ଏକ କୁଲିର କାହାଣୀ

କଟକ ରେଳଷ୍ଟେଶନର ପଛପଟେ ଥାଏ ଏକ କୁଲିବସ୍ତି। ସେହି ବସ୍ତିରେ ଅନେକପ୍ରକାର ଦୁରାରୋଗ୍ୟ ଦେଖାଦିଏ। ଭାରି ଅପରିଷ୍କାର ଓ ଅପରିଚ୍ଛନ୍ନ ବସ୍ତିଟି। କୁଢ଼ କୁଢ଼ ମଇଳା ଭିତରେ ଗଣେଶ କୁଲି, ତା’ ସ୍ତ୍ରୀ ସବିତା ଓ ତା’ର ଗୋଟିଏ ଛୋଟ ଝିଅ ରୀତା ରହୁଥିଲେ। ବର୍ଜ୍ୟବସ୍ତୁ ପରିଚାଳନା ଗାଡ଼ି ସେଠାକୁ ଯାଏନା। ସେ ଗାଡ଼ିଟି କେବଳ କଟକ ସହରରେ ରହୁଥିବା ଧନାଢ଼୍ୟ ବ୍ୟକ୍ତିମାନଙ୍କ ଘର ଦେଇ ଯାଏ। ଗଣେଶ ଥରେ କଟକର ମେୟରଙ୍କୁ ଦେଖି ତାଙ୍କ ବସ୍ତିକୁ ଅଳିଆ ଆବର୍ଜନା ଉଠାଉଥିବା ଗାଡ଼ି କାହିଁକି ଆସୁନାହିଁ ବୋଲି ପଚାରିଲା। ମେୟର କହିଲେ, ସରକାରଙ୍କ ସଂକଳ୍ପ ଅନୁସାରେ ସବୁକିଛି ଘଟୁଛି। ଗଣେଶ ପଚାରିଲା, ସଂକଳ୍ପମାନେ କ’ଣ? ତା’ର ସ୍ତ୍ରୀର ଦେହରେ କିଛିଦିନ ହେବ ଜ୍ୱର ରହୁଛି, ଝିଅକୁ ମଧ୍ୟ ଜ୍ୱର। ତେଣୁ ସେ ମେୟରଙ୍କୁ ପଚାରିଲା, ଆମ ଆଡ଼େ କେବେ ଆବର୍ଜନା ଉଠାଉଥିବା ଗାଡ଼ି ଆସିବ?
ମେୟରଙ୍କ ସହ ଯାଇଥିବା ନରହରି ଆଡ଼କୁ ମେୟର ଚାହିଁ କହିଲେ, ଏ ମୂର୍ଖଟାକୁ ବୁଝାଇଦେ। ନରହରି କହିଲା ସଂକଳ୍ପ ତିନି ପ୍ରକାର। ଯଥା ଯୋଜନା ସଂକଳ୍ପ, ଯାହାର ଅର୍ଥ ଅନେକ ବିଚାର ଆଲୋଚନା ପରେ ଯେଉଁ ସଂକଳ୍ପ ଗ୍ରହଣ କରାଯାଏ ତାକୁ ଯୋଜନା ସଂକଳ୍ପ କହନ୍ତି। ଦ୍ୱିତୀୟ ମନନ ସଂକଳ୍ପ। କୌଣସି କର୍ମ କରିବାର ଇଚ୍ଛା ଜାଗ୍ରତ ହେଲା ପରେ କିଛି ସଂକଳ୍ପ ଗ୍ରହଣ କରିବାକୁ ମନନ ସଂକଳ୍ପ କୁହାଯାଏ। ତୃତୀୟ ହେଲା ସ୍ବ ସଂକଳ୍ପ – ସଂକଳ୍ପ ଓ ସିଦ୍ଧି ତତ୍‌କ୍ଷଣାତ ଘଟେ। ଯେମିତି ବନ୍ଧୁକରେ ଗୁଳି ଫୁଟିବା ଓ ଲକ୍ଷ୍ୟ ଭେଦ ହେବାରେ ସମୟ ବ୍ୟବଧାନ କିଛି ନ ଥାଏ।
ଗଣେଶ ଏସବୁ କିଛି ବୁଝିପାରିଲା ନାହିଁ। କହିଲା ବାବୁ, ମୁଁ ଏସବୁ କିଛି ବୁଝିପାରୁନାହିଁ। ନରହରି କହିଲା, ସରକାରୀ ଜମି ମାଡ଼ିବସି ବସ୍ତି କୁଡ଼ିଆ କରି ରହୁଛୁ। କଟକ ସହରରେ ରହୁଥିବା ବଡ଼ବଡ଼ିଆ ଲୋକଙ୍କ ପାଇଁ ସଂକଳ୍ପ ଯୋଜନା ପ୍ରସ୍ତୁତ ହେଉଛି। ତୁ ତ କୁଲି ମୂଲିଆଟେ। ତମମାନଙ୍କ ପାଇଁ ସ୍ବସଂକଳ୍ପ ହିଁ ପ୍ରୟୋଜନ। ତୁମ ପାଖକୁ କେବେ ମଧ୍ୟ ଅଳିଆ ଆବର୍ଜନା ସଫା କରୁଥିବା ଗାଡ଼ି ଆସିବ ନାହିଁ। ତେଣୁ ବନ୍ଧୁକରୁ ଗୁଳି ଫୁଟିବା ପରି ଓ ଲକ୍ଷ୍ୟଭେଦ ହେବାପରି ତୁ ଓ ସ୍ତ୍ରୀ ଏବଂ ଝିଅ ବସ୍ତି ସଫାକର ନଚେତ ମେୟର ବାବୁ ରାଗିଗଲେ ତୁମେ ବସ୍ତି ଉଜାଡ଼ି ଦେବେ। ମନେ ମନେ ଗୁଣୁଗୁଣୁ ହୋଇ ନରହରି କହିଲା ସ୍ତ୍ରୀ, ଝିଅଙ୍କ ଜର ଦେଖାଉଛି। ଏ ଦେଶରେ ସେମାନେ ବଞ୍ଚିଲେ କେତେ ମଲେ କେତେ।
ନଭେମ୍ବର ୨୩, ୨୦୨୪ ମସିହା ଝିଅର ମୁଦିପିନ୍ଧା କଲିକତାରେ ହେବ। ମେୟର କେବେଠାରୁ ଅବସର ନେଇଗଲେଣି। ଧର୍ମପତ୍ନୀ ବୃଦ୍ଧା ହୋଇଯାଇଛନ୍ତି। ଝିଅ ଆଗରୁ କଲିକତା ଚାଲିଯାଇଥିବାରୁ ସ୍ବାମୀ ସ୍ତ୍ରୀ ଗୁଡ଼ାଏ ଜିନିଷପତ୍ର ସହିତ ପୁରୀ-ହାଓଡା ଏକ୍ସପ୍ରେସ୍‌ରେ ଯିବା ପାଇଁ ଷ୍ଟେଶନକୁ ଆସିଥାନ୍ତି। ଶୀତଦିନ ଏତେଗୁଡ଼ାଏ ଜିନିଷ ବୋହିବା କଷ୍ଟକର ହୋଇଥିବାରୁ ମେୟର କୁଲିଟିଏ ଖୋଜୁଥାନ୍ତି। ଏହି ସମୟରେ ଗଣେଶ ଉପରେ ମେୟରଙ୍କ ନଜର ପଡ଼ିଲା। ମେୟର ଗଣେଶକୁ କହିଲେ, ମୋର ଜିନିଷପତ୍ର ଟ୍ରେନ୍‌କୁ ଉଠାଇଦେବ। ମୁଁ ପଇସା ଦେବି। ଗଣେଶ ମେୟରଙ୍କୁ ଚିହ୍ନି ପକାଇଲା, କିନ୍ତୁ ମେୟର ଗଣେଶକୁ ଚିହ୍ନିପାରୁ ନ ଥାନ୍ତି। ମେୟରଙ୍କ ସ୍ତ୍ରୀ କହିଲେ, ମୋ ଝିଅର ମୁଦିପିନ୍ଧା ଉତ୍ସବ ଅଛି। ସେଥିପାଇଁ କଟକରୁ ଏତେ ଜିନିଷ ନେଇ ଯାଉଛି। ଜିନିଷପତ୍ର ଧୀରେ ଉଠାଇ ଦେବ। ମୁଁ ବୁଢ଼ୀଲୋକ ଟ୍ରେନ୍‌ରେ ଉଠିବା ମୋ ପାଇଁ କଷ୍ଟକର। ଗଣେଶ କହିଲା, ମା’ ବ୍ୟସ୍ତ ହୁଅନ୍ତୁ ନାହିଁ। ମୁଁ ସବୁବେଳେ ଧୀର ସ୍ଥିର ଭାବେ କାମ କରେ। ଆମେ ସଂସାରକୁ ଆସିଛେ ପୁଣିଥରେ ଈଶ୍ୱରଙ୍କଠାରେ ପହଞ୍ଚିବା ପାଇଁ। ସେହି ଲକ୍ଷ୍ୟକୁ ଭୁଲି ଯାଇ ମାୟାର ବୋଝକୁ ମୁଣ୍ଡରେ ମୁଣ୍ଡାଇ ବୁଲୁଛେ। ବେକ କଟକଟ ହେଲେ ବୋଝ ଉତ୍ତାରିବା ପାଇଁ ବିକଳ ହେଉଛେ। ଦି’ଦିନିଆ ଭୋଗ ବିଳାସ ପଛରେ ଧାଇଁ କ’ଣ ପାଉଛେ? ଏହି ଭୋଗ ବିଳାସର ବୋଝ ବୋହି ବୋହି ମଣିଷ ଈଶ୍ୱରଙ୍କୁ ଚିହ୍ନିପାରୁ ନାହିଁ। ବାବୁ ଥରେ ଆମ ବସ୍ତିକୁ ଆସିଥିଲେ। ଅଳିଆର ବୋଝକୁ କାଢ଼ିବା ପାଇଁ କେତେ ନେହୁରା ହୋଇଥିଲି। ବାବୁ ଭୁଲିଯାଇଛନ୍ତି। ନରହରି ବାବୁ କହିଥିଲେ, ତୁମ ବସ୍ତିକୁ ନିଜେ ସଫାକର ନ ହେଲେ ମର। କୋଭିଡ୍‌ ରୋଗରେ ମୋର ସ୍ତ୍ରୀ ଓ ଝିଅ ମରିଗଲେ। ମୋର ଝିଅ ବଞ୍ଚିଥିଲେ ଆଜି ତା’ର ମଧ୍ୟ ବାହାଘର ହେଉଥାନ୍ତା। ଏହି ସମୟରେ ପୁରୀ-ହାଓଡା ଏକ୍ସପ୍ରେସ୍‌ ଆସି ପହଞ୍ଚିଲା। ମେୟରବାବୁ ତାଙ୍କ ସ୍ତ୍ରୀଙ୍କୁ ଧରି ଟ୍ରେନ୍‌ରେ ଉଠିଗଲେ। ଗଣେଶ ମେୟର ବାବୁଙ୍କର ସବୁ ଜିନିଷ ଚଢ଼ାଇ ଦେଲା। ମେୟର ବାବୁ ପଇସା ଦେବାକୁ ଉଦ୍ୟତ ହେଉଥିବା ସମୟରେ ଗଣେଶ ଗାମୁଛାରେ ଝାଳ ପୋଛି ପୋଛି ଥାଉ ବାବୁ। ମୋର ମଜୁରିରେ କିଛି ଗୋଟିଏ କିଣି ଝିଅଟିକୁ ଉପହାର ଦେଇଦେବେ। ସେ ମୋ’ର ଝିଅ ପରି। ମୁଁ ଆପଣଙ୍କଠାରୁ କୌଣସି ପାରିଶ୍ରମିକ ନେବି ନାହିଁ।

ଅନୀତା ପଟ୍ଟନାୟକ
ଅବସରପ୍ରାପ୍ତ ପ୍ରାଧ୍ୟାପିକା, ସିଡିଏ, କଟକ
ମୋ: ୯୬୯୨୯୮୦୦୨୬


Enter your email to get our daily news in your inbox.

All Right Reserved By Dharitri.Com

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

ଦିନକ ପରେ ବରଗଡ଼ ଧନୁଯାତ୍ରା: ମହୋତ୍ସବକୁ ନେଇ ଏମିତି କହିଲେ ଜିଲାପାଳ

ବରଗଡ,୨୨।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ୭୮ତମ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ଦିନେ ବାକି। ଆସନ୍ତା ୨୪ତାରିଖରୁ ଏହି ମହୋତ୍ସବ ଆରମ୍ଭ ହେବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri