ସ୍ପେକ୍ଟ୍ରମ ଦେୟ ପ୍ରଦାନ କଲା ରିଲାଏନ୍ସ ଜିଓ

ମୁମ୍ବାଇ,୨୦।୧: ଦେଶର ଅଗ୍ରଣୀ ଟେଲିକମ୍‌ ସଂସ୍ଥା ରିଲାଏନ୍ସ ଜିଓ ଇନ୍‌ଫୋକମ୍‌ ଲିମିଟେଡ୍‌ (ଆର୍‌ଜେଆଇଏଲ୍‌) ପକ୍ଷରୁ ବୁଧବାର ଘୋଷଣା କରାଯାଇଛି ଯେ ଏହା ୨୦୧୪,୨୦୧୫, ୨୦୧୬ ବର୍ଷରେ ହୋଇଥିବା ନିଲାମରେ ହାସଲ କରିଥିବା ସ୍ପେକ୍ଟ୍ରମ୍‌ ଏବଂ ୨୦୨୧ ବର୍ଷରେ ଭାରତୀ ଏୟାରଟେଲ୍‌ ସହିତ ଟ୍ରେଡିଂ ଅଫ୍‌ ରାଇଟ୍‌ ଜରିଆରେ ହାସଲ କରିଥିବା ସ୍ପେକ୍ଟ୍ରମ୍‌ ପାଇଁ ନିର୍ଦ୍ଧାରିତ ସମୟ ପୂର୍ବରୁ ସମସ୍ତ ସ୍ପେକ୍ଟ୍ରମ୍‌ ଦେୟ ବାବଦରେ ଟେଲିକମ୍‌ ବିଭାଗକୁ ୩୦,୭୯୧ କୋଟି ଟଙ୍କା ଅଗ୍ରିମ ପ୍ରଦାନ କରିଛି। ଏହି ନିଲାମ ଓ ଟ୍ରେଡିଂରେ କମ୍ପାନୀ ମୋଟ ୫୮୫.୩ ମେଗାହର୍ଜ ସ୍ପେକ୍ଟ୍ରମ୍‌ ହାସଲ କରିଥିଲା। ୨୦୧୬ ବର୍ଷରେ ନିଲାମରେ ହାସଲ କରାଯାଇଥିବା ସ୍ପେକ୍ଟ୍ରମ୍‌ ପାଇଁ ରିଲାଏନ୍ସ ଜିଓ ପକ୍ଷରୁ ୨୦୨୧ ଅକ୍ଟୋବରରେ ପ୍ରଥମ କିସ୍ତିର ଅଗ୍ରିମ ଦେୟ ପ୍ରଦାନକୁ କାର୍ଯ୍ୟକାରୀ କରାଯାଇଥିଲା। ଏହା ପରେ ୨୦୨୧ ଡିସେମ୍ବରରେ ଟେଲିକମ୍‌ ବିଭାଗ ନିଷ୍ପତ୍ତି ଅନୁସାରେ ଘୁଞ୍ଚତ୍ଥିବା (ଡେଫର୍ଡ) ସ୍ପେକ୍ଟ୍ରମ୍‌ ଦେୟକୁ ଯେକୌଣସି ତାରିଖରେ ଦେଇପାରିବା ଲାଗି ଟେଲିକମ୍‌ କମ୍ପାନୀଗୁଡ଼ିକୁ ଅନୁମତି ପ୍ରଦାନ କରାଯିବା ପରେ ଆର୍‌ଜେଆଇଏଲ୍‌ ଚଳିତ ମାସରେ ୨୦୧୪ ଓ ୨୦୧୫ର ନିଲାମରେ ହାସଲ କରିଥିବା ତଥା ଟ୍ରେଡିଂ ଜରିଆରେ ହାସଲ କରାଯାଇଥିବା ସ୍ପେକ୍ଟ୍ରମ୍‌ ପାଇଁ ଘୁଞ୍ଚତ୍ଥିବା ସମସ୍ତ ସ୍ପେକ୍ଟ୍ରମ୍‌ ଦେୟର ଅଗ୍ରିମ ପେମେଣ୍ଟ କରାଯାଇଛି। ଏହି ଦେୟଗୁଡ଼ିକୁ ୨୦୨୨-୨୩ ବର୍ଷରୁ ୨୦୩୪-୩୫ ଆର୍ଥିକ ବର୍ଷ ମଧ୍ୟରେ ୭ ବର୍ଷରୁ ଅଧିକ ହାରାହାରି ଅବଧି ସହିତ ବାର୍ଷିକ ୯.୩୦% ରୁ ୧୦% ଭଳି ସୁଧ ହାରରେ ବାର୍ଷିକ କିସ୍ତି ଜରିଆରେ ପ୍ରଦାନ କରିବାର ଥିଲା। କମ୍ପାନୀର ଆକଳନ ଅନୁଯାୟୀ ଏବେ ସମୟ ପୂର୍ବରୁ ଏହି ଅଗ୍ରିମ ଦେୟ ପ୍ରଦାନ ଜରିଆରେ ଆର୍‌ଜେଆଇଏଲ୍‌ କେବଳ ସୁଧ ବାବଦରେ ଖର୍ଚ୍ଚ ହେବାକୁ ଥିବା ବାର୍ଷିକ ପ୍ରାୟ ୧୨୦୦ କୋଟି ଟଙ୍କାର ସଞ୍ଚୟ କରିପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଗହମକୁ ନେଇ ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି: ବର୍ଷେ ପରେ ହଟିଲା କଟକଣା

ନୂଆଦିଲ୍ଲୀ,୨୪।୮: ଭାରତ ସରକାର ଗହମ ରପ୍ତାନି ଉପରେ ଲାଗିଥିବା କଟକଣାକୁ ହଟାଇ ଦେଇଛନ୍ତି। ଡାଇରେକ୍ଟରେଟ ଜେନେରାଲ ଅଫ ଫରେନ ଟ୍ରେଡ (DGFT) ପକ୍ଷରୁ ଜାରି ନୋଟିଫିକେସନରେ ଏହି…

ବଜାରରେ ସରିଯିବ ପିଆଜ! ଦର ବଢ଼ିବା ମଧ୍ୟରେ ସରକାର କହିଲେ…

ନୂଆଦିଲ୍ଲୀ,୨୪।୮: ପିଆଜ ଦର ବଢ଼ୁଥିବା ମଧ୍ୟରେ ଏହାର ଯୋଗାଣ ବଢ଼ାଇବା ପାଇଁ ସରକାର ପଦକ୍ଷେପ ତ୍ୱରାନୱିତ କରିଛନ୍ତି। ସରକାର କହିଛନ୍ତି ଯେ, ଦେଶରେ ବର୍ତ୍ତମାନ ପିଆଜର ପର୍ଯ୍ୟାପ୍ତ…

SIM ବ୍ୟବହାରକାରୀଙ୍କ ପାଇଁ ବଡ଼ ଖବର, ବଦଳିଲା ନିୟମ; ପାଖରେ ଏତିକି ସିମ୍‌ ଥିଲେ ମିଳିବନି…

ନୂଆଦିଲ୍ଲୀ,୨୪।୮: ମୋବାଇଲ ସିମ କାର୍ଡ ନେବା, ବଦଳାଇବା, ଟ୍ରାନ୍ସଫର କରିବା କିମ୍ବା ବନ୍ଦ କରିବାର ନିୟମ ଏବେ ଆହୁରି କଡ଼ା ହୋଇଛି। ନକଲି ସିମ କାର୍ଡ ଓ…

ଖୁସିଖବର: ମାତ୍ର ୧୩-୧୪ ଟଙ୍କାରେ ମିଳୁଛି ଚିନି! ଜାଣନ୍ତୁ କିଏ ପାଇପାରିବେ ଏହି ସୁବିଧା

ନୂଆଦିଲ୍ଲୀ,୨୪।୮: ଚିନିର ଦର ଲଗାତାର ବଢ଼ିବାରୁ ସାଧାରଣ ଲୋକଙ୍କ ଉପରେ ମହଙ୍ଗା ମାଡ଼ ବଢ଼ିଛି। ଦୈନନ୍ଦିନ ରୋଷେଇରେ ଚିନିର ବ୍ୟବହାର ହେଉଥିବା ବେଳେ ପର୍ବପର୍ବାଣୀ ସମୟରେ ଏହାର…

ମଧ୍ୟବିତ୍ତକୁ ପୁଣି ବଡ଼ ଝଟକା: ଚିନି-ପିଆଜ ପରେ ଏବେ ମହଙ୍ଗା ହେଲା…

ନୂଆଦିଲ୍ଲୀ,୨୪।୮: ଦେଶରେ ଖାଦ୍ୟ ସାମଗ୍ରୀର ଦରବୃଦ୍ଧି ଏବେ ସାଧାରଣ ଲୋକଙ୍କ ଚିନ୍ତା ବଢ଼ାଇଛି। ପିଆଜ ଓ ରୋଷେଇ ତେଲ ପରେ ଏବେ ଡାଲିର ଦର ମଧ୍ୟ ବଢ଼ିବା…

SIM କାର୍ଡ ନିୟମରେ ବଡ଼ ପରିବର୍ତ୍ତନ! କାଲିଠୁ ଏମାନଙ୍କର କଟିଯିବ କନେକ୍ସନ…

ଯଦି ଆପଣଙ୍କ ନାମରେ ଏକାଧିକ ମୋବାଇଲ୍ ସିମ୍ କାର୍ଡ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ନିର୍ଦ୍ଧାରିତ ସୀମାଠାରୁ ଅଧିକ ମୋବାଇଲ୍…

କେନ୍ଦ୍ରୀୟ କର୍ମଚାରୀଙ୍କ ବଢିବ ଦରମା, ରାକ୍ଷୀରେ ଆସିବ DA!

ନୂଆଦିଲ୍ଲୀ,୨୩।୮: ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନଶନଭୋଗୀ ଅଷ୍ଟମ ବେତନ ଆୟୋଗ (8th Pay Commission) ଗଠନକୁ ଅପେକ୍ଷା କରିଥିବା ବେଳେ, ବର୍ତ୍ତମାନ ସେମାନଙ୍କ…

ଭାରତରେ କିଏ ସ୍ଥିର କରେ ଚିନି ଦାମ୍‌? ସରକାର ନା କୃଷକ, ଜାଣନ୍ତୁ…

ନୂଆଦିଲ୍ଲୀ,୨୩ା୮: ଚା’ କପ୍‌ରୁ ଆରମ୍ଭ କରି ପର୍ବପର୍ବାଣିର ମିଠା ପର୍ଯ୍ୟନ୍ତ, ଚିନି ପ୍ରତ୍ୟେକ ଘରର ଦୈନନ୍ଦିନ ଆବଶ୍ୟକତାର ଏକ ପ୍ରମୁଖ ଅଂଶ। ଏହି ସମୟରେ ଦେଶରେ ଚିନି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri