ସପ୍ତାହରେ ୨୨୭୯ ପଏଣ୍ଟ ବଢିଲା ସେନ୍‌ସେକ୍ସ

ନୂଆଦିଲ୍ଲୀ: ବିଶ୍ୱ ବଜାରର ଦୃଢ ସ୍ଥିତି ଯୋଗୁ ଭାରତୀୟ ଶେୟାର ବଜାର କାରବାର ଉନ୍ନତ ରହିଛି। ଗତ ଗୋଟିଏ ସପ୍ତାହ ମଧ୍ୟରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜର ସେନ୍‌ସେକ୍ସ ୨୨୭୯ ପଏଣ୍ଟ ବୃଦ୍ଧି ପାଇଛି। ସପ୍ତାହର ଶେଷ କାରବାର ଦିବସରେ ବିଏସ୍‌ଇ ସେନ୍‌ସେକ୍ସ ୫୫୨.୯୦ ପଏଣ୍ଟ ଉଚ୍ଚରେ ରହି ୪୧,୮୯୩.୦୬ ପଏଣ୍ଟ ସ୍ତରରେ ବନ୍ଦ ହୋଇଛି। ସେହିଭଳି ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ ନିଫ୍ଟି କାରବାର ମଧ୍ୟ ୧୪୩.୨୫ ପଏଣ୍ଟ ଉଚ୍ଚରେ ରହି ୧୨,୨୬୩.୫୫ ପଏଣ୍ଟ ସ୍ତରରେ ବନ୍ଦ ହୋଇଛି। ନିଫ୍ଟିର ବ୍ୟାଙ୍କ ଇଣ୍ଡେକ୍ସ ୪୮୫ ପଏଣ୍ଟ ଉଚ୍ଚରେ ରହିଛି। ନିଫ୍ଟିରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଶେୟାର କାରବାର ୩%ରୁ ଉର୍ଦ୍ଧ୍ୱରେ ରହି ବନ୍ଦ ହୋଇଛି। ଶେୟାର କାରବାର ବଢିବା ଯୋଗୁ କମ୍ପାନୀଗୁଡିକର ବଜାର ପୁଞ୍ଜୀକରଣ ୧୩.୬୯ ଲକ୍ଷ କୋଟି ଟଙ୍କା ଛୁଇଁଥିବା ଜଣାପଡିଛି।
ଆର୍‌ବିଏଲ୍‌, ଏଚ୍‌ଡିଏଫ୍‌ସି ଏବଂ ଇଣ୍ଡସଇଣ୍ଡ ବ୍ୟାଙ୍କର ଶେୟାର କାରବାର ବେଶ ଉନ୍ନତ ରହିଛି। ଅଟୋମୋବାଇଲ ଇଣ୍ଡେକ୍ସରେ ମାରୁତି ଏବଂ ବୋସ କମ୍ପାନୀର କାରବାର ଖସିଥିବା ବେଳେ ଏୟାରଟେଲ ଏବଂ ଗେଲ୍‌ କମ୍ପାନୀର ଶେୟାର ମଧ୍ୟ ଖସିଛି। ନିଫ୍ଟି ୫୦ ଇଣ୍ଡେକ୍ସରେ ଭଲ କାରବାର କରିଥିବା ୫ କମ୍ପାନୀଙ୍କ ମଧ୍ୟରେ ରିଲାଏନ୍ସ, ବଜାଜ ଫିନସର୍ଭ, ଇଣ୍ଡସଇଣ୍ଡ ବ୍ୟାଙ୍କ, ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଏବଂ କୋଟାକ ବ୍ୟାଙ୍କ ରହିଛି। ସେହିଭଳି କ୍ଷତି ସହିଥିବା ୫ କମ୍ପାନୀ ମଧ୍ୟରେ ମାରୁତି, ଗେଲ୍‌, ଭାରତୀ ଏୟାରଟେଲ, ଏସିଆନ ପେଣ୍ଟସ ଏବଂ ଗ୍ରାସିମ ରହିଛି। ବିଏସ୍‌ଇର ପ୍ରାୟ ୫୩% କମ୍ପାନୀର ଶେୟାର କାରବାର ଉନ୍ନତ ରହିଛି।
ଆମେରିକା ରାଷ୍ଟ୍ରପତି ନିର୍ବାଚନ ପ୍ରଭାବରେ ଶେୟାର ବଜାର ଚଳଚଞ୍ଚଳ ରହିଛି। ଗତ ୫ଟି ସେନ୍‌୍‌ସେକ୍ସ କାରବାର ୨୨୭୯ ପଏଣ୍ଟରୁ ଉର୍ଦ୍ଧ୍ୱ ପାଇଛି। ଗତ ଶୁକ୍ରବାର ସେନ୍‌ସେକ୍ସ ୩୯,୬୧୪ ପଏଣ୍ଟ ସ୍ତରରେ ରହିଥିଲା। ନିଫ୍ଟି ମଧ୍ୟ ୬୨୨ ପଏଣ୍ଟ ଉଚ୍ଚରେ ରହିଛି। ଏହା ଗତ ଶୁକ୍ରବାର ୧୧,୬୪୨ ସ୍ତରରେ ରହିଥିଲା। ବିଦେଶୀ ସଂସ୍ଥାଗତ ନିବେଶକ, ଆମେରିକା ରାଷ୍ଟ୍ରପତି ନିର୍ବାଚନ ଭଳି ଅନ୍ୟ ପ୍ରମୁଖ କାରଣ ଲାଗି ଶେୟାର ବଜାର ଉଚ୍ଚରେ ରହିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ବଦଳିଲା ଟୋଲ ନିୟମ: ହାଇୱେରେ ଯାତ୍ରା କରୁଥିବା ଲୋକଙ୍କ ଉପରେ କ’ଣ ପଡିବ ପ୍ରଭାବ? ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୭: ଯଦି ଆପଣ ପ୍ରାୟତଃ ଜାତୀୟ ରାଜପଥ (ନ୍ୟାଶନାଲ ହାଇୱେ) କିମ୍ବା ଏକ୍ସପ୍ରେସୱେରେ ଯାତ୍ରା କରନ୍ତି, ତେବେ NHAI (ଏନ.ଏଚ.ଏ.ଆଇ.) ର ଏହି ନୂତନ ନିୟମ ଆପଣଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri