ଅଦିନିଆ ବର୍ଷା ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ୱର,୪/୧(ଅନିଲ ଦାସ):ରାଜ୍ୟ ସରକାର ଗତ ଡିସେମ୍ବରରେ ହୋଇଥିବା ‘ଅଦିନିଆ ବର୍ଷା’କୁ ପ୍ରାକୃତିକ ବିପର୍ଯ୍ୟୟ ଭାବେ ଘୋଷଣା କରିଛନ୍ତି। ଅଦିନିଆ ବର୍ଷା ଯୋଗୁ ବ୍ୟାପକ ଫସଲ କ୍ଷୟକ୍ଷତିକୁ ଦୃଷ୍ଟିରେ ରଖି ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ପ୍ରଦାନ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଏଭଳି ପଦକ୍ଷେପ ନେଇଛନ୍ତି। ଏହି ନିଷ୍ପତ୍ତି ଫଳରେ ରାଜ୍ୟରେ ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ୧୬ଟି ଜିଲାର ପ୍ରାୟ ୬ ଲକ୍ଷ ୬୬ ହଜାର ୭୨୦ ଚାଷୀଙ୍କୁ କ୍ଷତିପୂରଣ ମିଳିବ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ବରମୁଣ୍ଡା ପଡ଼ିଆଠାରେ ୩ ଦିନିଆ ‘କୃଷି ଓଡ଼ିଶା କନ୍‌କ୍ଲେଭ-୨୦୨୫’କୁ ଉ୍‌ଦଘାଟନ କରି ଏହି ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଗତମାସରେ ଅଦିନିଆ ବର୍ଷାରେ ଯେଉଁ ଚାଷୀମାନଙ୍କର ୩୩ପ୍ରତିଶତରୁ ଅଧିକ ଫସଲ କ୍ଷୟକ୍ଷତି ହୋଇଛି ସେମାନଙ୍କୁ ରାଜ୍ୟ ସରକାରଙ୍କ ରିଲିଫ କୋଡ୍‌ ବ୍ୟବସ୍ଥା ଆଧାରରେ ସହାୟତା ପ୍ରଦାନ କରିବେ। ଏଥିପାଇଁ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି(ଏସ୍‌ଡିଆର୍‌ଏଫ୍‌)ରୁ ୨୯୧କୋଟି ୫୯ଲକ୍ଷ ଟଙ୍କା ପ୍ରଦାନ କରାଯିବ। ଜିଲାପାଳମାନଙ୍କ ରିପୋର୍ଟ ଅନୁସାରେ ଗତ ଡିସେମ୍ବର ୨୦ରୁ ୨୮ତାରିଖ ମଧ୍ୟରେ ହୋଇଥିବା ଅଦିନିଆ ବର୍ଷାରେ ୧୬ଟି ଜିଲାର ୬ଲକ୍ଷ ୬୬ହଜାର ୭୨୦ ଚାଷୀଙ୍କର ୨ଲକ୍ଷ ୨୬ହଜାର ୭୯୧ ହେକ୍ଟର ଚାଷଜମିରେ ୩୩ପ୍ରତିଶତରୁ ଅଧିକ ଫସଲ ନଷ୍ଟ ହୋଇଛି। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ବ୍ୟତୀତ ଯେଉଁ ଚାଷୀମାନେ କପା ଓ ପନିପରିବା ଚାଷ କରିଛନ୍ତି ଓ ଭାଗଚାଷୀଙ୍କୁ ମଧ୍ୟ ସହାୟତା ଦେବାକୁ ସରକାର ପଦକ୍ଷେପ ନେଇଛନ୍ତି। ଯେଉଁଚାଷୀମାନଙ୍କର ୩୩ ପ୍ରତିଶତ ଅଥବା ଅଧିକ ଫସଲ କ୍ଷତି ହୋଇଥିବ, ସେହି ଚାଷୀମାନଙ୍କୁ ସହାୟତା ମିଳିବ। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ୨ ଲକ୍ଷ ୬୧ ହଜାର ଚାଷୀଙ୍କ ଆବେଦନ ହସ୍ତଗତ ହୋଇଛି। ବୀମାଭୁକ୍ତ କ୍ଷତିଗ୍ରସ୍ତ ଚାଷୀମାନଙ୍କ ବ୍ୟାଙ୍କ ଖାତାକୁ ଶୁକ୍ରବାରଠାରୁ ଡିବିଟି ଜରିଆରେ କ୍ଷତିପୂରଣ ପ୍ରଦାନ କରାଯାଉଛି। ରାଜ୍ୟ ସରକାର ଚାଷୀଙ୍କ ସହିତ ଅଛନ୍ତି ଓ ରହିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଇନ୍‌ପୁଟ ସବ୍‌ସିଡି ସହିତ, ଆଉ କେଉଁ ପ୍ରକାର ସାହାଯ୍ୟ ପ୍ରଦାନ କରାଯାଇପାରିବ, ସରକାର ସେ ଦିଗରେ ବିଚାର କରୁଛନ୍ତି। ଏଥିସହିତ, ରବି ଫସଲ ପାଇଁ ଯାହା ଆବଶ୍ୟକ, ସରକାର ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି କାର୍ଯ୍ୟକ୍ରମ ରାଜ୍ୟର ସମଗ୍ର କୃଷକ ଅନ୍ନଦାତାମାନଙ୍କ ପାଇଁ ଉତ୍ସର୍ଗୀକୃତ। ରାଜ୍ୟର ପ୍ରାୟ ୭୦ ପ୍ରତିଶତ ଲୋକ କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ରରେ କାମ କରି ଜୀବିକା ନିର୍ବାହ କରିଥାନ୍ତି। ଗତ ଦୁଇ ଦଶନ୍ଧିରେ କେବଳ ଚାଉଳକୁ ଛାଡ଼ିଦେଲେ ଅନ୍ୟ କୌଣସି କୃଷି ଉତ୍ପାଦରେ ଆମେ ସ୍ବାବଲମ୍ବୀ ହୋଇପାରି ନାହୁଁ। ଆଳୁ, ପିଆଜ, ଟମାଟୋ ଭଳି ବିଭିନ୍ନ ପନିପରିବା ଏବଂ ମାଛ, ଅଣ୍ଡା ପାଇଁ ଆମକୁ ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଛି। ଉତ୍ତମ ଯୋଜନା ଏବଂ ଇଚ୍ଛା ଶକ୍ତିର ଟିକେ ଅଧିକ ପ୍ରୟୋଗ କରିଥିଲେ, କୃଷି ସମ୍ବନ୍ଧୀୟ ଅନେକ ସମସ୍ୟାର ସମାଧାନ ହୋଇପାରିଥାନ୍ତା। ଓଡ଼ିଶାରେ କୃଷି ଭିତ୍ତିଭୂମି ଅତ୍ୟନ୍ତ ଦୁର୍ବଳ। ରାଜ୍ୟ ସରକାର ପ୍ରାଥମିକତା ଭିତ୍ତିରେ କୃଷି ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ପ୍ରଚେଷ୍ଟା ଆରମ୍ଭ କରିଛନ୍ତି। ଜଳସେଚନ, ଶୀତଳ ଭଣ୍ଡାର, ମଡେଲ ମଣ୍ଡି ଏବଂ ଗୋଦାମ ଗୃହ ନିର୍ମାଣ, କୃଷି ଯନ୍ତ୍ରପାତି ଉପଲବ୍ଧତା ଉପରେ ସରକାର ଗୁତୁତ୍ୱ ଦେଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପରିବେଶ ସୁରକ୍ଷା ଉପରେ ଗୁରୁତ୍ୱ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶାରେ ବଳଭଦ୍ର ଜୈବିକ ଚାଷ ମିଶନରେ କନ୍ଧମାଳ ଜିଲାର ଦାରିଙ୍ଗବାଡ଼ି ବ୍ଲକ ଏବଂ ମାଲକାନଗିରି ଜିଲାର ସ୍ବାଭିମାନ ଅଞ୍ଚଳରେ ରସାୟନମୁକ୍ତ ପ୍ରାକୃତିକ ଚାଷ ପ୍ରଚଳନ କରାଯିବ। ମୃତ୍ତିକାର ଜୈବିକ ଅଙ୍ଗାର ବୃଦ୍ଧି ନିମନ୍ତେ ରାଜ୍ୟରେ ମୃତ୍ତିକା ସ୍ବାସ୍ଥ୍ୟ ମିଶନ୍‌ ମଧ୍ୟ କାର୍ଯ୍ୟକାରୀ କରାଯିବ। ସମୃଦ୍ଧ କୃଷକ ଯୋଜନାରେ ଧାନ କୁଇଣ୍ଟାଲ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ ୨୩୦୦ ଟଙ୍କା ଉପରେ ୮୦୦ ଟଙ୍କାର ଅତିରିକ୍ତ ଇନପୁଟ୍‌ ସହାୟତା ଯୋଗାଇ ଦିଆଯାଉଛି। ବର୍ତ୍ତମାନ ସୁଦ୍ଧା ୨ ଲକ୍ଷ ୯୩ ହଜାର ଚାଷୀଙ୍କୁ ୩ ହଜାର କୋଟିରୁ ଅଧିକ ଟଙ୍କାର ସର୍ବନିମ୍ନ ସହାୟକ ମୂଲ୍ୟ ଓ ୧ହଜାର କୋଟି ଟଙ୍କାର ଇନପୁଟ୍‌ ସହାୟତା ପ୍ରଦାନ କରାଯାଇଛି। ସେହିପରି ସିଏମ୍‌-କିଷାନ ଯୋଜନାରେ ୪୫ ଲକ୍ଷ ୫୭ ହଜାର ୭୩୩ କ୍ଷୁଦ୍ର ଓ ନାମମାତ୍ର ଚାଷୀ, ୩୯ ହଜାର ୩୦୩ ଭୂମିହୀନ କୃଷି ପରିବାରକୁ ରବି ଫସଲ ପାଇଁ ୯୨୫ କୋଟିରୁ ଅଧିକ ଟଙ୍କାର ସହାୟତା ପ୍ରଦାନ କରାଯାଇଛି ବୋଲି ସେ କହିଛନ୍ତି। ରାଜ୍ୟରେ ଆଳୁ ଚାଷକୁ ବୃଦ୍ଧି କରିବା ପାଇଁ ରାଜ୍ୟ ସରକାର ବଦ୍ଧପରିକର। ଚଳିତ ରବିଋତୁରେ ୧.୮୦ ଲକ୍ଷ ଚାଷୀଙ୍କୁ ରିହାତି ଦରରେ ୧.୬୦ ଲକ୍ଷ କୁଇଣ୍ଟାଲ ପ୍ରାମାଣିକ ଆଳୁ ବିହନ ଯୋଗାଇ ଦିଆଯାଇଛି। ଚଳିତବର୍ଷ ୨.୪ ଲକ୍ଷ ମେଟ୍ରିକ ଟନ ଆଳୁ ଉତ୍ପାଦନ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ୨୦୩୬ ଓ ୨୦୪୭କୁ ଦୃଷ୍ଟିରେ ରଖି ସମୃଦ୍ଧ ଓଡ଼ିଶା ଓ ବିକଶିତ ଓଡ଼ିଶାର ଭିଜନ ପ୍ରସ୍ତୁତ କରାଯାଉଛି। ଏଥିପାଇଁ ସମସ୍ତଙ୍କର ମିଳିତ ଉଦ୍ୟମ ଜରୁରୀ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଓ ଅତିଥିମାନେ କୃଷି କ୍ଷେତ୍ରରେ ସଫଳତା ହାସଲ କରିଥିବା ରାଜ୍ୟର ୧୦ଜଣ ସଫଳ ଚାଷୀ ଓ ୯ ଜଣ ଉଦ୍ୟାନ କୃଷି ଚାଷୀଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ବିଭାଗ ପକ୍ଷରୁ ପ୍ରକାଶିତ ‘ଅମଳ ଉତ୍କଳ’ ପୁସ୍ତକ, ଇମେଜର ଅଫିସିଆଲ ୱେବ୍‌ସାଇଟ୍‌ ଉନ୍ମୋଚନ କରାଯାଇଥିଲା। ଉପ-ମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତୀକରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ କହିଛନ୍ତି, ପଶ୍ଚିମବଙ୍ଗର ଆଳୁ ଉପରେ ମନମାନିକୁ ଦେଖି ରାଜ୍ୟରେ ଚାଷୀମାନଙ୍କୁ ଉନ୍ନତ ମାନର ଆଳୁ ବିହନ ଯୋଗାଇ ଦିଆଯାଇଛି। ରାଜ୍ୟରେ ୫୮ଟି ଶୀତଳଭଣ୍ଡାର ପ୍ରତିଷ୍ଠା କରାଯିବ। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ଅଦିନିଆ ବର୍ଷା କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ଯାହା ଆବଶ୍ୟକ ହେବ ରାଜ୍ୟ ସରକାର ତାହା ଯୋଗାଇଦେବେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଯୋଗ ଦେଇଥିବା ବେଳେ କୃଷି ଓ କୃଷକ କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବ ଅରବିନ୍ଦ ପାଢ଼ୀ ସ୍ବାଗତ ଭାଷଣ ଦେଇଥିଲେ। କୃଷି ଏବଂ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ପ୍ରେମ୍‌ ଚନ୍ଦ୍ର ଚୌଧାରୀ ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?