ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଗାଁ ଶ୍ମଶାନରେ ହେବ ଯବାନଙ୍କ ଶେଷକୃତ୍ୟ

ବରଗଡ଼,୪ା୯(ପ୍ରେମାନନ୍ଦ ଖମାରୀ): ଜନ୍ମମାଟିରେ ପହଞ୍ଚିଲା ବିଏସ୍‌ଏଫ୍‌ ଯବାନଙ୍କ ମରଶରୀର। ଅତାବିରା ବ୍ଲକ ଗୋଡ଼ଭଗା ଗାଁର ଯବାନ ଖଗେନ୍ଦ୍ର ମହାପାତ୍ର ମେଘାଳୟରେ କାର୍ଯ୍ୟରତ ଥିବା ବେଳେ ଶହୀଦ ହୋଇଥିଲେ। ଗାଁ ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ତାଙ୍କର ଶେଷକୃତ୍ୟ କରାଯିବ।

ମିଳିଥିବା ସୂଚନାରୁ ପ୍ରକାଶ ଯେ, ସ୍ବର୍ଗତ ଖଗେନ୍ଦ୍ର ବିଏସ୍‌ଏଫ୍‌ ଯବାନ ଭାବେ ମଣିପୁର ଏବଂ ମେଘାଳୟ ଅଞ୍ଚଳରେ କାର୍ଯ୍ୟ କରୁଥିଲେ। ବୁଧବାର ସକାଳେ ପଡ଼ିଆରେ ଘାସ ସଫା କରୁଥିବା ବେଳେ ହଠାତ୍‌ ସେଠାରେ କୌଣସି କାରଣବଶତଃ ବିଦ୍ୟୁତ ଆଘାତର ସମ୍ମୁଖୀନ ହୋଇଥିଲେ। ତେବେ ସେଠାକାର ଏକ ଡାକ୍ତରଖାନାରେ ଡାକ୍ତର ଖଗେନ୍ଦ୍ରଙ୍କୁ ମୃତ ଘୋଷଣା କରିଥିଲେl

Share
Tags: bsf jawan