Posted inଜାତୀୟ

ରାଜଧାନୀ ଆକାଶରେ ଘୋଟି ଆସିଲା ଅନ୍ଧାର, ଆଜିଠାରୁ ଜୁଲାଇ ୫ ପର୍ଯ୍ୟନ୍ତ ହେବ ବଡ଼ଧରଣର…

ନୂଆଦିଲ୍ଲୀ,୨୯ା୬: ରାଜଧାନୀ ଦିଲ୍ଲୀ ଆକାଶରେ ହଠାତ୍‌ ମାଡ଼ିଆସିଲା ଅନ୍ଧାର। ଏହା ପରେ ପ୍ରବଳ ବର୍ଷା ହେବାରୁ ଚାରିଆଡ଼େ ପାଣି ହୋଇଯାଇଛି। ଯଦିଓ ଏନ୍‌ସିଆର ଅଞ୍ଚଳର ବାସିନ୍ଦାମାନଙ୍କୁ ଗରମ ଏବଂ ଆର୍ଦ୍ରତାରୁ ମୁକ୍ତି ମିଳିଛି ମାତ୍ର ଝଡ଼ବର୍ଷା ଯୋଗୁ ଅନେକ ସମସ୍ୟା ଭୋଗ କରିଛନ୍ତି ରାଜଧାନୀବାସୀ।

ଦିଲ୍ଲୀ ସମେତ ଫରିଦାବାଦ, ଗ୍ରେଟର ନୋଏଡା, ନୋଏଡା, ଗୁରୁଗ୍ରାମ ଏବଂ ଗାଜିଆବାଦରେ ୯ ମିମିରୁ ଅଧିକ ବର୍ଷା ରେକର୍ଡ କରାଯାଇଛି। ଦିଲ୍ଲୀର ଅନେକ ସ୍ଥାନରେ ବର୍ଷା ସହିତ ପ୍ରବଳ ଝଡ଼ବର୍ଷା ମଧ୍ୟ ଦେଖାଯାଇଛି।

ରବିବାର ସକାଳଠାରୁ ଦିଲ୍ଲୀରେ କଳା ମେଘ ଘୋଟି ରହିଛି। ଭାରତୀୟ ପାଣିପାଗ ବିଭାଗ (IMD) ସୂଚନା ଦେଇଛି ଯେ, ଆଜିଠାରୁ ରାଜଧାନୀରେ ପ୍ରବଳ ବର୍ଷା ଆରମ୍ଭ ହେବାର ସମ୍ଭାବନା ଅଛି। ପାଣିପାଗ ବିଭାଗ କହିଛି ଯେ ଏହି ବର୍ଷା ଦକ୍ଷିଣ-ପଶ୍ଚିମ ମୌସୁମୀର ପ୍ରବେଶର ସଙ୍କେତ। ତଥାପି ଏଥର ମୌସୁମୀ ଜୋରଦାର ହୋଇନାହିଁ। ଏହାର ଗତି ମନ୍ଥର ବୋଲି କୁହାଯାଉଛି କିନ୍ତୁ ଆଗାମୀ ଦିନରେ ବର୍ଷାର ତୀବ୍ରତା ବୃଦ୍ଧି ପାଇବାର ସମ୍ଭାବନା ଅଛି।

IMD ସ୍ପଷ୍ଟ କରିଛି ଯେ, ଉତ୍ତର ଭାରତରେ ଏହି ବର୍ଷାର କାରଣ ହେଉଛି ନିମ୍ନ ଚାପ କ୍ଷେତ୍ର ଯାହା ଅଧିକାଂଶ ଅଞ୍ଚଳକୁ ପ୍ରଭାବିତ କରୁଛି। ଏହି ଚାପ ଯୋଗୁ ନିରନ୍ତର ମେଘ ଘୋଟି ରହିଛି ଏବଂ ବର୍ଷା ହେଉଛି। ପୂର୍ବରୁ ମଧ୍ୟ ପାଣିପାଗ ବିଭାଗ ମୌସୁମୀର ଧିରେ ଧିରେ ବୃଦ୍ଧି ପାଇବାର ପୂର୍ବାନୁମାନ କରିଥିଲା ଯାହା ଏବେ ଦିଲ୍ଲୀ-NCRରେ ସତ୍ୟ ପ୍ରମାଣିତ ହେଉଥିବା ପରି ମନେ ହେଉଛି।

ଭାରତୀୟ ପାଣିପାଗ ବିଭାଗ ଦିଲ୍ଲୀ-NCRରେ ଜୁଲାଇ ୫ ପର୍ଯ୍ୟନ୍ତ ଲଗାତର ବର୍ଷା ହେବାର ପୂର୍ବାନୁମାନ କରିଛି। ଏହା ଅଧୀନରେ, ଆଜି ଅର୍ଥାତ୍‌ ୨୯ ପାଇଁ ୟେଲୋ ଓ୍ବାର୍ନିଂ ଜାରି କରିଛି ପାଣିପାଗ ବିଭାଗ।

ବିଭାଗ ଲୋକଙ୍କୁ ଅଯଥା ବାହାରକୁ ନ ଯିବା ଏବଂ ବର୍ଷା ସମୟରେ ସୁରକ୍ଷିତ ସ୍ଥାନରେ ରହିବାକୁ ନିବେଦନ କରିଛି। ଆଗାମୀ ଦିନରେ ବର୍ଷା ଯୋଗୁ ତାପମାତ୍ରା ହ୍ରାସ ପାଇବା ସହିତ ପାଗ ଭଲ ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

ଶୀତରେ ଥରୁଛି ଉତ୍ତର ଭାରତ

ନୂଆଦିଲ୍ଲୀ,୫ା୧୨: ସମଗ୍ର ଉତ୍ତର ଭାରତ ଶୀତରେ ଥରୁଛି। ଶୁକ୍ରବାର ରାଜସ୍ଥାନ, ପଞ୍ଜାବ ଏବଂ ହରିୟାଣାର ଅଧିକାଂଶ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ନିମ୍ନରେ ରହିଛି। ତେବେ...

ଭାରତର ସବୁଠୁ ବିଶ୍ବାସଯୋଗ୍ୟ ଏହି ୩ଟି ବ୍ୟାଙ୍କ, RBI କଲା ବଡ଼ ଘୋଷଣା

ନୂଆଦିଲ୍ଲୀ,୫।୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI), HDFC, ଏବଂ ICICI ବ୍ୟାଙ୍କକୁ ଦେଶର ସବୁଠାରୁ ସୁରକ୍ଷିତ ବ୍ୟାଙ୍କ ଭାବରେ...

ପୁଟିନଙ୍କ କାର୍‌ ଠାରୁ କେତେ ଦମଦାର୍‌ ମୋଦିଙ୍କ କାର୍‌? ଜାଣନ୍ତୁ ଦୁଇଟାଯାକର ଦାମ୍‌

ନୂଆଦିଲ୍ଲୀ,୫।୧୨: ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ବିଶ୍ୱର ସବୁଠାରୁ ରହସ୍ୟମୟ ନେତାମାନଙ୍କ ମଧ୍ୟରୁ ଜଣେ ବୋଲି ବିବେଚନା କରାଯାଏ। ସେ ପ୍ରତ୍ୟେକ ଗସ୍ତରେ ଏକ ବୁଲେଟପ୍ରୁଫ...

ପୁଟିନ୍‌ଙ୍କୁ ଗୀତା ଉପହାର ଦେଲେ ମୋଦି

ନୂଆଦିଲ୍ଲୀ,୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଗସ୍ତରେ ଭାରତ ଆସିଛନ୍ତି। ଏଡି ଅବସରରେ ରାଷ୍ଟ୍ରପତି ପୁଟିନ୍‌ଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଶ୍ରୀମଦ୍‌ଭଗବତ...

ପୂର୍ବତନ ଡିଏସ୍‌ପିଙ୍କ ଝିଅ ହାତ ଧରିଲେ ବୃନ୍ଦାବନର ପ୍ରବଚକ ଇନ୍ଦ୍ରେଶ ଉପାଧ୍ୟାୟ

ଜୟପୁର,୫ା୧୨: ପ୍ରବଚକ ଇନ୍ଦ୍ରେଶ ଉପାଧ୍ୟାୟ ଏବଂ ପୂର୍ବତନ ଡିଏସ୍‌ପିଙ୍କ ଝିଅ ସିପ୍ରା ଜୟପୁରର ଏକ ହୋଟେଲରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ପ୍ରସିଦ୍ଧ ମଥୁରାର ପ୍ରବଚକ...

ଲଣ୍ଡନଠାରୁ ବି ମହଙ୍ଗା ହେଲା ପାଟନା-କୋଲକାତା ବିମାନ ଟିକେଟ, ଇଣ୍ଡିଗୋ ସଙ୍କଟ ପରେ ଭାଙ୍ଗିଲା ଭଡ଼ା ରେକର୍ଡ

ନୂଆଦିଲ୍ଲୀ,୫।୧୨: ଭାରତରେ ଗତ ଚାରି ଦିନ ମଧ୍ୟରେ ବିମାନ ଯାତ୍ରା ସମସ୍ୟା ବୃଦ୍ଧି ପାଇଛି। ଇଣ୍ଡିଗୋ ଏୟାରଲାଇନ୍ସର ୧,୦୦୦ ରୁ ଅଧିକ ବିମାନ ବାତିଲ ହେବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri