ଗୋଟିଏ ଘରୁ ଉଠିଲା ଦୁଇଟି କୋକେଇ: ଏକାବେଳେ ଆରପାରିକୁ ଚାଲିଗଲେ ମା’ ପୁଅ

ଜୟପୁର,୬।୧(ପବନ ପାଣିଗ୍ରାହୀ): ବିଧିର ବିଧାନ। ମାଆର ମୃତ୍ୟୁ ସହି ପାରିଲେନି ପୁଅ। ହୃଦ୍‌ଘାତରେ ଚାଲିଗଲା ୪୫ ବର୍ଷୀୟ ପୁଅର ଜୀବନ। ଗୋଟିଏ ଘରୁ ଉଠିଲା ଦୁଇଟି କୋକେଇ। ଏଭଳି ଘଟଣା ଜୟପୁର ପରିଛା ସାହିରେ ଘଟିଛି। ଏହାକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ମିଳିଥିବା ସୂଚନାନୁଯାୟୀ, ମା’ଙ୍କର ମୃତ୍ୟୁକୁ ନେଇ ପୁଅ ଅତ୍ୟନ୍ତ ଦୁଃଖରେ ଥିଲେ। ବସିଥିବା ବେଳେ ହଠାତ୍‌ ହୃଦ୍‌ଘାତ ହେବାରୁ ଟଳିପଡିଥିଲେ।

 

Dharitri – The Largest & Most Trusted Odia Daily

Share