୫୨୯ ପଏଣ୍ଟ ବଢ଼ିଲା ସେନ୍‌ସେକ୍ସ

ନୂଆଦିଲ୍ଲୀ: ଲଗାତର ତୃତୀୟ ସେସନ ଲାଗି ଦେଶର ପୁଞ୍ଜିବଜାରରେ କାରବାର ଉନ୍ନତ ହୋଇଛି। ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ(ବିଏସ୍‌ଇ)ର ସେନ୍‌ସେକ୍ସ ଗୁରୁବାର ୫୦୦ ପଏଣ୍ଟରୁ ଊର୍ଦ୍ଧ୍ୱ ବଢିଛି। ୩୦ ଶେୟାର ବିଶିଷ୍ଟ ସେନ୍‌ସେକ୍ସ ୫୨୯ ପଏଣ୍ଟ(୧.୧୪%) ଊର୍ଦ୍ଧ୍ୱରେ ରହି ୪୬,୯୭୪ ପଏଣ୍ଟରେ ବନ୍ଦ ହୋଇଛି। ସେହିଭଳି ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ(ନିଫ୍ଟି) ୧୪୮ ପଏଣ୍ଟ(୧.୦୯%) ଉଚ୍ଚରେ ରହି ୧୩,୭୪୯ ପଏଣ୍ଟ ସ୍ତରରେ ବନ୍ଦ ହୋଇଛି। ସେନ୍‌ସେକ୍ସରେ ଆକ୍ସିସ ବ୍ୟାଙ୍କ, ସନ୍‌ ଫାର୍ମା, ଓଏନ୍‌ଜିସି, ରିଲାଏନ୍ସ, ଏଚ୍‌ଡିଏଫ୍‌ସି ଏବଂ ଆଇସିଆଇସିଆଇ ବ୍ୟାଙ୍କର ଷ୍ଟକ୍‌ ପ୍ରାୟ ୨.୯୪% ବୃଦ୍ଧି ପାଇଛି। ସେହିଭଳି ଇନ୍‌ଫୋସିସ୍‌, ନେସ୍‌ଲେ ଇଣ୍ଡିଆ, ଇଣ୍ଡସ୍‌ଇଣ୍ଡ ବ୍ୟାଙ୍କ, ଟେକ୍‌ ମହିନ୍ଦ୍ରା ଏବଂ ଡ ରେଡ୍ଡି ଶେୟାର ୧.୩୨% ହ୍ରାସ ପାଇଛି।
ଏନ୍‌ଏସ୍‌ଇ ପ୍ଲାଟ୍‌ଫର୍ମର ଫାଇନାନ୍ସିଆଲ ସର୍ଭିସ୍‌, ବ୍ୟାଙ୍କ, ପ୍ରାଇଭେଟ ବ୍ୟାଙ୍କ ପ୍ରାୟ ୧.୮୧% ବଢିଛି। ଘରୋଇ ଶେୟାର ବଜାରରେ ବିଦେଶୀ ନିବେଶକଙ୍କ ପୁଞ୍ଜିନିବେଶ ଜାରି ରହିଛି। ଏହା ସ୍ବଳ୍ପ ମିଆଦୀ ଭିତ୍ତିରେ ଜାରି ରହିବ। ବୁଧବାର ବିଦେଶୀ ନିବେଶକମାନେ ୫୩୧.୧୩ କୋଟି ଟଙ୍କା ନିବେଶ କରିଛନ୍ତି। କରୋନାର ଦ୍ୱିତୀୟ ଲହର ଯୋଗୁ ନିକଟରେ ଶେୟାର ବଜାର ୧୪୦୦ ପଏଣ୍ଟ ଖସିଥିଲା। ଫଳରେ ନିବେଶ ୭ ଲକ୍ଷ କୋଟି ଟଙ୍କାର କ୍ଷତି ସହିଥିଲେ। ମାତ୍ର ଏହା ପରେ ପ୍ରାୟ ୩ ଦିନ ହେବ ଶେୟାର ବଜାର ପୁଣି ଥରେ ଟ୍ରାକ୍‌କୁ ଫେରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିନା ପେଟ୍ରୋଲ୍‌ରେ ଚାଲିବ ବାଇକ୍‌! Hero ଆଣୁଛି ଦେଶର ପ୍ରଥମ ଇଥାନଲ୍ ଚାଳିତ ଫ୍ଲେକ୍ସ-ଫ୍ୟୁଏଲ୍ ବାଇକ୍‌; ଜାଣନ୍ତୁ…

ନୂଆଦିଲ୍ଲୀ,୨୮।୫: ଭାରତରେ ପରିବେଶ ଅନୁକୂଳ ତଥା ବିକଳ୍ପ ଜାଳେଣିର ବ୍ୟବହାରକୁ ପ୍ରୋତ୍ସାହନ ଦେବା ଦିଗରେ ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛି ଦେଶର ସବୁଠାରୁ ବଡ଼ ଦୁଇଚକିଆ ଯାନ…

JIOର ଟେନ୍‌ସନ୍‌ ବଢ଼ାଇଲା BSNL, ନୂଆ ପ୍ଲାନ୍‌ରେ ୨୮ ଦିନ ପାଇଁ ୨-ଜିବି ଡାଟା ସହ…

ନୂଆଦିଲ୍ଲୀ,୨୮ା୫: ସରକାରୀ ଟେଲିକମ୍‌ କମ୍ପାନୀ BSNL ନୂତନ ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ଏକ ଅତ୍ୟନ୍ତ ସୁଲଭ ପ୍ରିପେଡ୍‌ ପ୍ଲାନ ପ୍ରଚଳନ କରିଛି। କମ୍ପାନୀ ୫୧ରେ ଏକ…

ମେଟାର ବଡ଼ ଘୋଷଣା: ଏବେ ମାଗଣାରେ ଚାଲିବନି Instagram, WhatsApp, Facebook; ମୋବାଇଲ ଭଳି ହେବ ମାସିକ ରିଚାର୍ଜ!

ନୂଆଦିଲ୍ଲୀ:୨୮।୫: ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ପାଇଁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଫେସବୁକ, ଇନଷ୍ଟାଗ୍ରାମ ଏବଂ ହ୍‌ବାଟସଆପର ମାଲିକାନା କମ୍ପାନୀ ‘ମେଟା’ (Meta) ଏକ ବଡ଼…

Rule Change 1st June: ଜୁନ ୧ରୁ ବଦଳିଯିବ ୬ଟି ବଡ଼ ନିୟମ ପରିବର୍ତ୍ତନ ହେବ, ଆପଣଙ୍କ ପକେଟକୁ କରିବ ପ୍ରଭାବିତ

ନୂଆଦିଲ୍ଲୀ, ୨୮।୫: ମେ ମାସ ଶେଷ ହେବାକୁ ଯାଉଛି, ଏବଂ ଏହା ସହିତ, ଜୁନ ୧ ରୁ ଅନେକ ବଡ଼ ଆର୍ଥିକ ପରିବର୍ତ୍ତନ କାର୍ଯ୍ୟକାରୀ ହେବାର ଆଶା…

ପେଟ୍ରୋଲ ପମ୍ପରେ ତେଲ ବଳିଥିବାବେଳେ ଯଦି ଦାମ୍ ବଢ଼େ; ତେବେ କାହା ପକେଟ୍‌କୁ ଯାଏ ବର୍ଦ୍ଧିତ ଟଙ୍କା, ମାଲିକ ନା କମ୍ପାନୀ?

ନୂଆଦିଲ୍‌ଲୀ,୨୭।୫: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଉତ୍ତେଜନା ଯୋଗୁଁ ଗତ କିଛି ଦିନ ହେବ ପେଟ୍ରୋଲ ଏବଂ ଡିଜେଲ ଦର ଅନେକ ଥର ବୃଦ୍ଧି ପାଇଛି। ନିକଟରେ ପେଟ୍ରୋଲ ଲିଟର…

ସାବଧାନ! ଜୁନ୍ ୩୦ e-KYC ର ଶେଷ ତାରିଖ, ନିୟମ ନମାନିଲେ ଆସିବନି ଗ୍ୟାସ୍‌ ସିଲିଣ୍ଡର…

ନୂଆଦିଲ୍ଲୀ,୨୬।୫: ଯଦି ଆପଣ ଗ୍ୟାସ ସିଲିଣ୍ଡର ବ୍ୟବହାର କରୁଛନ୍ତି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ଗ୍ୟାସ ସିଲିଣ୍ଡର ଯୋଗାଣରେ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ ବଡ଼ ଖବର: ତତ୍କାଳ ଟିକେଟ୍ ପାଇଁ ଆସିଲା ନୂଆ ‘ଟୋକନ ନିୟମ’

ନୂଆଦିଲ୍ଲୀ,୨୬।୫: ରେଳଯାତ୍ରୀମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ତତ୍କାଳ ଟିକେଟ୍ କାଉଣ୍ଟରରେ ହେଉଥିବା ପ୍ରବଳ ଭିଡ଼ ଅନିୟମିତତାକୁ ରୋକିବା ପାଇଁ ଭାରତୀୟ ରେଳବାଇ ଏକ ବଡ଼ ପଦକ୍ଷେପ…

ଗୋଟିଏ ଦିନରେ କେତେ ତେଲ ବିକ୍ରି କରିପାରିବ ପେଟ୍ରୋଲ ପମ୍ପ? ଜାଣନ୍ତୁ କଣ ରହିଛି କୋଟା ଓ ସରକାରୀ ନିୟମ

ନୂଆଦିଲ୍ଲୀ,୨୬।୫: ଦେଶରେ ପେଟ୍ରୋଲ ଓ ଡିଜେଲର ବଢୁଥିବା ଦର ମଧ୍ୟରେ ପେଟ୍ରୋଲ ପମ୍ପଗୁଡ଼ିକର ବିକ୍ରି କ୍ଷମତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଆସନ୍ତୁ ଜାଣିବା ଜଣେ ପେଟ୍ରୋଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri