୪୪୬ ପଏଣ୍ଟ ବଢ଼ିଲା ସେନ୍‌ସେକ୍ସ

ନୂଆଦିଲ୍ଲୀ: ମଙ୍ଗଳବାର ଦେଶର ପୁଞ୍ଜିବଜାରରେ କାରବାର ଉନ୍ନତ ରହିଛି। ବମ୍ବେ ଷ୍ଟକ ଏକ୍ସଚେଞ୍ଜ(ବିଏସ୍‌ଇ)ର ସେନ୍‌ସେକ୍ସ ଏହି ସମୟରେ ପ୍ରାୟ ୪୪୬ ପଏଣ୍ଟ ବଢିଥିବା ନଜରକୁ ଆସିଛି। ବିଶ୍ୱ ବଜାରରେ କାରବାର ଉନ୍ନତ ହେବା ଯୋଗୁ ବିଏସ୍‌ଇରେ ଷ୍ଟକ୍‌ କାରବାର ବେଶ୍‌ ଉନ୍ନତ ହୋଇଛି। ଦିନ ମଧ୍ୟରେ ସେନ୍‌ସେକ୍ସ ୪୪,୬୦୨ ପଏଣ୍ଟକୁ ବଢ଼ିଥିଲା। ବିଏସ୍‌ଇ ସୂଚକାଙ୍କ ୪୪୬ ପଏଣ୍ଟ(୧.୦୧%) ବଢିବା ଯୋଗୁ କାରବାର ଶେଷ ବେଳକୁ ଏହା ୪୪,୫୨୩ ପଏଣ୍ଟ ସ୍ତରରେ ରହିଛି। ସେହିଭଳି ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜର ନିଫ୍ଟି ୧୨୯ ପଏଣ୍ଟ ଉଚ୍ଚରେ ରହି ୧୩,୦୫୫ ପଏଣ୍ଟ ସ୍ତରରେ ରହିଛି।
ଆକ୍ସିସ ବ୍ୟାଙ୍କ, ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା, ଏଚ୍‌ଡିଏଫ୍‌ସି ବ୍ୟାଙ୍କ, ଆଇଟିସି ଏସ୍‌ବିଆଇ, ଆଇସିଆଇସିଆଇ ବ୍ୟାଙ୍କର ଷ୍ଟକ୍‌ କାରବାର ବେଶ୍‌ ଭଲ ରହିଥିବା ନଜରକୁ ଆସିଛି। ଏଚ୍‌ଡିଏଫ୍‌ସି, ଟାଇଟାନ, ନେସ୍‌ଲେ ଇଣ୍ଡିଆ, ଭାରତୀ ଏୟାରଟେଲ, ଓଏନ୍‌ଜିସି ଭଳି କମ୍ପାନୀ କାରବାର କ୍ଷତି ସହିଛନ୍ତି। ଏନ୍‌ଏସ୍‌ଇ ପ୍ଲାଟ୍‌ଫର୍ମରେ ବ୍ୟାଙ୍କ, ଘରୋଇ ବ୍ୟାଙ୍କ, ଅଟୋ, ଫାଇନାନ୍ସିଆଲ ସର୍ଭିସ୍‌ର ଶେୟାର ଭଲ କାରବାର ହାସଲ କରିଛି। କୋଭିଡ୍‌ ୧୯ ଟିକା ଆସିବା ଖବର ବଜାରରେ ଆଶା ଭରି ଦେଇଛି। ସେହିଭଳି ଅର୍ଥ ବ୍ୟବସ୍ଥାଗୁଡିକୁ ଖୋଲିବା ଲାଗି ପଦକ୍ଷେପ ନିଆଯାଉଥିବାରୁ ଏହା ନିବେଶକଙ୍କ ଉପରେ ସକାରାତ୍ମକ ମନୋଭାବ ସୃଷ୍ଟି କରିଛି। ଭାରତକୁ ଭାକ୍ସିନ ଆଣିବା ନେଇ ସେରମ ଇନ୍‌ଷ୍ଟିଚ୍ୟୁଟ୍‌ ଘୋଷଣା କରିଛି। ଏଭଳି ସ୍ଥିତିରେ ଭାରତରେ କରୋନାର ଦ୍ୱିତୀୟ ଲହର ଆରମ୍ଭ ହୋଇଥିବାରୁ ନିବେଶକ ଆଶଙ୍କାରେ ରହିଥିବା ବଜାର ବିଶେଷଜ୍ଞ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଏମ୍‌ଏସ୍‌ଏମ୍‌ଇ ପ୍ରତି ନରମ ହୁଅନ୍ତୁ ବ୍ୟାଙ୍କ’

ଭୁବନେଶ୍ୱର,୧୨-୮(ବ୍ୟୁରୋ): ନିଯୁକ୍ତି ସୃଷ୍ଟିରେ ସରକାରଙ୍କୁ ସହାୟତା କରିଥାଏ ଏମ୍‌ଏସ୍‌ଏମ୍‌ଇ ଜଗତ। ଏହି ସେକ୍ଟର ଲୋକଙ୍କୁ ଜୀବିକା ପ୍ରଦାନ ଦିଗରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଆସୁଛିି। ସବୁ ବ୍ୟବସାୟୀ...

-୪.୫% ରହିବ ଅଭିବୃଦ୍ଧି

ମୁମ୍ବାଇ,୧୩।୭: ଚଳିତ ଆର୍ଥତ୍କ ବର୍ଷରେ ଭାରତର ଅଭିବୃଦ୍ଧି ନକାରାତ୍ମକ ରହିବ। ଏହି ସମୟରେ ଘରୋଇ ବଜାରର ଅଭିବୃଦ୍ଧି -୪.୫% ରହିବ ବୋଲି ଫିକି ପକ୍ଷରୁ ହୋଇଥିବା...

ଦୁର୍ଗାପୁରରେ ନିର୍ମାଣ ହେବ ଗ୍ରୀନ ହାଇଡ୍ରୋଜେନ ପ୍ଲାଣ୍ଟ, ଶକ୍ତି କ୍ଷେତ୍ରରେ ୧୧,୯୦୦ କୋଟି ନିବେଶ…

କୋଲକାତା,୪।୧୨ : ପଶ୍ଚିମବଙ୍ଗ ସରକାର ଦୁର୍ଗାପୁରରେ ଗ୍ରାନ୍‌ ହାଇଡ୍ରୋଜେନ ପ୍ଲାଣ୍ଟ ସ୍ଥାପନ କରିବାକୁ ଯୋଜନା କରୁଛନ୍ତି। ରାଜ୍ୟଶକ୍ତି ମନ୍ତ୍ରୀ ଅରୁପ ବିଶ୍ୱାସ ସୂଚନା ଦେଇଛନ୍ତି ଯେ...

ଭାରତ ଛାଡିପାରେ ଏୟାର ଏସିଆ ଗ୍ରୁପ

କୁଆଲାଲମ୍ପୂର: ସୁଲଭ ମୂଲ୍ୟରେ ବିମାନ ସେବା ଯୋଗାଣକାରୀ ମାଲେସିଆ ଭିତ୍ତିକ କମ୍ପାନୀ ଏୟାର ଏସିଆ ଗ୍ରୁପ ଭାରତ ନିବେଶ ପ୍ରସ୍ତାବ ଉପରେ ବର୍ତ୍ତମାନ ବିଚାର କରୁଛି।...

୨୬ କମ୍ପାନୀର ଘରୋଇକରଣ ହେବ

ନୂଆଦିଲ୍ଲୀ,୭।୯ : ପ୍ରାୟ ୨୩ ରାଷ୍ଟ୍ରାୟତ୍ତ କମ୍ପାନୀର ଘରୋଇକରଣ କରିବା ଲାଗି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଜୁଲାଇ ୨୭ରେ ଘୋଷଣା କରିଥିଲେ। ଏ ନେଇ ସରକାର...

ପାର୍ବଣରେ ହିରୋ ମୋଟୋକର୍ପର ‘ହିରୋ ଗିଫ୍ଟ’

ନୂଆଦିଲ୍ଲୀ,୨୮।୯: ଚଳିତ ବର୍ଷର ପାର୍ବଣ ଅବସରରେ ହିରୋ ମୋଟୋକର୍ପ ପକ୍ଷରୁ ‘ହିରୋ ଗିଫ୍ଟ’ ଗ୍ରାଣ୍ଡ ଇଣ୍ଡିଆନ ଫେଷ୍ଟିଭାଲ ଅଫ୍‌ ଟ୍ରଷ୍ଟ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି।...

ଆଇଏମ୍‌ଏଫ୍‌ର ଫାଷ୍ଟ ଡେପୁଟି ମ୍ୟାନେଜିଂ ଡାଇରେକ୍ଟର ହେବେ ଗୀତା ଗୋପିନାଥ

ନୂଆଦିଲ୍ଲୀ,୩ ।୧୨: ଅନ୍ତରାଷ୍ଟ୍ରୀୟ ମୁଦ୍ରା କୋଷ(ଆଇଏମ୍‌ଏଫ୍‌)ର ପ୍ରଥମ ଡେପୁଟି ମ୍ୟାନେଜିଂ ଡାଇରେକ୍ଟର(ଏଫ୍‌ଡିଏମ୍‌ଡି) ଜିୟୋଫ୍ରୋ ଓକାମୋଟୋ ଆସନ୍ତା ବର୍ଷ ଆରମ୍ଭରେ ନିଜ ପଦରୁ ଇସ୍ତଫା ଦେବାକୁ ଘୋଷଣା...

ଏଲ୍‌ପିଜି ଯୋଗାଣ ବିଳମ୍ବିତ କଲା ସୌଦି ଆରବ:ଚାହିଦା ମେଣ୍ଟାଇବା ନେଇ ମୁଣ୍ଡବ୍ୟଥା

ନୂଆଦିଲ୍ଲୀ,୨୭।୯:ସୌଦି ଆରବର ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ ଆରାମ୍‌କୋର ଦୁଇଟି ତୈଳ କୂଅ ଉପରେ ଡ୍ରୋନ୍‌ ଆକ୍ରମଣ ପରେ ଭାରତକୁ ଏଲ୍‌ପିଜି ଯୋଗାଣ ହ୍ରାସ ପାଇବାକୁ ଯାଉଛି।...

Advertisement
Archives

Model This Week