ରାଜ୍ୟ ସରକାର ଜବାବ ଦାଖଲ କଲେ

କଟକ ଅଫିସ,୨୨।୩  ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ସମସ୍ତ ସଦସ୍ୟ ପଦବୀ ଖାଲି ପଡ଼ିବା ମାମଲାରେ ରାଜ୍ୟ ସରକାରଙ୍କ ପକ୍ଷରୁ ହାଇକୋର୍ଟରେ ମଙ୍ଗଳବାର ଜବାବ ଦାଖଲ କରାଯାଇଛି। ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗର ମାର୍ଚ୍ଚ ୧୪ ତାରିଖ ବିଜ୍ଞପ୍ତି ଅନୁଯାୟୀ ୩ ଜଣଙ୍କୁ ସଦସ୍ୟ ପଦରେ ନିଯୁକ୍ତି ଦିଆଯାଇଛି। ସେମାନେ ହେଲେ କଟକରୁ ଅନିତା ବେହେରା, ଭୁବନେଶ୍ୱରରୁ ସସ୍ମିତା ନନ୍ଦ ଓ ବାରିପଦାରୁ ଛବି ମାହାଲି। ଅବଶିଷ୍ଟ ସଦସ୍ୟ ପଦ ଖୁବ୍‌ଶୀଘ୍ର ପୂରଣ ହେବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ହାଇକୋର୍ଟଙ୍କୁ ଅବଗତ କରାଯାଇଛି। ଆବେଦନକାରୀ ଆଇନଜୀବୀ ପ୍ରବୀର କୁମାର ଦାସ ଏହା ଉପରେ ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରି କହିଥିଲେ, ସଦସ୍ୟ ପଦ ଖାଲି ହେବାର ୧୮୦ ଦିନ ମଧ୍ୟରେ ପୂରଣ ହେବା ନିୟମ ରହିଥିବା ବେଳେ ଏଠାରେ ତାହା କରାଯାଇନାହିଁ। ତେବେ ଖୁବ୍‌ଶୀଘ୍ର ସମସ୍ତ ସଦସ୍ୟ ପଦବୀ ରାଜ୍ୟ ସରକାର ପୂରଣ କରିବେ ବୋଲି ହାଇକୋର୍ଟ ଆଶାବ୍ୟକ୍ତ କରିଥିଲେ। ମୁଖ୍ୟ ବିଚାରପତି ଏସ୍‌. ମୁରଲୀଧର ଓ ବିଚାରପତି ଗୌରୀଶଙ୍କର ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରିଥିଲେ। ଆସନ୍ତା ଜୁଲାଇ ୪ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।
ମାମଲାର ବିବରଣୀରୁ ପ୍ରକାଶ, ଶିଶୁ ଅଧିକାର ସୁରକ୍ଷା ପାଇଁ ପ୍ରତିଷ୍ଠିତ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗରେ ୬ଟିଯାକ ସଦସ୍ୟ ପଦବୀ ଖାଲି ପଡ଼ିଥିଲା। ଏଥିରେ ଜଣେ ଅଧ୍ୟକ୍ଷ ଓ ୬ ଜଣ ସଦସ୍ୟ ରହିବାର ବ୍ୟବସ୍ଥା ରହିଛି। ୨୦୨୨ ଅକ୍ଟୋବର ୧୪ରେ ଆୟୋଗର ଅଧ୍ୟକ୍ଷା ନିଯୁକ୍ତି ପାଇଥିବାବେଳେ ସବୁ ସଦସ୍ୟ ପଦ ଖାଲି ପଡ଼ିଥିଲା। ସଦସ୍ୟ ପଦ ଖାଲି ହେବାର ୧୮୦ ଦିନ ମଧ୍ୟରେ ତାହା ପୂରଣ ହେବା କଥା। ହେଲେ ଏଠାରେ ତାହା କରାଯାଇ ନ ଥିଲା। ପୁଣି ଆୟୋଗର କୌଣସି ବୈଠକରେ ନିଷ୍ପତ୍ତି ପାଇଁ ଅଧ୍ୟକ୍ଷ ଓ ସଦସ୍ୟଙ୍କୁ ମିଶାଇ ୪ ଜଣଙ୍କ କୋରମ ବାଧ୍ୟତାମୂଳକ ରହିଛି। ସଦସ୍ୟଙ୍କ ଅଭାବରୁ କୌଣସି ବୈଠକର ନିଷ୍ପତ୍ତି ନିଆଯାଇପାରୁନାହିଁ। ଏଥିସହ ଗତ ଜାନୁୟାରୀ ୩୧ ତାରିଖ ସୁଦ୍ଧା ୨୩୭୨ ମାମଲା ଆୟୋଗରେ ବିଚାରାଧୀନ ରହିଛି। ଏହାବାଦ୍‌ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଆର୍ଥିକ ଦୁର୍ବଳ ଲୋକଙ୍କ ପାଇଁ ମୂଲ୍ୟବାନ୍‌ ସେବା ଯୋଗାଉଥିବା ଏକ ସଂସ୍ଥା। ଏଥିରେ କୌଣସି କୋର୍ଟ ଫି’ ଲାଗେନାହିଁ। ଓକିଲଙ୍କୁ ନିଯୁକ୍ତ କରିବାର ଆବଶ୍ୟକତା ମଧ୍ୟ ନାହିଁ। କେବଳ ସେତିକି ନୁହେଁ, ନ୍ୟାୟିକ ବ୍ୟବସ୍ଥାରେ ଅଦାଲତର ମାମଲା ଚାପକୁ ହ୍ରାସ କରିବାରେ ଆୟୋଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏସବୁ ଦୃଷ୍ଟିରୁ ତୁରନ୍ତ ଆୟୋଗରେ ସଦସ୍ୟ ନିଯୁକ୍ତି ଦେବା ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ଆଇନଜୀବୀ ପ୍ରବୀର କୁମାର ଦାସ ଫେବୃୟାରୀ ୮ରେ ହାଇକୋର୍ଟରେ ଏହି ଜନସ୍ବାର୍ଥ ମାମଲା ଦାଏର କରିଥିଲେ। ଏହି ମାମଲାର ପ୍ରଥମ ଶୁଣାଣି ଗତ ଫେବୃୟାରୀ ୧୬ରେ ଆୟୋଗର ସ୍ଥିତି ବିଷୟରେ ଜବାବ ଦାଖଲ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିବାବେଳେ ସରକାରଙ୍କ ପକ୍ଷରୁ ସମୟ ନିଆଯାଇଥିଲା। ପୁଣି ମାର୍ଚ୍ଚ ୯ ଶୁଣାଣିରେ ବି ଅଧିକ ସମୟ ନିଆଯାଇଥିଲା। ରାଜ୍ୟ ମୁଖ୍ୟ ଶାସନ ସଚିବ, ମହିଳା ଓ ଶିଶୁ ବିକାଶ ବିଭାଗର ସଚିବ ଏବଂ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ଆୟୋଗର ସଚିବଙ୍କୁ ମାମଲାରେ ପକ୍ଷଭୁକ୍ତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri