ସ୍ପେକ୍ଟ୍ରମ ଦେୟ ପ୍ରଦାନ କଲା ରିଲାଏନ୍ସ ଜିଓ

ମୁମ୍ବାଇ,୨୦।୧: ଦେଶର ଅଗ୍ରଣୀ ଟେଲିକମ୍‌ ସଂସ୍ଥା ରିଲାଏନ୍ସ ଜିଓ ଇନ୍‌ଫୋକମ୍‌ ଲିମିଟେଡ୍‌ (ଆର୍‌ଜେଆଇଏଲ୍‌) ପକ୍ଷରୁ ବୁଧବାର ଘୋଷଣା କରାଯାଇଛି ଯେ ଏହା ୨୦୧୪,୨୦୧୫, ୨୦୧୬ ବର୍ଷରେ ହୋଇଥିବା ନିଲାମରେ ହାସଲ କରିଥିବା ସ୍ପେକ୍ଟ୍ରମ୍‌ ଏବଂ ୨୦୨୧ ବର୍ଷରେ ଭାରତୀ ଏୟାରଟେଲ୍‌ ସହିତ ଟ୍ରେଡିଂ ଅଫ୍‌ ରାଇଟ୍‌ ଜରିଆରେ ହାସଲ କରିଥିବା ସ୍ପେକ୍ଟ୍ରମ୍‌ ପାଇଁ ନିର୍ଦ୍ଧାରିତ ସମୟ ପୂର୍ବରୁ ସମସ୍ତ ସ୍ପେକ୍ଟ୍ରମ୍‌ ଦେୟ ବାବଦରେ ଟେଲିକମ୍‌ ବିଭାଗକୁ ୩୦,୭୯୧ କୋଟି ଟଙ୍କା ଅଗ୍ରିମ ପ୍ରଦାନ କରିଛି। ଏହି ନିଲାମ ଓ ଟ୍ରେଡିଂରେ କମ୍ପାନୀ ମୋଟ ୫୮୫.୩ ମେଗାହର୍ଜ ସ୍ପେକ୍ଟ୍ରମ୍‌ ହାସଲ କରିଥିଲା। ୨୦୧୬ ବର୍ଷରେ ନିଲାମରେ ହାସଲ କରାଯାଇଥିବା ସ୍ପେକ୍ଟ୍ରମ୍‌ ପାଇଁ ରିଲାଏନ୍ସ ଜିଓ ପକ୍ଷରୁ ୨୦୨୧ ଅକ୍ଟୋବରରେ ପ୍ରଥମ କିସ୍ତିର ଅଗ୍ରିମ ଦେୟ ପ୍ରଦାନକୁ କାର୍ଯ୍ୟକାରୀ କରାଯାଇଥିଲା। ଏହା ପରେ ୨୦୨୧ ଡିସେମ୍ବରରେ ଟେଲିକମ୍‌ ବିଭାଗ ନିଷ୍ପତ୍ତି ଅନୁସାରେ ଘୁଞ୍ଚତ୍ଥିବା (ଡେଫର୍ଡ) ସ୍ପେକ୍ଟ୍ରମ୍‌ ଦେୟକୁ ଯେକୌଣସି ତାରିଖରେ ଦେଇପାରିବା ଲାଗି ଟେଲିକମ୍‌ କମ୍ପାନୀଗୁଡ଼ିକୁ ଅନୁମତି ପ୍ରଦାନ କରାଯିବା ପରେ ଆର୍‌ଜେଆଇଏଲ୍‌ ଚଳିତ ମାସରେ ୨୦୧୪ ଓ ୨୦୧୫ର ନିଲାମରେ ହାସଲ କରିଥିବା ତଥା ଟ୍ରେଡିଂ ଜରିଆରେ ହାସଲ କରାଯାଇଥିବା ସ୍ପେକ୍ଟ୍ରମ୍‌ ପାଇଁ ଘୁଞ୍ଚତ୍ଥିବା ସମସ୍ତ ସ୍ପେକ୍ଟ୍ରମ୍‌ ଦେୟର ଅଗ୍ରିମ ପେମେଣ୍ଟ କରାଯାଇଛି। ଏହି ଦେୟଗୁଡ଼ିକୁ ୨୦୨୨-୨୩ ବର୍ଷରୁ ୨୦୩୪-୩୫ ଆର୍ଥିକ ବର୍ଷ ମଧ୍ୟରେ ୭ ବର୍ଷରୁ ଅଧିକ ହାରାହାରି ଅବଧି ସହିତ ବାର୍ଷିକ ୯.୩୦% ରୁ ୧୦% ଭଳି ସୁଧ ହାରରେ ବାର୍ଷିକ କିସ୍ତି ଜରିଆରେ ପ୍ରଦାନ କରିବାର ଥିଲା। କମ୍ପାନୀର ଆକଳନ ଅନୁଯାୟୀ ଏବେ ସମୟ ପୂର୍ବରୁ ଏହି ଅଗ୍ରିମ ଦେୟ ପ୍ରଦାନ ଜରିଆରେ ଆର୍‌ଜେଆଇଏଲ୍‌ କେବଳ ସୁଧ ବାବଦରେ ଖର୍ଚ୍ଚ ହେବାକୁ ଥିବା ବାର୍ଷିକ ପ୍ରାୟ ୧୨୦୦ କୋଟି ଟଙ୍କାର ସଞ୍ଚୟ କରିପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଟଳିବ ବାଣିଜ୍ୟ ଯୁଦ୍ଧ;ଚାଇନା-ଆମେରିକା କଥାବାର୍ତ୍ତା ପାଇଁ ରାଜି

ଓସାକା,୩୦-୬: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଚାଇନା ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ ଶନିବାର ଦୁଇ ଦେଶ ମଧ୍ୟରେ ଆରମ୍ଭ ହୋଇଥିବା ବାଣିଜ୍ୟ ଯୁଦ୍ଧକୁ ବନ୍ଦ...

୪୭୦ ପଏଣ୍ଟ ଖସିଲା ସେନ୍‌ସେକ୍ସ

ମୁମ୍ବାଇ,୧୪।୪: ସୋମବାର ଭାରତୀୟ ଶେୟାର ବଜାରରେ କାରବାର ପ୍ରଭାବିତ ସ୍ଥିତିରେ ରହିଛି। ଏହି ସମୟରେ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ କାରବାର ୪୭୦ ପଏଣ୍ଟ ଖସିଥିବା ବେଳେ...

୧୦୦ କୋଟି ଦାନ କରିବେ ଲକ୍ଷ୍ମୀ ମିତ୍ତଲ

ଲଣ୍ଡନ,୨ା୪(ପି.ଟି.): ପ୍ରବାସୀ ଭାରତୀୟ କୋଟିପତି ଲକ୍ଷ୍ମୀ ଏନ୍‌. ମିତ୍ତଲ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଗଠିତ ପିଏମ୍‌-କେୟାର୍ସ ପାଣ୍ଠିକୁ ୧୦୦ କୋଟି ଟଙ୍କା ଦାନ କରିବେ ବୋଲି ଘୋଷଣା...

ମାନ୍ଦାବସ୍ଥା ସତ୍ତ୍ୱେ ତ୍ୱରିତ ହେବ ଭାରତର ବିକାଶ ହାର: ଆଇଏମ୍‌ଏଫ୍‌

ନୂଆଦିଲ୍ଲୀ,୧୭।୪:କୋଭିଡ୍‌-୧୯ ବର୍ତ୍ତମାନ ସାରା ବିଶ୍ୱକୁ କ୍ଷତିଗ୍ରସ୍ତ କରିଛି। ସାରା ବିଶ୍ୱରେ ହୋଇଥିବା ଲକ୍‌ଡାଉନ କାରଣରୁ ଆର୍ଥତ୍କ କାର୍ଯ୍ୟକଳାପ ଏବେ ଠପ୍‌ ହୋଇଛି। ବିକଶିତ କିମ୍ବା ଅଭିବୃଦ୍ଧିଶୀଳ...

ସହାୟତା ୩ ଗୁଣକୁ ବଢ଼ାଇଲା ଏଡିବି

ନୂଆଦିଲ୍ଲୀ,୧୪।୪: ଏସିଆନ୍‌ ଡେଭଲପମେଣ୍ଟ ବ୍ୟାଙ୍କ (ଏଡିବି) କୋଭିଡ୍‌-୧୯ ଲଢ଼େଇରେ ଯୋଗଦାନକୁ ଜୋର୍‌ଦାର କରିଛି। ଏହି ବ୍ୟାଙ୍କ ଏହାର ସଦସ୍ୟ ରାଷ୍ଟ୍ରଙ୍କୁ ପ୍ରଦାନ କରିଥିବା ପ୍ୟାକେଜକୁ ୩...

ଖୁଚୁରା ମୁଦ୍ରାସ୍ଫୀତି ୫.୯୧%

ନୂଆଦିଲ୍ଲୀ,୧୪।୪: ଚଳିତ ବର୍ଷ ମାର୍ଚ୍ଚରେ ଦେଶର ଖୁଚୁରା ମୁଦ୍ରାସ୍ଫୀତି ୫.୯୧% ହ୍ରାସ ଘଟିଛି। ଖାଦ୍ୟ ସାମଗ୍ରୀ ଦର କମିବାରୁ ଯୋଗୁ ଏଭଳି ସ୍ଥିତି ଉପୁଜିଥିବାରୁ ମୁଦ୍ରାସ୍ଫୀତି...

‘ନେଟ୍‌ ଜିରୋ ତ୍ୱରାନ୍ବିତକୁ ଗୁରୁତ୍ୱାରୋପ’

ଭୁବନେଶ୍ୱର,୧୫।୧୨: ବେଦାନ୍ତ ଆଲୁମିନିୟମ ପକ୍ଷରୁ ନିକଟରେ ଜାତୀୟ ଶକ୍ତି ସଂରକ୍ଷଣ ଦିବସ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀ ନେଟ୍‌ ଜିରୋକୁ ଅଧିକରୁ ଅଧିକ ତ୍ୱରାନ୍ବିତ...

ପାସେଞ୍ଜର ଯାନ ବିକ୍ରି ୫୧% କମିଲା

ନୂଆଦିଲ୍ଲୀ,୧୪।୪: ସାରା ଦେଶରେ ୨୧ ଦିନିଆ ଲକ୍‌ଡାଉନ ପାଇଁ ପାସେଞ୍ଜର ଯାନ ବିକ୍ରି ୫୧% କମିଛି। ସଂକ୍ରମଣ ଭୟରେ ଲୋକମାନେ ଏବେ ଘରୁ ବାହାରକୁ ବାହାରୁ...

Advertisement
Archives

Model This Week