ଏକ କୁଲିର କାହାଣୀ

କଟକ ରେଳଷ୍ଟେଶନର ପଛପଟେ ଥାଏ ଏକ କୁଲିବସ୍ତି। ସେହି ବସ୍ତିରେ ଅନେକପ୍ରକାର ଦୁରାରୋଗ୍ୟ ଦେଖାଦିଏ। ଭାରି ଅପରିଷ୍କାର ଓ ଅପରିଚ୍ଛନ୍ନ ବସ୍ତିଟି। କୁଢ଼ କୁଢ଼ ମଇଳା ଭିତରେ ଗଣେଶ କୁଲି, ତା’ ସ୍ତ୍ରୀ ସବିତା ଓ ତା’ର ଗୋଟିଏ ଛୋଟ ଝିଅ ରୀତା ରହୁଥିଲେ। ବର୍ଜ୍ୟବସ୍ତୁ ପରିଚାଳନା ଗାଡ଼ି ସେଠାକୁ ଯାଏନା। ସେ ଗାଡ଼ିଟି କେବଳ କଟକ ସହରରେ ରହୁଥିବା ଧନାଢ଼୍ୟ ବ୍ୟକ୍ତିମାନଙ୍କ ଘର ଦେଇ ଯାଏ। ଗଣେଶ ଥରେ କଟକର ମେୟରଙ୍କୁ ଦେଖି ତାଙ୍କ ବସ୍ତିକୁ ଅଳିଆ ଆବର୍ଜନା ଉଠାଉଥିବା ଗାଡ଼ି କାହିଁକି ଆସୁନାହିଁ ବୋଲି ପଚାରିଲା। ମେୟର କହିଲେ, ସରକାରଙ୍କ ସଂକଳ୍ପ ଅନୁସାରେ ସବୁକିଛି ଘଟୁଛି। ଗଣେଶ ପଚାରିଲା, ସଂକଳ୍ପମାନେ କ’ଣ? ତା’ର ସ୍ତ୍ରୀର ଦେହରେ କିଛିଦିନ ହେବ ଜ୍ୱର ରହୁଛି, ଝିଅକୁ ମଧ୍ୟ ଜ୍ୱର। ତେଣୁ ସେ ମେୟରଙ୍କୁ ପଚାରିଲା, ଆମ ଆଡ଼େ କେବେ ଆବର୍ଜନା ଉଠାଉଥିବା ଗାଡ଼ି ଆସିବ?
ମେୟରଙ୍କ ସହ ଯାଇଥିବା ନରହରି ଆଡ଼କୁ ମେୟର ଚାହିଁ କହିଲେ, ଏ ମୂର୍ଖଟାକୁ ବୁଝାଇଦେ। ନରହରି କହିଲା ସଂକଳ୍ପ ତିନି ପ୍ରକାର। ଯଥା ଯୋଜନା ସଂକଳ୍ପ, ଯାହାର ଅର୍ଥ ଅନେକ ବିଚାର ଆଲୋଚନା ପରେ ଯେଉଁ ସଂକଳ୍ପ ଗ୍ରହଣ କରାଯାଏ ତାକୁ ଯୋଜନା ସଂକଳ୍ପ କହନ୍ତି। ଦ୍ୱିତୀୟ ମନନ ସଂକଳ୍ପ। କୌଣସି କର୍ମ କରିବାର ଇଚ୍ଛା ଜାଗ୍ରତ ହେଲା ପରେ କିଛି ସଂକଳ୍ପ ଗ୍ରହଣ କରିବାକୁ ମନନ ସଂକଳ୍ପ କୁହାଯାଏ। ତୃତୀୟ ହେଲା ସ୍ବ ସଂକଳ୍ପ – ସଂକଳ୍ପ ଓ ସିଦ୍ଧି ତତ୍‌କ୍ଷଣାତ ଘଟେ। ଯେମିତି ବନ୍ଧୁକରେ ଗୁଳି ଫୁଟିବା ଓ ଲକ୍ଷ୍ୟ ଭେଦ ହେବାରେ ସମୟ ବ୍ୟବଧାନ କିଛି ନ ଥାଏ।
ଗଣେଶ ଏସବୁ କିଛି ବୁଝିପାରିଲା ନାହିଁ। କହିଲା ବାବୁ, ମୁଁ ଏସବୁ କିଛି ବୁଝିପାରୁନାହିଁ। ନରହରି କହିଲା, ସରକାରୀ ଜମି ମାଡ଼ିବସି ବସ୍ତି କୁଡ଼ିଆ କରି ରହୁଛୁ। କଟକ ସହରରେ ରହୁଥିବା ବଡ଼ବଡ଼ିଆ ଲୋକଙ୍କ ପାଇଁ ସଂକଳ୍ପ ଯୋଜନା ପ୍ରସ୍ତୁତ ହେଉଛି। ତୁ ତ କୁଲି ମୂଲିଆଟେ। ତମମାନଙ୍କ ପାଇଁ ସ୍ବସଂକଳ୍ପ ହିଁ ପ୍ରୟୋଜନ। ତୁମ ପାଖକୁ କେବେ ମଧ୍ୟ ଅଳିଆ ଆବର୍ଜନା ସଫା କରୁଥିବା ଗାଡ଼ି ଆସିବ ନାହିଁ। ତେଣୁ ବନ୍ଧୁକରୁ ଗୁଳି ଫୁଟିବା ପରି ଓ ଲକ୍ଷ୍ୟଭେଦ ହେବାପରି ତୁ ଓ ସ୍ତ୍ରୀ ଏବଂ ଝିଅ ବସ୍ତି ସଫାକର ନଚେତ ମେୟର ବାବୁ ରାଗିଗଲେ ତୁମେ ବସ୍ତି ଉଜାଡ଼ି ଦେବେ। ମନେ ମନେ ଗୁଣୁଗୁଣୁ ହୋଇ ନରହରି କହିଲା ସ୍ତ୍ରୀ, ଝିଅଙ୍କ ଜର ଦେଖାଉଛି। ଏ ଦେଶରେ ସେମାନେ ବଞ୍ଚିଲେ କେତେ ମଲେ କେତେ।
ନଭେମ୍ବର ୨୩, ୨୦୨୪ ମସିହା ଝିଅର ମୁଦିପିନ୍ଧା କଲିକତାରେ ହେବ। ମେୟର କେବେଠାରୁ ଅବସର ନେଇଗଲେଣି। ଧର୍ମପତ୍ନୀ ବୃଦ୍ଧା ହୋଇଯାଇଛନ୍ତି। ଝିଅ ଆଗରୁ କଲିକତା ଚାଲିଯାଇଥିବାରୁ ସ୍ବାମୀ ସ୍ତ୍ରୀ ଗୁଡ଼ାଏ ଜିନିଷପତ୍ର ସହିତ ପୁରୀ-ହାଓଡା ଏକ୍ସପ୍ରେସ୍‌ରେ ଯିବା ପାଇଁ ଷ୍ଟେଶନକୁ ଆସିଥାନ୍ତି। ଶୀତଦିନ ଏତେଗୁଡ଼ାଏ ଜିନିଷ ବୋହିବା କଷ୍ଟକର ହୋଇଥିବାରୁ ମେୟର କୁଲିଟିଏ ଖୋଜୁଥାନ୍ତି। ଏହି ସମୟରେ ଗଣେଶ ଉପରେ ମେୟରଙ୍କ ନଜର ପଡ଼ିଲା। ମେୟର ଗଣେଶକୁ କହିଲେ, ମୋର ଜିନିଷପତ୍ର ଟ୍ରେନ୍‌କୁ ଉଠାଇଦେବ। ମୁଁ ପଇସା ଦେବି। ଗଣେଶ ମେୟରଙ୍କୁ ଚିହ୍ନି ପକାଇଲା, କିନ୍ତୁ ମେୟର ଗଣେଶକୁ ଚିହ୍ନିପାରୁ ନ ଥାନ୍ତି। ମେୟରଙ୍କ ସ୍ତ୍ରୀ କହିଲେ, ମୋ ଝିଅର ମୁଦିପିନ୍ଧା ଉତ୍ସବ ଅଛି। ସେଥିପାଇଁ କଟକରୁ ଏତେ ଜିନିଷ ନେଇ ଯାଉଛି। ଜିନିଷପତ୍ର ଧୀରେ ଉଠାଇ ଦେବ। ମୁଁ ବୁଢ଼ୀଲୋକ ଟ୍ରେନ୍‌ରେ ଉଠିବା ମୋ ପାଇଁ କଷ୍ଟକର। ଗଣେଶ କହିଲା, ମା’ ବ୍ୟସ୍ତ ହୁଅନ୍ତୁ ନାହିଁ। ମୁଁ ସବୁବେଳେ ଧୀର ସ୍ଥିର ଭାବେ କାମ କରେ। ଆମେ ସଂସାରକୁ ଆସିଛେ ପୁଣିଥରେ ଈଶ୍ୱରଙ୍କଠାରେ ପହଞ୍ଚିବା ପାଇଁ। ସେହି ଲକ୍ଷ୍ୟକୁ ଭୁଲି ଯାଇ ମାୟାର ବୋଝକୁ ମୁଣ୍ଡରେ ମୁଣ୍ଡାଇ ବୁଲୁଛେ। ବେକ କଟକଟ ହେଲେ ବୋଝ ଉତ୍ତାରିବା ପାଇଁ ବିକଳ ହେଉଛେ। ଦି’ଦିନିଆ ଭୋଗ ବିଳାସ ପଛରେ ଧାଇଁ କ’ଣ ପାଉଛେ? ଏହି ଭୋଗ ବିଳାସର ବୋଝ ବୋହି ବୋହି ମଣିଷ ଈଶ୍ୱରଙ୍କୁ ଚିହ୍ନିପାରୁ ନାହିଁ। ବାବୁ ଥରେ ଆମ ବସ୍ତିକୁ ଆସିଥିଲେ। ଅଳିଆର ବୋଝକୁ କାଢ଼ିବା ପାଇଁ କେତେ ନେହୁରା ହୋଇଥିଲି। ବାବୁ ଭୁଲିଯାଇଛନ୍ତି। ନରହରି ବାବୁ କହିଥିଲେ, ତୁମ ବସ୍ତିକୁ ନିଜେ ସଫାକର ନ ହେଲେ ମର। କୋଭିଡ୍‌ ରୋଗରେ ମୋର ସ୍ତ୍ରୀ ଓ ଝିଅ ମରିଗଲେ। ମୋର ଝିଅ ବଞ୍ଚିଥିଲେ ଆଜି ତା’ର ମଧ୍ୟ ବାହାଘର ହେଉଥାନ୍ତା। ଏହି ସମୟରେ ପୁରୀ-ହାଓଡା ଏକ୍ସପ୍ରେସ୍‌ ଆସି ପହଞ୍ଚିଲା। ମେୟରବାବୁ ତାଙ୍କ ସ୍ତ୍ରୀଙ୍କୁ ଧରି ଟ୍ରେନ୍‌ରେ ଉଠିଗଲେ। ଗଣେଶ ମେୟର ବାବୁଙ୍କର ସବୁ ଜିନିଷ ଚଢ଼ାଇ ଦେଲା। ମେୟର ବାବୁ ପଇସା ଦେବାକୁ ଉଦ୍ୟତ ହେଉଥିବା ସମୟରେ ଗଣେଶ ଗାମୁଛାରେ ଝାଳ ପୋଛି ପୋଛି ଥାଉ ବାବୁ। ମୋର ମଜୁରିରେ କିଛି ଗୋଟିଏ କିଣି ଝିଅଟିକୁ ଉପହାର ଦେଇଦେବେ। ସେ ମୋ’ର ଝିଅ ପରି। ମୁଁ ଆପଣଙ୍କଠାରୁ କୌଣସି ପାରିଶ୍ରମିକ ନେବି ନାହିଁ।

ଅନୀତା ପଟ୍ଟନାୟକ
ଅବସରପ୍ରାପ୍ତ ପ୍ରାଧ୍ୟାପିକା, ସିଡିଏ, କଟକ
ମୋ: ୯୬୯୨୯୮୦୦୨୬


Enter your email to get our daily news in your inbox.

All Right Reserved By Dharitri.Com

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ହର୍ମୁଜରେ ଯୁଦ୍ଧର କାଉଣ୍ଟଡାଉନ୍‌: ପୁରା ଆରବକୁ ମାଟିରେ ମିଶାଇଦେବ ଇରାନ? ମୋଜତାବାଙ୍କ ଚେତାବନୀରେ ଥରିଲା ଦୁନିଆ

ତେହେରାନ/ୱାଶିଂଟନ,୨୮।୩: ମଧ୍ୟପ୍ରାଚ୍ୟରେ ବିଶ୍ୱଯୁଦ୍ଧର ପଦଧ୍ୱନି ଶୁଣାଗଲାଣି। ଆମେରିକାର ‘ଗ୍ରାଉଣ୍ଡ ଅପରେଶନ’ ଘୋଷଣା ପରେ ଇରାନ ଏହାର ଭୟଙ୍କର ଜବାବୀ ରଣନୀତି ପ୍ରସ୍ତୁତ କରିଛି। ଇରାନର ସର୍ବୋଚ୍ଚ ନେତା…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

କବାଡ଼ି ପ୍ରିମିୟର ଲିଗ୍‌ ସିଜନ-୨ ଆରମ୍ଭ

ନୂଆପଡ଼ା,୨୮ା୩(ମକାରୁ ବେମାଲ): ନୂଆପଡ଼ା କବାଡ଼ି ଖେଳାଳି ସଂଘ ପକ୍ଷରୁ ପୁରୁଷ ଓ ମହିଳା ବିଭାଗରେ କବାଡ଼ି ପ୍ରିମିୟର ଲିଗ ସିଜନ-୨ ଶୁକ୍ରବାର ସାରେ ଉଦ୍‌ଘାଟିତ ହୋଇଯାଇଛି। ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri