୫୪ ହଜାର ପଏଣ୍ଟ ଟପିଲା ସେନ୍‌ସେକ୍ସ

ମୁମ୍ବାଇ, ୫।୮: ବୁଧବାର ଲଗାତର ଦ୍ୱିତୀୟ ଦିନ ଲାଗି ଭାରତୀୟ ପୁଞ୍ଜିବଜାରରେ କାରବାର ଉନ୍ନତ ରହିଛି। ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ(ବିଏସ୍‌ଇ)ର ସେନ୍‌ସେକ୍ସ ପ୍ରଥମ ଥର ଲାଗି ୫୪ ହଜାର ପଏଣ୍ଟ ସ୍ତର ଟପିଛି। ବ୍ୟାଙ୍କିଙ୍ଗ୍‌ ଏବଂ ଫାଇନାନ୍ସିଆଲ ଷ୍ଟକ୍‌ କାରବାର ବଢିବା ଯୋଗୁ ସୂଚକାଙ୍କରେ ବୃଦ୍ଧି ଧାରା ଜାରି ରହିଛି। ଲଗାତର ତୃତୀୟ ସେସନ ହେବ ସୂଚକାଙ୍କ ବୃଦ୍ଧି ପାଇଛି। ବୁଧବାର ସେନ୍‌ସେକ୍ସ ୫୪୬ ପଏଣ୍ଟ(୧.୦୨%) ବୃଦ୍ଧି ହେବା ଯୋଗୁ ୫୪,୩୭୦ ପଏଣ୍ଟରେ ବନ୍ଦ ହୋଇଛି। ସେହିଭଳି ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ(ଏନ୍‌ଏସ୍‌ଇ) ନିଫ୍ଟି କାରବାର ୧୨୮ ପଏଣ୍ଟ (୦.୭୯%) ଊର୍ଦ୍ଧ୍ୱରେ ରହିବା ଯୋଗୁ ୧୬,୨୫୮ ପଏଣ୍ଟ ସ୍ତରରେ ବନ୍ଦ ହୋଇଛି।
ସେନ୍‌ସେକ୍ସରେ ଭଲ କାରବାର ହାସଲ କରିଥିବା କମ୍ପାନୀ ମଧ୍ୟରେ ଏଚ୍‌ଡିଏଫ୍‌ସି, କୋଟାକ ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, ଏଚ୍‌ଡିଏଫ୍‌ସି ବ୍ୟାଙ୍କ, ଆକ୍ସିସ ବ୍ୟାଙ୍କ ରହିଛି। ଏମାନଙ୍କ ଶେୟାର କାରବାର ପ୍ରାୟ ୪.୭୭% ବଢିଛି। ସେହିଭଳି ଟାଇଟାନ, ନେସ୍‌ଲେ ଇଣ୍ଡିଆ, ଅଲ୍ଟା କେମ୍‌କୋ, ସନ୍‌ ଫାର୍ମା, ମାରୁତି, ଭାରତୀ ଏୟାରଟେଲ ଭଳି କମ୍ପାନୀଗୁଡିକର ଶେୟାର ୨.୧୪% ନିମ୍ନରେ ରହିଛି।
ନିଫ୍ଟିର ବ୍ୟାଙ୍କ ଏବଂ ଫାଇନାନ୍ସ ଷ୍ଟକଗୁଡିକର ପ୍ରଦର୍ଶନ ବେଶ୍‌ ଭଲ ରହିଛି। ଏହା ଯଥାକ୍ରମେ ୨.୩୩% ଏବଂ ୨.୫୯% ବଢିଛି। ସେହିଭଳି କମ୍ପାନୀଗୁଡିକର ତ୍ରୈମାସିକ ଫଳାଫଳ ଉନ୍ନତ ହେବାରୁ ଏହା ବଜାର ଉପରେ ଭଲ ପ୍ରଭାବ ପକାଇଛି। ବିଶ୍ୱ ବଜାରର ସ୍ଥିତିରେ ସୁଧାର, ଘରୋଇ ବଜାରର ସ୍ବାଭାବିକ ସ୍ଥିତିକୁ ଫେରିବା ଏବଂ ଆର୍‌ବିଆଇ ପଦକ୍ଷେପ ଆଶାରେ ପୁଞ୍ଜି ବଜାର କାରବାର ବେଶ୍‌ ଉନ୍ନତ ରହିଥିବା ବଜାର ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୭ ହଜାର କ୍ରେଡିଟ୍‌ କାର୍ଡକୁ ବ୍ଲକ କଲା ICICI, ପ୍ରଭାବିତ ହୋଇଥିଲେ ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୨୬।୪: ବେସରକାରୀ ବ୍ୟାଙ୍କ ଆଇସିଆଇସିଆଇ ୧୭ ହଜାର କ୍ରେଡିଟ୍‌ କାର୍ଡକୁ ବ୍ଲକ୍‌ କରିଦେଇଛି। ନିକଟରେ କାର୍ଡଗୁଡ଼ିକ ଜାରି କରାଯାଇଥିବା ବେଳେ ଭୁଲ ୟୁଜର୍ସ ଥିବା ମାମଲା...

ଏହି କାରଣ ପାଇଁ ଦୁବେଙ୍କ ବଦଳରେ ହାର୍ଦ୍ଦିକଙ୍କୁ ଟି-୨୦ ବିଶ୍ୱକପ ଦଳରେ ମିଳିବ ସ୍ଥାନ: ରିପୋର୍ଟ

ନୂଆଦିଲ୍ଲୀ,୨୬।୪: ଭାରତ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଭଲ ଫର୍ମ ନଥାଇ ପାରନ୍ତି କିନ୍ତୁ ତାଙ୍କର ପୂର୍ବ ପ୍ରଦର୍ଶନ ବଳରେ ବା ତାଙ୍କ ପ୍ରତିବଦଳ ଖେଳାଳି...

ଅନେକ ଦିନର ହ୍ରାସ ପରେ ବଦଳିଲା ଟ୍ରେଣ୍ଡ, ପୁଣି ବୃଦ୍ଧି ପାଇଲା ସୁନା ଏବଂ ରୂପା ମୂଲ୍ୟ

ନୂଆଦିଲ୍ଲୀ,୨୬।୪: ଗତ କିଛି ଦିନ ହେବ ସୁନା ମୂଲ୍ୟରେ ହ୍ରାସ ଘଟିଥିଲା, କିନ୍ତୁ ଶୁକ୍ରବାର ସୁନା ଓ ରୂପା ମୂଲ୍ୟ ବୃଦ୍ଧି ପାଇଛି। ବଜାରରେ ସୁନା...

ଚଳିତ ବର୍ଷ ୬୦୦୦ ଫ୍ରେଶରଙ୍କୁ ନିଯୁକ୍ତି ଦେବ ଟେକ୍ ମହିନ୍ଦ୍ରା

ମୁମ୍ବାଇ,୨୬ା୪: ପ୍ରମୁଖ ଆଇଟି କମ୍ପାନୀ ଟେକ୍ ମହିନ୍ଦ୍ରା, ଏପ୍ରିଲ୍ ୨୫ ରେ ଘୋଷଣା କରିଛି ଯେ ଏହା ୨୦୨୫ ଆର୍ଥିକ ବର୍ଷରେ ୬,୦୦୦ ଫ୍ରେଶର୍ ନିଯୁକ୍ତ...

ଏଚ୍‌ଏମ୍‌ଏସ୍‌ଆଇର ନୂତନ ମାଇଲଖୁଣ୍ଟ

ଭୁବନେଶ୍ୱର,୨୬ା୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)କୁ ନିକଟରେ ଆଉ ଏକ ସଫଳତା ସହ ପୂର୍ବ ଭାରତ ବଜାରରେ କମ୍ପାନୀ ନୂତନ ମାଇଲଖୁଣ୍ଟ ହାସଲ...

ଅଟୋ ଏଜ୍‌-୨୦୨୪ ସମ୍ମିଳନୀ: ଅଟୋ ଉଦ୍ୟୋଗର ଆବଶ୍ୟକତା ପୂରଣ

ଭୁବନେଶ୍ୱର,୨୬ା୪: ବେଦାନ୍ତ ଆଲୁମିନିୟମର ବହୁ ପ୍ରତୀକ୍ଷିତ ତଥା ଜାତୀୟ ଅଟୋ ଦିବସ ଉପଲକ୍ଷେ ନୂଆଦିଲ୍ଲୀଠାରେ ‘ଅଟୋ ଏଜ୍‌-୨୦୨୪’ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ଶିଳ୍ପ ବିଶେଷଜ୍ଞ...

ଆକ୍ସିସ୍‌ ବ୍ୟାଙ୍କର ବାର୍ଷିକ ଫଳାଫଳ

ଭୁବନେଶ୍ୱର,୨୬ା୪: ଆକ୍ସିସ୍‌ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ ୨୦୨୩-୨୪ ଆର୍ଥତ୍କ...

ଜଳବାୟୁ ପରିବର୍ତ୍ତନ ପାଇଁ ବଢ଼ୁଛି ଦରଦାମ

ଭୁବନେଶ୍ୱର,୨୬ା୪(ଅନୁରାଧା ମହାରଣା): ଆସନ୍ତା ୫ବର୍ଷ ମଧ୍ୟରେ ଦେଶର ଅର୍ଥନୀତିର ବିକାଶ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଆକଳନ କରିଥିବାବେଳେ ପାଣିପାଗ ପରିବର୍ତ୍ତନ ଦରଦାମ ହ୍ରାସରେ ବାଧକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri