ସଂକ୍ରମଣର ଭୀଷଣ ରୂପ

ଭୁବନେଶ୍ୱର, ୧୯।୪(ବ୍ୟୁରୋ): ରାଜ୍ୟକୁ ମାଡ଼ି ଆସୁଛି କରୋନା ସଂକ୍ରମଣର ବଡ଼ ବିପଦ। ବର୍ତ୍ତମାନର ସଂକ୍ରମଣ ଓ ସ୍ବାସ୍ଥ୍ୟ ପରିଚାଳନା ସ୍ଥିତିକୁ ଦେଖିଲେ ଏଭଳି ଆଶଙ୍କା ଦୃଢ଼ୀଭୂତ ହେବାରେ ଲାଗିଛି। ପ୍ରଥମେ ପଡୋଶୀ ଛତିଶଗଡ଼ ପାଇଁ ଓଡ଼ିଶାରେ ସଂକ୍ରମଣ ବଢ଼ିଥିଲା। ଏବେ ଦେଶର ସର୍ବାଧିକ ସଂକ୍ରମିତ ରାଜ୍ୟରୁ ପ୍ରବାସୀଙ୍କ ଘରବାହୁଡ଼ା ରାଜ୍ୟର ସ୍ଥିତିକୁ ଆହୁରି ବିଗାଡି ଦେଇଛି। ଫଳରେ ୩ଦିନ ହେବ ରାଜ୍ୟରେ ଦୈନିକ ସଂକ୍ରମଣ ୩ହଜାର ଉପରେ ରହିବା ସହ ୪ହଜାର ମୁହାଁ ହୋଇଛି। ଶେଷ ୨୪ ଘଣ୍ଟାରେ ୩,୬୬୪ ପଜିଟିଭ୍‌ ଚିହ୍ନଟ ହୋଇଥିବାବେଳେ ଆଉ ୨ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟପଟେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଗୋଟିକ ପରେ ଆଉ ଗୋଟିଏ ଜିଲା ରେଡ୍‌ ଜୋନ୍‌କୁ ଚାଲିଯାଉଛି। ଶନିବାର ସୁଦ୍ଧା ୪ ଜିଲା ସୁନ୍ଦରଗଡ଼, ଖୋର୍ଦ୍ଧା, ନୂଆପଡ଼ା ଓ ସମ୍ବଲପୁର ରେଡ୍‌ ଜୋନ୍‌ରେ ରହିଥିଲା। ରବିବାର ଆଉ ୨ଟି ଜିଲା ବରଗଡ଼ ଓ କଟକ ରେଡ୍‌ ଜୋନ୍‌ରେ ସାମିଲ ହୋଇଛି। କିନ୍ତୁ ରେଡ୍‌ ଜୋନ୍‌ରେ ଥିବା ନୂଆପଡ଼ା ଜିଲା ୟେଲୋ ଜୋନ୍‌କୁ ଖସି ଆସିଥିବାରୁ ଏବେ ୫ ଜିଲା ରେଡ୍‌ ଜୋନ୍‌ରେ ରହିଛି। ତେବେ ପଶ୍ଚିମ ଓଡ଼ିଶାରେ ଭୟଙ୍କର ସ୍ଥିତି ଉପୁଜିଛି। ରେଡ୍‌ ଜୋନ୍‌ରେ ଥିବା ୩ ଜିଲାରେ ସଂକ୍ରମଣ ଏପରି ସ୍ଥିତିରେ ପହଞ୍ଚତ୍ଛି କୋଭିଡ୍‌ ହସ୍ପିଟାଲରେ ବେଡ୍‌ଠାରୁ ଅଧିକ ସଂଖ୍ୟାରେ ରୋଗୀ ଭର୍ତ୍ତି ହେଉଛନ୍ତି। ସେହିପରି ଡାକ୍ତର ଓ କର୍ମଚାରୀ ଅଭାବ ଯୋଗୁ ଚିକିତ୍ସା ସେବା ବାଧାପ୍ରାପ୍ତ ହେଉଛି। ଯେଉଁଥିପାଇଁ ମୃତ୍ୟୁ ସଂଖ୍ୟା ବଢ଼ୁଥିବା କୁହାଯାଉଛି।
ସେପଟେ ଚିନ୍ତା ବଢ଼ାଇଲାଣି ଖୋର୍ଦ୍ଧା ଜିଲା। ସୁନ୍ଦରଗଡ଼ ପରେ ଏବେ ଖୋର୍ଦ୍ଧା ଦ୍ୱିତୀୟ ଲହର ସଂକ୍ରମଣର ହଟ୍‌ସ୍ପଟ୍‌ ପାଲଟିଛି। ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୭୦୪ଜଣ ରହିଥିବାବେଳେ ସୁନ୍ଦରଗଡ଼ ୩୪୦, କଳାହାଣ୍ଡି ୩୨୪, ନୂଆପଡ଼ା ୨୨୧, ବରଗଡ଼ ୨୧୦, ସମ୍ବଲପୁର ୧୯୯, କଟକ ୧୯୮, ଝାରସୁଗୁଡ଼ା ୧୮୩, ପୁରୀ ୧୪୩ ଓ ମୟୂରଭଞ୍ଜରୁ ୧୧୯ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଅନ୍ୟସବୁ ଜିଲାରେ ଦୈନିକ ସଂକ୍ରମଣ ସଂଖ୍ୟା ଶହେ ତଳକୁ ରହିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ପଜିଟିଭ୍‌ ସଂଖ୍ୟା ୩,୬୮,୨୫୮କୁ ବୃଦ୍ଧି ପାଇଛି। ସେହିପରି ୨ ମୃତକମାନେ ହେଲେ ସୁନ୍ଦରଗଡ଼ର ୩୨ବର୍ଷୀୟା ଓ ବରଗଡ଼ର ୭୫ ବର୍ଷୀୟା ମହିଳା। ଫଳରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧,୯୪୪କୁ ଛୁଇଁଛି।


Enter your email to get our daily news in your inbox.

All Right Reserved By Dharitri.Com

ହରମୁଜରେ ଫସିଲା ପାକିସ୍ତାନର ତେଲ ଜାହାଜ, ଇରାନ କଲା ବଡ଼ ଘୋଷଣା

ତେହରାନ,୧୭।୩: ଇରାନ ପାକିସ୍ତାନର ବାଣିଜି୍ୟକ ତୈଳ ଟ୍ୟାଙ୍କରକୁ ହରମୁଜ ମଧ୍ୟରେ ଏହାର କ୍ଷେତ୍ରୀୟ ଜଳସୀମା ଦେଇ ଯିବା ପାଇଁ ଅନୁମତି ପ୍ରଦାନ କରିଛି। ପାକିସ୍ତାନ ନ୍ୟାସନାଲ ସିପିଂ…

କେରଳରେ ଦୁଇ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଛେଳିକୁ ବଞ୍ଚେଇବାକୁ ଯାଇ…

ପାତ୍ରପୁର, ୧୭।୦୩(ଉମା ଚରଣ ନେପାକ): ଜରଡା ଥାନା ଖାରିଆଗୁଡା ଫାଣ୍ଡି ଅନ୍ତର୍ଗତ ଖାରିଆଗୁଡା ଗ୍ରାମର ଦୁଇ ଜଣ ଦାଦନ ଶ୍ରମିକଙ୍କ କେରଳରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି…

ୱାରେଣ୍ଟିଙ୍କୁ ଗିରଫ ପରେ କୋର୍ଟ ଚାଲାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ମଙ୍ଗଳବାର ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗ୍ରାମର ଟୁନା ମହାନ୍ତିଙ୍କୁ ୱାରେଣ୍ଟ ବଳରେ ଗିରଫ କରି…

ଦିଗପହଣ୍ଡିରେ ସାମାଜିକ ସମୀକ୍ଷା ଜନ ଶୁଣାଣି; କାମ ନ କରି ୪୯ ହଜାର ଟଙ୍କା ଉଠାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପ୍ରଶାସନ ପକ୍ଷରୁ ମଙ୍ଗଳବାର ବ୍ଳକସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ସହକାରୀ ଉପ…

ଜିଓ କମ୍ପାନୀର ମରଣଯନ୍ତା: ଜଙ୍ଘ ହାଡ଼ ଭାଙ୍ଗି ଯୁବକ ଶଯ୍ୟାଶାୟୀ, ୪ ଗୋରୁ ମୃତ

ଥୁଆମୂଳ ରାମପୁର ୧୭।୦୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା କର୍ଲାପାଟ ଥାନା ଅନ୍ତର୍ଗତ ରଣପୁର ଗ୍ରାମରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଜିଓ କମ୍ପାନୀ ପକ୍ଷରୁ…

୧୧ଟି ଜିଲାରେ ୨୩ଟି ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ; ସୃଷ୍ଟି ହେବ ୧୦ ହଜାରରୁ ଅଧିକ ନିଯୁକ୍ତି

ଭୁବନେଶ୍ୱର,୧୭।୩: ରାଜ୍ୟରେ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ ଓଡ଼ିଶା ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ମଙ୍ଗଳବାର ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ…

ଗାଈକୁ ମାରି ଖାଇଲା କିଏ, ବନ୍ୟ ଜନ୍ତୁ ନା ବାଘ

ମୋହନା,୧୭।୩( ମନ୍ମଥ ମିଶ୍ର )ଗଞ୍ଜାମ,ଗଜପତି ଜିଲା ସୀମାନ୍ତ ଅଞ୍ଚଳରେ ଥିବା ଢେପାଗୁଡା ପଞ୍ଚାୟତର କାଇଟିମା ଓ ବାରିଆଦରା ଗାଁରେ ବାଘ ଆତଙ୍କ ଅଭିଯୋଗ କରିଛନ୍ତି ଗ୍ରାମବାସୀ। ୪…

ଯୁଦ୍ଧ ଭିତରେ ଟ୍ରମ୍ପଙ୍କୁ ଜୋରଦାର ଝଟ୍‌କା, ବଡ଼ ଘୋଷଣା କରି ବିଶ୍ୱରେ ପକାଇଲେ ଚହଳ

ଓ଼୍ବାଶିଂଟନ,୧୭।୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଡୋନାଲ୍ଡ ଟ୍ରମ୍ପ ପ୍ରଶାସନକୁ ଏକ ବଡ଼ ଝଟକା ଲାଗିଛି। ଆମେରିକାର ଜାତୀୟ ଆତଙ୍କବାଦ ବିରୋଧୀ କେନ୍ଦ୍ରର ନିର୍ଦ୍ଦେଶକ ଜୋ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri