ଚମକ ହରାଉଛି ଶାମୁକା

ସମୁଦ୍ରରେ ଜୁଆର ଆସିଲେ କୂଳକୁ ଭାସିଆସେ ଶାମୁକା। ଜୁଆର ଫେରିଗଲେ ଆଉ ସେହିସବୁ ଶାମୁକା ବେଳାଭୂମିରେ ପଡ଼ିରହେ। ସକାଳର ସୂର୍ଯ୍ୟକିରଣରେ ଶାମୁକା ସବୁ ଚକ୍‌ ଚକ୍‌ କରି ଚମକି ଉଠେ। ଏଭଳି ଦୃଶ୍ୟ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ। ସେଇ ମୁହୂର୍ତ୍ତକୁ ପର୍ଯ୍ୟଟକମାନେ ମନଭରି ଉପଭୋଗ କରିବା ସହ ଫେରିଗଲା ବେଳେ ସ୍ମୃତି ସାଉଁଟିବା ଉଦ୍ଦେଶ୍ୟରେ ସାଙ୍ଗରେ କିଛି ସଂଗ୍ରହ କରି ନେଇଥାନ୍ତି। ମାତ୍ର ଏହି ଶାମୁକା ଉପରେ ପଡ଼ିଛି ଏବେ ପଶ୍ଚିମବଙ୍ଗ ମାଫିଆଙ୍କ ନଜର। ଦଲାଲମାନେ ସ୍ଥାନୀୟ ଲୋକଙ୍କୁ ଅର୍ଥ ଲାଳସା ଦେଇ ଶାମୁକା ସଂଗ୍ରହ କରିନେଉଛନ୍ତି। ଆଗଭଳି ଆଉ ବେଳାଭୂମିରେ ଶାମୁକା ଦେଖିବାକୁ ମିଳୁନି। ସତେଯେମିତି ଚମକ ହରାଇ ବସିଛି।
ବାଲେଶ୍ୱର ଜିଲା ଅଧୀନ ଚାନ୍ଦିପୁର ବେଳାଭୂମି, ବଳରାମଗଡ଼ି, ବାହାବଳପୁର, କଷାଫଳ, ବାଲିଆପାଳର ଚଉମୁଖ, ଡଗରା, ଭୋଗରାଇର ଉଦୟପୁର, ତାଳସାରୀ ସମେତ ବାହାନଗା ଓ ଗୋପାଳପୁର ଉପକୂଳରେ ମହିଳା ଓ ପୁରୁଷମାନେ ଅହରହ ଜାଲ ଧରି ଶାମୁକା ଧରିବାରେ ଲାଗିଥାନ୍ତି। ପ୍ରତ୍ୟେକ ଦିନ ସମୁଦ୍ର ବେଳାଭୂମିରେ ଛୋଟ ଫାଶ ଥିବା ଜାଲ ବସା ଯାଇଥାଏ। ସମୁଦ୍ରର ଜୁଆର ଆସିଲେ ପାଣି ସହ ଜୀବନ୍ତ ଓ ମୃତ ଶାମୁକା ଭାସି ଆସିଥାନ୍ତି। ଜୁଆର ଛାଡ଼ିବା ପରେ ଶାମୁକା ସବୁ ଜାଲରେ ଲାଗିଯାନ୍ତି। ସଂଗୃହୀତ ଶାମୁକା ୫୦କେଜି ବସ୍ତାକୁ ୫୦ରୁ ୧୦୦ଟଙ୍କା ଦରରେ ଦଲାଲମାନେ କିଣୁଛନ୍ତି। ବେଆଇନ ଭାବେ ଏହି ଶାମୁକାକୁ ପଶ୍ଚିମବଙ୍ଗକୁ ରପ୍ତାନି କରି କୁଇଣ୍ଟାଲ ପ୍ରତି ୪ରୁ ୫ହଜାର ଟଙ୍କାରେ ବିକ୍ରି କରୁଛନ୍ତି। ଏହି ଶାମୁକାରେ ମୁଖ୍ୟତଃ ମାଛ ଖାଦ୍ୟ ଓ ଦାନା ତିଆରି ହୋଇଥାଏ। ଏହାବ୍ୟତୀତ କୁକୁଡ଼ା ଦାନା, ଚୂନ ଓ ଘର ତିଆରି ଉପକରଣ ମଧ୍ୟ ତିଆରି ହୋଇଥାଏ। ଶାମୁକାରେ ପ୍ରଚୁର ପରିମାଣରେ ପ୍ରୋଟିନ ଥିବାରୁ ମାଛ ବୃଦ୍ଧି ଓ କୁକୁଡ଼ାର ଅଣ୍ଡା ଗୁଣବତ୍ତା ବୃଦ୍ଧି କରିବାରେ ତାହା ସହାୟକ ହୋଇଥାଏ। ତେବେ ଓଡ଼ିଶାରୁ ଅତି ଶସ୍ତାରେ ଶାମୁକା ଚାଲାଣ ବେଳେ ଏହାର ଗୁଣ୍ଡ ଦାନାକୁ ଓଡ଼ିଶା ବେପାରୀ ଚଢ଼ା ଦରରେ କିଣିବାକୁ ବାଧ୍ୟ ହେଉଛନ୍ତି। ଅପରପକ୍ଷରେ ପଡ଼ିରହିଥିବା ଶାମୁକାର ଦୁର୍ଗନ୍ଧରେ ପର୍ଯ୍ୟଟକମାନେ ବେଳାଭୂମିକୁ ଆସିବାକୁ ମୁହଁ ମୋଡୁଛନ୍ତି। ବିଶେଷକରି ଭୋଗରାଇ ଓ ବାଲିଆପାଳ ସମୁଦ୍ର ଉପକୂଳକୁ ପ୍ରଜନନ ଋତୁରେ ଅଲିଭ ରିଡ୍‌ଲେ ଅଣ୍ଡା ଦେବାକୁ ଭୟରେ ଆସୁନାହାନ୍ତି।

ବନ୍ୟପ୍ରାଣୀ ଆଇନ ଅନୁଯାୟୀ ସମୁଦ୍ରରୁ ଶାମୁକା ଧରିବା ଓ ବିକ୍ରି କରିବା ବେଆଇନ। ଶାମୁକା ଧରିବାରେ ସରକାରୀ ନିୟମ ଲାଗୁ ହେଲେ ରାଜସ୍ବ ମିଳିବା ସହ ପରିବେଶ ସନ୍ତୁଳନ ରହିପାରନ୍ତା।
– ଡ. ସିଦ୍ଧାର୍ଥ ପତି, ପରିବେଶ ବିଜ୍ଞାନୀ।

ଶାମୁକା ସବୁ ଗୋଟାଇ ବେଳାଭୂମିରେ ଗଦା କରାଯାଉଥିବାରୁ ବେଳାଭୂମି ଅପରିଷ୍କାର ହୋଇଥାଏ। ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହେବା ଯୋଗୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକମାନେ ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ଦ୍ୱିଧା ପ୍ରକାଶ କରନ୍ତି।
-ଅଧ୍ୟାପକ ଅନିଲ କୁମାର ଭୂୟାଁ, ପରିବେଶପ୍ରେମୀ


Enter your email to get our daily news in your inbox.

All Right Reserved By Dharitri.Com

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

ଅନ୍ୟ ଜାତିର ଝିଅକୁ ପ୍ରେମ ବିବାହ ପଡିଲା ମହଙ୍ଗା: ଲଣ୍ଡା ହେଲେ ବର, ଚୁଟି କାଟିଲେ କନ୍ୟା

କୋରାପୁଟ,୨୩।୩(ଅମିତାଭ ବେହେରା ):ଆଧୁନିକ ସଭ୍ୟ ସମାଜରେ ଏବଂ ଡିଜିଟାଲ ଯୁଗରେ ଏବେ ମଧ୍ୟ କୁଳପ୍ରଥା ବଞ୍ଚିଛି । ଏହାର ଏକ ଜ୍ୱଳନ୍ତ ନମୁନା କୋରାପୁଟ ବ୍ଲକ ମାଛରା…

ବୋଟ୍‌ରୁ କାଢ଼ୁଥିଲେ ମାଛ ହଠାତ୍‌ ଟଳିପଡ଼ିଲେ…

ବାଲେଶ୍ୱର,୨୩।୩(ବାଞ୍ଛାନିଧି ଦେ): ବିଷାକ୍ତ ଗ୍ୟାସ ଯୋଗୁ ଦୁଇ ଜଣ ବୋଟ କର୍ମଚାରୀଙ୍କ ମତ୍ୟୁ ଅଭିଯୋଗ ହୋଇଛି। ବାଲେଶ୍ୱର ଜିଲା ବଳରାମଗଡ଼ି ମେରାଇନ ଥାନା ନାଉପାଳଗଡ଼ିରେ ଏଭଳି ଘଟଣା…

ମା’ ବୁଢ଼ୀ ଠାକୁରାଣୀ ମନ୍ଦିର ପ୍ରତିଷ୍ଟା ଉତ୍ସବରେ ଯୋଗଦେଲେ ରାଜ୍ୟ ଶିଶୁ ସୁରକ୍ଷା ଅଧ୍ୟକ୍ଷା

ଗଞ୍ଜାମ,୨୩।୩(ବିଦ୍ୟାଧର ସାହୁ): ରାଜ୍ୟ ଶିଶୁ ସୁରକ୍ଷା ଅଧ୍ୟକ୍ଷା ବବିତା ପାତ୍ର ଗଞ୍ଜାମ ଜଲାର ଗ୍ରସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହ ନିମନ୍ତ୍ରଣକ୍ରମେ ଗଞ୍ଜାମ ବ୍ଲକ ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri