ୍ଷୟ ବଟ କିମ୍ବା ଅମର ବଟ କୁହାଯାଏ। ଏହା ଏବେ ମଧ୍ୟ ରହିଛି, ଯାହା ଷୋଡ଼ଶ ଶତାବ୍ଦୀରେ ଆକବରଙ୍କ ଦ୍ୱାରା ନିର୍ମିତ ଏକ ଦୁର୍ଗ ମଧ୍ୟରେ ବନ୍ଦ ହୋଇ ରହିଛି। ଏପରି କି ଏହା ପାଖକୁ ଯିବା ଲାଗି ଲୋକଙ୍କୁ ନିଷେଧ କରାଯାଇଛି। କିମ୍ବଦନ୍ତୀ ଅନୁଯାୟୀ, ଆକବର ପୂର୍ବଜନ୍ମରେ ଜଣେ ଯୋଗୀ ଥିଲେ। ସେ ଜଣେ ମ୍ଳେଚ୍ଛ ଭାବେ ଜନ୍ମ ନେବା ଲାଗି ଅଭିଶାପ ପାଇଥିଲେ, କାରଣ ସେ ଅଜାଣତରେ ଗାଈର ଏକ କେଶକୁ ତା’କ୍ଷୀର ସହ ପିଇ ଦେଇଥିଲେ। ପ୍ରାରବ୍ଧ ତାଙ୍କୁ ଏହି ସ୍ଥଳରେ ଏକ ବିଶାଳ ଦୁର୍ଗ ନିର୍ମାଣ କରିବାକୁ ପ୍ରେରିତ କରିଥିଲା। ସେ ଏହି ସହରର ନାମ ଦେଇଥିଲେ ଇଲ୍ଲାହାବାସ, ଯାହାର ଅର୍ଥ ହେଉଛି ଈଶ୍ୱରଙ୍କ ନିବାସ ସ୍ଥଳୀ। ଯୋଗୀ, ସାଧକ ଏବଂ ସନାତନୀ ରୀତିନୀତି ପ୍ରତି ଥିବା ତାଙ୍କ ଭଲପାଇବାକୁ ନେଇ ତାଙ୍କ ଦରବାରରେ ଥିବା ମୁସଲମାନ ରୂଢ଼ୀବାଦୀମାନେ ନାରାଜ ଥିଲେ।
ପବିତ୍ର ଅକ୍ଷୟ ବଟ ହେଉଛି ସେହି ଜାଗା, ଯେଉଁଠାରେ ଚଳିତ ଯୁଗର ପ୍ରଥମ ଜୈନ ତୀର୍ଥଙ୍କପର ରିଷଭ ଦେବ ତାଙ୍କ ପ୍ରଥମ ଦିବ୍ୟ ପ୍ରବଚନ ଏକ ଗୋଲାକାର ଗୃହରେ ପ୍ରଦାନ କରିଥିଲେ। ଅହିଂସା କିଭଳି ଜନ୍ମମୃତ୍ୟୁ ଚକ୍ରକୁ ଶେଷ କରିପାରିବ ସେ ବିଷୟରେ ରିଶଭ ଦେବ କହିଥିଲେ। ଉଲ୍ଲେଖଯୋଗ୍ୟ ଯେ, ପ୍ରତି ୧୨ ବର୍ଷରେ ଯେତେବେଳେ ରିଷଭ ରାଶି ( ବୃଷ ରାଶି)ରେ ବୃହସ୍ପତି ପ୍ରବେଶ କରନ୍ତି ସେତେବେଳେ ତ୍ରିବେଣୀ ସଙ୍ଗମରେ ସ୍ବତନ୍ତ୍ର ଭାବେ ମାଘ ମେଳା ଅନୁଷ୍ଠିତ ହୋଇଥାଏ। ରାଶିଗୁଡ଼ିକର ନାମ ଓ ତୀର୍ଥଙ୍କର ମଧ୍ୟରେ ଥିବା ସମ୍ପର୍କ ଏକ ସୁଯୋଗ ହୋଇ ନ ପାରେ। କୁମ୍ଭ ରାଶିରେ ବୃହସ୍ପତି ପ୍ରବେଶ କଲେ ହରିଦ୍ୱାରରେ ଧର୍ମୀୟ ସମାବେଶ କରାଗଲା ଏବଂ ସିଂହ ରାଶିରେ ବୃହସ୍ପତି ପ୍ରବେଶ କଲେ ନାସିକ ଓ ଉଜ୍ଜୟିନୀରେ ମେଳା ହେଲା। ଏଣୁ ଏହା ଥିଲା ଋଷଭ ମେଳା, କୁମ୍ଭ ମେଳା ଏବଂ ସିଂହସ୍ଥ ମେଳା । ୧୮୫୭ ସିପାହୀ ବିଦ୍ରୋହ ପରେ ସବୁ ମେଳାକୁ କୁମ୍ଭ ଭାବେ ନାମିତ କରାଗଲା ଏବଂ ଏଗୁଡ଼ିକୁ ଅମରତ୍ୱର ସୁଧା (ଅମୃତ ) ସହ ଯୋଡ଼ାଗଲା।
୧୮୫୭ ବିଦ୍ରୋହ ପରେ ଆଲ୍ଲାହାବାଦରେ ସେତେବେଳେ ମାଘ( ଜାନୁଆରୀ- ଫେବୃଆରୀ) ମାସରେ ପାରମ୍ପରିକ ଭାବେ ହେଉଥିବା ସମାବେଶକୁ କିଛି ବର୍ଷ ପାଇଁ ବନ୍ଦ କରାଯାଇଥିଲା। ଏହାକୁ ପୁନର୍ବାର ୧୮୬୦ ଦଶକରେ ଆରମ୍ଭ କରାଯାଇଥିଲା। ଇଷ୍ଟ ଇଣ୍ଡିଆ କମ୍ପାନୀ ସ୍ଥାନରେ ଶାସନ ଦାୟିତ୍ୱ ନେଇଥିବା ବ୍ରିଟିଶ ସରକାର ଧର୍ମୀୟ ବିଷୟରେ ହସ୍ତକ୍ଷେପ କରିବ ନାହିଁ ବୋଲି ପ୍ରତିଶ୍ରୁତି ଦେବା ପରେ ସ୍ଥାନୀୟ ଲୋକମାନେ ଏହି ସମାବେଶ ପାଇଁ ଦାବି କଲେ। କିନ୍ତୁ ଶେଷରେ ତାହାକୁ ବନ୍ଦ କରିଦିଆଗଲା। ପ୍ରତି ୧୨ ବର୍ଷରେ ହେଉଥିବା ମାଘ ମେଳାକୁ କୁମ୍ଭମେଳା ଭାବେ ୧୮୬୮ ପରେ ଘୋଷଣା କରାଗଲା। ୧୮୭୩ରେ ସଙ୍ଗମ ସହ ତ୍ରିବେଣୀ ଶବ୍ଦ ଯୋଡ଼ାଗଲା। ସ୍ପଷ୍ଟ ଭାବେ ଏହା ବୈଦିକ ସରସ୍ବତୀ ସହ ଯୋଡ଼ାଯାଇଥିଲା। ସେବେଠାରୁ ମେଳା କେବଳ ସନାତନୀ ଆଧ୍ୟାତ୍ମିକତାରେ ସୀମିତ ହୋଇ ରହି ନାହିଁ, ବରଂ ଏହା ସନାତନ ଧର୍ମାବଲମ୍ବୀଙ୍କ ରାଜନୈତିକ ଶକ୍ତିର ଅଭିବ୍ୟକ୍ତି ପାଲଟି ଯାଇଛି।
ପ୍ରତି ୧୨ ବର୍ଷରେ ହେଉଥିବା ଏଠାକାର ମେଳାରେ ବିଭିନ୍ନ ସମ୍ପ୍ରଦାୟ ଯଥା ଶୈବ, ବୈଷ୍ଣବ, ନାଥ, ଉଦାସୀନ( ଶିଖ୍‌), କବୀରପନ୍ଥୀର ଯୋଦ୍ଧା ତପସ୍ବୀ ବା ସାଧକମାନେ ଏକାଠି ହୋଇଥାନ୍ତି। ଏବେ ସମଲିଙ୍ଗୀଙ୍କ ପାଇଁ କିନ୍ନର ଆଖଡ଼ା ରହିଛି। ସନାତନ ଧର୍ମର ଏକ ଅଂଶରେ ସମଲିଙ୍ଗୀଙ୍କ କାହାଣୀ ଯୋଡ଼ିବା ସକାଶେ ଏବେ ଏହାକୁ ସାମ୍ନାକୁ ଅଣାଯାଇଛି। ଏହି ଦର୍ଶନୀୟ ମେଳାକୁ ସମସ୍ତେ ନିମନ୍ତ୍ରିତ ହୋଇଛନ୍ତି । ତୀର୍ଥଯାତ୍ରୀ ପର୍ଯ୍ୟଟନ ଅର୍ଥ ବ୍ୟବସ୍ଥାରୁ ଅର୍ଥ ସଂଗ୍ରହ ପାଇଁ ଏହା ହେଉଛି ଏକ ବଡ଼ ସମାବେଶ। ସନାତନ ଧର୍ମାବଲମ୍ବୀମାନେ ସ୍ବାସ୍ଥ୍ୟପ୍ରଦ ପରିବର୍ତ୍ତେ ପବିତ୍ର ବୋଲି ଘୋଷଣା କରୁଥିବା ପବିତ୍ର ଜଳରେ ସର୍ବସମ୍ମୁଖରେ ବିଶ୍ୱର ଅତି ଧନୀ ବ୍ୟକ୍ତିବିଶେଷମାନେ ବୁଡ଼ ପକାଇବା ଆମେ ଦେଖିବାକୁ ପାଇପାରିଛୁ। ଏହି ସମୟରେ, ସେମାନେ ବୁଡ଼ରୁ ଫେରିବା ଯାଏ ଗରିବ ଲୋକଙ୍କୁ ଅପେକ୍ଷା କରିବାକୁ ହେବ , ଯାହା ସେମାନେ ସବୁବେଳେ କରିଆସୁଛନ୍ତି। ଧର୍ମୀୟ ବିଶ୍ୱାସ ସାଧାରଣ ଭାରତର ନାଗରିକଙ୍କୁ ଅସୀମ ଧୈର୍ଯ୍ୟ ଦେଇଛି। ସେମାନେ ଅପେକ୍ଷା କରି ମରିବେ, ତଥାପି ଅସନ୍ତୋଷ ପ୍ରକାଶ କରିବେ ନାହିଁ କି ପ୍ରତିବାଦ କରିବେ ନାହିଁ।
-devduttofficial@gmail.com


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?